Ahamadabad - The Sakala

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ମଇଁଷିଗୋଠ ସହିତ ଧକ୍କା ହୋଇ ଟ୍ରେନର ସାମ୍ନାଭାଗ ନଷ୍ଟ
ଅହମ୍ମଦାବାଦ: ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌। ମୁମ୍ବାଇ ସେଣ୍ଟ୍ରାଲରୁ ଗୁଜରାଟ ଗାନ୍ଧୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷିଗୋଠ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟ୍ରେନ ଇଞ୍ଜିନର ସାମ୍ନାଭାଗ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ଯୋଗୁ ଟ୍ରେନ ୨୦ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଛି। ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା।

ଅହମ୍ମଦାବାଦ ରେଳବାଇ ପିଆରଓ ଜିତେନ୍ଦ୍ର ଜୟନ୍ତଙ୍କ କହିବା ଅନୁସାରେ ଏହି ବନ୍ଦେ ଭାରତ ଟ୍ରେନକୁ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ସବୁଜ ପତାକା ଦେଖାଯାଇଥିଲା। ଟ୍ରେନଟି ଗାନ୍ଧୀନଗରରୁ ଅହମଦାବାଦ ରେଲୱେ ଷ୍ଟେସନର ପ୍ଲାଟଫର୍ମ ୯ରେ ଦିନ ୨ଟାରେ ପହଞ୍ଚିଥିଲା ଏବଂ ସନ୍ଧ୍ୟା ସାଢେ ସାତଟାରେ ମୁମ୍ବାଇ ସେଣ୍ଟ୍ରାଲ ରେଲୱେରେ ପହଞ୍‌ଚିଥିଲା। ଟ୍ରେନଟି ସାଢେ ପାଞ୍ଚଘଣ୍ଟାରେ ୪୯୨ କିଲୋମିଟର ଯାତ୍ରା କରିଥିଲା।

ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ ଅକ୍ଟୋବର ୧ ତାରିଖରୁ ସାଧାରଣ ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଘଣ୍ଟାପ୍ରତି ୧୮୦ରୁ ୨୦୦ କିଲୋମିଟର ବେଗରେ ଯାତ୍ରା କରୁଛି। ଏହା ଭାରତର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ଏହା ପୂର୍ବରୁ ନୂଆଦିଲ୍ଲୀ-ବାରଣାସୀ ଓ ନୂଆଦିଲ୍ଲୀ-କଟରା ମଧ୍ୟରେ ଏହି ଟ୍ରେନ ଚଳାଚଳା କରୁଛି।