T20 World Cup 2022 - The Sakala

ଆଜି ଟି-ଟ୍ବେଣ୍ଡି ବିଶ୍ବକପ ଫାଇନାଲ; ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ, ଟାଇଟଲ ପାଇଁ ହେବ କଡା ଟକ୍କର
ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।

କୁହାଯାଏ କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପରେ କ୍ରିକେଟ ଖେଳଠାରୁ ପାକିସ୍ତାନ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଅଧିକ ଅନିଶ୍ଚିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ରେ ଭାରତ ଓ ଜିମ୍ବାୱେଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେବାର ଦ୍ୱାରଦେଶରେ ପହଞ୍ଚିଥିଲା ପାକିସ୍ତାନ। କିନ୍ତୁ ଏହି ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‍ସ ହରାଇବା ପରେ ପାକିସ୍ତାନ ତିଷ୍ଠି ରହିଥିଲା ଓ ଏହାର ପର ମ୍ୟାଚରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ପାକିସ୍ତାନ ଆତ୍ମବିଶ୍ୱାସ ଫେରିପାଇଥିଲା ଓ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଠାରେ ରବିବାର ଫାଇନାଲ ମୁକାବିଲା ଇଂଲଣ୍ଡ ସହ ଅନୁଷ୍ଠିତ ହେବ। ୧୯୯୨, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‍ରେ ପାକିସ୍ତାନ ଯେତେବେଳେ ବିଦା ହେବା ସ୍ଥିତିରେ ପହଞ୍ଚିଥିଲା ଠିକ୍‍ ସେତିକିବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରତିଯୋଗିତାରେ ତିଷ୍ଠି ରହିଥିଲା।

ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଇମ୍ରାନ ଖାନ୍‍, ଜାଭେଦ ମିଆଁଦାଦ୍‍ ଓ ୱାସିମ ଆକ୍ରମଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‍ ହୋଇଥିଲା। ଏହି ଇତିହାସକୁ ପାଥେୟ କରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ନାଟକୀୟ ଭାବେ ବିଶ୍ୱକପ୍‍ ଜିତିବାକୁ ଆଶା ରଖିଛି। ଟାଇଟଲ ବିଜୟରେ ପ୍ରତିବନ୍ଧକ ହେଉଛି ଜୋଶ୍‍ରେ ଥିବା ଜୋଶ୍‍ ବଟ୍ଟଲରଙ୍କ ଇଂଲଣ୍ଡ ଦଳ। ଏହି ଦଳରେ ଅଛନ୍ତି ଏକାଧିକ ମ୍ୟାଚ୍‍ ବିଜେତା ଓ ସବୁଠାରୁ ବଡ଼ କଥା ହେଉଛି ଇଂଲଣ୍ଡ ଖେଳାଳିଙ୍କ ମାନସିକତା। ବଟ୍ଟଲର, ଆଲେକ୍ସ ହେଲ୍ସ, ବେନ ଷ୍ଟୋକ୍ସ, ମୋଇନ ଅଲିଙ୍କ ପରି ପ୍ରତିଷ୍ଠିତ ଖେଳାଳି ଅଛନ୍ତି। ଏହି ଦଳ ନିକଟରେ ନିର୍ଭୟରେ ଖେଳିବାର ମାନସିକତା ରହିଛି। ଏମାନେ ସେମିଫାଇନାଲରେ ଭାରତ ବିପକ୍ଷରେ ୧୦ ୱିକେଟରେ ଜିତି ଏହାକୁ ଦେଖାଇ ସାରିଛନ୍ତି। ନିକଟରେ ଏହି ଦଳ ଏକାଧିକ ବିଶ୍ୱକପ୍‍ ଜିତିବାରେ ସମର୍ଥ ହୋଇଛି। ଇଓନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପ୍‍ରେ ଚାମ୍ପିଅନ୍‍ ହୋଇଥିଲା। ଏଣୁ ଫର୍ମ, ଆତ୍ମବିଶ୍ୱାସ, ଆକ୍ରମଣାତ୍ମକ ଖେଳ ଓ ଦକ୍ଷତାରେ ଇଂଲଣ୍ଡ ଦଳ ସାମାନ୍ୟ ଆଗୁଆ ରହିଛି।

ଫାଇନାଲ ଜିତିବାକୁ ଇଂଲଣ୍ଡ ନିକଟରେ ସମସ୍ତ ଅସ୍ତ୍ର ଥିଲେ ମଧ୍ୟ ପାକିସ୍ତାନକୁ ଆଦୌ ଅଣ ଦେଖା କରି ହେବ ନାହିଁ। ଦଳର ଷ୍ଟାର ଓପନର ବାବର ଆଜମ ଓ ମହମ୍ମଦ୍‍ ରିଜୱାନ ସେମିଫାଇନାଲରେ ଫର୍ମକୁ ଫେରିଛନ୍ତି। ବିଶ୍ୱରେ ଏହି ଯୋଡି ଏବେ ସବୁଠାରୁ ସଫଳ ଯୋଡି ଭାବେ ବିବେଚିତ। ମହମ୍ମଦ ହାରିସ୍‍, ଇଫତିକର ଅହମ୍ମଦ୍‍ ଓ ସାନ ମାସୁଦ ମଧ୍ୟ ଏମାନଙ୍କୁ ସାଥ୍‍ ଦେବାକୁ ଅଛନ୍ତି। ଫାଷ୍ଟ ବୋଲର ସାହିନ ଆଫ୍ରିଦୀ ଗୋଟିଏ ସ୍ପେଲରେ ମ୍ୟାଚ୍‍ ଜିତାଇବାର ଅନେକ ନଜର ରହିଛି। ସେ ଏବେ ଟପ୍‍ ଫର୍ମରେ। ହାରିସ୍‍ ରୌଫ୍‍ଙ୍କ ସହ ନସୀମ ଶାହ କିମ୍ବା ମହମ୍ମଦ୍‍ ୱାସିମ ଜୁନିଅର ମଧ୍ୟ ବେଶ ପ୍ରଭାବ ପକାଇଛନ୍ତି। ଦୁଇ ସ୍ପିନର ସାଦାବ ଖାନ୍‍ ଓ ମହମ୍ମଦ ନୱାଜଙ୍କୁ ଖେଳିବା କଷ୍ଟକର। ଏମାନଙ୍କ ଫର୍ମ ସହ ଇତିହାସ ପାକିସ୍ତାନ ସପକ୍ଷରେ ରହିଛି।

ରେକର୍ଡ କିଙ୍ଗ କୋହଲି : ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟି-୨୦ରେ କଲେ ଏହି ରେକର୍ଡ
ଆଡିଲେଡ୍‌ : ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ଏବଂ ବରାଟ କୋହଲିଙ୍କ ୫୦ ରନ୍‌ ବଳରେ ୨୦ ଓଭର ଖେଳି ୬ ୱିକେଟ ହରାଇ ୧୬୮ ରନ କରିଛି। ଯାହା ଫଳରେ ଇଂଲଣ୍ଡକୁ ଏହି ମ୍ୟାଚରେ ବଜିୟୀ ହେବାକୁ ୧୬୯ରନ୍‌ର ଟାର୍ଗେଟ ରହିଛି।

ଅନ୍ୟପଟେ ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ସହ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ କ୍ରିକେଟ୍‌ରେ ଆଉ ଏକ ବିରାଟ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଚଳିତ ବିଶ୍ୱକପରେ ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିବା ଟିମ ଇଣ୍ଡିଆର ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ବିରାଟ ମୋଟ ୧୧୫ ଟି ଟି-୨୦ ମ୍ୟାଚ୍‌ ଖେଳି ୪୦୦୦ ରନ୍‌ ପୂରଣ କରିଛନ୍ତି।

🚨 Milestone Unlocked 🔓
4⃣0⃣0⃣0⃣ T20I runs & going strong 💪 💪
Well done, @imVkohli! 👏 👏
Follow the match ▶️ https://t.co/5t1NQ2iUeJ #TeamIndia | #T20WorldCup | #INDvENG pic.twitter.com/JbEXzq24jW

— BCCI (@BCCI) November 10, 2022

ଏହାପୂର୍ବରୁ ବିରାଟ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନଙ୍କ ୧୦୧୬ ରନକୁ ଅତିକ୍ରମ କରିଥିଲେ। ଏବେ ବିରାଟ ଟି-୨୦ ବିଶ୍ୱକପରେ ୧୧ଶହରୁ ଅଧିକ ରନ କରି ସାରିଲେଣି। ଆଜି ମ୍ୟାଚ୍ ଆରମ୍ଭରୁ ବିରାଟ ୪ ହଜାର ରନ ମାଇଲ ଖୁଣ୍ଟ ଠାରୁ ୪୨ ରନ ପଛରେ ଥିଲେ। ଆଜି ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ ଲିଭଙ୍ଗଷ୍ଟୋନଙ୍କୁ ଚୌକା ମାରି ୪ ହଜାର କ୍ଲବରେ ପ୍ରଥମ ବ୍ୟାଟର ଭାବେ ପ୍ରବେଶ କରିଛନ୍ତି।

ସେହିପରି ବିରାଟ କୋହଲିଙ୍କ ପଛକୁ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେ ୧୪୭ଟି ମ୍ୟାଚ୍‌ ଖେଳି ୩୮୨୬ ରନ୍‌ କରିଛନ୍ତି । ତାପରେ ମାର୍ଟିନ ଗୁପ୍‌ଟିଲ୍‌ ୧୨୨ଟି ମ୍ୟାଚ୍‌ ଖେଳି ୩୫୩୧ ରନ୍‌, ପଲ୍‌ ଷ୍ଟ୍ରିଲିଂ ୧୨୧ ମ୍ୟାଚ୍‌ ଖେଳି ୩୧୮୧ ରନ୍‌, ବାବର ଆଜମ ୯୮ଟି ମ୍ୟାଚ୍‌ ଖେଳି ୩୩୨୩ ରନ୍‌, ଆରୋନ୍‌ ଫିଞ୍ଚି ୧୦୩ଟି ମ୍ୟାଚ୍‌ ଖେଳି ୩୧୨୦, ଡେଭିଡ୍‌ ଓ୍ୱାର୍ଣ୍ଣର ୯୯ ଟି ମ୍ୟାଚ୍‌ ଖେଳି ୨୮୯୪ ରନ୍‌, ମହମ୍ମଦ ହାଫିଜ୍‌ ୧୧୯ ଟି ମ୍ୟାଚ୍‌ ଖେଳି ୨୫୧୪ରନ୍‌, ମହମ୍ମଦ ରିଜ୍‌ଓ୍ୱାନ୍‌ ୭୯ଟି ମ୍ୟାଚ୍‌ ଖେଳି ୨୬୨୦ ରନ୍‌ କରିଛନ୍ତି ।

A Special TON! 👏 👏@imVkohli has now hit 1⃣0⃣0⃣ Fours in the #T20WorldCup! 🙌 🙌
Follow the match ▶️ https://t.co/5t1NQ2iUeJ #TeamIndia | #INDvENG pic.twitter.com/yuVockhlI7

— BCCI (@BCCI) November 10, 2022

ଅନ୍ୟପଟେ ଆଜିର ମ୍ୟାଚରେ ବିରାଟ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ବିରାଟ କୋହଲି ଆଜିର ମ୍ୟାଚରେ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ଚୌକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି।  ଚଳିତ ବର୍ଷ ଏସିଆ କପ୍‌ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି ବିରାଟ। ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏଥି ପାଇଁ ମଧ୍ୟ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।

ରୋହିତ ସେନାର ଆଡିଲେଡ୍‌ ବିଜୟ : ବର୍ଷା ବାଧକ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମିର ନିକଟତର ଟିମ୍‌ ଇଣ୍ଡିଆ
ଆଡିଲେଡ୍‌‌ : ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ବିପକ୍ଷ ବାଂଲାଦେଶ ମାତ୍‌ ଦେଇ ସେମିର ନିକଟତର ହୋଇଛି। ଆଜିର ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି। ଆଜିର ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଯାହା ଫଳରେ  ମ୍ୟାଚରେ ବିଜୟୀ ହେବାକୁ ବିପକ୍କ୍ଷ ବାଲାଂଦେଶକୁ ୧୮୫ ରନ୍‌ ଟାର୍ଗେଟ ଦେଇଥିଲା ଟିମ୍‌ ଇଣ୍ଡିଆ।

Bangladesh gave it their all, but India reign in Adelaide 🙌#T20WorldCup | #INDvBAN | 📝: https://t.co/vDRjKeeGvf pic.twitter.com/EOMtLYt3zb

— ICC (@ICC) November 2, 2022

୧୮୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଦୁଇ ଓପନର ଲିଟନ ଦାସ୍ ଏବଂ ନଜମୁଲ ହୋସେନ ସାଣ୍ଟୋ ଦୃଢ ଆରମ୍ଭ ଦେଇଥିଲେ। ବିଶେଷ କରି ଲିଟନ୍ ଦାସ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ମାତ୍ର ୭ ଓଭରରେ ବାଂଲାଦେଶ ବିନା ଓ୍ଵିକେଟ୍‌ରେ ୬୬ ରନ କରି ନେଇଥିଲା। ଲିଟନ୍ ଦାସ୍ ଅର୍ଦ୍ଧଶତକ ହାସଲ କରିଥିଲେ। ସାତ ଓଭର ପରେ ବର୍ଷା ହେବାରୁ ଓଭର ହ୍ରାସ ହୋଇଥିଲା। ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଅନୁଯାୟୀ ବାଂଲାଦେଶ ସାମ୍ନାରେ ୧୬ ଓଭରରେ ୧୫୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

.@imVkohli bagged the Player of the Match award as #TeamIndia beat Bangladesh in Adelaide. 👌 👌

Scorecard ▶️ https://t.co/Tspn2vo9dQ#T20WorldCup | #INDvBAN pic.twitter.com/R5Qsl1nWmf

— BCCI (@BCCI) November 2, 2022

ବାର୍ଷାପରେ ମ୍ୟାଚ ଆରମ୍ଭ ହେବା ପରେ ରୋହିତ ସେନା ଦମ୍‌ଦାର ଖେଳପଦର୍ଶନ କରିବା ସହ ମ୍ୟାଚରେ ମୋଡକୁ ବଦଳାଇଦେଇଥିଲେ। ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଲିଟନ ଦାସଙ୍କୁ ଏକ ଚମତ୍କାର ଥ୍ରୋ କରି ରନ ଆଉଟ କରିଥିଲେ କେଏଲ ରାହୁଲ । ଏହା ପରେ ବାଂଲାଦେଶର ନିୟମିତ ଓ୍ବିକେଟ ପତନ ହୋଇଚାଲିଥିଲା। କିନ୍ତୁ ବାଂଲା ବ୍ୟାଟର ହାର ମାନିନଥିଲେ। ଜଣେ ପରେ ଜଣେ ବ୍ୟାଟର ବଡ଼ ସଟ୍‌ ଖେଳିବା ସହ ଭାରତର ବିଜୟରେ ବାଧକ ସାଜିବାରେ ଲାଗିଥିଲେ। ତେବେ ଗୋଟିଏ ଓଭରରେ ଅର୍ଶଦୀପ ସିଂହ ଅଫିପ ହୁସେନ(୩ ରନ) ଏବଂ ଅଧିନାୟକ ସାକିବ ଉଲ ହସନ(୧୩ ରନ) ଙ୍କୁ ଆଉଟ୍‌ କରି ମ୍ୟାଚ୍‌ର ମଙ୍ଗ ଭାରତ ଆଡକୁ ମୋଡିଥିଲେ। ୟାସିର ଅଲ୍ଲୀ ୧ ଏବଂ ମୋସଡେକ୍ ହୁସେନ ୬ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଦରକାର ଥିବା ବେଳେ ଦଳ ୧୪ ରନ କରି ବିଜୟଠୁ ୫ ରନରୁ ଦୂରରେ ରହିଥିଲା। ୧୬ ଓଭରରେ ପ୍ରତିପକ୍ଷ ଦଳ ୬ ଓ୍ଵିକେଟ୍ ହରାଇ ୧୪୫ ରନ କରିଥିଲା।ଏହି ବିଜୟ ସହ ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୨ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ : ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ
ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୦ ଓଭରରେ ୧୮୫ ରନ୍‌ ସଂଗ୍ରହ କରିବାକୁ ପଡିବ।

ଆଜି ଆଡିଲେଡ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।ଏହାକୁ ସଠିକ୍‌ ସାବ୍ୟସ୍ତ କରି ବାଂଲାଦେଶର ଦ୍ରୁତ ବୋଲି ତସ୍କିନ ଅହମ୍ମଦ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ସ୍କେଲରେ ନିଜର ୪ ଓଭର ଶେଷ କରିବା ସହ ମାତ୍ର ୧୫ ରନ ଦେଇଥିଲେ। ଅନ୍ୟପଟେ ହାସନ ମହମୁଦ ନିଜର ପ୍ରଥମ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ।

ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବିରାଟ ତାଙ୍କ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ୩୭ ବଲରେ ସେ ଚଳିତ ଟି-୨୦ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଦିନେଶ କାର୍ତ୍ତିକ ଭରପୂର ସାଥ ଦେଇଥିଲେ। ୧୭ତମ ଓଭରରେ ଶୌରିଫୁଲ ଇସଲାମଙ୍କୁ ପ୍ରଥମ ବଲରେ ଚୌକା ମାରି କାର୍ତ୍ତିକ ନିଜର ଜଲୱା ଦେଖାଇଥିଲେ। ହେଲେ ଏହି ଓଭରର ଶେଷ ବଲରେ ତାଳମେଳ ଅଭାବରୁ କାର୍ତ୍ତିକ(୫) ରନ ଆଉଟ ହୋଇଯାଇଥିଲେ। ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।ବାଂଲାଦେଶ ପକ୍ଷରୁ ହାସାନ ମାମୁଦ ୩ଟି ଓ ସାକିବୁଲ ହସନ ୨ଟି ଓ୍ବିକେଟ ନେଇଥିଲେ ।

ଟି-୨୦ ବିଶ୍ବକପ୍‌ରୁ ଆଉଟ ହେବ ପାକିସ୍ତାନ! ଭାରତ ପରେ ଦ୍ବିତୀୟ ମ୍ୟାଚରେ ବି ଧୋଇଦେଲା ଜିମ୍ବାୱେ
ପର୍ଥ : ଅଷ୍ଟ୍ରେଲିଆରେ ଚାଲିଥିବା ଟି୨- ବିଶ୍ବକପ୍‌ରୁ ଆଉଟ ହେବ ପାକିସ୍ତାନ ଟିମ୍‌। ବିଶ୍ବକପ୍‌ର ଦୁଇଟି ମ୍ୟାଚ ଲଗାତର ହାରିବା ପରେ ବିଶ୍ବପକ୍‌ରୁ ବିଦାୟ ରାସ୍ତାର ନିକଟତର ହୋଇଛି ପାକିସ୍ତାନ। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବି ଧୋଇ ଦେଇଛି ଜିମ୍ବାୱେ । ଆଜି ପର୍ଥରେ ଖେଳାଯାଉଥିବା ମ୍ୟାରେ ରେ ଜିମ୍ବାୱେ ଟିମ୍‌ ରୋମାଞ୍ଚକ ଖେଳ ପ୍ରଦର୍ଶନ ସହ ପାକିସ୍ତାନକୁ ୧ ରନ୍‌ରେ ହରାଇ ଦେଇଛି।

ଆଜି ପର୍ଥରେ ଖେଳାଯାଉଥିବା ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୦ ରନ କରିଥିଲା । ଦଳ ପକ୍ଷରୁ ସିନ ଓ୍ବିଲିୟମସନ ସର୍ବାଧିକ ୩୧ରନ କରିଥିଲେ ।

୧୩୧ରନ ର ଏକ ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ତାରକା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଓ ବାବର ଆଜମ ଯଥାକ୍ରମେ ୧୪ ଓ ୪ ରନ କରି ଆଉଟ ହୋଇଥିଲେ । ତେବେ ସାନ ମାସୁଦ ଲଢୁଆ ବ୍ୟାଟିଂ କରି ୪୪ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ପୁଣି ବିଫଳ ହୋଇଥିଲେ । ମହମ୍ମଦ ନଓ୍ବାଜ (୨୨ ରନ )ଙ୍କ ବ୍ୟତିତ ଅନ୍ୟମାନେ ବିଫଳ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୧୨୯ ରନ ହିଁ କରିପାରିଥିଲା ।

ଟି-୨୦ ବିଶ୍ୱକପରେ ଜିମ୍ବାୱେ ପ୍ରଥମଥର ପାଇଁ ପାକିସ୍ତାନକୁ ହରାଇବାର ରେକର୍ଡ କରିଛି। ପର୍ଥରେ ଐତିହାସିକ ବିଜୟ ପରେ ଜିମ୍ବାୱେ ଖେଳାଳିମାନେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କ ସହ ହାତ ମିଳାଇ ଉତ୍ସବ ମନାଇଛନ୍ତି। ଚଳିତ ବିଶ୍ୱକପର ସୁପର ୧୨ରେ ଏହା ଜିମ୍ବାୱେର ପ୍ରଥମ ବିଜୟ। ସେହିପରି ପାକିସ୍ତାନ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ହାରି ବିଶ୍ୱକପରୁ ବିଦା ହେବା ସ୍ଥିତିକୁ ଚାଲି ଆସିଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଭାରତ ଠାରୁ ହାରିଥିଲା। ଏବେ ଦଳ ଜିମ୍ବାୱେ ଠାରୁ ହାରିଛି। ଜିମ୍ବାୱେ ବିଜୟରେ ନାୟକ ସାଜି ୩ ୱିକେଟ ଦଖଲ କରିଥିବା ସିକନ୍ଦର ରାଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପାକିସ୍ତାନକୁ ହରାଇବା ପରେ ଜିମ୍ବାୱେ ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ।

ଟି-୨୦ ବିଶ୍ୱକପ୍‌କୁ ନେଇ ସଚିନ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ, ଏହି ୪ଟି ଟିମ୍‌ ଖେଳିବେ ସେମିଫାଇନାଲ୍‌
ନୂଆଦିଲ୍ଲୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଗତ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦୁଇ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ନୂଆ ଟିମ୍‌ ଗୁଡିକ ପୁରୁଣା ତଥା ପୂର୍ବରୁ ବିଶ୍ବକପ୍‌ ବିଜେତା ଟିମ୍‌ ଗୁଡିକୁ ଅତି ସହଜର ହରାଉଛନ୍ତି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଥିବା ବେଳେ ଗତକାଲି ବିଶ୍ୱକପ୍‌‌ର ୩ୟ ମ୍ୟାଚରେ ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍କୁ  ୪୨ ରନରେ ମାତ ଦେଇଛି ସ୍କଟଲ୍ୟାଣ୍ଡ। ବିଶ୍ବକପ୍‌ର ଆରମ୍ଭରୁ ଏପରି ବିପର୍ଯ୍ୟୟ ଦେଖିବାକୁ ମିଳୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଟି-୨୦ ବିଶ୍ୱକପ୍‌କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସଚିତ ଚଳିତ ବିଶ୍ୱକପ୍‌ରେ କେଉଁ ୪ଟି ଟିମ୍‌ ସେମିଫାଇନାଲ ଖେଳିବେ ତାହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି।

ମହାନ କ୍ରିକେଟର ସଚିତ ତେନ୍ଦୁଲକର ଟି-୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚକୁ ଟେଲିଗ୍ରାଫକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ହେଉଛି ମୋର ପ୍ରିୟ ଟିମ୍‌। ମୋର ହୃଦୟ ଭାରତ ସହିତ ଅଛି ଏବଂ ମୁଁ ସର୍ବଦା ଭାରତ ଜିତିବାକୁ ଚାହେଁ। ମୁଁ ବିଶ୍ୱାସ କରେ ଯେ ଭାରତ ଟିମ୍‌ ବର୍ତ୍ତମାନ ପରିସ୍ଥିତିରେ ବହୂତ ଭଲ ସ୍ଥିତିରେରହିଛି। ଆମ ପାଖରେ ପ୍ରତିଭାବାନ୍‌ ବ୍ୟାଟ୍‌ର ଓ ବୋଲର ରହିଛନ୍ତି। ଆମର କ୍ଷମତା ରହିଛି ଆଉ ଆମେ ଏହି କ୍ଷମତାର ସଠିକ ବିନିଯୋଗ କରିବା ମଧ୍ୟ ଉଚିତ। ସଚିନ ଆହୁରି ମଧ୍ୟ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ହେଉଥିବା ମ୍ୟାଚରେ ଭାରତ ବିଜୟୀ ହେବ ବୋଲି ମୁଁ ନିଶ୍ଚିତ।

ଟି-୨୦ ବିଶ୍ୱକପ୍‌ର ୪ ସେମିଫାଇନାଲିଷ୍ଟ

୪୯ ବର୍ଷୀୟ ସଚିନ୍ ତେନ୍ଦୁଲକର କହିଛନ୍ତି, ‘ମୁଁ ନିଶ୍ଚିତ ଭାବେ ଭାରତ ଚାମ୍ପିୟନ ହେବାକୁ ଚାହେଁ କିନ୍ତୁ ମୋ ପାଇଁ ସେମିଫାଇନାଲରେ ପହଞ୍ଚିବାକୁ ଥିବା ୪ ଶ୍ରେଷ୍ଠ ଟିମ୍‌ ମଧ୍ୟରେ ଯେଉଁମାନେ ରହିବେ ସେମାନେ ହେଲେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ। ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆଶା ରହିଛି। ଚଳିତ ଟି-୨୦ ବିଶ୍ବକପ୍‌ରେ ଭାରତ ପାଖରେ ବହୁତ ଭଲ ସୁଯୋଗ ଅଛି। ଯଦି ଟିମ୍‌ ଇଣ୍ଡିଆ ସନ୍ତୁଳିତ ପଦର୍ଶନ କରିବ ତେବେ ନିଶ୍ଚିତ ଚାମ୍ପିୟନ ହେବ। ମୁଁ ଟିମ୍‌ ଇଣ୍ଡିଆ ପାଇଁ ବହୁତ ଆଶାବାଦୀ ବୋଲି ସଚିନ୍ ତେନ୍ଦୁଲକର କହିଛନ୍ତି।

ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିଛନ୍ତି । ରବିବାରଠାରୁ ଯୋଗ୍ୟତା ପର୍ଯ୍ୟାୟ ତଥା ପ୍ରଥମ ରାଉଣ୍ଡ ଆରମ୍ଭ ହୋଇଛି।  ଏଥିରେ ବିଶ୍ୱକପ୍‌‌ର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନ ଥିବା ୮ ଗୋଟି ଦଳ ରହିଛନ୍ତି। ଗ୍ରୁପ୍‌‌-ଏ’ରେ ପୂର୍ବତନ ଚାମ୍ପିଅନ୍‌‌ ଶ୍ରୀଲଙ୍କା ସହ ନାମ୍ବିଆ, ନେଦରଲାଣ୍ଡ୍‌‌ସ ଓ ୟୁଏଇ ରହିଛି। ସେହିଭଳି ଗ୍ରୁପ୍‌‌-ବି’ରେ ଜିମ୍ବାୱେ, ସ୍କଟଲାଣ୍ଡ, ଆୟର୍ଲାଣ୍ଡ ସହ ୨ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ସ୍ଥାନ ପାଇଛି। ଅକ୍ଟୋବର ୨୧ ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଖେଳାଯିବ।

ଏଥିରେ ଉଭୟ ଗ୍ରୁପ୍‌‌ର ଦୁଇଟି ଲେଖାଏ ଶ୍ରେଷ୍ଠ ଦଳ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ତଥା ସୁପର୍‌‌-୧୨’କୁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ୮ ଗୋଟି ଦଳ ସିଧାସଳଖ ସୁପର୍‌‌-୧୨କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗ୍ରୁପ୍‌‌-୧’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଆଫଗାନିସ୍ତାନ ଏବଂ ଗ୍ରୁପ୍‌‌-୨’ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ଅକ୍ଟୋବର ୨୨ରୁ ସୁପର୍‌‌-୧୨ ଆରମ୍ଭ ହେବ। ଗତ ସଂସ୍କରଣର ଦୁଇ ଫାଇନାଲିଷ୍ଟ ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବ।ସେହିଦିନ ଅନ୍ୟ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଇଂଲଣ୍ଡ। ସେହିଭଳି ଏହାପରଦିନ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳି ରୋହିତ୍‌‌ ଶର୍ମାଙ୍କ ନେତୃତ୍ୱାଧିନ ଭାରତ ବିଶ୍ୱକପ୍‌‌ରେ ଅଭିଯାନ ଆରମ୍ଭ କରିବ। ନଭେମ୍ବର ୯ ଓ ୧୦ରେ ଦୁଇଟି ଯାକ ସେମିଫାଇନାଲ ଏବଂ ୧୩ରେ ମେଲବୋର୍ଣ୍ଣରେ ଗ୍ରାଣ୍ଡଫାଇନାଲ ଖେଳାଯିବ।

ୱାର୍ମ ଅପ୍ ମ୍ୟାଛ୍‌ରେ ଭାରତର ଦମ୍‌ଦାର ପଦର୍ଶନ

ଗତକାଲି ବ୍ରିସବେନରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମହମ୍ମଦ୍‌‌ ସାମିଙ୍କ ଚମତ୍କାର ଶେଷ ଓଭର ବୋଲିଂ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ୍‌‌ ଅଭ୍ୟାସ ମ୍ୟାଚ୍‌‌ରେ ଭାରତ ୬ ରନ୍‌ରେ ନାଟକୀୟ ବିଜୟ ହାସଲ କରିଛି। ଏହି ବିଜୟ ପରେ ସାମିଙ୍କ ଫିଟନେସ୍‌‌ ଓ ଫର୍ମକୁ ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଦୂରୀଭୂତ ହୋଇଛି। ଏହି ବିଜୟ ଫଳରେ ବିଶ୍ୱକପ୍‌‌ ଲଢ଼େଇ ଲାଗି ଭାରତ ପ୍ରସ୍ତୁତ ହୋଇଯାଇଛି। ବିଜୟୀ ଦଳ ତାହାର ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍‌‌ ନ୍ୟୁଜିଲାଣ୍ଡ ସହ ବୁଧବାର ଖେଳିବ।

କରିଥିଲା। ଦଳ ପକ୍ଷରୁ ଓପନର ଲୋକେଶ ରାହୁଲ ୩୩ ବଲ୍‌‌ରେ ୫୭ ଓ ମିଡଲ ଅର୍ଡର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୩ ବଲ୍‌‌ରେ ୫୦ ରନ୍‌‌ କରିବା ଫଳରେ ଭାରତ ୭ ୱିକେଟରେ ୧୮୬ ରନ୍‌‌ର ବଡ଼ ସ୍କୋର କରିଥିଲା। ଜବାବରେ ଅଧିନାୟକ ଆରୋନ ଫିଞ୍ଚ୍‌‌ ୫୪ ବଲ୍‌‌ରେ ୭୬ ରନ୍‌‌ କରିବା ଫଳରେ ଅଷ୍ଟ୍ରେଲିଆ ସହଜରେ ବିଜୟ ଅମିମୁଖେ ଅଗ୍ରସର ହୋଇଥିଲା। ଫିଞ୍ଚ୍‌‌ ୭୬ ଓ ଟିମ୍‌‌ ଡେଭିଡ୍‌‌ ୫ ରନ୍‌‌ରେ ବ୍ୟାଟିଂ କରୁଥିଲାବେଳେ ୧୮ ଓଭର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟରେ ୧୭୧ ରନ୍‌‌ କରି ସହଜ ସ୍ଥିତିରେ ରହିଥିଲା। ଦଳକୁ ମ୍ୟାଚ୍‌‌ ଜିତିବାକୁ ବାକିଥିବା ଦୁଇ ଓଭର ଅର୍ଥାତ ଶେଷ ୧୨ଟି ବଲ୍‌‌ରେ ୧୬ ରନ୍‌‌ ଆବଶ୍ୟକ ଥିଲା। ଏହି ସମୟରେ ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ହର୍ଷଲ ପଟେଲ। ପୂର୍ବରୁ ଅଧିକ ରନ୍‌‌ ବ୍ୟୟ କରିଥିବା ହର୍ଷଲ ୧୯ତମ ଓଭରର ପ୍ରଥମ ବଲ୍‌‌ରେ ଫିଞ୍ଚ୍‌‌ଙ୍କୁ ବୋଲ୍ଡ କରି ବଡ଼ ସଫଳତା ପାଇଥିଲେ। ଦ୍ୱିତୀୟ ବଲରେ ଡେଭିଡ ରନ୍‌‌ ଆଉଟ ହୋଇଯାଇଥିଲେ। ଏହି ଓଭରର ଶେଷ ୪ଟି ବଲ୍‌‌ରେ ପ୍ୟାଟ କମିନ୍ସ ଓ ଜୋଶ ଇଂଲିଶ ୫ ରନ୍‌‌ ନେଇଥିଲେ। ହର୍ଷଲଙ୍କୁ ଆଶ୍ୱସ୍ତି ମିଳିଥିଲାବେଳେ ଶେଷ ଓଭରରେ ମ୍ୟାଚ୍‌‌ ଜିତିବାକୁ ୧୧ ରନ୍‌‌ ଦରକାର ଥିଲା।

ଅଭ୍ୟାସ ମ୍ୟାଚ୍‌‌ ହୋଇଥିବାରୁ ୨୦ତମ ଓଭରକୁ ବୋଲିଂ କରିବା ଲାଗି ମହମ୍ମଦ୍‌‌ ସାମିଙ୍କୁ ସୁଯୋଗ ଦିଆଯାଇଥିଲା। ଗତ ଜୁଲାଇରେ ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌‌ ଖେଳିଥିବା ଏବଂ ବିଶ୍ୱକପ୍‌‌ ଲାଗି ଷ୍ଟାଣ୍ଡବାଇ ଖେଳାଳି ଭାବେ ମନୋନୀତ ହେବା ପରେ କୋଭିଡ୍‌‌ରେ ଆକ୍ରାନ୍ତ ହୋଇ ସାମି ଦୁର୍ବଳ ହୋଇ ପଡ଼ିଥିଲେ। ଏଠାରେ ତାଙ୍କୁ ଟେଷ୍ଟ କରିବାକୁ ସୁଯୋଗ ମିଳିଲା। ପ୍ରଥମ ଦୁଇଟି ବଲ୍‌‌ରେ କମିନ୍ସ ତାଙ୍କୁ ୨ ରନ୍‌‌ ଲେଖାଏଁ ୪ ରନ୍‌‌ ନେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସାମିଙ୍କ ଯାଦୁ। ତୃତୀୟ ବଲ୍‌‌ରେ ସେ ପ୍ୟାଟ କମିନ୍ସଙ୍କୁ କ୍ୟାଚ୍‌‌ ଆଉଟ କରାଇଥିଲେ। କମିନ୍ସ ଲଙ୍ଗ ଅନ୍‌‌ ଅଞ୍ଚଳକୁ ବିରାଟ ସଟ୍‌‌ ମାରିଥିଲେ ମଧ୍ୟ ଠିକ୍‌‌ ବାଉଣ୍ଡରୀ ଲାଇନ୍‌‌ରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ଗୋଟିଏ ହାତରେ କ୍ୟାଚ୍‌‌ ଧରି ନେଇଥିଲେ। ଏହାର ପୂର୍ବ ଓଭରରେ କୋହଲିଙ୍କ ଡାଇରେକ୍ଟ ଥ୍ରୋ’ରେ ଡେଭିଡ୍‌‌ ରନ୍‌‌ ଆଉଟ ହୋଇଥିଲେ। ତାଙ୍କ ଫିଲ୍ଡିଂ ବେଶ ଉଚ୍ଚକୋଟୀର ହୋଇଥିଲା। ଶେଷ ଓଭରର ଚତୁର୍ଥ ବଲ୍‌‌ରେ ବ୍ୟାଟର ଆଷ୍ଟନ ଅଗର ସଟ୍‌‌ ମିସ୍‌‌ କରିଥିଲେ ମଧ୍ୟ ରନ୍‌‌ ନେବାକୁ ଦୌଡ଼ିଥିଲେ। ୱିକେଟ କିପର ଦିନେଶ କାର୍ତ୍ତିକଙ୍କ ସ୍ମାର୍ଟ ଥ୍ରୋ’କୁ ସଂଗ୍ରହ କରି ସାମି ଅଗରଙ୍କୁ ରନ୍‌‌ ଆଉଟ କରିବାରେ କୌଣସି ତ୍ରୁଟି କରି ନଥିଲେ।ଏହି ସମୟରେ ଭାରତ ବିଜୟ ବାସ୍ନା ପାଇଥିଲା। ସାମି ଗୋଟିକ ପରେ ଗୋଟିଏ ୟର୍କର ଲେଙ୍ଗ୍‌‌ଥ ବଲ ପକାଇ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଘାଇଲା କରିଦେଇଥିଲେ। ଏହାର ଫଳ ସ୍ୱରୂପ ୫ମ ବଲ୍‌‌ରେ ଜୋଶ ଇଂଲିଶ ଓ ଷଷ୍ଠ ବଲ୍‌‌ରେ କେନ ରିଚାର୍ଡସନଙ୍କୁ ବୋଲ୍ଡ କରି ସେ ଭାରତକୁ ଅପ୍ରାତ୍ୟସିତ ଭାବେ ବିଜୟୀ କରାଇଥିଲେ।

ଟି-୨୦ ବିଶ୍ୱକପ୍‌ରେ ଆଉ ଏକ ବଡ଼ ବିପର୍ଯ୍ୟୟ : ୨ ଥର T20 ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ
ହୋବାର୍ଟ : ଅଷ୍ଟ୍ରେଲିଆରେ ଗତକାଲିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌‌ର ଅଷ୍ଟମ ସଂସ୍କରଣ।। ଚଳିତ ଟି-୨୦ ବିଶ୍ୱକପ୍‌‌ର ଆରମ୍ଭରୁ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଗତକାଲି ବିଶ୍ୱକପରେ ଏସିଆ କପ୍‌‌ରେ ଭାରତ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ମାତ୍‌‌ ଦେଇଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌‌ରେ ନାମ୍ବିଆ ଭଳି ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳଠାରୁ ପରାସ୍ତ ହୋଇଥିବା ବେଳେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥରର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଜବରଦସ୍ତ ଝଟକା ଦେଇଛି ସ୍କଟଲ୍ୟାଣ୍ଡ। ଗ୍ରୁପ୍‌ ବି’ର ଆଜିର ମ୍ୟାଚ୍‌ରେ ସ୍କଟଲ୍ୟାଣ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ରବିବାର ଶ୍ରୀଲଙ୍କାକୁ ଅପେକ୍ଷାକୃତ ଦୁର୍ବଳ ନାମ୍ବିଆ ପରାସ୍ତ କରିଥିଲା। ଏବେ ସ୍କଟଲ୍ୟାଣ୍ଡ ବିପର୍ଯ୍ୟୟ ଘଟଣାଇ ୱେଷ୍ଟଇଣ୍ଡିଜ୍‌କୁ ୪୨ ରନରେ ମାତ ଦେଇଛି। ଇଣ୍ଡିଜ ଓ ଶ୍ରୀଲଙ୍କା ଆଇସିସିର ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ଦେଶ ତଥା ଟେଷ୍ଟ ଖେଳୁଥିବା ଦେଶ। ହେଲେ ସ୍କଟଲ୍ୟାଣ୍ଡ ଓ ନାମ୍ବିଆ ଆସୋସିଏଟ ଦେଶର ସଦସ୍ୟ। ତଥାପି ଦୁଇ ଦୁର୍ବଳ ଦଳ ନିଜ ନିଜର ପ୍ରତିପକ୍ଷଙ୍କୁ ହରାଇ ଇତିହାସ ରଚିଛନ୍ତି।

ଆଜି ଟି-୨୦ ବିଶ୍ୱକପ୍‌‌ର ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଟି-୨୦ ବିଶ୍ୱକପ୍‌‌ ଆରମ୍ଭରୁ ବଡ଼ ବିପର୍ଯ୍ୟୟ : ଏସିଆ କପ୍‌ ଚାମ୍ପିଅନ୍ ଶ୍ରୀଲଙ୍କାକୁ ହରାଇଲା ନାମ୍ବିଆ
ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମ୍ବିଆ । ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୧୯ ଓଭରରେ ୧୦୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ନାମ୍ବିଆ ପକ୍ଷରୁ ପ୍ରଥମେ ୨୮ ବଲରେ ଧୂଆଁଧାର ୪୪ ରନ୍ ଓ ପରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିବା ଫ୍ରାଇଲିଙ୍କ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନାମ୍ବିଆ ଭଲ ଆରମ୍ଭ କରିନଥିଲା । ଦଳ ୩୫ ରନ୍ ସ୍କୋରରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟର୍ ଏସଜେ ବାର୍ଡ ଏବଂ ଅଧିନାୟକ ଏମ.ଜି ଏରାସମସ୍ ଚତୁର୍ଥ ୱିକେଟ୍ ପାଇଁ ୪୨-ବଲ୍ ୪୧ ରନ୍ ଭାଗିଦାରୀ କରି ପାଳି ସମ୍ଭାଳିଥିଲେ। ପରେ ଜେନ ଫ୍ରାଇଲିଙ୍କ (୪୪) ଏବଂ ଜେଜେ ସ୍ମିଥ୍(୩୧) ସପ୍ତମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିବା ବେଳେ ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୬୩ ରନର ସମ୍ମାନଜନକ ସ୍କୋର କରିଥିଲା ।

ନାମ୍ବିଆପକ୍ଷରୁ ଦିଆଯାଇଥିବା ୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ମଧ୍ୟ ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍‌ ଓ୍ୱାଇସ୍‌, ବେରନାର୍ଡ , ସିକାଙ୍ଗୋ, ଜାନ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ଟି-୨୦ ବିଶ୍ବକପରୁ ଦୀପକ ଚହର ବାଦ୍, ଅଷ୍ଟ୍ରେଲିଆ ଯିବେ ସିରାଜ, ଶାମି ଓ ଶାର୍ଦ୍ଦୁଲ
ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ । ବିଶ୍ବକପ୍ ପାଇଁ ଚହର ଜଣେ ଷ୍ଟାଣ୍ଡବାଇ ଖେଳାଳି ଥିଲେ ଏବଂ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯିବ ବୋଲି ମନେ କରାଯାଉଥିଲା  କିନ୍ତୁ ତାଙ୍କ ପିଠିରେ ଆଘାତ କାରଣରୁ ସେ ଦଳରୁ ବାଦ ପଡିଛନ୍ତି।  ଦୀପକ ଚହର ଭଲ ହେବା ପାଇଁ କିଛି ସମୟ ଲାଗିବ ବୋଲି ଜଣାପଡିଛି।

ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଫିଟ୍ ହେବା ପାଇଁ ଦୀପକ କିଛି ସମୟ ନେବେ। ପୁଣିଥରେ ତାଙ୍କ ପିଠି ଯନ୍ତ୍ରଣା ଦେଖାଦେଇଛି । ତାଙ୍କ ଗୋଡ ଭଲ ଅଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ସେଥିପାଇଁ ବିସିସିଆଇ ତିନି ଖେଳାଳି ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ପଠାଉଛି।କିନ୍ତୁ ଏହି ୩ ଜଣଙ୍କ ମଧ୍ୟରୁ କିଏ ୧୫ ଜଣିଆ ସ୍କ୍ୱାଡରେ ବୁମ୍ରାଙ୍କ ସ୍ଥାନ ନେବେ ଓ କେଉଁ ଦୁଇ ଜଣ ଷ୍ଟାଣ୍ଡବାଇରେ ରହିବେ, ସେକଥା ଜଣାପଡ଼ିନି। ହେଲେ ଏହି ୩ ଜଣ ହିଁ ଅଷ୍ଟ୍ରେଲିଆ ଗସ୍ତରେ ୧୩ ତାରିଖ ଯିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି

ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଥିଲେ କିନ୍ତୁ ପିଠି ଯନ୍ତ୍ରଣା ଭଲ ହୋଇଥିବାରୁ ଦିନିକିଆ ସିରିଜରୁ ବଞ୍ଚିତ ହୋଇଥିଲେ। ସେ ଚିକିତ୍ସା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) କୁ ଯାଇଥିଲେ। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଜଣେ ନୂଆ ଖେଳାଳି ବାଛିବା ପାଇଁ ସମୟ ଅଛି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ଏହି ତିନି ଦ୍ରୁତ ବୋଲରଙ୍କ ଫିଟନେସକୁ ଆକଳନ କରିବାକୁ ଚାହୁଁଛି। ସଠିକ୍ ସମୟରେ ଅଷ୍ଟ୍ରେଲିଆରେ ପହଞ୍ଚିଲେ ସେମାନଙ୍କୁ ସେଠାକାର ପରିବେଶ ସହ ଖାପ ଖୁଆଇବାରେ ସହାୟକ ହେବ ଏବଂ ଆବଶ୍ୟକତା ସ୍ଥଳେ ସେମାନେ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ଅନ୍ୟପଟେ ପୂର୍ବ ଅଭିଜ୍ଞତା କାରଣରୁ ଦଳରେ ସ୍ଥାନ ପାଇବା ପାଇଁ ଶାମି ଜଣେ ବଡ଼ ଦାବିଦାର । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଦ୍ୟ ସମାପ୍ତ ହୋଇଥିବା ଦିନିକିଆ ସିରିଜରେ ସିରାଜ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାଛଡ଼ା ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମିଳିଥିଲା। ତିନି ମ୍ୟାଚରେ ସିରାଜ ପାଞ୍ଚଟି ୱିକେଟ୍ ନେଇଥିଲେ। ଏଥିମଧ୍ୟରୁ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ସେ ୩ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ମଧ୍ୟ ନିଜ ଅଲରାଉଣ୍ଡ ଦକ୍ଷତା ଯୋଗୁଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି । କିନ୍ତୁ ସେ ଷ୍ଟାଣ୍ଡବାଇ ତାଲିକାରେ ରହିବାର ସମ୍ଭାବନା ଅଛି ।

ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ; ଅକ୍ଟୋବର ୨୩ରୁ ପାକିସ୍ତାନ ବିରୋଧରେ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଗୁରୁବାର ସକାଳୁ ସକଳୁ ଟି-୨୦ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିିଛି। ବିସିସିଆଇ ପକ୍ଷରୁ ଏନେଇ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦିଆଯାଇଛି। ବିଶ୍ୱକପ୍ ମିଶନ୍କୁ ସଫଳ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଟିମ ଇଣ୍ଡିଆ । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ଯାହାକିି ପାକିସ୍ତାନ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ । ଦଳରେ ୧୫ନମ୍ବର ସ୍ଥାନରେ ଜସ୍‌ପ୍ରିତ ବୁମ୍‌ରାହ ରହିଥିଲେ, କିନ୍ତୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ବୁମ୍‌ରାହଙ୍କ ପିଠିରେ ଆଘାତ ଲାଗିବା କାରଣରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିସିସିଆଇ ବର୍ତ୍ତମାନ ସୁଦ୍ଧା ବୁମରାହଙ୍କ ବଦଳରେ କିଏ ଖେଳିବେ ସେନେଇ କୌଣସି ଘୋଷଣା କରିନଥିବାରୁ, ଫଟୋରେ ୧୫ଜଣଙ୍କ ବଦଳରେ ୧୪ଜଣ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡବାୟରେ ବିସିସିଆଇ ଶ୍ରେୟସ ଆୟର ଓ ମହମ୍ମଦ ସାମୀଙ୍କ ବଦଳରେ ଦୀପକ ଚହରଙ୍କୁ ରଖିଛନ୍ତି।

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଦଳ: ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ),ବିରାଟ କୋହଲି, ସୂର୍ଯ୍ୟକମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ