4 October - The Sakala

ଆଜି ବିଶ୍ବ ପ୍ରାଣୀ ଦିବସ
ପ୍ରାଣୀମାନଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରି ପ୍ରତିବର୍ଷ ଅକ୍ଟୋବର ମାସ ୪ ତାରିଖକୁ ‘ବିଶ୍ବ ପ୍ରାଣୀ ଦିବସ’ ଭାବେ ପାଳନ କରାଯାଉଛି। ପ୍ରଥମ ଥର ପାଇଁ ଜର୍ମାନ ଲେଖକ ହେନରିକ୍ ଜିମ୍‌ର୍ମନ୍‌ଙ୍କ ଉଦ୍ୟମ କ୍ରମେ ‘ବିଶ୍ବ ପ୍ରାଣୀ ଦିବସ’ ପାଳନ କରାଯାଇଥିଲା। ଇଟାଲୀୟ ସନ୍ଥ ତଥା ପଶୁପ୍ରେମୀ ଫ୍ରାନ୍ସିସ୍‌ଙ୍କ ସ୍ମୃତିରେ ଏହି ଦିବସ ୧୯୨୫ ମସିହାରୁ ପାଳନ କରାଯାଇ ଆସୁଛି।

ତେବେ ଜିମ୍‌ର୍ମାନ୍‌ଙ୍କ ଆହ୍ବାନକ୍ରମେ ଇଟାଲୀର ଆନ୍ତର୍ଜାତିକ ପଶୁ ସୁରକ୍ଷା ସଂଘ ପକ୍ଷରୁ ୧୯୩୧ ମସିହାରୁ ବିଧିବଦ୍ଧ ଭାବେ ପ୍ରତିବର୍ଷ ଏପରି ପାଳନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ତେବେ ସଂଯୁକ୍ତ ରାଷ୍ଟ୍ର ସ୍ଥିତ ‘ନେଚର୍‌ୱାଚ୍‌ ଫାଉଣ୍ଡେସନ୍’ ୨୦୦୩ରେ ଏକ ୱେବସାଇଟ୍ ଖୋଲି ଏହାର ପ୍ରଚାର ଓ ପ୍ରସାରକୁ ବ୍ୟାପକ କରିଛି। ବିଲୁପ୍ତପ୍ରାୟ ଜୀବଗୁଡ଼ିକର ସୁରକ୍ଷା, ତଥା ପଶୁପକ୍ଷୀଙ୍କ ପ୍ରତି ଲୋକଙ୍କ ମନରେ ଦୟାଭାବ ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ( a shared planet )