Dhamnagar by-election - The Sakala

ଧାମନଗର ଉପନିର୍ବାଚନ: କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହେଲା ଭୋଟ ଗଣତି
ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ । ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି। ତେବେ କିଛି ସମୟ ପରେ ପ୍ରଥମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ ।

ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ; ସକାଳ ୮ରୁ ଭୋଟ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି
ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅର୍ଦ୍ଧ ସାମରିକ ବଳ, ଦ୍ଵିତୀୟରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ତୃତୀୟ ସ୍ତରରେ ଓଡ଼ିଶା ପୋଲିସ ଜଗିବେ । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେସ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି ଦିନ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୁତୟନ ହେବେ । ସେହିପରି ୧ ପ୍ଲାଟୁନ CRPF ଯବାନ ମୁତୟନ ହେବେ । ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ ସେହିମାନେ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

ଧାମନଗର ଉପନିର୍ବାଚନ: ସରିଲା ମତଦାନ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । ନିଜର ନୂଆ ବିଧାୟକ କିଏ ହେବ, ତାଙ୍କୁ ବାଛିବା ପକ୍ରିୟା ପୂର୍ଣ୍ଣ କରିଛନ୍ତି ଧାମନଗରବାସୀ । ତେବେ ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଏବେବି ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିୟା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ ।

ତେବେ ଅନ୍ୟପଟେ ପ୍ରାୟ ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି ।

ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ ।

ପ୍ରତିଟି ଭୋଟ ଗଣତନ୍ତ୍ରକୁ ମଜବୁତ କରିବ : ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର : ଧାମନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଛି। ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ ସଂଖ୍ୟା ଭୋଟ ହେବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ।’

ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ। #DhamnagarByPoll pic.twitter.com/y1z5o15M2l

— Naveen Patnaik (@Naveen_Odisha) November 3, 2022

ଧାମନଗର ଉପନିର୍ବାଚନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୨୫୨ବୁଥରେ ମତଗ୍ରହଣ କରାଯାଇଛି । ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ନଟବର ମୁଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି।

ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

— Naveen Patnaik (@Naveen_Odisha) November 3, 2022

ତେବେ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସପଟେ ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ଉଜଚୠ, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଉପନିର୍ବାଚନ ପାଇଁ କ୍ୟାମ୍ପେନିଂରେ କମ୍ପୁଛି ଧାମନଗର, ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ କରୁଛନ୍ତି। ୩ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ଏବେ ଭୋଟ୍‌ ପ୍ରଚାରରେ କମ୍ପୁଛି।

ଏହାରି ମଧ୍ୟରେ ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।ନିର୍ବାଚନମଣ୍ଡଳୀର ମୋଟ ୬ଟି ଜୋନ୍‌‌ ଥିବାବେଳେ ପ୍ରତି ଜୋନ୍‌‌ରେ ୨-୩ଟି ଲେଖାଏଁ ଏଲଇଡି ଲଗାଯାିଛି। ଏଲଇଡି ଲାଗିବାକୁ ଥିବା ଅଞ୍ଚଳରେ ପ୍ରାୟ ୫ ହଜାରରୁ ୬ ହଜାର ଲୋକ ଏକତ୍ର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାରକୁ ନେଇ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀମାନେ ବେଶ୍‌‌ ଉତ୍ସାହିତ ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ମଙ୍ଗଳବାର ନିର୍ବାଚନ ପ୍ରଚାରର ଶେଷଦିନ ଥିବାବେଳେ ଶାସକ ବିଜେଡି ସହ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏଠାରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋର୍‌‌ଦାର କରାଯାଇଛି। ପ୍ରଚାରରେ ଅନ୍ୟ ଦଳଙ୍କଠାରୁ ବିଜେଡି ଢେର ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ପ୍ରାର୍ଥିନୀ ଅବନ୍ତୀଙ୍କ ପାଇଁ ପ୍ରଚାର ଦଳକୁ ଆହୁରି ସୁବିଧାଜନକ ସ୍ଥିତିରେ ପହଞ୍ଚାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ରାଜ୍ୟ ବିଜେପିକୁ ଘାରିଛି ହାରିବା ଭୟ। ଯାହା ଫଳରେ ଭୋକ ବିକଳରେ ତାଟିଆ କାମୁଡିବା ଭଳି ହେଉଛି ବିଜେପି। କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର। ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରିବାର ଓଡ଼ିଶା ବିଜେପିର ଏକ ପୁରୁଣା ଅଭ୍ୟାସ ରହିଛି, ଯେତେବେଳେ ସେମାନେ ଭୟଭୀତ ହେବା ଆରମ୍ଭ କରିବେ ଏବଂ ଜାଣିପାରିବେ ଯେ ସେମାନେ ଏକ ବୃହତ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବେ। ନିରାଶ ଏବଂ ନିରାଶରେ, ସେମାନେ ଗଉଉ ର ଉଲ୍ଲଂଘନ ଆରମ୍ଭ କରନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧାମନଗର ପ୍ରଚାର କରିବା ବେଳେ ମିଥ୍ୟା ପ୍ରତିଶ୍ରୁତି ଦେବା ସହ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭୀତ କରିବା ଭଳି ବିଭିନ୍ନ ପ୍ରତିଶ୍ରୁତି ହେଇଥିଲେ। ଯାହା ନିର୍ବାଚନ ଆଚରଣ ବିଧିର ସମ୍ପୁର୍ଣ୍ଣ ଉଲ୍ଲଂଘନ।  ଧାମନଗର ଉପନିର୍ବାଚନରେ ବିଜେପିର ବୃହତ ​​ପରାଜୟ ହେବ ଏଣୁ  ନିରାଶାରେ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଏଥି ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ସହ ବିଜେଡି  ପ୍ରତିନିଧି ଦଳ ଏକ ପେନ୍ ଡ୍ରାଇଭ୍ ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନର ଭିଡିଓ ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଧାମନଗରରେ ରକ୍ତମୁଖା ହୋଇଛି ବିଜେପି, ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ଜାଣି ସାରିଛି ସେ ଧାମନଗରରେ ପରାଜିତ ହେବ। ଏଣୁ ପରାଜୟ ଭୟରେ ହୀନ ରାଜନୀତି କରୁଛି ବିଜେପି।

ପ୍ରଥମେ ପ୍ରାୟୋଜିତ ଏସଏଚଜି ଦ୍ଵାରା ଟଙ୍କା ଭିଡ଼ିଓ ଭାଇରାଲ କଲେ ଯାହା ବିଷୟରେ ବିଜେପି ମଧ୍ୟ ସ୍ପଷ୍ଟ କରିପାରୁନାହିଁ। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ବାହାରକୁ ଆଣିଲେ।ଏଥିସହ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଟାକ୍‌ କଲେ ଓ ଧମକ ଦେଲେ। ଆଉ ଏବେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ବିଜେପି ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ ।ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯାହାକୁ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛୁ।ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ଭଦ୍ରକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଧାମନଗର ଉପ-ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା
ଭଦ୍ରକ: ଧାମନଗର ବିଧାନସଭା ଉପ-ନିର୍ବାଚନ ଲାଗି ଆଜି ଭଦ୍ରକ ଆସିଥିଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଜିଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସିଧେଶ୍ୱର ବଳିରାମ ବୋନ୍ଦର, ବାଲେଶ୍ୱର ପୋଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭଦ୍ରକ ଏସପି ଚରଣ ସିଂ ମିନା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତା ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ସେହିଭଳି ଇଭିଏମ ଓ ଭିଭିପ୍ୟାଡ ମହଜୁଦ ଥିବା ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଆସନ୍ତା ଉପ-ନିର୍ବାଚନ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରାଯିବ ଓ କେହି ଏଥିରେ ବ୍ୟତିକ୍ରମ କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।

ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି ପ୍ରତିନିଧି ଦଳ । ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେପି ଏଭଳି କାର୍ଯ୍ୟ କରିଆସୁଥିଲା । ଏବେ ପୁଣି ଥରେ ଧାମନଗର ଉପନିର୍ବାଚନରେ ଏହା ଦୋହରାଇଛି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ, ଅବନ୍ତୀ ଦାସ ବିଜେଡିର ଧାମନଗର ପ୍ରାର୍ଥୀ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସ ହୋଇଛନ୍ତି ବିଜୁ ଜନତା ଦଳର ଧାମନଗର ପ୍ରାର୍ଥୀ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଅନ୍ୟପଟେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି । ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରି ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରିଥିବାବେଳେ ନିଜର ହୃତ ସମ୍ମାନ ଫେରି ପାଇବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନ ପରେ ଅନୁଷ୍ଠିତ ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଆଦି ଉପନିର୍ବାଚନରେ ବିପୁଳ ବିଜୟର ବୈଜୟନ୍ତୀ ଉଡ଼ାଇଥିବା ବିଜେଡି ଧାମନଗର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିଛି।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବିଜେଡି ଧାମନଗର ପାଇଁ ରଣନୀତି ପ୍ରସ୍ତୁତ କରିଛି। ଯାହା ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବ।  ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଜେଡିରେ୍‌‌ ସମନ୍ୱୟର ଅଭାବ କାରଣରୁ ଅପ୍ରତ୍ୟାଶିତ ଭାବରେ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା କୁହାଯାଉଥିଲା। ତେଣୁ ଦଳ ପୂର୍ବର ତ୍ରୁଟିବିଚ୍ୟୁତିକୁ ସୁଧାରି ଚଳିତ ଉପନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ ହେବ ସେଥିପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଏହାର ରଣନୀତି ପ୍ରସ୍ତୁତି କରୁଛନ୍ତି। ବିଭିନ୍ନ ଦିଗକୁ ବିଚାରକୁ ନେଲେ ଶାସକ ଦଳ ବର୍ତମାନ ବିଭିନ୍ନ ଦୃଷ୍ଟିରୁ ସହଜ ସ୍ଥିତିରେ ରହିଛି। ଯଦି ସବୁକିଛି ଯୋଜନା ମୁତାବକ କାର୍ଯ୍ୟାନ୍ୱୟନ ହୁଏ, ତାହେଲେ ଧାମନଗରରେ ବିଜେଡିର ବିଜୟ ବ୍ୟବଧାନ ଅନ୍ୟ ଉପନିର୍ବାଚନ ପରି ବୃହତ୍‌‌ ହେବା ସମ୍ଭାବନା ନିଶ୍ଚିତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି। ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ମାତ୍ର ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଜିଲ୍ଲା ବିଜେଡିରେ ସମନ୍ୱୟ ଅଭାବରୁ ତାଙ୍କର ବିଜୟ ସମ୍ଭବ ହେଲା ବୋଲି ଅନେକବାର ବିଷ୍ଣୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଥିଲେ।

ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନିର୍ବାଚନ ଲଢିଥିବା ବେଳେ ବିଜେପିର ସମସ୍ତ ରଣନୀତି ଫେଲ୍‌‌ ମାରିଥିଲା। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜୋନ୍‌‌ରେ ବିଜେଡ଼ି ବିଜୟୀ ହୋଇଥିଲା। ଧାମନଗର ପଞ୍ଚାୟତ ସମିତି ଓ ଏନ୍‌‌ଏସି ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି କବ୍‌‌ଜା କରିଥିଲା। ଅତଏବ ପୂର୍ବ ଫଳାଫଳ, ବିଜେଡିର ସାଂଗଠନିକ ସ୍ଥିତି, ନିର୍ବାଚନ ମଣ୍ଡଳୀ ପ୍ରତି ବିଷ୍ଣୁଙ୍କ ଅଣଦେଖାକୁ ବିଚାର କଲେ ବିଜେଡି ନିଜ ବିଜୟ ନେଇ ନିଶ୍ଚିତ ବୋଲି କୁହାଯାଉଛି।

ଅନ୍ୟପଟେ ବିଷ୍ଣୁଙ୍କ ଅବର୍ତ୍ତମାନରେ ବିଜେପି ଅନୁକମ୍ପା ଭୋଟ ଏବଂ ଦଳୀୟ ସଂଗଠନକୁ ପାଥେୟ କରି ଧାମନଗର ଆସନ ବଞ୍ଚାଇବାକୁ ଯୋଜନା କରିଛି। ସ୍ୱର୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ବିଜୟୀ ହେବାକୁ ବିଜେପି ଯେଉଁ ଲକ୍ଷ୍ୟ ରଖିଛି ତାହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁକମ୍ପା ଭୋଟ ଯେ ବିଜୟୀ ହେବାରେ ପ୍ରମୁଖ କାରଣ ହୋଇନପାରେ ତାହା ଗତ ବାଲେଶ୍ୱର ଉପ ନିର୍ବାଚନରେ ଦଳୀୟ ନେତାମାନେ ଅନୁଭବ କରିଛନ୍ତି। ମଦନମୋହନ ଦତ୍ତଙ୍କ ପରଲୋକ ପରେ ବାଲେଶ୍ୱର ଉପନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପି ପରାଜୟର ମୁହଁ ଦେଖିଛି। ଅନ୍ୟପକ୍ଷରେ ଅସୁସ୍ଥତା ହେଉ କିମ୍ବା ବ୍ୟକ୍ତିଗତ କାରଣ ଯୋଗୁଁ ବିଧାୟକ ବିଷ୍ଣୁ ସେଠୀ ନିଜ ନିର୍ବାଚନମଣ୍ଡଳୀକୁ ସମୟ ଦେଇ ପାରି ନାହାନ୍ତି। ବିରୋଧୀ ଦଳ ଉପନେତା ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ମଧ୍ୟ ଚିର ବନ୍ୟା ପ୍ରପୀଡିତ ଧାମନଗର ପାଇଁ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇ ନାହାନ୍ତି। ଏସବୁ କାରଣ ଯୋଗୁଁ ନିର୍ବାଚନମଣ୍ଡଳୀର ଭୋଟର ସୂରଜଙ୍କୁ ମନଖୋଲା ସମର୍ଥନ ଦେବାକୁ କୁଣ୍ଠାପ୍ରକାଶ କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।

ଧାମନଗର ଉପ-ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ
ଭଦ୍ରକ: ଧାମନଗର ଉପ-ନିର୍ବାଚନ ଲାଗି ଦିବଂଗତ ବିଜେପି ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁଅ ସୂର୍ଯ୍ୟବଂଶୀ। ନାମାଙ୍କନ ପତ୍ର ଦାଖଲ ସମୟରେ ସୂର୍ଯ୍ୟବଂଶୀଙ୍କ ସହିତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ।

ଭଦ୍ରକ ସହର ମଥାସାହି ସ୍ଥିତ ଦକ୍ଷିଣକାଳୀ ମନ୍ଦିରରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ କାଳନ୍ଦୀ ସାମଲ, ବିଧାୟକ ମୋହନ ମାଂଝୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ଲଲିତେନ୍ଦୁ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଅଭିମନ୍ୟୁ ସେଠୀ, ଡ ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ମନସ୍ମିତା ଖୁଣ୍ଟିଆ, ତୁଷାର ଜେନା, ଅକ୍ଷୟ ସାହୁ, ଦୁର୍ଗା ରାୟ ମହାପାତ୍ର, ଜଗନ୍ନାଥ ଦାସ, ବଦ୍ରିନାରାୟଣ ଧଳ, ଶରତ ପଢ଼ିଆରି, ବୁଦ୍ଧଦେବ ଜେନା, ଶଶିକାନ୍ତ ବିଶ୍ଵାଳ ପ୍ରମୁଖ ଶତାଧିକ ନେତା ଓ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରା ରେ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଲଷ୍ମୀ ପ୍ରସାଦ ସାହୁଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଧାମନଗର ଗଡ଼ ବଜାୟ ରଖିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି । ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ।

ଧାମନଗର ଉପନିର୍ବାଚନ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ତିନିଦଳ ପାଇଁ ଅଗ୍ନି ପରୀକ୍ଷା
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାତ୍ର ୪ ଦିନ ବାକି। ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନଥିଲେ ମଧ୍ୟ ଦଳ ପକ୍ଷରୁ ସାଂଗଠନିକ କାର୍ଯ୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜନସମ୍ପର୍କ ପଦଯାତ୍ରା ସହ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରି ବିଜେଡି ନିଜକୁ ପ୍ରସ୍ତୁତ କରୁଛି। ଆସନ୍ତାକାଲି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହି ସ୍ଥିତିରେ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଧାମନଗରରେ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ହେଁ ତୃଣମୂଳସ୍ତରରେ ଦଳର ସାଂଗଠନିକ ସକ୍ରିୟତା ସେତେଟା ଅନୁଭୂତ ହେଉନାହିଁ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନକୁ ତିନିଦଳ ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ବୋଲି ବିଚାର କରାଯାଉଥିବା ବେଳେ କଂଗ୍ରେସର ନିଷ୍କ୍ରିୟତା ସାଧାରଣରେ ଆଲୋଚନା ସୃଷ୍ଟି କରିଛି।

ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକରେ ଡେରା ପକାଇଛନ୍ତି। ସେହିପରି ଦଳୀୟ ପ୍ରାର୍ଥୀ ସୂରଜ ମଧ୍ୟ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଭେଟୁଛନ୍ତି। ଆସନ୍ତାକାଲି ସୂରଜ ନାମାଙ୍କନ ଦାଖଲ କରିବେ ବୋଲି ରାଜ୍ୟ ସଭାପତି ଘୋଣୋ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ କର୍ମୀମାନଙ୍କୁ ସଂଗଠିତ କରାଯାଉଥିବା ବେଳେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଘନ ଘନ ପ୍ରସ୍ତୁତି ବୈଠକ ଆୟୋଜିତ ହେଉଛି। ସୋମବାର ଦଳର ବହୁ ବିଧାୟକ ସମେତ ନିର୍ବାଚନମଣ୍ଡଳୀସ୍ତରୀୟ ନେତାଙ୍କୁ ନେଇ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏଥିରେ ନିର୍ବାଚନରେ ଦଳ କିପରି ରେକର୍ଡ ବ୍ୟବଧାନରେ ବିଜୟୀ ହେବ ଏବଂ ସେଥିରେ ପ୍ରତ୍ୟେକ ନେତା ଏବଂ କର୍ମୀଙ୍କର ଭୂମିକା କଣ ରହିବ ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ବୁଥ୍‌‌ସ୍ତରରୁ ଶାସକ ଦଳ ନିଜକୁ ସଂଗଠିତ କରୁଥିବା ବେଳେ ଧାମନଗର ନିର୍ବାଚନୀ ଇତିହାସରେ ଦଳ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଦଳର ଛାମୁଆ ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

କିନ୍ତୁ କଂଗ୍ରେସ ପକ୍ଷରୁ ନିର୍ବାଚନମଣ୍ଡଳୀରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନଥିବା ଦେଖିବାକୁ ମିଳିଛି। ଅଳ୍ପ କେତେକ ସ୍ଥାନରେ ଦଳର ସାଂଗଠନିକ ବୈଠକ ଛାଡ଼ିଦେଲା ପରେ ଦଳ ଏଠାରେ ଆପାତତଃ ନିରବ ରହିଛି। ସୋମବାର ଭୁବନେଶ୍ୱର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଦଳର ପ୍ରାର୍ଥିତ୍ୱ ନେଇ ଆଲୋଚନା ହେବା ସହ ତିନିଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି। ଉପନିର୍ବାଚନକୁ ନେଇ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଯେଉଁ ଉଷ୍ମତା ପ୍ରକାଶ ପାଉଛି ତାହା ଧାମନଗରରେ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ମୋଟ ଭୋଟର ମାତ୍ର ୪ ପ୍ରତିଶତ ଭୋଟ ପାଇଥିଲା। ଦଳର ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ସମ୍ମାନ ଫେରିପାଇବାକୁ ହେଲେ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ସହ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।