Dhamnagar - The Sakala

ଦାରିଦ୍ର୍ୟର ତାଡ଼ନା ସହିପାରିଲେନି ବାପା-ମା’; ୪ ବର୍ଷର ଝିଅକୁ ୧୫ ହଜାରରେ ବିକିଦେଲେ
ଧାମନଗର: ଆର୍ଥିକ ଅନଟନରୁ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକିଦେଲେ ବାପା-ମା’। ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ୨ନମ୍ବର ୱାର୍ଡ ଅଧୀନ ଗୁମୁଗଡ଼ ଛକ ନିକଟ ଡମଆଡ଼ି ଅଞ୍ଚଳରୁ ଶିଶୁବିକ୍ରି ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି।

ସୂଚନାନୁଯାୟୀ, ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ଅତ୍ୟନ୍ତ ଗରିବ ଶ୍ରେଣୀର। ମାଗିଯାଚି ପରିବାର ଚଳାନ୍ତି। ବନ୍ଧୁଆଙ୍କ ମୂଳ ଘର ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ କଲେଇ ଗ୍ରାମରେ। ତାଙ୍କର ୩ଟି ସନ୍ତାନ ଥିବା ବେଳେ ୨ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ତେଣୁ, ପରିବାର ଚଳାଇବାରେ କଷ୍ଟ ହେବାରୁ ଏହି ଦମ୍ପତି ନିଜର ସାନଝିଅକୁ ମାତ୍ର ୧୫ହଜାର ଟଙ୍କାରେ ଶନିବାର ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିବା କଥା ସ୍ୱୀକାର କରିଛନ୍ତି। ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ଦୁଇଜଣ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ ଶିଶୁଟିକୁ ନେଇ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ପୂର୍ବରୁ ବନ୍ଧୁଆ ୫ ହଜାର ଟଙ୍କା ଅଗ୍ରିମ ନେଇଥିବା ବେଳେ ଶନିବାର ଧାମନଗର ବଜାରରେ ଆଉ ୧୦ ହଜାର ଟଙ୍କା ନେଇ ଶିଶୁଟିକୁ ସେମାନଙ୍କ ହାତକୁ ଟେକି ଦେଇଥିଲେ। ଉକ୍ତ ଟଙ୍କାରୁ ମାଆ କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚ‌ଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପରିଆଡ଼ି, ରମାକାନ୍ତ ଜେନାଙ୍କ ସମେତ ଧାମନଗର ଥାନା ଏସ୍‌ଆଇ ରଶ୍ମିତା ମଲ୍ଲିକ ପହଞ୍ଚି ତଦନ୍ତ କରିଥିଲେ। ପରେ ବିକ୍ରି ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଶିଶୁ ସୁରକ୍ଷା ବିଭାଗ ।

ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଆଜି ସଂଧ୍ୟାରେ ବିଜେପିରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ବର: ବିଜେଡିକୁ ଫେରିଲେ ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସ । ବିଜେପିରୁ ଇସ୍ତଫା ଦେଇ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ସେ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

ରାଜୁ ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ, ତା’ପରେ ବିଜେପିରେ ମିଶିଥିଲେ । ସୋରରୁ ରାଜୁଙ୍କ ନାଁ ବିଜେପି ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ବିଜେପିରେ ଅବହେଳିତ ହେବା ପରେ ପୁଣି ବିଜେଡିକୁ ଫେରିଛନ୍ତି ରାଜୁ । ଚାନ୍ଦବାଲି, ବାସୁଦେବପୁର ଓ ଧାମନଗର ସବୁ ଆସନ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜୁ । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁ ସମୟରେ ସହଯୋଗ ରହିବ ବୋଲି କହିଛନ୍ତି ।

ଧାମନଗର ଉପନିର୍ବାଚନ: କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହେଲା ଭୋଟ ଗଣତି
ଧାମନଗର: ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ । ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି। ତେବେ କିଛି ସମୟ ପରେ ପ୍ରଥମ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ ।

ଆଜି ଆସିବ ଧାମନଗର ରାୟ, ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ୍ କାଉଣ୍ଟିଂ
ଧାମନଗର: କିଏ ଜିତିବ ଧାମନଗର ବାଜି । ଆଜି ଖୋଲିବ ଇଭିଏମ୍‌ ପେଡ଼ି । ଆରମ୍ଭ ହେବ ଗଣତି । ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଭୋଟ୍ ଗଣତି ହେବ । ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ୮ଟାରୁ ସାଢ଼େ ୮ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ହେବ । କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ ।

ସିଇଓଙ୍କ ସୂଚନା ଅନୁଯାୟୀ ଇଭିଏମ୍‍ ଭୋଟଗଣନା ପାଇଁ ସମୁଦାୟ ୧୪ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି। ଭୋଟଗ୍ରହଣ ପରେ ୨୫୨ଗୋଟି ବୁଥ୍‍ରୁ ଫେରିଥିବା ଇଭିଏମ୍‍ ଭୋଟଗୁଡ଼ିକୁ ସମୁଦାୟ ୧୮ଟି ରାଉଣ୍ଡରେ ଗଣତି କରାଯିବ ଏବଂ ସର୍ବଶେଷରେ ଭିଭିପ୍ୟାଟ୍‍ ସ୍ଲିପ୍‍ଗୁଡ଼ିକୁ ଗଣତି କରାଯିବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯିବ। ପ୍ରତ୍ୟେକ କାଉଣ୍ଟିଂ ଟେବୁଲ୍‍ ପାଇଁ ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ନିଯୁକ୍ତ ହୋଇଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଜଣେ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାିଥିବା ବେଳେ ସେ ପର୍ଯ୍ୟବେକ୍ଷକଙ୍କୁ ମତଗଣନା ସମୟରେ ସହାୟତା କରିବେ। ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ୍‍ରୁମ୍‍ରେ ଇଭିଏମ୍‍ଗୁଡ଼ିକୁ ରଖାଯାଇଛି। ନିର୍ବାଚନ ପଳାଫଳ ମଧ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍‍ସାଇଟ୍‍ ମାଧ୍ୟମରେ ଜନସାଧାରଣ ପାଇପାରିବେ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ସହ ଗୋଟିଏ ପ୍ଲାଟୁନ ସିଆରପିଏଫ୍ ଯବାନ ମୁତୟନ । ଭୋଟ ଗଣତି କେନ୍ଦ୍ରର ୧୦୦ ମିଟର ଦୂରରେ ଗାଡ଼ି ପାର୍କିଂ କରାଯିବ । ଯେଉଁମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କଠାରୁ ପାଇଥିବେ । ସେହିମାନେ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ । ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀ ମଧ୍ୟ ଗଣତି ପ୍ରକ୍ରିୟା ଅନୁଧ୍ୟାନ ପାଇଁ କେନ୍ଦ୍ରକୁ ଯାଇପାରିବେ ।

ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ; ସକାଳ ୮ରୁ ଭୋଟ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି
ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅର୍ଦ୍ଧ ସାମରିକ ବଳ, ଦ୍ଵିତୀୟରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ତୃତୀୟ ସ୍ତରରେ ଓଡ଼ିଶା ପୋଲିସ ଜଗିବେ । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେସ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି ଦିନ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୁତୟନ ହେବେ । ସେହିପରି ୧ ପ୍ଲାଟୁନ CRPF ଯବାନ ମୁତୟନ ହେବେ । ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ ସେହିମାନେ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

ଧାମନଗର ଉପନିର୍ବାଚନ: ସରିଲା ମତଦାନ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । ନିଜର ନୂଆ ବିଧାୟକ କିଏ ହେବ, ତାଙ୍କୁ ବାଛିବା ପକ୍ରିୟା ପୂର୍ଣ୍ଣ କରିଛନ୍ତି ଧାମନଗରବାସୀ । ତେବେ ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଏବେବି ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିୟା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ ।

ତେବେ ଅନ୍ୟପଟେ ପ୍ରାୟ ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ ୭୨.୦୧ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି ।

ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ ।

ପ୍ରତିଟି ଭୋଟ ଗଣତନ୍ତ୍ରକୁ ମଜବୁତ କରିବ : ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର : ଧାମନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଛି। ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ ସଂଖ୍ୟା ଭୋଟ ହେବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ।’

ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ। #DhamnagarByPoll pic.twitter.com/y1z5o15M2l

— Naveen Patnaik (@Naveen_Odisha) November 3, 2022

ଧାମନଗର ଉପନିର୍ବାଚନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୨୫୨ବୁଥରେ ମତଗ୍ରହଣ କରାଯାଇଛି । ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ନଟବର ମୁଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି।

ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

— Naveen Patnaik (@Naveen_Odisha) November 3, 2022

ତେବେ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସପଟେ ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ଉଜଚୠ, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଉପନିର୍ବାଚନ ପାଇଁ କ୍ୟାମ୍ପେନିଂରେ କମ୍ପୁଛି ଧାମନଗର, ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ କରୁଛନ୍ତି। ୩ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ଏବେ ଭୋଟ୍‌ ପ୍ରଚାରରେ କମ୍ପୁଛି।

ଏହାରି ମଧ୍ୟରେ ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।ନିର୍ବାଚନମଣ୍ଡଳୀର ମୋଟ ୬ଟି ଜୋନ୍‌‌ ଥିବାବେଳେ ପ୍ରତି ଜୋନ୍‌‌ରେ ୨-୩ଟି ଲେଖାଏଁ ଏଲଇଡି ଲଗାଯାିଛି। ଏଲଇଡି ଲାଗିବାକୁ ଥିବା ଅଞ୍ଚଳରେ ପ୍ରାୟ ୫ ହଜାରରୁ ୬ ହଜାର ଲୋକ ଏକତ୍ର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାରକୁ ନେଇ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀମାନେ ବେଶ୍‌‌ ଉତ୍ସାହିତ ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ମଙ୍ଗଳବାର ନିର୍ବାଚନ ପ୍ରଚାରର ଶେଷଦିନ ଥିବାବେଳେ ଶାସକ ବିଜେଡି ସହ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏଠାରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋର୍‌‌ଦାର କରାଯାଇଛି। ପ୍ରଚାରରେ ଅନ୍ୟ ଦଳଙ୍କଠାରୁ ବିଜେଡି ଢେର ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ପ୍ରାର୍ଥିନୀ ଅବନ୍ତୀଙ୍କ ପାଇଁ ପ୍ରଚାର ଦଳକୁ ଆହୁରି ସୁବିଧାଜନକ ସ୍ଥିତିରେ ପହଞ୍ଚାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ରାଜ୍ୟ ବିଜେପିକୁ ଘାରିଛି ହାରିବା ଭୟ। ଯାହା ଫଳରେ ଭୋକ ବିକଳରେ ତାଟିଆ କାମୁଡିବା ଭଳି ହେଉଛି ବିଜେପି। କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର। ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରିବାର ଓଡ଼ିଶା ବିଜେପିର ଏକ ପୁରୁଣା ଅଭ୍ୟାସ ରହିଛି, ଯେତେବେଳେ ସେମାନେ ଭୟଭୀତ ହେବା ଆରମ୍ଭ କରିବେ ଏବଂ ଜାଣିପାରିବେ ଯେ ସେମାନେ ଏକ ବୃହତ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବେ। ନିରାଶ ଏବଂ ନିରାଶରେ, ସେମାନେ ଗଉଉ ର ଉଲ୍ଲଂଘନ ଆରମ୍ଭ କରନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧାମନଗର ପ୍ରଚାର କରିବା ବେଳେ ମିଥ୍ୟା ପ୍ରତିଶ୍ରୁତି ଦେବା ସହ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭୀତ କରିବା ଭଳି ବିଭିନ୍ନ ପ୍ରତିଶ୍ରୁତି ହେଇଥିଲେ। ଯାହା ନିର୍ବାଚନ ଆଚରଣ ବିଧିର ସମ୍ପୁର୍ଣ୍ଣ ଉଲ୍ଲଂଘନ।  ଧାମନଗର ଉପନିର୍ବାଚନରେ ବିଜେପିର ବୃହତ ​​ପରାଜୟ ହେବ ଏଣୁ  ନିରାଶାରେ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଏଥି ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ସହ ବିଜେଡି  ପ୍ରତିନିଧି ଦଳ ଏକ ପେନ୍ ଡ୍ରାଇଭ୍ ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନର ଭିଡିଓ ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଧାମନଗରରେ ରକ୍ତମୁଖା ହୋଇଛି ବିଜେପି, ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ଜାଣି ସାରିଛି ସେ ଧାମନଗରରେ ପରାଜିତ ହେବ। ଏଣୁ ପରାଜୟ ଭୟରେ ହୀନ ରାଜନୀତି କରୁଛି ବିଜେପି।

ପ୍ରଥମେ ପ୍ରାୟୋଜିତ ଏସଏଚଜି ଦ୍ଵାରା ଟଙ୍କା ଭିଡ଼ିଓ ଭାଇରାଲ କଲେ ଯାହା ବିଷୟରେ ବିଜେପି ମଧ୍ୟ ସ୍ପଷ୍ଟ କରିପାରୁନାହିଁ। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ବାହାରକୁ ଆଣିଲେ।ଏଥିସହ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଟାକ୍‌ କଲେ ଓ ଧମକ ଦେଲେ। ଆଉ ଏବେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ବିଜେପି ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ ।ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯାହାକୁ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛୁ।ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ଧାମନଗର ଉପନିର୍ବାଚନ: ନଭେମ୍ବର ୧ ସରିବ ପ୍ରଚାର, ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଂ
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ଅଭିଯୋଗ ପାଇଁ ମଧ୍ୟ ନମ୍ବର ଜାରି କାରାଯାଇଛି। ପୋଷ୍ଟାଲ ବାଲଟର ବ୍ଯବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ବରେ ରାଜ୍ଯ ପୁଲିସର ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ଟି ଲେଖାଏଁ ବିଏସଏଫ ଓ ସିଆରପିଏଫ ଫୋର୍ସ ମୁତୟନ ହେବେ ବୋଲି ରଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଧାମନଗର ଉପନିର୍ବାଚନ: ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ପୁଲିସ ଡିଜିଙ୍କ ସମୀକ୍ଷା, ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୁଲିସ ଡିଜି  ସୁନୀଲ ବଂଶଲ। ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଭିସିରେ ସମୀକ୍ଷା କରିଛନ୍ତି ଡିଜି ସୁନୀଲ ବଂଶଲ। ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସପି ଉପସ୍ଥିତ ଥିଲେ । ଇସିଆଇଙ୍କ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ଯକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଉପନିର୍ବାଚନରେ ୪ ପ୍ଲାଟୁନ ସିଆରପିଏଫ୍ ମୁତୟନ ହେବ । ଏହାସହ ୨୦ପ୍ଲାଟୁନ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ ହେବେ । ବର୍ତ୍ତମାନ ସୁଦ୍ଧା  ୮୩ ଅବକାରୀ ମାମଲା ରୁଜୁ ସହ ୧ ହଜାର ୩୫ ଲିଟର ମଦ ଜବତ କରିଛି ପୁଲିସ ।