Padamapur - The Sakala

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍: ଜୟନାରାୟଣଙ୍କୁ ପ୍ରଚାରରୁ ବାଦ ଦେବାକୁ ବିଜେଡିର ଦାବି
ଭୁବନେଶ୍ବର: ବାରମ୍ବାର ମହିଳାଙ୍କୁ ଅପମାନ କରିବା ଯେମିତି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜନନାରାୟଣ ମିଶ୍ର ଆଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଜୟନାରାୟଣଙ୍କୁ ପଦମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ୍ ।

ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ଜୟନାରାୟଣ ଅଭ୍ୟାସଗତ ଭାବେ ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି । ଏଥିସହ ଅପରାଧିକ କାର୍ଯ୍ଯକଳାପରେ ମଧ୍ୟ ସେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ମାମଲାରେ ଜୟନାରାୟଣ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ସେ ବେଲରେ ଅଛନ୍ତି । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ଏହାସହ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିଜେଡି ଟିମ୍ ।

ନିଜ ଉପରେ ପ୍ରାୟୋଜିତ ଆକ୍ରମଣ କରି ବିଜେଡି ଉପରେ ଅଠା ବୋଳିବାକୁ ଅପଚେଷ୍ଟା କରୁଛି ବିଜେପି- ବିଜେଡି ମୁଖପାତ୍ର ଇପ୍ସିତା ସାହୁ
ଭୁବନେଶ୍ବର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଭେଟିଛି। ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଟିମ୍ ଭେଟିଛି।  ଫେରାଦ ହେବା ପରେ ବିଜେଡିର ପ୍ରତିକ୍ରିୟାରେ କହିଛି ଯେ, ଅନୁକମ୍ପା ହାତେଇବାକୁ ନାଟକ କରୁଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତ। କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ବିଜେଡି ଉତ୍ତରିୟ ଏବଂ ପତାକା ପକାଇ ନିଜ ଉପରେ ଆକ୍ରମଣ ଡ୍ରାମା କରିବାକୁ ଅପଚେଷ୍ଟା କରୁଛନ୍ତି ।  ଗଣତନ୍ତ୍ର ରେ ଭୋଟ ଦେବା ଏବଂ ଭୋଟ ମାଗିବା ସମସ୍ତଙ୍କ ର ଅଧିକାର ଅଛି। ବିଜେଡିକୁ ବଦନାମ କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ପ୍ରଦୀପ ପୂରୋହିତ ।  ଯଦି ହାରିବାର ଭୟ ଅଛି ତେବେ ନିର୍ବାଚନକୁ ନ ଆସିବା ଭଲ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଜଣାଇଛି। ଘଟଣା ଉପରେ ସ୍ବତନ୍ତ୍ର ନଜର ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି।

ପଦ୍ମପୁର ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ କରାଗଲା ଅବଗତ
ଭୁବନେଶ୍ୱର: ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ପଦ୍ମପୁର ବିଧାନସଭା ଆସନ।  ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ସୂଚନା ଅନୁଯାୟୀ, ୩ଦିନ ତଳେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ୬୫ବର୍ଷ ବୟସରେ ଆଖି ବୁଜିଥିଲେ ବିଜୟ ରଞ୍ଜନ ସିଂ ବରିହା । ବିଜୟ ଅସୁସ୍ଥତା କାରଣରୁ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ । ୧୯୯୦, ୧ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପଶ୍ଚିମ ଓଡ଼ିଶାରେ ବିଜେଡିର ଜଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।  ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ତଥ୍ୟ ସମ୍ବଳିତ ପ୍ରଶ୍ନ ପଚାରି ଚର୍ଚ୍ଚାରେ ରହି ଆସନ୍ତି ବିଜୟ ରଞ୍ଜନ ସିଂ ବରିହା । ତାଙ୍କର ମୃତ୍ୟୁରେ ସମଗ୍ର ଓଡ଼ିଶା ସ୍ତମ୍ଭୀଭୁତ ହୋଇଥିବାବେଳେ ଉକ୍ତ ଆସନ ଏବେ ଖାଲି ପଡ଼ିଛି ।

ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ବିଜୟ ରଞ୍ଜନ ସିଂହ ବରିହା କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ୟ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ  ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

— Naveen Patnaik (@Naveen_Odisha) October 3, 2022

ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହା ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିଛିଦିନ ତଳେ ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଭୁବନେଶ୍ବରରେ ଉକ୍ତ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହେଉଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଅନ୍ୟ କୌଣସି ବଡ଼ ଡାକ୍ତରଖାନାକୁ ନେବା ପାଇଁ ଚିନ୍ତା କରାଯାଉଥିବା ବେଳେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ବିୟୋଗରେ ପଦ୍ମପୁରରେ ଶୋକର ଛାୟା ଖେଳିଯାଇଛି।

ସ୍ୱର୍ଗତଃ ବରିହା ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତେବେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।