festival - The Sakala
ଚୈତ୍ର ନବରାତ୍ରିକୁ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଉପବାସ ରଖନ୍ତି। ତା’ସହ ଏହି ନବରାତ୍ରିରେ କିଛି ବିଶେଷ ଜିନିଷ କିଣିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ତେବେ କ’ଣ ସେସବୁ ଜିନିଷ, ସେ ସମ୍ପର୍କରେ ଜାଣିବା।
-ଚୈତ୍ର ନବରାତ୍ରିରେ ଚାଉଳ କିଣିବା ମନା। ଏହି ପର୍ବ ପୂର୍ବରୁ ନଚେତ ପରେ ଏହାକୁ କିଣିପାରିବେ। ତେବେ ନବରାତ୍ରିରେ ଚାଉଳ କିଣିବା ଦ୍ବାରା ନବରାତ୍ରିରେ ମିଳୁଥିବା ପୁଣ୍ୟ କ୍ଷୟ ଘଟେ।
-କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ଏହି ପର୍ବରେ କିଣିବା ଅଶୁଭ। ଏଭଳି କରିବା ଦ୍ବାରା କୁଣ୍ଡଳିରେ ଗ୍ରହଦୋଷ ଲାଗିଥାଏ। ତା’ସହ ସେହି ଜିନିଷର ଖରାପ ଓ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ।
-ନବରାତ୍ରି ଚାଲିଥିବା ବେଳେ ଲୁହା ଜିନିଷ କିଣିବା ବିଧିସମ୍ମତ ନୁହେଁ। ଏଥିରୁ ଘରେ ଧନ-ସମ୍ପତ୍ତି ହାନି ଘଟେ।
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚୈତ୍ର ନବରାତ୍ରିରେ କଳା ରଙ୍ଗ କପଡ଼ା କିଣିବା ମନା। ଏହା ଦ୍ବାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି।
ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ସକାଳ ୮ରୁ ସାଢେ଼ ୯ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ: ଆସନ୍ତା ୧୪ ତାରିଖରେ ଦୋଳ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଦାରୁବିଗ୍ରହ ଏହି ଦୁର୍ଲଭ ବେଶରେ ସଜେଇ ହେବେ। ତେଣୁ ଦୋଳପୂର୍ଣ୍ଣିମା ଏବଂ ଏହା ପୂର୍ବଦିନ ହେବାକୁ ଥିବା ମେଣ୍ଢାପୋଡ଼ି ନୀତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିଲାଗି ଗୁରୁବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମାର୍ଚ୍ଚ ୧୩ ତାରିଖରେ ମେଣ୍ଢାପୋଡ଼ି ନୀତିକୁ ସଅଳ ସାରି ରାତି ୧୨ଟାରେ ରାତ୍ର ପହୁଡ଼ କରାଯିବ। ରାତ୍ର ୩ଟାରେ ଦ୍ୱାର ଫିଟାଯାଇ ଅନ୍ୟାନ୍ୟ ନୀତି ଚାଲିବ। ୧୪ ତାରିଖ ପୂର୍ବାହ୍ନ ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବେଢ଼ା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ। ରାତ୍ର ୯ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୩୫ରୁ ୧୨ଟା ମଧ୍ୟରେ ଦାରୁବିଗ୍ରହଙ୍କ ସୁନାବେଶ ମଇଲମ ବା ଓଲାଗି କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି।
ସେହିପରି ବୈଠକରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ନେଇ ଆଲୋଚନା କରାଯାଇଛି। ନିର୍ଘଣ୍ଟ ସମୟରେ ନୀତିକାନ୍ତି ଚାଲିଲେ, ଦର୍ଶନ ବ୍ୟବସ୍ଥା ବି ଶୃଙ୍ଖଳିତ ହେବ। ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ସବୁ ନିଯୋଗଙ୍କୁ ଅବଗତ କରାଯାଇଛି। ଦୈନନ୍ଦିନ ନୀତିକାନ୍ତି ହେଉ ବା ସ୍ୱତନ୍ତ୍ର ପର୍ବପର୍ବାଣି ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଉଛି, ସେହି ସମୟରେ ନୀତି ସମ୍ପନ୍ନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି।
ବୈଠକରେ ଏସ୍‌ପି ବିନିତ ଅଗ୍ରୱାଲ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଓ ବରିଷ୍ଠ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ।
ଜାନୁଆରୀ
ତା ୧: ଇଂରାଜୀ ନବବର୍ଷ, ଶାମ୍ବ ଦଶମୀ, ସୂର୍ଯ୍ୟ ପୂଜା
ତା ୬: ପୌଷ ପୂର୍ଣ୍ଣିମା, ଦେବାଭିଷେକ, ପୁଷପୁନି, ମହୋଦଧି ଆଳତି
ତା ୧୪: ମକର ସଂକ୍ରାନ୍ତି, ପୋଙ୍ଗଲ, ଗଙ୍ଗାସାଗର ବୁଡ଼, ବ୍ୟାସକବି ଜୟନ୍ତୀ
ତା ୧୫ ଜାନୁଆରୀ-ମକର ସଂକ୍ରାନ୍ତି, ପୋଙ୍ଗଲ, ଉତ୍ତରାୟଣ
ତା ୧୮: ଷଟ୍‌ତିଳା ଏକାଦଶୀ, ଓଳାଶୁଣୀ ମେଳା
ତା ୨୧ : ମୌନି ଅମାବାସ୍ୟା, ମା’ ବିରଜାଙ୍କ ଜନ୍ମୋତ୍ସବ
ତା ୨୬: ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା
ତା ୨୮: ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ଼
ଫେବ୍ରୁଆରୀ
ତା  ୧ : ସର୍ବସମ୍ମତ ଭୈମୀ ଏକାଦଶୀ
ତା ୫:  ମାଘ ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ, ଚନ୍ଦ୍ରୋପବାସ
ତା ୧୩: କୁମ୍ଭ ସଂକ୍ରାନ୍ତି
ତା ୧୬:  ସ୍ମାର୍ତ୍ତସମ୍ମତ ପଙ୍କୋଦ୍ଧାର ଏକାଦଶୀ
ତା ୧୮:  ମହାଶିବରାତ୍ରି
ତା ୨୧ : ରାମକୃଷ୍ଣ ପରମହଂସଙ୍କ  ଜୟନ୍ତୀ
ମାର୍ଚ୍ଚ
ତା ୧ : ଫଗୁଦଶମୀ
ତା ୨:  ଶ୍ରୀମନ୍ଦିରରେ  ଫଗୁଦଶମୀ , ଦୋଳଯାତ୍ରା ଆରମ୍ଭ
ତା ୩ :  ପାପନାଶିନୀ ଏକାଦଶୀ
ତା ୭:  ଦୋଳ ପୂର୍ଣ୍ଣିମା
ତା ୧୧:  ପଞ୍ଚୁଦୋଳ
ତା ୧୪:  ମାସାନ୍ତ, ତାରାତାରିଣୀ ଯାତ୍ରାରମ୍ଭ
ତା ୨୪- ରମଜାନ ରୋଜା ଆରମ୍ଭ
ତା ୨୯:  ଅଶୋକାଷ୍ଟମୀ, ବାସନ୍ତୀକ ମୃଣ୍ମୟୀ ଓ ପୀଠେ ମହାଷ୍ଟମୀ ପୂଜା, ସନ୍ଧ଄ପୂଜା
ତା  ୩୦: ଶ୍ରୀରାମ ନବମୀ
ତା ୩୧: ମୃଣ୍ମୟୀ ଓ ପୀଠେ ବାସନ୍ତୀକ ଦଶହରା ଉତ୍ସବ
ଅପ୍ରେଲ
ତା ୧: କାମଦା ଏକାଦଶୀ, ଉତ୍କଳ ଦିବସ
ତା ୬: ଚୈତ୍ର ପୂର୍ଣ୍ଣିମା
ତା ୭: ଗୁଡ୍‌ ଫ୍ରାଇଡେ
ତା ୧୪: ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଝାମୁଯାତ୍ରା
ତା ୧୬: ବରୁଥିନୀ ଏକାଦଶୀ
ତା ୨୨: ଇଦୁଲ୍‌ଫିତର
ତା ୨୩: ଅକ୍ଷୟ ତୃତୀୟ, ଚନ୍ଦନଯାତ୍ରା ଆରମ୍ଭ
ତା ୨୯: ସୀତା ନବମୀ
ମଇ
ତା ୧: ଶ୍ରମିକ ଦିବସ, ମୋହିନୀ ଏକାଦଶୀ
ତା ୪: ଶ୍ରୀନୃସିଂହ ଚତୁର୍ଦ୍ଦଶୀ ଉପବାସ
ତା ୫: ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ଜୟନ୍ତୀ
ତା ୧୨: ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ର
ତା ୧୫: ବୃଷ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଭିତର ଚନ୍ଦନ ଓ ଜଳକ୍ରୀଡ଼ା
ତା ୧୯: ଜ୍ୟେଷ୍ଠ ଅମାବାସ୍ୟା, ସାବିତ୍ରୀ ବ୍ରତ
ତା ୨୫: ଶୀତଳ ଷଷ୍ଠୀ
ତା ୩୧: ନିର୍ଜଳା ଏକାଦଶୀ, ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ, ବିଶ୍ବ ତମାଖୁ ନିରୋଧୀ ଦିବସ
ଜୁନ୍‌
ତା ୪: ଦେବସ୍ନାନ ପୂର୍ଣ୍ଣିମା
ତା ୧୪: ସର୍ବସମ୍ମତ ଖଳିଲାଗି ଏକାଦଶୀ, ପହିଲି ରଜ
ତା  ୧୫: ମିଥୁନ (ରଜ)ସଂକ୍ରାନ୍ତି
ତା  ୧୬: ଭୂମିଦାହ, ଶିବଚତୁର୍ଦ୍ଦଶୀ ଓ ବେଢା, ଭଞ୍ଜ ଜୟନ୍ତୀ।
ତା ୧୭:  ବସୁମତୀ ସ୍ନାନ
ତା ୧୯: ନେତ୍ରୋତ୍ସବ, ନବଯୌବନ ଦର୍ଶନ
ତା ୨୦:  ଶ୍ରୀଗୁଣ୍ଡିଚା ( ରଥଯାତ୍ରା)
ତା ୨୧:  ବିଶ୍ବ ଯୋଗ ଦିବସ
ତା ୨୪: ହେରା ପଞ୍ଚମୀ
ତା ୨୮: ବାହୁଡ଼ା ରଥଯାତ୍ରା
ଜୁଲାଇ
ତା ୧: ଶ୍ରୀ ଜୀଉଙ୍କର ନୀଳାଦ୍ରି ବିଜେ ଉତ୍ସବ
ତା ୭:  ମନସା ପଞ୍ଚମୀ
ତା ୧୭: କର୍କଟ ସଂକ୍ରାନ୍ତି,  ଚିତାଲାଗି ଅମାବାସ୍ୟା
ତା ୧୯:  ଦ୍ବିତୀୟା ଚନ୍ଦ୍ରଦର୍ଶନ
ତା ୩୧: ଶ୍ରୀ ଶିବଶୟନ ଉତ୍ସବ
ଅଗଷ୍ଟ
ତା ୪: ସଙ୍କଟ ଚତୁର୍ଥୀ
ତା ୧୫: ସ୍ବାଧୀନତା ଦିବସ
ତା ୧୭: ସିଂହ ସଂକ୍ରାନ୍ତି
ତା ୨୬: ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ
ତା ୩୦: ବଳଦେବଙ୍କ ଜନ୍ମ, ରକ୍ଷାବନ୍ଧନ
ତା ୩୧: ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା, ବଳଦେବଙ୍କ ଜନ୍ମ, ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ
ସେପ୍ଟେମ୍ବର
ତା ୩: ଖୁଦୁରୁକୁଣୀ ଓଷାରମ୍ଭ
ତା ୫: ଗୁରୁ ଦିବସ
ତା ୬: ବୁଧେଇ ଓଷାରମ୍ଭ, ଜନ୍ମାଷ୍ଟମୀ
ତା ୧୪: ସପ୍ତପୁରୀ ଅମାବାସ୍ୟା
ତା ୧୭: କନ୍ୟା ସଂକ୍ରାନ୍ତି, ବିଶ୍ବକର୍ମା ପୂଜା
ତା ୧୯: ଶ୍ରୀଗଣେଶ ପୂଜା
ତା ୨୦: ଋଷିପଞ୍ଚମୀ, ନୂଆଁଖାଇ
ତା ୨୬: ଶ୍ରୀବାମନ ଜନ୍ମ, ସୁନିଅଁା
ତା ୨୮: ମହାପୁରୁଷ ମହମ୍ମଦଙ୍କ ଜନ୍ମ
ତା ୨୯: ଇନ୍ଦୁ ପୂର୍ଣ୍ଣିମା, ଭାଗବତ ଜନ୍ମ
ଅକ୍ଟୋବର
ତା ୨:  ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ତା ୬: ଦ୍ବିତୀୟା ଓଷା
ତା ୧୩:  ଶିବଚତୁର୍ଦ୍ଦଶ୍ୟୁପବାସ ବା ବେଢ଼ା ପରିକ୍ରମା
ତା  ୧୪:  ମହାଳୟା ଅମାବାସ୍ୟା, ଫୁଲ୍ଲୋରୀ ଓଷା
ତା  ୧୬:   ଗର୍ଭଣା ସଂକ୍ରାନ୍ତି
ତା ୨୫:  ସର୍ବସମ୍ମତ ପାପାଙ୍କୁଶା ଏକାଦଶୀ
ତା ୨୮: କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା
ନଭେମ୍ବର
ତା ୧୧: ଧନ୍ବନ୍ତରୀ ଜୟନ୍ତୀ, ନରକ ଚତୁର୍ଦ୍ଦଶୀ
ତା ୧୨: ଶ୍ୟାମକାଳୀ ପୂଜା , ଦୀପାବଳୀ, ପୟାଶ୍ରାଦ୍ଧ
ତା ୧୪:  ଶିଶୁଦିବସ
ତା ୧୫ : ନାଗ ଚତୁର୍ଥୀ  ବ୍ରତ
ତା ୨୦:  ଗୋଷ୍ଠାଷ୍ଟମୀ
ତା ୨୧- ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା
ତା ୨୫: ବଡ଼ଓଷା
ତା ୨୭: କାର୍ତ୍ତିକ ବ୍ରତ ସମାପ୍ତ, ରାସପୂର୍ଣ୍ଣିମା, ବାଲିଯାତ୍ରା
ତା ୨୮: ମାର୍ଗଶୀର କୁଷ୍ଣପକ୍ଷ , ଛାଡ଼ଖାଇ
ଡିସେମ୍ବର
ତା ୧:  ସୀତା ବିବାହ
ତା  ୫: ପ୍ରଥମାଷ୍ଟମୀ
ତା ୬: କାଞ୍ଜିଅଁଳା ନବମୀ
ତା ୭ : ମାଣବସା ଗୁରୁବାର ଓଷା
ତା ୧୧:  ଦେବ ଦୀପାବଳୀ ଆରମ୍ଭ
ତା ୧୨:  ମହୋଦଧି ଅମାବାସ୍ୟା
ତା ୧୬:  ଧନୁ ସଂକ୍ରାନ୍ତି
ତା ୨୩:  ବ୍ୟଞ୍ଜନ ଦ୍ବାଦଶୀ
ତା ୨୫:  ବଡ଼ଦିନ ଉତ୍ସବ
ତା  ୨୬ : ପଣ୍ଡୁ ପୂର୍ଣ୍ଣିମା
ତା  ୨୯: ଦାଣ୍ଡପହଁରା, ବାଟଓଷା
ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପିଙ୍କ ଅପିଲ୍: ମାତିଛନ୍ତି ଦୁର୍ବୃତ୍ତ, ସତର୍କ ଓ ନିରାପଦ ରହିବାକୁ ଦେଲେ ପରାମର୍ଶ
ଭୁବନେଶ୍ବର: ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି। ଘର ଛାଡି ବାହାରକୁ ଗଲେ କାହାକୁ ଦାୟିତ୍ବରେ ଛାଡି ଯାଆନ୍ତୁ । ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ । ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ଯବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ । ମଣ୍ଡପ କିମ୍ବା ଜନଗହଳି ସ୍ଥାନରେ ସାମଗ୍ରୀକୁ ନିଜ ଦାୟିତ୍ବରେ ରଖନ୍ତୁ । ସନ୍ଦେହଜନକ ବ୍ୟକ୍ତି ବା ଜିନିଷ ଦେଖିଲେ ୧୧୨କୁ କଲ କରି ଜଣାନ୍ତୁ । ସତର୍କ ଓ ନିରାପଦ ରହିବାକୁ ଡିସିପି ପରାମର୍ଶ  ଦେଇଛନ୍ତି।