Traffic Control - The Sakala

ଟ୍ରାଫିକ୍‌‌ ପରିଚାଳନା ଓ ଗଣ୍ଡଗୋଳ ରୋକିବ ‘ଏଆଇ’, କର୍ମଚାରୀଙ୍କ ଲାଗି ଆସିବ ଶହେ ବଡି କ୍ୟାମେରା
ଭୁବନେଶ୍ୱର: ଏଣିକି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ଅଣାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଗାଡ଼ି ଚଳାଚଳ ଓ ଟ୍ରାଫିକ୍‌‌ ପରିଚାଳନାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ଲାଗି ବଡି କ୍ୟାମେରା ଅଣାଯାଇଛି। ଏହା ଦ୍ୱାରା ଅମାନିଆ ଚାଳକଙ୍କ ଗତିବିଧି ଓ ଗଣ୍ଡଗୋଳ ସମୟର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରିକି ମହିଳା ଟ୍ରାଫିକ କର୍ମଚାରୀ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିଛି। ଏହି କ୍ୟାମେରା ବ୍ୟବସ୍ଥାକୁ ସଶକ୍ତୀକରଣ କରିବା ଆଉ ୧୦୦ଟି ନୂଆ ବଡ଼ି କ୍ୟାମେରା ଆଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ଆଧୁନିକୀକରଣ ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ସେହିପରି ଭୁବନେଶ୍ୱର ସହରାଞ୍ଚଳରେ ଟ୍ରାଫିକରେ ୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସମସ୍ତ ଟ୍ରାଫିକ କର୍ମଚାରୀଙ୍କ ଲାଗି ବଡ଼ି କ୍ୟାମେରା ପିନ୍ଧିବା ଲାଗି ବନ୍ଦୋବସ୍ତ କରାଯାଇଛି। ବିଶେଷକରି ଏନ୍‌‌ଫୋର୍ସମେଣ୍ଟ ଦାୟିତ୍ୱରେ ରହୁଥିବା ଅଧିକାରୀ ବଡି କ୍ୟାମେରା ପରିଧାନ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଭୁବନେଶ୍ୱର ବିଭିନ୍ନ ଛକରେ ୧୫ ଜଣ ଟ୍ରାଫିକ ଭଲ୍ୟୁଣ୍ଟିୟର (ସ୍ୱେଚ୍ଛାସେବୀ)ଙ୍କୁ ମୁତୟନ କରାଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ପରେ ଆହୁରି ଛାତ୍ରଛାତ୍ରୀମାନେ କାର୍ଯ୍ୟରେ ଯୋଗଦେବେ। ସମସ୍ତ ଟ୍ରାଫିକ ଭଲ୍ୟୁଣ୍ଟିୟରଙ୍କୁ ବଡି କ୍ୟାମେରା ଯୋଗାଇ ଦିଆଯିବ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଟ୍ରାଫିକ ପୁଲିସ ନିକଟରେ ଏବେ ମାତ୍ର ୧୪୮ଟି ବଡ଼ି କ୍ୟାମେରା ରହିଛି। ଆଗକୁ ନିର୍ବାଚନ ଥିବାରୁ ଗାଡ଼ି ଚଳାଚଳ ସହ ରାଜ୍ୟ ବାହାର ଆଗନ୍ତୁକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଛକଗୁଡ଼ିକରେ ସିସିଟିଭି ଖଞ୍ଜାଯିବା ସହ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କ ଦେହରେ ବି ବଡି କ୍ୟାମେରା ରହିବ। ରାତି ହେଉ କି ଦିନରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀମାନେ ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରିବେ।

୩ ମିନିଟ୍‌‌ ଭିଡିଓରେ ଖେଳଖତମ

ଟ୍ରାଫିକ କର୍ମଚାରୀ ଦେହରେ ଏହି କ୍ୟାମେରା ପିନ୍ଧୁଛନ୍ତି। ବଡି କ୍ୟାମେରାରେ ୩ମିନିଟ୍‌‌ ଭିଡ଼ିଓ ଏବଂ ଅଡିଓ ରେକର୍ଡିଂ ବ୍ୟବସ୍ଥା ରହିଛି। ଏଥିରେ ଏକ ମେମୋରି ଚିଫ୍‌‌ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ବଡି କ୍ୟାମେରା ଏକ ସୁଇଚ୍‌‌ ଅନ୍‌‌ କଲେ ଅଟୋ ରେକର୍ଡିଂ ଆରମ୍ଭ ହେବ। ଫଳରେ ଅପରାଧୀ ତଥା ଉଲ୍ଲଂଘନକାରୀ ସହଜରେ ଖସିପାରିବେ ନାହିଁ। ଏଥିସହ ବହୁଦିନ ଧରି ଏହି ରେକର୍ଡିଂକୁ ହାର୍ଡଡିସ୍କରେ ଗଚ୍ଛିତ କରାଯାଇ ରଖାଯାଉଛି। ଆବଶ୍ୟକସ୍ଥଳେ ଏସବୁକୁ ରେକର୍ଡିଂକୁ କାର୍ଯ୍ୟରେ ଲଗାଯାଉଛି। ବହୁ ସମୟରେ ପୁଲିସ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ରେକର୍ଡିଂ ଆଧାରରେ ଗିରଫ କରାଯାଇ ଜେଲ୍‌‌ ହାଜତକୁ ପଠାଇ ଦିଆଯାଉଛି। ନିକଟରେ ସହିଦନଗର, ଶ୍ରୀଲିଙ୍ଗରାଜ, ଇନ୍‌‌ଫୋସିଟି, ଖଣ୍ଡଗିରି, କ୍ୟାପିଟାଲ ଭଳି ଥାନା ଅଞ୍ଚଳରେ ଟ୍ରାଫିକ ପୁଲିସଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଖୋଲୁଛି ମୁଖା; ୧୦୭୫ ଫଇସଲା

ମୋବାଇଲ୍‌‌ରେ କଥା ହୋଇ ଗାଡି଼ ଚଳାଉଛନ୍ତି କିଛି ଅମାନିଆ। ଟ୍ରାଫିକ ଯାଞ୍ଚ ସମୟରେ ଉଲ୍ଲଂଘନକାରୀ ଧରାପଡ଼ିଲେ ଓଲଟା ନାଲି ଆଖି ଦେଖାଉଛନ୍ତି। ନିୟମ ଉଲ୍ଲଂଘନ ବାବଦରେ କିଛି କହିଲେ, ଟ୍ରାଫିକ କର୍ମଚାରୀଙ୍କ ଓ ଉଲ୍ଲଂଘନକାରୀଙ୍କ ମଧ୍ୟରେ ଚୁକ୍ତିତର୍କ ଓ ଠେଲାପେଲା ଲାଗୁଛି। ଘମାଘୋଟ ଆରୋପ ଓ ପ୍ରତ୍ୟାରୋପ ପରେ ଉଲ୍ଲଂଘନକାରୀ ଖୋଜୁଛି ପ୍ରମାଣ। ଅମାନିଆ ଚାଳକ ନାମରେ ଇ-ଚାଲାଣ କାଟିବା ପରେ ଆରମ୍ଭ ହେଉଛି ବଳିଷ୍ଠ ପ୍ରମାଣ ଖୋଜା। ଏହାକୁ ଚାଲେଞ୍ଜ କରି କୋର୍ଟର ଦ୍ୱାରସ୍ଥ ହେଉଛନ୍ତି ଉଲ୍ଲଂଘନକାରୀ। ସେଇ ସମୟରେ କୋର୍ଟ ଏହାର ପ୍ରମାଣ ସ୍ୱରୂପ ଭିଡ଼ିଓ କ୍ଲିପ ମାଗି ଟ୍ରାଫିକ କର୍ମଚାରୀଙ୍କୁ କାଠଗଡ଼ାକୁ ଟାଣୁଛି। ପରେ ବଡି କ୍ୟାମେରାରେ ରେକର୍ଡିଂ ହୋଇଥିବା ଭିଡିଓ ଓ ଅଡିଓକୁ କୋର୍ଟରେ ଦାଖଲ କରାଯାଉଛି। ଏମିତି ଭାବେ ଗଲାବର୍ଷ ଭିତରେ ୧୦୭୫ରୁ ଅଧିକ ଅଭିଯୋଗ ଉପରେ ପୁଲିସକୁ କୋର୍ଟରେ ସବୁଜ ସଙ୍କେତ ମିଳିବା ସହ ଉଲ୍ଲଂଘନକାରୀଙ୍କ ଅସଲ ମୁଖା ପଦାକୁ ଆସୁଛି। ତେବେ ବଡି କ୍ୟାମେରାରେ କଏଦ୍‌‌ ହୋଇଥିବା ଭିଡିଓ ଓ ଅଡିଓ ଜରିଆରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ସହ ଆଇନ୍‌‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜଧାନୀରେ ପାର୍ବଣ ଭିଡ଼ରେ ନାକେଦମ୍‍ ଲୋକେ; ଘଣ୍ଟା ଘଣ୍ଟା ଅଟକି ରହୁଛି ଗାଡ଼ି
ଭୁବନେଶ୍ୱର: ରାଜଧାନୀ ରାଜପଥଠାରୁ ଜନପଥ ସବୁଠି ଟ୍ରାଫିକ ସ୍ଥିତି ଅସମ୍ଭାଳ। ପୂଜା ଆରମ୍ଭ ନ ହେଉଣୁ ଆଜିଠୁ ଟ୍ରାଫିକ୍‍ ଅବ୍ୟବସ୍ଥାର ଭୟାନକ ଚିତ୍ର ଦେଖିବାକୁ ମିଳିଲାଣି। ଏମିତି ଟ୍ରାଫିକ ପରିସ୍ଥିତି ଦେଖି ଆଗକୁ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି। ସହର ଭିଡ଼ରେ ଫସି ନାକେଦମ୍‍ ହେଲେଣି ଲୋକେ। ଘଣ୍ଟାଘଣ୍ଟା ଛକଗୁଡ଼ିକରେ ଅଟକି ରହୁଛି ଗାଡ଼ି। ଦୁଇ ଚକିଆ ଠାରୁ ଚାରିକିଆ ସବୁ ଟ୍ରାଫିକରେ ଫସି ରହୁଛନ୍ତି। ନା ଆଗକୁ ଯାଇ ହେଉଛି ନା ପଛକୁ ଫେରି ହେଉଛି। ଯେଉଁଠି ଅଟକିଛି ସେଇଠି ଛିଡ଼ାହୋଇ ରହିଛି ଗାଡ଼ି।

ରାଜଧାନୀ ପ୍ରବେଶପଥ କୁହାଯାଉଥିବା କୁଆଖାଇ ପୋଲ ଉପରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଲାଗିଛି ଗାଡ଼ିର ଲମ୍ବାଧାଡ଼ି। ସେ ବାଣୀବିହାର ଫ୍ଲାଏଓଭର ହେଉ ଅବା ଜୟଦେବ ବିହାର ଠାରୁ ଖଣ୍ଡଗିରି ଯାଏଁ ଭିଡ଼ ପ୍ରବଳ ଲାଗୁଛି। ସହର ଭିତର କଥା କହିବା କାଠିକର ପାଠ ହୋଇଯାଇଛି। ଗୋଟିଏ ଲେଖାଏଁ ଛକକୁ ଅତିକ୍ରମ କରିବା ଲାଗି ଅଧ୍ୟ ଘଣ୍ଟାଏ ସମୟ ଲାଗିଯାଉଛି। ଆମ୍ବୁଲାନ୍ସଠୁ ଆରମ୍ଭ କରି ଜରୁରିକାଳୀନ ଗାଡ଼ିଗୁଡିକ ଫସି ରହୁଛନ୍ତି। ଦୁଇ ଦିନ ହେଲା ସନ୍ଧ୍ୟା ହେଲେ ବଦଳିଯାଉଛି ସହରର ଟ୍ରାଫିକ ସ୍ଥିତି। ଯାଏ ଯୁଆଡେ ପାରିଲା ପଶିଲା। ଏଣୁ ଭିଡ଼କୁ ନିୟନ୍ତ୍ରଣ କରିବାରେ ହରଡଘଣାରେ ପଡ଼ିଛି ଟ୍ରାଫିକ ପୁଲିସ। ଏଣୁ ମଣ୍ଡପ ସାମ୍‍ନାରେ ଗାଡ଼ିଗୁଡିକ ପାର୍କିଂ କରାଇ ଦିଆଯାଉନାହିଁ। ଏପରିକି ପୂଜା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୁଇ ଚକିଆ ଯାନ ନେଇ ଆସିବାକୁ କୁହାଯାଇଛି। ଅନ୍ୟପକ୍ଷରେ ପଳାଶୁଣି, ହଂସପାଳ, ରସୁଲଗଡ଼ ଓ ସପ୍ତସତୀ ଛକରେ ୪ଟି ଗାଡ଼ି ବ୍ରେକ୍‍ ଫେଲ୍‍ ହୋଇଯାଇଥିଲା। ଗାଡ଼ିଗୁଡିକ ରାସ୍ତାରୁ ନ ହଟିବାରୁ ଗହଳି ପ୍ରବଳ ହୋଇଥିଲା। ଏପଟରୁ ସେପଟ ପର୍ଯ୍ୟନ୍ତ ଗାଡ଼ିଗୁଡିକ ଲମ୍ବାଲାଇନ୍‍ ଲାଗିଥିଲା। ଟ୍ରାଫିକ ପୁଲିସ ଭିଡ଼କୁ ଏଡେଇବା ଲାଗି ନାକେଦମ୍‍ ହୋଇଥିଲା। ଶେଷରେ କ୍ରେନ୍‍ ସହାୟତାରେ ଗାଡ଼ିଗୁଡ଼ିକ ହଟାଯାଇଥିଲା।