Jan Sampark Padayatra bjd - The Sakala

ବିଜେଡିର ଜନସମ୍ପର୍କ ପଦଯାତ୍ରା : ରାଜ୍ୟ ସରକାରଙ୍କ ସଫଳ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରୁ ବିଜୁ ଜନତା ଦଳର ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଉଛି। ଆଜି ସକାଳ ୧୦ଟା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ମାସେ କାଳ ଚାଲିବାକୁ ଥିବା ଏହି ପଦଯାତ୍ରା ଦଳ ପାଇଁ ବେଶ୍‌‌ ଗୁରୁତ୍ୱ ବହନ କରୁଛି। କୋଭିଡ୍‌‌ ମହାମାରୀ ହେତୁ ଦୁଇ ବର୍ଷ ପରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରୁଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବୁଝାଇବ ଦଳ। ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଦଳ।

ଏହି ପରିପ୍ରେକ୍ଷୀରେ ଦୁଇ ଦିନ ଧରି ବରମୁଣ୍ଡା ପଡ଼ିଆ ଠାରେ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ପଦଯାତ୍ରାକୁ ସଫଳ କରିବା ପାଇଁ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ, ନିର୍ବାଚିତ ଜନ ପ୍ରତିନିଧି, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇବା ସହିତ ରାଜ୍ୟ ସରକାରଙ୍କର ସଫଳ ଯାତ୍ରାର ବାର୍ତ୍ତା ଏବଂ କେନ୍ଦ୍ର ସରକାରଙ୍କ ଅବହେଳାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନନଙ୍କ ଅବଦାନକୁ ମଧ୍ୟ ମନେ ପକାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

ଏହି ପଦଯାତ୍ରାର ଆଭିମୁଖ୍ୟ ଏବଂ ଏହାର ସଫଳ କାମନା କରି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ପଦାଧିକାରୀଙ୍କୁ ପତ୍ର ଲେଖିଥିଲେ। ସେହିପରି ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ମଧ୍ୟ ଦଳର ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ, ବିଧାୟକ, ସାଂସଦମାନେ ଯୋଗଦେଇ କର୍ମୀଙ୍କ ମାର୍ଗଦର୍ଶନ କରିଥିଲେ। କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କର ଅବହେଳା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛି ତାହାର ବାର୍ତ୍ତା ସେମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ। ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ। ପଦଯାତ୍ରା ସମୟରେ ରକ୍ତଦାନ, ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେବାର ୨୫ ବର୍ଷ ପୂରଣ କରିଥିବା ସାଧକ ନବୀନ ପଟ୍ଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତ୍ତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି । ଯେଉଁଥିପାଇଁ ପଦଯାତ୍ରାର ସମ୍ପୂର୍ଣ୍ଣ ସମୀକ୍ଷା ନିଜେ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।