Jan Sampark Padayatra - The Sakala

ବିଜେଡିର ‘ନବୀନ’ ସଙ୍କଳ୍ପ ‘ଗାନ୍ଧୀବାଦ’ ଜନସମ୍ପର୍କ; ପଦଯାତ୍ରାରେ ପ୍ରସାର ହେବ ଗାନ୍ଧୀ ଆଦର୍ଶ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ କର୍ମୀ-କର୍ମକର୍ତ୍ତା
ଭୁବନେଶ୍ୱର : ଗାନ୍ଧୀଜୀ ଥିଲେ ଅହିଂସା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ଆଜି ଆମେ ଯେଉଁ ସ୍ୱାଧୀନତା ପାଇଛୁ ତାହା ପଛରେ ରହିଛି ମହାତ୍ମାଙ୍କ ବଳିଦାନ। ସାଧାରଣ ଜୀବନରେ ପ୍ରତ୍ୟେକ କର୍ମୀ ଓ କର୍ମକର୍ତ୍ତା ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଏବଂ ରାଜ୍ୟବାସୀଙ୍କ ସେବାରେ ବିଜୁ ଜନତା ଦଳର ଅବଦାନକୁ ପ୍ରତି ଘରେ ଘରେ ପହଞ୍ଚାନ୍ତୁ। ଗାନ୍ଧୀଜୟନ୍ତୀରେ ରାଜ୍ୟବ୍ୟାପୀ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ଦଳୀୟ କର୍ମୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ପୂର୍ବାହ୍ନରେ ଭୁବନେଶ୍ୱରର କାରଗିଲ୍‌‌ ପଡ଼ିଆରେ ଆୟୋଜିତ ସମାରୋହରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପଟ୍ଟନାୟକ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଗାନ୍ଧୀବାଦ ପ୍ରସାର ଅଭିଯାନ ଆରମ୍ଭ କରିଛନ୍ତି। ଗାନ୍ଧୀଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିବା ସହ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ପାଇଁ କର୍ମୀ ଓ କର୍ମକର୍ତ୍ତାମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜନସମ୍ପର୍କ ପଦଯାତ୍ରା କାଳରେ ରାଜ୍ୟର ରୂପାନ୍ତର ବାର୍ତ୍ତା ଓ ଜନସେବା ଲାଗି ବିଜେଡ଼ିର ସଂକଳ୍ପ ଘରେ ଘରେ ପହଞ୍ଚାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି।

ଦଳୀୟ ନେତା ଓ କର୍ମୀଙ୍କୁ ଉଦ୍‌‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ପରିବାରରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟଧାରାର ବାର୍ତ୍ତା ପହଞ୍ଚାଇବା ସହ ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀ ଓ ସହିଦମାନଙ୍କ ଅବଦାନ ସମ୍ପର୍କରେ ରାଜ୍ୟବାସୀଙ୍କୁ ସ୍ମରଣ କରାଇବା ଲାଗି କର୍ମୀମାନେ କାର୍ଯ୍ୟ କରନ୍ତୁ। ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଦାସ, ମନ୍ତ୍ରୀ, ବିଧାୟକ, ସାଂସଦ, ମେୟର, କର୍ପୋରେଟର, ସରପଞ୍ଚ, ଜିଲ୍ଲା ପରିଷଦ ଓ ସମିତି ସଭ୍ୟଙ୍କ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ତିନି ନିର୍ବାଚନମଣ୍ଡଳୀରୁ ଆସିଥିବା ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ପଟ୍ଟନାୟକଙ୍କୁ ଜଣେ ସାଧକ ଭାବରେ ବର୍ଣ୍ଣନା କରିବା ସହ ରାଜ୍ୟବାସୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ। ସେ ୨୫ ବର୍ଷ ଧରି ସମର୍ପିତ ଭାବେ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶ ଓ ସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି। ରାଜନୀତି ଅପେକ୍ଷା ସର୍ବଦା ଜନନୀତିରେ ବିଶ୍ୱାସ ରଖିଛନ୍ତି। ଗାନ୍ଧୀଜୀଙ୍କ କଥା ସମସ୍ତେ କହନ୍ତି; କିନ୍ତୁ ନିଜ ଜୀବନଚର୍ଯ୍ୟାରେ କ୍ୱଚିତ ଲୋକ ଗାନ୍ଧୀବାଦକୁ ସ୍ଥାନ ଦେଇଥାନ୍ତି। ଗାନ୍ଧୀବାଦକୁ ନବୀନ ପଟ୍ଟନାୟକ ନିଜ ଜୀବନରେ ସମ୍ପୂର୍ଣ୍ଣ ଗ୍ରହଣ କରିଛନ୍ତି। ଚାଷୀଙ୍କ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, କ୍ରୀଡ଼ା, ଜୀବନ ଜୀବିକା, ସାମାଜିକ ପ୍ରତିବଦ୍ଧତ୍ତାରେ ତାଙ୍କର ତୁଳନା ନାହିଁ।

ଦଳର ସଭାପତି ଆଜି ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି। ମାସାଧିକାଳ ଚାଲିଥିବା ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ନେଇ ପ୍ରତ୍ୟେକ ଘରେ ପହଞ୍ଚିବା ବୋଲି ଶ୍ରୀ ମିଶ୍ର କହିଥିଲେ। ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଦରଦୀ ନବୀନ ଭୋକିଲା ପେଟକୁ ଆହାର ଯୋଗାଇଛନ୍ତି, ଅସହାୟ ନିକଟରେ ଦେବଦୂତ ଭଳି ପହଞ୍ଚିଛନ୍ତି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଲୋକଙ୍କ ପାଇଁ ଯୋଜନା କରିଛନ୍ତି। ସେ ସମସ୍ତ ଓଡ଼ିଶାବାସୀଙ୍କୁ ନିଜ ପରିବାର ବୋଲି ଗ୍ରହଣ କରିଛନ୍ତି। ସେଥିପାଇଁ ଲୋକେ ନବୀନ ବାବୁଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି।

ମେୟର ସୁଲୋଚନା ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ବୋଲି ବର୍ଣ୍ଣନା କରି ରାଜ୍ୟବାସୀଙ୍କ ସେବା ବିଜେଡିର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି। ୭୫ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଓ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ନବୀନ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବାର୍ତ୍ତାକୁ ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ ଆମେ ସଙ୍କଳ୍ପବଦ୍ଧ ବୋଲି କହିଥିଲେ। ପ୍ରାରମ୍ଭରେ ଦଳର ସଭାପତି ନବୀନ ପଟ୍ଟନାୟକ କର୍ମୀ ଓ ନେତାଙ୍କ ଗହଣରେ ଚାଲିଚାଲି ମଞ୍ଚରେ ପହଞ୍ଚିଥିଲେ ଏବଂ ଉପସ୍ଥିତ ମହିଳାମାନେ ହୁଳ ହୁଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ବିଜେଡିର ଜନସମ୍ପର୍କ ପଦଯାତ୍ରା : ରାଜ୍ୟ ସରକାରଙ୍କ ସଫଳ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରୁ ବିଜୁ ଜନତା ଦଳର ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଉଛି। ଆଜି ସକାଳ ୧୦ଟା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ମାସେ କାଳ ଚାଲିବାକୁ ଥିବା ଏହି ପଦଯାତ୍ରା ଦଳ ପାଇଁ ବେଶ୍‌‌ ଗୁରୁତ୍ୱ ବହନ କରୁଛି। କୋଭିଡ୍‌‌ ମହାମାରୀ ହେତୁ ଦୁଇ ବର୍ଷ ପରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରୁଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବୁଝାଇବ ଦଳ। ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ ଦଳ।

ଏହି ପରିପ୍ରେକ୍ଷୀରେ ଦୁଇ ଦିନ ଧରି ବରମୁଣ୍ଡା ପଡ଼ିଆ ଠାରେ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ପଦଯାତ୍ରାକୁ ସଫଳ କରିବା ପାଇଁ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ, ନିର୍ବାଚିତ ଜନ ପ୍ରତିନିଧି, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇବା ସହିତ ରାଜ୍ୟ ସରକାରଙ୍କର ସଫଳ ଯାତ୍ରାର ବାର୍ତ୍ତା ଏବଂ କେନ୍ଦ୍ର ସରକାରଙ୍କ ଅବହେଳାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନନଙ୍କ ଅବଦାନକୁ ମଧ୍ୟ ମନେ ପକାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

ଏହି ପଦଯାତ୍ରାର ଆଭିମୁଖ୍ୟ ଏବଂ ଏହାର ସଫଳ କାମନା କରି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ପଦାଧିକାରୀଙ୍କୁ ପତ୍ର ଲେଖିଥିଲେ। ସେହିପରି ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳାରେ ମଧ୍ୟ ଦଳର ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ, ବିଧାୟକ, ସାଂସଦମାନେ ଯୋଗଦେଇ କର୍ମୀଙ୍କ ମାର୍ଗଦର୍ଶନ କରିଥିଲେ। କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କର ଅବହେଳା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛି ତାହାର ବାର୍ତ୍ତା ସେମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ। ଶେଷ ଦିନରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଦଳର ପ୍ରତ୍ୟେକ ସଦସ୍ୟ ଜନସେବା ପାଇଁ ସାମୂହିକ ସଂକଳ୍ପ ନେବେ। ପଦଯାତ୍ରା ସମୟରେ ରକ୍ତଦାନ, ବୃକ୍ଷରୋପଣ, ଦରିଦ୍ର ନାରାୟଣ ସେବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେବାର ୨୫ ବର୍ଷ ପୂରଣ କରିଥିବା ସାଧକ ନବୀନ ପଟ୍ଟନାୟକ ଯେପରି ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ ଜାରି ରଖିଛନ୍ତି, ସେହି ସେବା ମନୋବୃତ୍ତି ସେ ନିଜ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ବି ଆଶା ରଖିଛନ୍ତି । ଯେଉଁଥିପାଇଁ ପଦଯାତ୍ରାର ସମ୍ପୂର୍ଣ୍ଣ ସମୀକ୍ଷା ନିଜେ କରିବେ ବୋଲି ଘୋଷଣା କରିଛନ୍ତି ନବୀନ ।