Cheetah - The Sakala

ନନ୍ଦନକାନନ ଆସିବେ ରେଡ୍ କଙ୍ଗାରୁ ଓ ଆଫ୍ରିକୀୟ ଚିତା: ସ୍ୱାଗତ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି
ଭୁବନେଶ୍ୱର: ଖୁବ୍‌ଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କିଛି ନୂଆ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଉଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବ୍‌ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ। ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କ ଅଫିସିଆଲ୍ ଏକ୍ସ (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସାଧାରଣତଃ ଏହି କଙ୍ଗାରୁ ଅଷ୍ଟ୍ରେଲିଆର ଶୁଷ୍କ ଏବଂ ଅର୍ଦ୍ଧ-ଶୁଷ୍କ ଅଞ୍ଚଳରେ ଦେଖାଯାଆନ୍ତି।

ଗତ ଅଗଷ୍ଟ ୧ ତାରିଖରେ ରାଜ୍ୟ ସରକାର ଏବଂ ଏକ ଘରୋଇ ଏଜେନ୍ସି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ମାଧ୍ୟମରେ ରେଡ୍ କଙ୍ଗାରୁ ସହିତ ଚିତା ଏବଂ ଆଫ୍ରିକୀୟ ଜେବ୍ରା ଦେଶ ତଥା ବିଦେଶରୁ ନନ୍ଦନକାନନ ଅଣାଯିବ। ଏହି ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ସରିଛି। ସୂଚନାଯୋଗ୍ୟ ଯେ, ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ନାମିବିଆ, ଦକ୍ଷିଣ ଆଫ୍ରିକା ଏବଂ ବୋତ୍ସବାନାରୁ ଅଣାଯାଇଥିଲା। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛନ୍ତି। ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ।

ଚିଡ଼ିଆଖାନାର ଜୈବ ବିବିଧତାକୁ ଆହୁରି ସମୃଦ୍ଧ କରିବା ପାଇଁ ପୂର୍ବ ହିମାଳୟ ଅଞ୍ଚଳର ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ରେଡ୍ ପାଣ୍ଡା ମଧ୍ୟ ଆସିବା ନେଇ ଯୋଜନା ରହିଛି। ଲାଲ୍ ଏବଂ ବାଦାମୀ ରଙ୍ଗର ଲୋମଶ ଚର୍ମ ଓ ଶାନ୍ତ ସ୍ୱଭାବର ଏହି ପ୍ରାଣୀ ନିଶ୍ଚିତ ଭାବେ ଦର୍ଶକଙ୍କ ମନ କିଣିବ। ଅଷ୍ଟ୍ରେଲିଆ, ଆଫ୍ରିକା ଏବଂ ହିମାଳୟର ଏହି ବିଦେଶୀ ତଥା ବିରଳ ଜୀବଜନ୍ତୁମାନଙ୍କ ଆଗମନ ସହିତ ଭୁବନେଶ୍ୱରର ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଦର୍ଶନର ସୁଯୋଗ ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ରୂପେ ସଜ୍ଜ ହୋଇଛି।

କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ
ଭୋପାଳ: କୁନୋ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ଘଟିଛି।  ଗତ ୪ ମାସରେ ୮ ଚିତାଙ୍କ ମୃତ୍ୟୁ ଏହେ ଚିନ୍ତାର କାରଣ ପାଲଟିଛି। ଲାଗୁଛି ଆଫ୍ରିକାରୁ ଆସିଥିବା ଚିତା ଯେପର୍ ଭାରତରେ ବଞ୍ଚିପାରିବେ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଚିତାଙ୍କର ମୃତ୍ୟୁ ହେବାରେ ଲାଗିଛି।

କିଛିଦିନ ତଳେ ୪ ବର୍ଷର ଚିତା ତେଜସର ମୃତ୍ୟୁ ହୋଇଥିବା ବେଳେ ଏବେ ସୂରଜ ବି ମୃତ୍ୟୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ମୃତ୍ୟୁ ନେଇ ଖବର ଆସିଥିବା ବେଳେ ଏହାର କାରଣ ଜଣାପଡ଼ି ନାହିଁ। ଏହାକୁ ମିଶାଇ ଗତ ୪ ମାସରେ ଚିତା ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

ଚିତା ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରାୟ ୭୦ ବର୍ଷ ପରେ ଭାରତକୁ ଅଣାଯାଇଥିଲା ଚିତା। ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ନାମିବ୍ୟାରୁ ଆସିଥିଲେ ୭ ଚିତା। ଏମାନଙ୍କ ମଧ୍ୟରେ ଥିଲେ ୩ ଅଣ୍ଡିରା ଏବଂ ୪ ମାଈ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଚିତାଗୁଡ଼ିକୁ ନାମିବ୍ୟାରୁ ଆଣାଯାଇଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଜନ୍ମ ଦିନରେ ଚିତାଙ୍କୁ କୁନୋ ପାର୍କରେ ଛାଡ଼ିଥିଲେ। ଦ୍ୱିତୀୟ ପର୍ୟ୍ୟାୟରେ ଚଳିତ ବର୍ଷ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ ଚିତା ଅଣାଯାଇଥିଲା । ଫଳରେ କୁନୋରେ ସମୁଦାୟ ଚିତାଙ୍କ ସଂଖ୍ୟା ୧୯ ହୋଇଥିଲା। ଚିତାଗୁଡ଼କର ନାମକରଣ ବି ହୋଇଥିଲା।ତେବେ ନାମିବ୍ୟାରୁ ଆସିଥିବା ଚିତା ଜ୍ୱାଲା ମାର୍ଚ୍ଚରେ ଚାରି ଶାବକଙ୍କୁ ଜନ୍ମ ଦେବା ପରେ ଖୁସୀର ଲହରି ଖେଳିଯାଇଥିଲା। କୁନୋ ପାର୍କର କର୍ତ୍ତୃପକ୍ଷ ଭାବିଥିଲେ ପ୍ରୋଜେକ୍ଟ ଚିତା ସଫଳ ହେବ। କିନ୍ତୁ ଏବେ ପା୪ ମାସରେ ୮ ଚିତାଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଲାଣି।

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ, ଏଯାଏଁ ଗଲାଣି ୩ ଚିତାଙ୍କ ଜୀବନ
ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।

ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାର ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ତେବେ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି।

ଏହା ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଉଦୟ ନାମକ ପୁରୁଷ ଚିତାର ମୃତ୍ୟୁ ହୋଇଥିଲା । ତାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ସର୍ବପ୍ରଥମେ ମାଇ ଚିତା ଶାସାର ମୃତ୍ୟୁ ହୋଇଥିଲା । ଶାସାର ମୃତ୍ୟୁ କିଡନୀଜନିତ ରୋଗ କାରଣରୁ ହୋଇଥିଲା । ସୂଚନାଥାଉକି, ନାମ୍ବିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ୨୦ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ ଏବେ ୧୭ ଜଣ ବଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଗତ ୧୮ ଫେବ୍ରୁଆରୀରେ ୧୨ ଚିତା ଅଣାଯାଇଥିଲା । ସେହିପରି ଗତ ବର୍ଷ ସେପ୍ଟେମ୍ବରରେ ନାମ୍ବିବ୍ୟାରୁ ୮ଟି ଚିତା ଅଣାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ନାମକରଣ କରିଥିବା ଚିତା ବାଘ ‘ଆଶା’ ଗର୍ଭବତୀ, ଭାରତରେ ଚିତାସଂଖ୍ୟା ବୃଦ୍ଧି ଆଶା ଉଜ୍ଜ୍ବଳ
ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଏକ ଖୁସି ଖବର। ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ମଧ୍ୟରୁ ଅନ୍ୟତମ ଚିତା ‘ଆଶା’ ଏବେ ଗର୍ଭବତୀ ଥିବା ସୂଚନା ମିଳିଛି। ଯାହାକୁ ନେଇ ଚିତା ବଂଶବିସ୍ତାର ଉଦ୍ୟମ କରୁଥିବା ଟିମ୍‌ ଭିତରେ ଖୁସିର ମାହୋଲ ଭରି ଯାଇଛି। ସାତ ଦଶନ୍ଧି ପରେ ଦେଶରେ ଚିତାବାଘର ଜନସଂଖ୍ୟା ବୃଦ୍ଧି ଦିଗରେ ଏହା ନିଶ୍ଚିତ ଭାବରେ ଏକ ନୂଆ ଆଶ ସଞ୍ଚାର କରିଛି।

ମଧ୍ୟପ୍ରଦେଶର କୁନୋ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ଦେଖାଶୁଣା କରୁଥିବା ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମକରଣ କରିଥିବା ‘ଆଶା’ ଚିତା ଅନ୍ତଃସତ୍ତ୍ବା ଥିବାର ଆଚରଣଗତ, ଶାରୀରିକ ଏବଂ ହର୍ମୋନ୍‌ଗତ ଲକ୍ଷଣ ଦେଖାଯାଉଛି। ଏଥିପାଇଁ ଆମେ ଖୁବ୍‌ ଆନନ୍ଦିତ ହୋଇଥିଲେ ବି, ‘ଆଶା’ ଅନ୍ତଃସତ୍ତ୍ବା ବୋଲି ସୁନିଶ୍ଚିତ ହେବାକୁ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।ଆଶାର ବୟସ ସାଢେ ତିନି ବର୍ଷ ହୋଇଥିବା ବିଶେଷଜ୍ଞ କହିଛନ୍ତି । ଆଶା ଠାରୁ ମିଳିଥିବା ଶୁଭ ଖବର ପରେ ଦେଶରେ ଚିତାର ସଂଖ୍ୟା ବଢିବ ବୋଲି ବନ ଅଧିକାରୀ ଆଶା ବାନ୍ଧିଛନ୍ତି।

ଚିତା କନଜର୍ଭେସନ ଫଣ୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଲରୀ ମାର୍କର କହିଛନ୍ତି, ଯଦି ଆଶା ଗର୍ଭବତୀ ହୁଏ ତେବେ ଏହା ତାର ପ୍ରଥମ ଗର୍ଭଧାରଣ। ନାମିବ୍ୟାରୁ ହିଁ ଏପରି ହୋଇଥିବା ଅନୁମାନ କରାଯାଉଛି । ଯଦି ଚିତା ଶାବକ ହୁଏ ତେବେ ତାଙ୍କୁ ଶାନ୍ତ ପରିବେଶ ଉପଲବ୍ଧ କରାଇବାକୁ ପଡିବ। ଏହାସହ ଆଖପାଖରେ କେହି ମଧ୍ୟ ରହିବାକୁ ହେବ ନାହିଁ । ଆଶାର ଖାଇବା ପିଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଭଳି ସୁରକ୍ଷିତ ଅଞ୍ଚଳରେ ଚିତାଛୁଆ ମୃତ୍ୟୁହାର ଅଧିକ ରହୁଥିବାରୁ ‘ପ୍ରୋଜେକ୍ଟ ଚିତା’ ପାଇଁ ଏବେ ଏହା ଚାଲେଞ୍ଜ୍‌ର କାରଣ ହେବ। ସଂଗୃହୀତ ସୂଚନା ଅନୁସାରେ, ଏହି ସବୁ ସ୍ଥାନରେ ଚିତାଛୁଆ ମୃତ୍ୟୁହାର ପ୍ରାୟ ୯୦%। ଜନ୍ମ ବେଳେ ଆଖି ଫିଟି ନ ଥିବା ଅସହାୟ ଚିତାଛୁଆର ଓଜନ ୨୪୦ରୁ ୪୨୫ ଗ୍ରାମ୍‌ ହୋଇଥାଏ। ପ୍ରସବ କରିବାର ଦିନେ ଦୁଇ ଦିନ ପରେ ମାଆ ଚିତା ନିଜ ଆହାର ପାଇଁ ଶିକାର ଖୋଜିବାକୁ ଚାଲିଯାଏ। ଏହି ସମୟ ହିଁ ଚିତାଛୁଆ ପାଇଁ ବିପଜ୍ଜନକ ହୋଇଥାଏ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାମାନଙ୍କୁ ଛାଡ଼ିଥିଲେ। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ। ନାମିବ୍ୟାରୁ ଏହି ଚିତାଗୁଡ଼ିକ ଅଣାଯାଇଛି। ଏଠାରୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ବାଘ ଭାରତ ଅଣାଯାଇଛି। ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି।