High Speed Internet - The Sakala
ଭାରତ ଆସୁଛି ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍‌ କମ୍ପାନୀ, ମହଙ୍ଗା ହେବ ଷ୍ଟାର୍‌ଲିଙ୍କ୍‌ ସେବା
ନୂଆଦିଲ୍ଲୀ : ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଷ୍ଟାରଲିଙ୍କ୍‌ ଏବେ ଭାରତ ଆସିବାକୁ ଏହାର ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ମସ୍କଙ୍କ କମ୍ପାନୀ ଏୟାରଟେଲ, ଏବଂ ରିଲାଏନ୍ସ ଜିଓ ସହିତ ହାତ ମିଳାଇଛି। ତେେବ ଭାରତରେ ଷ୍ଟାରଲିଙ୍କ୍‌ର ଇଣ୍ଟରନେଟ୍ ସେବା ପାଇବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ପୂର୍ବରୁ କୁହାଯାଉଥିଲା ଯେ, ଭାରତରେ ଏଲନ୍‌ ମସ୍କଙ୍କ ସାଟେଲାଇଟ୍‌ କମ୍ପାନୀ ପ୍ରବେଶ କରିବା ପରେ ଇଣ୍ଟରନେଟ୍ ସେବା ଶସ୍ତା ହେବ। ସେମିତି କିଛି ହେବାକୁ ଯାଉନାହିଁ। କାରଣ ଭାରତ ସରକାର ଷ୍ଟାରଲିଙ୍କ୍‌ ଉପରେ ଲାଗୁ କରିବାକୁ ଯାଉଥିବା ସ୍ପେକ୍ଟ୍ରମ୍ ଟିକସ ଏହାର ମୁଖ୍ୟ କାରଣ। ବାସ୍ତବରେ ଷ୍ଟାରଲିଙ୍କ୍‌କୁ ଏହାର ଆୟର ପ୍ରାୟ ୩% ଅର୍ଥ ସ୍ପେକ୍ଟ୍ରମ୍ ୟୁସେଜ୍‌ ଚାର୍ଜ (ଏସ୍‌ୟୁସି) ଭାବରେ ଦେବାକୁ ପଡିବ।
ସୂତ୍ର ଅନୁଯାୟୀ, ଯଦି ଏସ୍‌ୟୁସି ଟିକସ ଲାଗୁ ହୁଏ ତେବେ ଭାରତରେ ଷ୍ଟାରଲିଙ୍କ୍‌ ସେବା ମହଙ୍ଗା ହୋଇଯିବ। ଷ୍ଟାରଲିଙ୍କ୍ ସରକାର ଟେଲିକମ୍ ଏୟାରୱେଭ୍ ଦେବେ। ଏହି ଆବଣ୍ଟନ ୨୦୨୩ ଡିସେମ୍ବରରେ ଅନୁମୋଦିତ ନୂତନ ଟେଲିକମ୍ ଆଇନ ଅନୁଯାୟୀ ହେବ।
ନିୟମାନୁଯାୟୀ, ସାଟେଲାଇଟ୍ କମ୍ପାନୀଗୁଡ଼ିକୁ ଏସ୍‌ୟୁସି ଦେବାକୁ ପଡିବ। କାରଣ ସେମାନେ ନିଲାମ ମାଧ୍ୟମରେ ନୁହେଁ, ଏକ ସ୍ଥିର ମୂଲ୍ୟରେ ସ୍ପେକ୍ଟ୍ରମ୍ ପାଇବେ। ଏହାସହିତ, ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ୮% ଲାଇସେନ୍ସ ଫି’ ଦେବାକୁ ପଡିବ। ପ୍ରଥମେ ଟ୍ରାଇର ମତାମତ ସରକାରଙ୍କ ପାଖକୁ ଯିବ, ଏହା ପରେ ଟେଲିକମ୍‌ ବିଭାଗ (ଡିଓଟି) ଏହାକୁ ଏହାକୁ ବିଚାର କରିବ ଏବଂ ପରେ ମାମଲା ଡିସିସି ଏବଂ କ୍ୟାବିନେଟକୁ ଯିବ। ଏହା ସରକାରୀ ନୀତି ଏବଂ ଟେଲିକମ୍-ସାଟେଲାଇଟ୍ ଶିଳ୍ପ ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରେ। ଏହା ମଧ୍ୟ ଭାରତୀୟ ବଜାରରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବାର ମୂଲ୍ୟ ଏବଂ ପ୍ରତିଯୋଗିତାମୂଳକ ତାକୁ ପ୍ରଭାବିତ କରିପାରେ।
ନୂଆଦିଲ୍ଲୀ: ଆଜିଠୁ ଭାରତରେ ଆରମ୍ଭ ହେବ 5G ସେବା। ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଚୁଟକିରେ ଖୋଲିବ ଓ୍ବେବସାଇଟ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିବେ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫G ସେବା ମିଳିପାରିବ । ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ‌ସାରା ଦେଶରେ ପହଞ୍ଚିବ। କେଉଁ କମ୍ପାନୀର ୫ଜି ସେବା ଆଜିଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ରିଲାଏନ୍ସ ଜିଓର ସେବା ମିଳିବ ବୋଲି ଅନୁମାନ କରାଯାଉଛି।
ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହେବା ପରେ ବାମନଘାଟୀ ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି। ଯେଉଁଥିପାଇଁ ରାଷ୍ଟ୍ରପତିଙ୍କ ପୈତୃକ ଗାଁ ଉପରବେଡ଼ା ଏବଂ ଶଶୁର ଗାଁ ପାହାଡ଼ପୁର ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ସବୁଠୁ ଖୁସିର ବିଷୟ, ଆଜି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବାଦାମପାହାଡ଼ ସନ୍ନିକଟ ପାହାଡ଼ପୁରସ୍ଥିତ ରାଷ୍ଟ୍ରପତିଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ସ୍ମୃତିରେ ନିର୍ମିତ ଏସ୍‌‌ଏଲ୍‌‌ଏସ୍‌‌ ଆବାସିକ ବିଦ୍ୟାଳୟ ପରିସରରୁ ଦିନ ୧୧ଟା ବେଳେ ରାଜ୍ୟର ପ୍ରଥମ ‘୫-ଜି’ ମୋବାଇଲ୍‌‌ ସେବାର ଶୁଭାରମ୍ଭ ହେବାକୁ ଯାଉଛି। ଓଡ଼ିଶାରେ ପ୍ରଥମ 5G ସେବା ଏହି ସ୍କୁଲ ପାଇବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।
ଏହି ‘୫-ଜି’ ସେବା ‘୪-ଜି’ ମୋବାଇଲ୍‌‌ ସେବାଠାରୁ ପ୍ରାୟ ୧୦ ଗୁଣ ଅଧିକ ରହିବ ବୋଲି ଆଶା କରାଯାଉଛି। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G। ୨ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ।