BED - The Sakala

ଆଜିଠାରୁ ବିଇଡି ବଳକା ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ବିଇଡି ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ପରେ ବଳକା ଥିବା ସିଟ୍‌‌ରେ ସୋମବାରଠାରୁ ନାମଲେଖା ଆରମ୍ଭ ହେଉଛି। ବଳକା ଥିବା ସିଟ୍‌‌ ପିଛା ୩୦ଜଣ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବେ। ୱେଟିଙ୍ଗ୍‌‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜରେ ଆବଶ୍ୟକ କାଗଜପତ୍ର ଗୁରୁବାର ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଚେତ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଆବଶ୍ୟକ କାଗଜାତ ଦାଖଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧାବୀଙ୍କ ତାଲିକା ୨୩ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୫ ରୁ ୨୭ ମଧ୍ୟରେ ନାମଲେଖାଇ ପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ନାମଲେଖା ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ସମୁଦାୟ ୯୩,୧୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ବିଜ୍ଞାନ ବିଭାଗରେ ୫୭ ଓ କଳା ବିଭାଗରେ ୪୯ଟି ସିଟ୍‌‌ ବଳକା ରହିଛି।

କଟକଣା ଲଗାଇଲେ ଆନ୍ଧ୍ରପ୍ରଦେଶ ସରକାର, ଏଣିକି ଆନ୍ଧ୍ର ବିଇଡି ପାଇଁ କ୍ଲାସ୍‌‌ କରିବା ବାଧ୍ୟତାମୂଳକ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ବିଇଡି ଶିକ୍ଷାରେ ଚଳିତବର୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ଧ୍ରର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ପିଲାମାନେ ନିୟମିତ କ୍ଲାସ କରିବେ। ଅତିକମରେ ସେମାନଙ୍କ ଉପସ୍ଥାନ ୭୫ ପ୍ରତିଶତ ବାଧ୍ୟତାମୂଳକ ହେବ। ନିୟମର କଡ଼ାକଡ଼ି ପାଳନ ପାଇଁ ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଆନ୍ଧ୍ରରେ ଓଡ଼ିଶା ପିଲାଙ୍କ ବିଇଡି ଅଧ୍ୟୟନ ଉପରେ କଟକଣା ପରେ ଆଶାୟୀଙ୍କୁ ଚିନ୍ତାଘାରିଛି। ବିଶେଷତଃ ଓଡ଼ିଶାର ପିଲାଙ୍କୁ ନେଇ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖାଉଥିବା ମଧ୍ୟସ୍ଥ ସଂସ୍ଥା ଏବେ ବିକଳ୍ପ ଅନୁସନ୍ଧାନ କରୁଛନ୍ତି। ଆନ୍ଧ୍ର ଶିକ୍ଷା ବିଭାଗର ବିଇଡି ଶିକ୍ଷା ଉପରେ କଟକଣା ପରେ ହଜାର ହଜାର ପିଲାଙ୍କୁ ନେଇ ସେଠାରେ ନାମଲେଖାଉଥିବା ସଂସ୍ଥାଗୁଡ଼ିକର ଚିନ୍ତା ବଢ଼଼ିଛି।

ମିଳିଥିବା ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ପ୍ରମୁଖ ସଚିବଙ୍କ ଦ୍ୱାରା ବିଇଡି ପାଠ୍ୟକ୍ରମ ବାବଦରେ ଫି’ ଧାର୍ଯ୍ୟ କରାଯାଇଛି। ଆନ୍ଧ୍ର ପ୍ରଦେଶର ମୋଟ୍‌‌ ୩୭୪ ବିଇଡି କଲେଜର ତାଲିକା ପ୍ରକାଶିତ ହୋଇଥିବାବେଳେ ବିଇଡି ପାଠ୍ୟକ୍ରମର ଫି’ ୨୦୨୩ ମସିହା ଲାଗି ୧୨ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। ହେଲେ ଓଡ଼ିଶାର ଛାତ୍ରଛାତ୍ରୀ ସେଠାରେ ଲକ୍ଷାଧିକ ଟଙ୍କାରେ ନାମ ଲେଖାଉଛନ୍ତି। ଆନ୍ଧ୍ରର ଶିକ୍ଷାନୁଷ୍ଠାନ ଓ ପିଲାଙ୍କ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରଗୁଡ଼ିକ ମଧ୍ୟସ୍ତଭାବେ କାର୍ଯ୍ୟ କରୁଛନ୍ତି। ଏଥି ପାଇଁ ସେମାନେ ପିଲାଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁଗୁଣା ଅଧିକ ଅର୍ଥ ଆଦାୟ କରୁଛନ୍ତି।

ସେହିପରି ଆନ୍ଧ୍ର ସରକାର ଚଳିତ ବର୍ଷରୁ ମଧ୍ୟ ବିଇଡି ନାମଲେଖା ଓ ଅଧ୍ୟୟନରେ ଅନେକ ପରିବର୍ତ୍ତନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମଲେଖାଉଥିବା ପିଲାମାନେ ନିୟମିତ କ୍ଲାସ କରିବେ। ନିୟମର କଡ଼ାକଡ଼ି ପାଳନ ହେବ। ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଓଡ଼ିଶା ପିଲାଙ୍କର ନାମଲେଖା ଆଶା କ୍ଷୀଣ ହୋଇଯାଇଛି। ସାଧାରଣ ଭାବେ ଓଡ଼ିଶାର ଛାତ୍ରଛାତ୍ରୀ ସେଠାରେ କେବଳ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏବେ ସେମାନେ ବିନା ଉପସ୍ଥାନରେ କିପରି ପରୀକ୍ଷା ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଓଡ଼ିଶାରେ ଖୋଲିଥିବା ବିଭିନ୍ନ ମଧ୍ୟସ୍ତକାରୀ ସଂସ୍ଥା ଏବେ ପିଲାଙ୍କୁ ଆନ୍ଧ୍ର ବଦଳରେ କାଶ୍ମୀରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି। ବିଇଡି ଓ ଏମଇଡି ଭଳି ଶିକ୍ଷା ଆଦୌ ଡିସଣ୍ଟାସ୍‌‌ ମୋଡ୍‌‌ରେ ଦିଆଯିବା ଉଚିତ ନୁହଁ ବୋଲି ଶିକ୍ଷାବିତ୍‌‌ ଡ. ସୁବାସ ପାତ୍ର ମତ ପୋଷଣ କରିଛନ୍ତି। ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନେଲେ ବିଇଡି ଶିକ୍ଷାର ଗୁଣବତ୍ତା ବଢ଼଼ନ୍ତା ବୋଲି ସେ କହିଛନ୍ତି। ସେହିପରି ଏନସିଟିଇ(ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ) ଅନୁମୋଦିତ ଶିକ୍ଷାନୁଷ୍ଠାନରୁ ହିଁ ପିଲାମାନେ ବିଇଡି ଅଧ୍ୟୟନ କରିବା ଉଚିତ ବୋଲି ସେ ଦର୍ଶାଇଛନ୍ତି।

ଓଡ଼ିଶାରେ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌, କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି
ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବିଇଡି ସାର୍ଟିଫିକେଟ୍‌। ଯେଉଁ ଛାତ୍ରଛାତ୍ରୀମାନେ ଆନ୍ଧ୍ର ପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍‌ ପାଠ୍ୟକ୍ରମ ପାସ୍‌ କରିଥିବେ ସେମାନେ ଓଡ଼ିଶା ସରକାରଙ୍କ ଅଧିନରେ ସରକାରୀ ସ୍କୁଲରେ ଶିକ୍ଷକଭାବେ ଚାକିରି କରିପାରିବେ। ମାତ୍ର ପ୍ରାଥମିକ ବିଦ୍ୟାଳୟରେ ଚାକିରି ଲାଗି ବିଏଡ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଏବଂ ମାଧ୍ୟମିକ ବିଦ୍ୟାଳୟ ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି)ରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ଓଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି ପରିକ୍ଷାରେ ଯୋଗ୍ୟତା ଅର୍ଜନ କରିବା ପରେ ସରକାରୀ ସ୍କୁଲରେ ଚାକିରି କରିପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଇଡି ସାର୍ଟିଫିକେଟ୍‌କୁ ଓଡ଼ିଶାରେ ଅବୈଧ ଘୋଷଣା କରିବାକୁ ରଶ୍ମି ରଞ୍ଜନ ଆଚାର୍ଯ୍ୟ ନା‌ମକ ଜୈନିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରାଯାଇଥିଲା। ଏନେଇ ବିସ୍ତୁତ ଆଲୋଚନା ପରେ ବିଭାଗ ପକ୍ଷରୁ ଅଭିଯୋଗ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଓ‌ଏସ୍‌ଡିଙ୍କୁ ଏନେଇ ଅବଗତ କରାଯାଇଛି। ବିଭାଗ  କହିଛି ଯେ ଆନ୍ଧ୍ରପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବୈଧ ଘୋଷଣା କରାଯାଇ ପାରିବ ନାହିଁ। ଏନେଇ ଆଇନରେ କୌଣସି ବ୍ୟବସ୍ଥା ହିଁ ନାହିଁ। ଯଦି କୌଣସି ସାର୍ଟିଫିକେଟ୍‌ ନକଲି ହୋଇଥିବ ତେବେ ତାହାକୁ ଅବୈଧ ଘୋଷଣା କରାଯାଇପାରେ।

କାର୍ଯ୍ୟରତ ଶିକ୍ଷକ ପାଇଁ ଅଧ୍ୟୟନ ସୁଯୋଗ,୪ ବିଶ୍ୱବିଦ୍ୟାଳୟରେ ଖୋଲିବ ପାର୍ଟଟାଇମ୍‌‌ ବିଇଡି

ରାଜ୍ୟର ୪ ବିଶ୍ୱବିଦ୍ୟାଳୟରେ ପାର୍ଟଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ବିଇଡି କରି ନ ଥିବା କାର୍ଯ୍ୟରତ ଶିକ୍ଷକମାନେ ଏଣିକି ଚାକିରି ସମୟରେ ହିଁ ବିଇଡି କରିବାର ସୁଯୋଗ ପାଇବେ। ମୟୂରଭଞ୍ଜର ଉତ୍ତର ଓଡ଼ିଶା(ଏମଏସସିବି), ବାଲେଶ୍ୱରର ଫକୀରମୋହନ, ବଲାଙ୍ଗିରର ରାଜେନ୍ଦ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏହି ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମ ଖୋଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି। ଏହି ପାଠ୍ୟକ୍ରମର ଅବଧି ୩ ବର୍ଷ ରହିବ। ସର୍ବାଧିକ ୫ ବର୍ଷ ମଧ୍ୟରେ ପାଠ୍ୟକ୍ରମ ସାରିବାକୁ ପଡ଼ିବ। ପ୍ରତିବର୍ଷ ୫୦ ଲେଖାଏଁ ଶିକ୍ଷକ ପାର୍ଟ ଟାଇମ୍‌‌ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବେ।