IBM will open in Odisha - The Sakala
ଭୁବନେଶ୍ୱର : ପୂର୍ବ ଭାରତରେ ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବା ବେଳେ ସ୍ବପ୍ନକୁ ସାକାର କରିବାକୁ ମିଳିିଛି ବୁଷ୍ଟର ଡୋଜ୍‌। ଦେଶର ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଆଇବିଏମ୍‍(IBM) ଓଡ଼ିଶାରେ ତାର ବ୍ରାଞ୍ଚ ଖୋଲିବ ବୋଲି ଘୋଷଣା କରିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ IBM ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ଆଜି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଆୟୋଜିତ ହେଉଥିବା ବେଳେ ଗତକାଲିଠୁ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚି ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଆଇବିଏମ୍‍ର ପରିଚାଳନା ସହଯୋଗୀ ଅମିତ ଶର୍ମା ମଧ୍ୟ କାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ପରେ ଆଜି IBM ପକ୍ଷରୁ ଏହି ଘୋଷଣା କରାଯାଇଛି।
ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଉଦ୍ୟମ ଧିରେ ଧିରେ ସାକାର ହେବାରେ ଲାଗିଛି। ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଏ କ୍ଷେତ୍ରରେ ସହାୟକ ହୋଇଛି। ସମ୍ପ୍ରତି କେବଳ ଭୁବନେଶ୍ୱରରେ ୧୧୦ଟି ଆଇଟି ସଂସ୍ଥା କାର୍ଯ୍ୟ କରୁଛି ଓ ସମଗ୍ର ଓଡ଼ିଶାରେ ଏହି ସଂସ୍ଥାର ସଂଖ୍ୟା ପ୍ରାୟ ଦେଢ଼ଶହରେ ପହଞ୍ଚିଛି। ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି ସଂସ୍ଥାଗୁଡ଼ିକୁ ଓଡ଼ିଶାମୁହାଁ କରିଛି। ଫଳରେ ଓଡ଼ିଶାର ବୈଷୟିକ ଜ୍ଞାନସମ୍ପନ୍ନ ଯୁବକଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ବା ସହର ନୁହେଁ; ଓଡ଼ିଶାରେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।
Pleasure meeting Shri Amit Sharma ji, Managing Partner of @ibm_in at #OdishaInvestorsMeet 2022 in #Bengaluru, the curtain raiser event for #MakeInOdisha Conclave. Invited him to explore vast opportunities for #InvestInOdisha and ease of doing business available in #Odisha. pic.twitter.com/bAQNg0sAMt
— Naveen Patnaik (@Naveen_Odisha) September 28, 2022
ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରୁ ସଫ୍ଟୱେର ରପ୍ତାନୀ ୧୦ ଗୁଣା ବୃଦ୍ଧି ପାଇଛି। ୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ମାତ୍ର ୨୦୦ କୋଟି ଟଙ୍କା ମୂଲ୍ୟର ସଫ୍ଟୱେର ରପ୍ତାନୀ ହୋଇଥିଲା। ତେବେ ୨୦୨୦-୨୧ ବେଳକୁ ଏହା ୨୪୦୧.୩୨ କୋଟିରେ ପହଞ୍ଚିଛି। ଓଡ଼ିଶାରେ ଥିବା ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‍ ଇଣ୍ଡିଆ (ଏସ୍‍ଟିପିଆଇ) ନିକଟରେ ପଞ୍ଜିକୃତ ସଫ୍ଟୱେର ସଂସ୍ଥା ଏହି ମୂଲ୍ୟର ସଫ୍ଟୱେର ବିଦେଶକୁ ରପ୍ତାନୀ କରିଛନ୍ତି। ୯୦ ଦଶକ ବେଳକୁ ଓଡ଼ିଶାରେ ଆଇଟି ସଂସ୍ଥା କାମ ଆରମ୍ଭ କରିଥିଲେ। ଧୀରେ ଧୀରେ କିଛି ପ୍ରମୁଖ ଆଇଟି ସଂସ୍ଥା ଭୁବନେଶ୍ୱରରେ କାର୍ଯ୍ୟାରମ୍ଭ କରିଛନ୍ତି।
ଏଥି ସହିତ ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, କଟକ ଆଦି ସହରରେ ଅନେକ ଛୋଟ ଛୋଟ ସଫ୍ଟୱେର କମ୍ପାନୀ କାମ କରୁଛନ୍ତି। ଓଡ଼ିଶାରେ ଆଇଟି ଶିଳ୍ପର ବିକାଶ ଲାଗି ସରକାର ୨୫୦ ଏକର ଜମିରେ ଦ୍ୱିତୀୟ ଇନଫୋସିଟି ନିର୍ମାଣ କରାଯାଉ ଥିବା ବେଳେ ଆଚାର୍ଯ୍ୟ ବିହାର ଛକରେ ୨.୩୦ ଲକ୍ଷ ବର୍ଗ ଫୁଟ୍‍ର ଓକାକ୍‍ ଟାୱାର ନିର୍ମାଣ କରାଯାଇଛି। ୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାରେ ବିଭିନ୍ନ ଆଇଟି କମ୍ପାନୀ କାମ କରୁଛନ୍ତି। ଏଠାରେ ଇନକ୍ୟୁବେସନ୍‍ ସେଣ୍ଟର ମଧ୍ୟ ରହିଛି। ୨୦୨୫ ସୁଦ୍ଧା ଓଡ଼ିଶାକୁ ଡାଟା ହବ୍‍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଷ୍ଟାର୍ଟଅପ୍‍ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗତ ବର୍ଷ ‘ଓ-ହବ୍‍’ ଉଦ୍‍ଘାଟିତ ହୋଇଛି।
ନିକଟରେ ଓଡ଼ିଶା ସରକାର ରାଜ୍ୟ କ୍ୟାବିନେଟ୍‍ ଡାଟା ସେଣ୍ଟର ପଲିସି-୨୦୨୨କୁ ଅନୁମୋଦନ ଦେଇଛନ୍ତି। ଏହି ନୀତିରେ ଆଇଟି ସଂସ୍ଥାଙ୍କୁ ଜମି, ବିଜୁଳି ଶକ୍ତି ଓ କ୍ୟାପିଟାଲ ସବ୍‍ସିଡି ସହିତ ରାଜ୍ୟ ଜିଏସ୍‍ଟି ଛାଡ଼ ପାଇଁ ପ୍ରାବଧାନ ରହିଛି। ଡାଟା ସେଣ୍ଟରରେ ପୁଞ୍ଜି ନିବେଶ ନିମନ୍ତେ ଏହା ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନ୍‍, ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ ମନୋରଞ୍ଜନ, ଡିଜିଟାଲ ଶିକ୍ଷା, ଡିଜିଟାଲ ପେମେଣ୍ଟ ଭଳି ଅନେକ ସେବା ବହୁଳ ଲୋକପ୍ରିୟତା ହାସଲ କରିବା ପରିପ୍ରେକ୍ଷୀରେ ଡାଟା ସେଣ୍ଟରର ଗୁରୁତ୍ୱ ବେଶ୍‍ ବୃଦ୍ଧି ପାଇଛି। ଡାଟା ସେଣ୍ଟର ୟୁନିଟ୍‍ ଭିତ୍ତିଭୂମି ନିର୍ମାଣ ବାବଦରେ ସର୍ବାଧିକ ୨୫ କୋଟି ଟଙ୍କା ଉପରେ ୨୦% ସବ୍‍ସିଡି ରାଜ୍ୟ ସରକାର ପ୍ରଦାନ କରିବେ। ଏଥିସହ ରିହାତି ମୂଲ୍ୟରେ ଇଡକୋ ଜମି ଯୋଗାଇ ଦେବ। କିସମ ପରିବର୍ତ୍ତନ ଉପରେ ମଧ୍ୟ ଶତପ୍ରତିଶତ ଛାଡ଼ ମିଳିବ। ନୀତି ଅନୁସାରେ ଯୋଗ୍ୟ ଡାଟା ସେଣ୍ଟର ୟୁନିଟ୍‍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଓ ଅନ୍ୟ ସେବା ଉପରେ ରିଆତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଶିକ୍ଷା ପରେ ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି ଓଡ଼ିଶା। ଏହି ଲକ୍ଷ୍ୟକୁ ସାକାର କରିବ ଓଡ଼ିଶା ଆଇଟି ନୀତି-୨୦୨୨। ପୂର୍ବରୁ ଓଡ଼ିଶାରେ ଅନେକ ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କାମ ଆରମ୍ଭ କରିଥିବା ବେଳେ ଆଉ ଦୁଇ ମାସ ଭିତରେ ଆଇବିଏମ୍‍, ଡେଲଏଟ୍‍ ଭଳି ଅର୍ନ୍ତରାଷ୍ଟ୍ରୀୟ ଆଇଟି କମ୍ପାନୀ ଭୁବନେଶ୍ୱରରେ ନିଜ କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି। ଓଡ଼ିଶାକୁ ଡାଟା ସେଣ୍ଟର ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି।
ସମ୍ପ୍ରତି ଭାରତର ବିଭିନ୍ନ ପ୍ରକାର ତଥ୍ୟ ଅବା ଡାଟା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଡାଟା ସେଣ୍ଟରରେ ସଂରକ୍ଷିତ ରହୁଛି। ତେବେ ଓଡ଼ିଶାରେ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଭାରତର ଡାଟା ଭାରତରେ ସଂରକ୍ଷିତ ରହିବ ଆଉ ଏକ ନୂଆ ଶିଳ୍ପ ପାଇଁ ଏହା ବିରାଟ ସୁଯୋଗ ସୃଷ୍ଟି କରିବ। ଏପରିସ୍ଥଳେ ରେଲ୍‍ ଟେଲ ପକ୍ଷରୁ ସମୁଦ୍ର ତଳେ ହାଇ ଫାଇବର୍‍ କେବୁଲ ବିଛାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସମେତ ପ୍ରାୟ ୯ଟି ଉପକୂଳ ସହରକୁ ସଂଯୋଗ କରିବ। ପଶ୍ଚିମ ବଙ୍ଗର ଦୀଘାରୁ ସମୁଦ୍ର ଦେଇ କେବୁଲ ଓଡ଼ିଶାରେ ପହଞ୍ଚିବ। ପୁରୀ ଉପକୂଳ ଦେଇ ଏହା ଓଡ଼ିଶାକୁ ଆସିବା ସମ୍ଭାବନା ଅଛି। ସ୍ଥଳ ପଥରେ କେବୁଲ ଭୁବଶ୍ୱେରର ଆଇଟି ହବ୍‍ରେ ପହଞ୍ଚିବ। ଏଠାରୁ ବିଭିନ୍ନ ଆଇଟି ସଂସ୍ଥାକୁ ସଂଯୋଗ ଦିଆଯିବ।