tribal - The Sakala

ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଛଡାଇ ନେଲେ ମୋହନ ସରକାର: ବିଜେଡ଼ି
ଭୁବନେଶ୍ୱର: ଜଙ୍ଗଲ ଜମି, ଆଦିବାସୀ ମାନଙ୍କ ସାମ୍ୱିଧାନିକ ଅଧିକାର । ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଜଙ୍ଗଲ ଜମି ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଓଡ଼ିଶାର ବିଜେପି ସରକାର ଏହାକୁ ବନ୍ଦ କରି ଦେଲେ । ଲକ୍ଷ ଲକ୍ଷ ଭୂମିହୀନ ଆଦିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିଛନ୍ତି । ଏହି ପ୍ରତାରଣା ପ୍ରତିବାଦରେ ୨୩ ଜିଲ୍ଲାର ଆଦିବାସୀ ମାନେ ବିଜେଡି ନେତୃତ୍ୱରେ ଆନେ୍ଦାଳନକୁ ଓହ୍ଲାଇବେ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ ସେମାନଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହେବ । ଜଳ, ଜଙ୍ଗଲ, ଜମି ହେଉଛି ଆଦିବାସୀ ମାନଙ୍କ ଐତିହାସିକ ଦାବି । ସେମାନଙ୍କ ନାର୍ଯ୍ୟ ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦୦୮ ମସିହାରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ସହ ଆଦିବାସୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ ଆରମ୍ଭ କରିଥିଲେ । ଏହା ଏକ ଐତିହାସିକ ନିଷ୍ପତି ଥିଲା । ସାରା ଦେଶରେ ଓଡିଶା ଏକ ମାଇଲ ଖୁଣ୍ଟ ସ୍ଥାପନ କଲା । ଏହି ଯୋଜନାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡି ସରକାର ୨୦୨୩ ବିଶ୍ୱ ଆଦିବାସୀ ଦିବସରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତି ତହସିଲ ଓ ଆଇଟିଡିଏ କାର୍ଯ୍ୟାଳୟରେ ଏଫଆରଏ ସେଲ୍ ଖୋଲି କାମକୁ ତ୍ୱରାନ୍ୱିତ କରାଯାଇ ଥିଲା । ଏଥିପାଇଁ ସେହି ବର୍ଷ ୩୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ବି କରିଥିଲେ । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।  ଇତି ମଧ୍ୟରେ ୪ ଲକ୍ଷ ୭୩ ହଜାର ୩୬୪ଟି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ କରାଯାଇଛି । ଦୁର୍ଗମ, ଅପହଞ୍ଚ ଇଲାକାରେ ରହୁଥିବା ଜଙ୍ଗଲ ଅଧିବାସୀ ନବୀନ ବାବୁଙ୍କ ଠାରୁ ଜମି ପଟ୍ଟା ପାଇଁ ନିଜକୁ ଧନ୍ୟ ମନେ କଲେ । କିନ୍ତୁ ଟଙ୍କା ନାହିଁ ବୋଲି କହି ବିଜେପି ସରକାର ଏହି ଯୋଜନାକୁ ଗତ ତିନିମାସ ହେଲା ବନ୍ଦ କରି ଦେଇଛନ୍ତି । ପଟ୍ଟା ନଥିବାରୁ ଆଦିବାସୀ ମାନେ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ।
ଡ. ପି୍ରୟବତ ମାଝୀ କହିଥିଲେ ଯେ, ଗତ ମେ ମାସରେ ମାନ୍ୟବର ରାଜ୍ୟପାଳ ଝଞ ଝଉ ବିଭାଗର ସମୀକ୍ଷା କରିବା ସମୟରେ ଜଙ୍ଗଲ ଜମି ପଟ୍ଟା ଆବଣ୍ଟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ ପାଇଁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ମଧ୍ୟ ତାଗିଦ୍ କଲେ । କିନ୍ତୁ ଏପରି ଏକ ଆଦିବାସୀ କଲ୍ୟାଣକାରୀ ଯୋଜନାକୁ ଆଗକୁ ନେବା ପରିବର୍ତ୍ତେ ବନ୍ଦ କରି ଦିଆଗଲା । ଯେତେବେଳେ ଉପ ନିର୍ବାଚନ ଆସେ ସେତେବେଳେ ମୋହନ ଚରଣ ମାଝିଙ୍କୁ ଆଦିବାସୀଙ୍କ କଥା ମନେ ପଡେ । ବିଜେପି ସରକାରର ଏହି ଆଦିବାସୀ ମାରଣ ନୀତି ବିରୁଦ୍ଧରେ ସାରା ରାଜ୍ୟର ଆଦିବାସୀ ଏକାଠି ହେବେ । ବିଜେଡି ନେତୃତ୍ୱରେ ସଂଗ୍ରାମ ଆରମ୍ଭ ହେବ ଚେତାବନୀ ଦେଇଛନ୍ତି ।

୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୁନର୍ଗଠିତ, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ୧୦ ମହିଳାଙ୍କୁ ନିଯୁକ୍ତି
ଭୁବନେଶ୍ୱର : ଆଦିବାସୀଙ୍କ ବିକାଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ଲୋକସଂଖ୍ୟାର ଏକ ବଡ଼ ଅଂଶ ଏହି ବର୍ଗ ପ୍ରତିନିଧିତ୍ୱ କରୁଥିବାରୁ ଆଦିବାସୀଙ୍କ ଆର୍ଥିକ ବିକାଶ ଓ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସିଛନ୍ତି। ଏହି କ୍ରମରେ ମଙ୍ଗଳବାର ୯ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୁନର୍ଗଠନ କରିଛନ୍ତି ସରକାର। ୮ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଓ ସମସ୍ତ ୯ଟି ଜିଲ୍ଲାରେ ନୂତନ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ତ୍ତମାନ ଅଧ୍ୟକ୍ଷଙ୍କୁ ପୁନଃନିଯୁକ୍ତି ମିଳିଛି। ଏନେଇ ଗତକାଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଡ଼ ଦେବାଶିଷ ମାର୍ଣ୍ଡିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କମଳା ତିରିଆ ଉପାଧ୍ୟକ୍ଷ ଭାବରେ ଅବସ୍ଥାପିତ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ଏସ୍‍ଡିସି ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ନାରାୟଣ ପୃଷ୍ଟିଙ୍କୁ ମିଳିଛି ଉପାଧ୍ୟକ୍ଷ ପଦ। ମାଲକାନଗିରି ଏସ୍‍ଡିସି ଅଧ୍ୟକ୍ଷ ରୂପେ ଅଦମା ରବା ଅବସ୍ଥାପିତ ହୋଇଛନ୍ତି ଓ ଉପାଧ୍ୟକ୍ଷ ପଦ ରାଇଲା ନାୟକଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଏସ୍‍ଡିସିର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ନିଯୁକ୍ତି ପାଇଛନ୍ତି।

ସେହିପରି ଲକ୍ଷ୍ମୀ ହନ୍ତାଳଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ନବରଙ୍ଗପୁରରେ ଉପେନ୍ଦ୍ର ଗୋଣ୍ଡ ଅଧ୍ୟକ୍ଷ ଓ ଭାନୁମତୀ ପୂଜାରୀ ଉପାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି। ରାୟଗଡ଼ାରେ ଅନସୂୟା ମାଝୀ ଅଧ୍ୟକ୍ଷ ଓ ବନମାଳି କାଦରକା ଉପାଧ୍ୟକ୍ଷ ନିଯୁକ୍ତି ପାଇଥିବାବେଳେ ଗଜପତି ଜିଲ୍ଲା ଏସ୍‍ଡ଼ିସି ଅଧ୍ୟକ୍ଷ ପଦରେ ମାରିଆମ ରାଇତୋ ଓ ଉପାଧ୍ୟକ୍ଷ ପଦରେ ଧନେଶ୍ୱର ଭୂୟାଁ ଅବସ୍ଥାପିତ ହୋଇଛନ୍ତି। କନ୍ଧମାଳରେ ରୋଦନ ମଲ୍ଲିକ୍‍ ଅଧ୍ୟକ୍ଷ ଓ ନଳିନୀ କହଁର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସୁନ୍ଦରଗଡ଼ ଏସ୍‍ଡିସିରେ ପୂର୍ବତନ ଅଧ୍ୟକ୍ଷ ପୁନଃ ନିଯୁକ୍ତି ପାଇଥିବା ବେଳେ ସୁଶୀଳା ଟୋପ୍ନୋଙ୍କୁ ଉପାଧ୍ୟକ୍ଷା ରୂପେ ନିଯୁକ୍ତି ଦିଆଯାଇଛି।ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।