FIH Men’s Hockey World Cup 2023 schedule - The Sakala

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଲା ଇଂଲଣ୍ଡ
ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ।

ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

ସେପଟେ ହକି ବିଶ୍ବକପ୍‌ରେ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଭାରତ ଓ ସ୍ପେନ ମଧ୍ୟରେ ଆରମ୍ଭ ହୋଇସାରିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଖୁଛନ୍ତି।

ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ସେହିପରି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।

ହକି ବିଶ୍ବକପ୍‌ ୨୦୨୩ : ଫ୍ରାନ୍ସକୁ ୮-୦ ଗୋଲ୍‌ରେ ହରାଇ କଳିଙ୍ଗରେ ଦମ୍‌ଦାର ବିଜୟ ହାସଲ କଲା ଟିମ୍‌ ଅଷ୍ଟ୍ରେଲିଆ
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।

ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍‌ରେ ଯଥାକ୍ରମେ ୩-୩ ଗୋଲ୍‌ ଦେଇଥିଲେ। ସେହିପରି ଶେଷ ହାଫ୍‌ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା।

କଙ୍ଗାରୁ ଦଳର ପକ୍ଷରୁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।

ଅନ୍ୟପଟେ ହକି ବିଶ୍ବକପ୍‌ରେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେଉଛି। ସେହିପରି ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିବ। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ‌ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।

ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର
ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ ଏହାକୁ ନେଇ ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ହକି ବିଶ୍ବକପ୍‌ ପାଇଁ ଅନ୍‌ଲାଇନ ଟିକେଟ ବ୍ରିକି ସରିଥିବା ବେଳେ ଆଜିଠୁ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଅଫଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଟିକେଟ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଟିକେଟ କାଉଣ୍ଟର ଦିନ ୧୧ଟାରେ ଖୋଲୁଥିବା ବେଳେ କ୍ରୀଡ଼ାପ୍ରେମୀ ଭୋର ୫ଟାରୁ ଲାଇନ୍‌ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଚଳିତ ହକି ବିଶ୍ବକପ୍‌କୁ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଇନଷ୍ଟାଗ୍ରାମରେ ଲାଇଭ ଆସି ୫ଟି ସଚିବ ଭିକେ ପାଣ୍ଡିଆନ ହକି ବିଶ୍ୱକପ୍ ୨୦୨୩ ଉପରେ ଦର୍ଶକଙ୍କ ସହ ଯୋଗାଯୋଗ କରିବା ସହ ଆଗାମୀ ମେଗା ଇଭେଣ୍ଟ ବିଷୟରେ ମୂଲ୍ୟବାନ ପରାମର୍ଶ ନେଇଛନ୍ତି।

ହକି ବିଶ୍ୱକପ୍ ନେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ଦର୍ଶକଙ୍କ ସହ ଲାଇଭ ବିଚାରବିମର୍ଶ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରୁ ଇନଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି ୫-ଟି ସଚିବ । ସେ କହିଛନ୍ତି, ହକି ବିଶ୍ୱକପ୍ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଡାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି।

ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି ବୋଲି କହିଛନ୍ତି ୫-ଟି ସଚିବ । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର କାର୍ଯ୍ୟ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ ହକି ପାଇଁ ଉତ୍ସବ ଆୟୋଜନ ହେବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି ।

ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍ ଜିତୁ, ଶ୍ରୀଜିଉଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ୫-ଟି ସଚିବ । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ ଅଲିମ୍ପିକରେ ପଦକ ହାସଲ କରନ୍ତୁ । ସେହି ସମାରୋହରେ ଓଡ଼ିଆ କ୍ରିଡାବିତ୍‌ଙ୍କ ପାଇଁ ଭାରତର ଜାତୀୟ ସଂଗୀତ ଗାନ ହେବ। ଯାହା ଶୁଣିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।

ସେ କହିଛନ୍ତି ଯେ, ରାଜ୍ୟର ସ୍କୁଲ କଲେଜଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ ଚଳିତଥର ଭାରତ ହକି ବିଶ୍ୱକପ୍ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ।

ଆସିଲା ୨୦୨୩ ବିଶ୍ୱକପ ହକି ଖେଳସୂଚୀ : କଳିଙ୍ଗ ନୁହେଁ ରାଉରକେଲାରୁ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ
ଭୁବନେଶ୍ବର :  ୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । କଳିଙ୍ଗରେ ସେହିଦିନ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନସ ମଧ୍ୟରେ ଖେଳାଯିବ ।

ପରେ ସେହିଦିନ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ୱଲସ ମଧ୍ୟରେ ଖେଳାଯିବ । ଦ୍ଵିତୀୟ ମ୍ୟାଚରେ ଆୟୋଜକ ଭାରତର ମୁକାବିଲା ସ୍ପେନ ସହ ହେବ । ବିଶ୍ଵକପରେ ଭାଗ ନେଉଥିବା ସମସ୍ତ ଦଳ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଳିବେ ।

The schedule for the much-awaited FIH Odisha Hockey Men's World Cup 2023 Bhubaneswar-Rourkela is out!

The ticket sales will begin shortly. You can pre-register your interest here: https://t.co/7zNZUcB28o

Check the full schedule in the story below 👇@TheHockeyIndia#HWC2023

— International Hockey Federation (@FIH_Hockey) September 27, 2022

୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ। ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ। ୧୬ଟି ଦଳକୁ ୪ଟି ପୁଲ୍ ବା ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦେଶ ରହିଛନ୍ତି। ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍‌ ଖେଳାଯିବ।

ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପରେ ଗ୍ରୁପର ୧ନଂ ସ୍ଥାନରେ ରହୁଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ କ୍ରସ ଓଭର ମ୍ୟାଚ୍‌ ଖେଳିବେ। ଏହାର ବିଜେତା ଟପ୍‌ ୮ ବା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। କ୍ରସ ଓଭର ମ୍ୟାଚ୍‌ ଗୁଡ଼ିକ ୨୨ ତାରିଖରୁ ଆରମ୍ଭ ହେବ। ସମସ୍ତ କ୍ରସ ଓଭର ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।ସେହିପରି ୪ଟି ଯାକ କ୍ୱାର୍ଟର ଫାଇନାଲ, ୨ଟି ସେମି ଫାଇନାଲ ଓ ଫାଇନାଲ ମଧ୍ୟ ଭୁବନେଶ୍ୱରରେ ଆୟୋଜନ ହେବ। ଫାଇନାଲ ମ୍ୟାଚ୍ ଜାନୁଆରୀ ୨୯ ତାରିଖ ସନ୍ଧ୍ୟା ୭ଟାରେ  କଳିଙ୍ଗରେ ଖେଳାଯିବ।

ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୧୬ଟି ଦେଶକୁ ୪ଟି ପୁଲରେ ବିଭକ୍ତ କରାଯାଇଛି। ପୁଲ୍-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍-ବିରେ ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି। ଏବଂ ପୁଲ୍-ସିରେ ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି।ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି।

ବିଶ୍ୱକପ-୨୦୨୩କୁ ସମସ୍ତଙ୍କ ପାଇଁ ସୁଗମ, ସଫଳ ଏବଂ ସ୍ମରଣୀୟ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ  ୨୦୨୩ ବିଶ୍ୱକପ ହକି  ଖେଳାଯିବ। ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିବାକୁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୧୭ରେ ମଧ୍ୟ ଏକ ଚମତ୍କାର ସଫଳତା ଥିଲା । ବର୍ତ୍ତମାନଠାରୁ କିଛି ମାସ ମଧ୍ୟରେ ରାଜ୍ୟ ପୁଣିଥରେ ୨୦୨୩ ରେ ହକି ପୁରୁଷ ବିଶ୍ୱକପ୍ ଆୟୋଜନ କରିବ। ପୂର୍ବ ସଂସ୍କରଣ ଅପେକ୍ଷା ଆହୁରି ବଡ ଏବଂ ଉନ୍ନତ ହେବା ନିଶ୍ଚିତ କରିବାକୁ ସିଏମଓ ସ୍ତରରେ ଗତ ଅଗଷ୍ଟ ମାସ ୨୨ ତାରିଖରେ ଏକ  ଅନୁଷ୍ଠିତ ହୋଇଯାଇଛି।

ଏକାସାଙ୍ଗରେ ଦୁଇଟି ସହରରେ ଆୟୋଜିତ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହି କାର୍ଯ୍ୟକ୍ରମର ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ସୁଗମ, ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ନିଶ୍ଚିତ କରିବାକୁ ଆମେ ନିଶ୍ଚିତ। ଆମେ ଉତ୍ସାହର ସହିତ ବିଶ୍ୱର ଶୀର୍ଷ ଦଳଗୁଡିକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ।ବିଭିନ୍ନ ସରକାରୀ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି ଏବଂ ୨୦୧୮ ରେ ଏକ ଅଭୂତପୂର୍ବ ଘଟଣା କାର୍ଯ୍ୟକାରୀ କରିଛନ୍ତି ଯାହା ଆମ ଭାବମୂର୍ତ୍ତି ଉପରେ ବିଶ୍ୱର ପ୍ରଭାବ ପକାଇଛି । ୫ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରେ ଓଡିଶା ଏକ ମାନଦଣ୍ଡ ସ୍ଥିର କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଏହି ବିଶ୍ୱକପକୁ ଏକ ଉଲ୍ଲେଖନୀୟ ହୋଷ୍ଟ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଉରକେଲାର ନବୀକରଣ ଏବଂ ସୈାନ୍ଦର୍ଯ୍ୟକରଣ ସହ ଜଡିତ ଅନ୍ୟାନ୍ୟ ଦିଗ ମଧ୍ୟ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଛି। ଭୁବନେଶ୍ୱରରେ କିଛି ମାସ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମରେ ନୂତନ ଟର୍ଫ ପକାଯାଉଛି ଏବଂ ମ୍ୟାଚ୍ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି। ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପର ସାମଗ୍ରିକ ସୁଗମ ତଥା ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ସଂଯୋଗ, ଆବାସ, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଅର୍ଥ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା, ଭୂମିକା ଉପରେ ଆଲୋଚନା ହୋଇଛି ।