Nayapalli - The Sakala

ମହଙ୍ଗା ପଡ଼ିଲା ପ୍ରେମରେ ମଧ୍ୟସ୍ତି ସାଜିବା: ପାର୍କକୁ ଡାକି ମଧ୍ୟସ୍ତି ସାଜିଥିବା ଯୁବତୀଙ୍କୁ ନିର୍ଘାତ ପିଟିଲେ ଉଭୟ ପ୍ରେମୀଯୁଗଳ
ଭୁବନେଶ୍ୱର: ପ୍ରେମିକ ସହ ବ୍ରେକ୍‍ଅପ୍‍ କରିବା ହେଲା କାଳ। ଉଭୟଙ୍କ ପ୍ରେମରେ ମଧ୍ୟସ୍ତି ସାଜିଥିବା ଅନ୍ୟ ଜଣେ ଯୁବତୀଙ୍କୁ ନିର୍ଘାତ ପିଟିଲେ ଉଭୟ ପ୍ରେମୀଯୁଗଳ। ଏଭଳି ରୋଚକ ଘଟଣା ନୂଆପଲ୍ଲୀ ଥାନା ଏନ୍‍-୫ରେ ଥିବା ଏକ ପାର୍କରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏନେଇ ଥାନାରେ ମାଡ଼ ଖାଇଥିବା ମଧ୍ୟସ୍ତି ସୁମିତ୍ରା ନାୟକ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଭିଆଇପି କଲୋନୀର ଜଣେ ଯୁବତୀ ଜଣେ ଯୁବକକୁ ଭଲ ପାଉଥିଲେ। ଆଉ ଏହି ପ୍ରେମର ମଧ୍ୟସ୍ତି ସାଜିଥିଲେ ଯୁବତୀଙ୍କ ସାଙ୍ଗ ସୁମିତ୍ରା। ସେ ଉଭୟଙ୍କ ଭଲମନ୍ଦ ବୁଝାବୁଝି କରିବା ସହ ଝଗଡ଼ା ହେଲେ ମନାଉଥିଲେ। କିନ୍ତୁ ଗତ କିଛି ଦିନ ହେବ କୌଣସି କାରଣ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେବାରୁ ପ୍ରେମରେ ବ୍ରେକ୍‍ଅପ ହୋଇଥିଲା। ହେଲେ ଉଭୟ ଏହି ବ୍ରେକ୍‍ଅପ୍‍ ପାଇଁ ସୁମିତ୍ରାଙ୍କୁ ଦାୟୀ କରିଥିଲେ। ତେଣୁ ଏହି ମାମଲାର ସମାଧାନ କରିବା ପାଇଁ ସନ୍ଧ୍ୟାରେ ଏନ୍‍-୫ ପାର୍କକୁ ଉଭୟ ପ୍ରେମୀଯୁଗଳ ସୁମିତ୍ରାଙ୍କୁ ଡାକିଥିଲେ। ୩ ଜଣଙ୍କ ଉପସ୍ଥିତିରେ ଝଗଡ଼ାର କାରଣ ଖୋଜାଯାଇଥିଲା। ହେଲେ ଶେଷରେ ପ୍ରେମୀଯୁଗଳ ଏହି ବ୍ରେକ୍‍ଅପ୍‍ ପାଇଁ ସୁମିତ୍ରାକୁ ଦାୟୀ କରିଥିଲେ। ସେ ଉଭୟଙ୍କ ବିରୋଧରେ ପରସ୍ପରଙ୍କୁ ମିଛ କଥା କହି ଝଗଡ଼ା କରାଇଥିବା ଦୋଷ ଦେଇଥିଲେ। ପରେ ଦାୟୀ କରି ସୁମିତ୍ରାକୁ ଉଭୟେ ପାର୍କ ମଧ୍ୟରେ ନିର୍ଘାତ ପିଟିଥିଲେ।