Ram Setu New - The Sakala

ଦୀପାବଳୀରେ ଆସିବ ଅକ୍ଷୟ କୁମାରଙ୍କ ‘ରାମସେତୁ’
ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମସେତୁ’ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଅକ୍ଷୟ ଫିଲ୍ମର ପୋଷ୍ଟର୍‌ ସେୟାର୍ କରିଥିଲେ। ଏହାବାଦ୍‌ ଫିଲ୍ମର ନାମକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ନବରାତ୍ରୀ ଉପଲକ୍ଷେ ଏହାର ଟିଜର୍‌କୁ ରିଲିଜ୍‌ କରାଯାଇଛି। ଟିଜର୍‌ରୁ କାହାଣୀ ବିଷୟରେ ବେଶ୍‌ କିଛି ଆଭାସ ମିଳିଛି। ଫିଲ୍ମର ପୋଷ୍ଟର୍‌ ଦେଖି ଦର୍ଶକେ ଏହା ଏକ ପୌରାଣିକ ଫିଲ୍ମ ହେବ ବୋଲି ଭାବୁଥିଲେ। ଫିଲ୍ମର ନିର୍ମାତା ମଧ୍ୟ କାହାଣୀକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିଲେ। ଅକ୍ଷୟ ରାମସେତୁକୁ ରକ୍ଷା କରିବା ମିଶନ୍‌ରେ ଅଛନ୍ତି ଓ ତାଙ୍କ ହାତରେ ତିନି ଦିନ ସମୟ ଅଛି ବୋଲି ଟିଜର୍‌ରେ ଦେଖାଯାଇଛି। ରାମସେତୁକୁ କିଭଳି ରକ୍ଷା କରାଯିବ ଓ କାହାଠାରୁ ରକ୍ଷା କରାଯିବ ତାହାକୁ ଗୁପ୍ତ ରଖାଯାଇଛି। ଅକ୍ଷୟ ଏହାର ଟିଜର୍‌କୁ ସେୟାର୍‌ କରି ଲେଖିଛନ୍ତି- ‘ରାମସେତୁର ପ୍ରଥମ ଝଲକ। ଆଶା କରୁଛୁ, ଆପଣମାନଙ୍କୁ ପସନ୍ଦ ଆସିବ। ’‘ରାମସେତୁ’ରେ ଅକ୍ଷୟ ଜଣେ ପ୍ରତ୍ନତତ୍ତ୍ବବିତ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ତାଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ନୁସରତ୍‌ ବରୁଚା ମଧ୍ୟ ନଜର ଆସିବେ। ଅଭିଷେକ ଶର୍ମା ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ଚଳିତବର୍ଷ ଅକ୍ଷୟ କୁମାରଙ୍କ ତିନୋଟି ଫିଲ୍ମ ରିଲିଜ୍‌ ହୋଇଛି। ଏଥିରେ ‘ବଚ୍ଚନ ପାଣ୍ଡେ’, ‘ପୃଥ୍ବୀରାଜ୍’ ଏବଂ ‘ରକ୍ଷାବନ୍ଧନ’ ଆଦି ରହିଛି। ଏହି ତିନୋଟି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିନାହିଁ। ଏବେ ଅକ୍ଷୟଙ୍କୁ ‘ରାମସେତୁ’ରୁ ବହୁତ କିଛି ଆଶା ରହିଛି। ‘ରାମସେତୁ’ ୨୫ ଅକ୍ଟୋବର ଦୀପାବଳି ଅବସରରେ ରିଲିଜ୍‌ ହେବ। ‘ରାମସେତୁ’ ବ୍ୟତୀତ ଅକ୍ଷୟ ‘ ବଡେ ମିଆଁ ଛୋଟେ ମିଆଁ’, ‘ଓଃ ମାଇଁ ଗଡ୍‌’, ‘ଗୋର୍‌ଖା’, ‘ସେଲ୍‌ଫି’ ଏବଂ ‘କ୍ୟାପସୁଲ୍‌ ଗିଲ୍‌’ ଭଳି ଫିଲ୍ମରେ ଅଭିନୟ କରୁଛନ୍ତି।