HSRP Registration - The Sakala

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ: ୫ ହଜାରରୁ ୧୦ ହଜାର ଟଙ୍କା ଜୋରିମାନା
ଭୁବନେଶ୍ୱର : ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ଆସିଛି ବଡ଼ ଖବର। ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଧରପଗଡ଼ ଅଭିଯାନ ଆରମ୍ଭ ହେବ । ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ । ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ପାଇଁ ଏଚ୍‌ଏସ୍‌ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଏସବୁ ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ରେଜିଷ୍ଟ୍ରେସନ୍‌ ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିଲେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏଚ୍‌ଏସ୍‌ଆରପି ଲଗାଇବା ଜରୁରୀ । ସେହିପରି ଶେଷ ସଂଖ୍ୟା ୯ ଓ ୦ ଥିଲେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା ପରେ ସବୁ ଗାଡ଼ିକୁ ଯାଞ୍ଚ କରାଯିବ ।

ରାଜ୍ୟ ପରିବହନ କମିଶନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ପରେ ୧ରୁ ୬ ସଂଖ୍ୟା ପର୍ଯ୍ୟନ୍ତ ଥିବା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ଲାଗିନଥିଲେ ଚାଲାଣ କଟିବ । ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ସଂଖ୍ୟା ଯୁକ୍ତ ନମ୍ବର ପ୍ଲେଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମୋଟର ଯାନ ଆଇନ୍‌ ୧୯୮୮ର ଧାରା ୧୯୨ ଅନୁସାରେ ଏଚ୍‌ଏସ୍‌ଆରପି ନଥିଲେ ୫୦୦୦ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ କହିଛନ୍ତି ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିକୃତ ଗାଡିରେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀ ୯ ତାରିଖ ସୁଦ୍ଧା ରାଜ୍ୟରେ ୩୫,୫୬,୮୧୯ ଟି ଗାଡ଼ି ମାଲିକ ଏଚ୍‌ଏସ୍‌ଆରପି ପାଇଁ ବୁକିଂ କରିଛନ୍ତି । ସେଥି ମଧ୍ୟରୁ ୨୭,୨୪,୯୯୪ଟି ଗାଡ଼ିରେ ଏଚ୍‌ଏସ୍‌ଆରପି ଲାଗି ସାରିଛି । ତେଣୁ ଅବଶିଷ୍ଟ ଗାଡ଼ି ମାଲିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଚ୍‌ଏସ୍‌ଆରପି ପାଇଁ ଆବେଦନ କରନ୍ତୁ । ଯେଉଁ ଗାଡ଼ି ମାଲିକ ଅନ୍‌ଲାଇନ୍‌ ବ୍ୟବହାର ଜାଣି ନାହାନ୍ତି ଅବା ଇଣ୍ଟରନେଟ୍‌ ସୁବିଧା ନାହିଁ ସେମାନେ ମୋ ସେବା କେନ୍ଦ୍ର ଅବା ଆରଟିଓରେ ଏଚ୍‌ଏସ୍‌ଆରପି ପାଇଁ ଆବେଦନ କରିପାରିବେ । ବିଭିନ୍ନ ଗାଡ଼ି ନିର୍ମାତା ସେମାନଙ୍କ ପ୍ରାଧିକୃତ ବିକ୍ରେତାଙ୍କ ଜରିଆରେ ରାଜ୍ୟର ୮୮ଟି ସ୍ଥାନରେ ନମ୍ବର ପ୍ଳେଟ୍‌ ଲଗାଇବା ପାଇଁ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି । କିଛି ଆରଟିଓରେ ମଧ୍ୟ ଫିଟ୍‌ମେଣ୍ଟ ସେଣ୍ଟର ଖୋଲାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି ।

୨୦୧୯ ଏପ୍ରିଲ ୧ ପୂର୍ବରୁ କ୍ରୟ କରାଯାଇ ଥିବା ଟ୍ରେଲର୍‌ ଏବଂ ଅନ୍ୟ ଗାଡ଼ି ଯାହାର ଉତ୍ପାଦନ ବନ୍ଦ ହୋଇଯାଛି, ସେହି ଗାଡ଼ି ପଞ୍ଜିକୃତ ହୋଇଥିବା ଆରଟିଓରେ ଏଚ୍‌ଏସ୍‌ଆରପି ଲଗାଇବା ବ୍ୟବସ୍ଥା ହୋଇଛି । ଯଦି ଏଚ୍‌ଏସ୍‌ଆରପି ଖରାପ ହୋଇଯାଇ ଥିବା ଅବା ଭାଙ୍ଗିଯାଇ ଥିବ ତା ହେଲେ ପୁନର୍ବାର ଲଗାଇବା ପାଇଁ ଏସ୍‌ଓପି ଜାରି କରାଯାଇଛି ।

ପୁଣି ମାସେ ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି
ଭୁବନେଶ୍ବର: ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା।  ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧, ୨, ୩, ୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି। ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।  ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି କୁହାଯାଇଛି।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ, ବୁକିଂ ସ୍ଲିପ ଥିଲେ ଦେବାକୁ ପଡ଼ିବନି ଜରିମାନା
ଭୁବନେଶ୍ବର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଡେଡଲାଇନ ସରିଆସୁଛି। ଏହାରି ଭିତରେ ଚାଳକଙ୍କ ପାଇଁ ଏକ ଭଲ ଖବର ଆସିିଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ ଆସିଛି। ଯଦି ଆପଣ କେବଳ ବୁକିଂ କରିିଥିବେ ତେବେ ଆଉ ଦେବାକୁ ପଡ଼ିବନି ଫାଇନ୍‌। ବୁକିଂ ସ୍ଲିପ ଦେଖାଇ ଯାଇପାରିବେ। ହେଲେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ ଧାର୍ଯ୍ଯ ସମୟ ଭିତରେ ହୋଇଥିବା ଦରକାର ।

ଯଦି ଗାଡିର ନମ୍ବର ଶେଷକୁ ୧,୨,୩,୪ ରହିଥାଏ ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୩୦ ସେପ୍ଟେମ୍ବର ଡେଡଲାଇନ ରହିଛି। ଅର୍ଥାତ ଏହି ସମୟ ମଧ୍ୟରେ ବୁକିଂ କରିଥିଲେ ଦେବାକୁ ପଡିବନି ଜରିମାନା । ସେହିଭଳି ଗାଡିର ନମ୍ବର ୫ କିମ୍ବା ୬ ରହିଥିଲେ ଅକ୍ଟୋବର ୩୧ ପର୍ଯ୍ଯନ୍ତ ଡେଡଲାଇନ ରହିଛି। ଗାଡିର ନମ୍ବର ୭ କିମ୍ବା ୮ ରହିଥିଲେ ୩୦ ନଭେମ୍ବର ଡେଡଲାଇନ ରହିଛି। ଗାଡିର ଶେଷ ନମ୍ବର ୯ କିମ୍ବା ୦ ରହିଥିଲେ ଏହାର ଡେଡଲାଇନ ୩୧ ଡିସେମ୍ବର ରହିଛି । ଅଥାର୍ତ ଧାର୍ଯ୍ଯ ସମୟ ଭିତରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଆଉ ଗଣିବାକୁ ପଡିବନି ଜରିମାନା । ଚେକିଂ ବେଳେ କେବଳ ସ୍ଲଟ ବୁକିଂର ସ୍ଲିପ ଦେଖାଇ ଫାଇନରୁ ବର୍ତ୍ତିପାରିବେ ଲୋକେ।

ସୂଚନା ଅନୁଯାୟୀ, ସରକାର ଧାର୍ଯ୍ଯ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ଯନ୍ତ ଜରିମାନା ଦେବାକୁ ପଡିବ ।