Rajasthan Politics - The Sakala
ଜୟପୁର : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ଏବେ ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଥିବା ଚର୍ଚ୍ଚା ହେଉଛି। ରାଜନୈତିକ ସଙ୍କଟ ଓ ୯୨ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେ ବାଚସ୍ପତି ସିପି ଯୋଶୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ସହ ରାଜ୍ୟ ରାଷ୍ଟ୍ରପତିଙ୍କ ଶାସନ ଆଡକୁ ଗତି କରୁଛି ବୋଲି କୁହାଯାଉଛି । ବର୍ତ୍ତମାନ ସମସ୍ତ ନଜର ରାଜ ଭବନ ଉପରେ ରହିଛି । ବିରୋଧୀ ଦଳ ବିଜେପି ବର୍ତ୍ତମାନ ୱେଟ ଆଣ୍ଡ ୱାଚ ନୀତି ଆପଣେଇ ବା ସହ ସଠିକ ସମୟକୁ ଅନେଇ ବସିଛି। ବିଜେପିର ନେତାମାନେ ବାଚସ୍ପତି ସିପି ଯୋଶୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି, ଯାହା ପରେ ଦଳ ରାଜ ଭବନର ଦାରସ୍ଥ ହୋଇ ପାରିବେ ।
ବର୍ତ୍ତମାନେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ ରାଜସ୍ଥାନର ରାଜନୀତିରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଥୋଡ କହିଛନ୍ତି, “ଯେତେବେଳେ ୯୦ ପ୍ରତିଶତ ବିଧାୟକ ଓ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକି ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିବା ଉଚିତ୍ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ପୁରା ସ୍ଥିତି ଉପରେ ନଜର ରଖିଛି ।
ଅନ୍ୟପଟେ ୯୨ ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ ନକରିବାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ବିଜେପି ରାଜ୍ୟ ସଭାପତି ତଥା ବିରୋଧୀ ଦଳର ଉପନେତା କହିଛନ୍ତି ଯେ ଦଳର ବିଧାୟକମାନେ ଦେଇଥିବା ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ଉଚିତ୍ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା କହିଛନ୍ତି, କଂଗ୍ରେସ ବିଧାୟକମାନେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିଧାନସଭାର ବାଚସ୍ପତି ସିପି ଯୋଶୀ ଏହାକୁ ଗ୍ରହଣ କରିବା ଉଚିତ୍, କଂଗ୍ରେସରେ ଅସନ୍ତୋଷର କାରଣ କାହିଁକି ରାଜ୍ୟବାସୀ ବହନ କରିବେ ବୋଲି ସେ କହିଛନ୍ତି।
ସଚିନ ପାଇଲଟଙ୍କ ପାଇଁ ଖୋଲା ଅଛି ବିଜେପି କବାଟ
ରାଜସ୍ଥାନ ରାଜନୀତିରେ ହାଇ ଡ୍ରାମା ମଧ୍ୟରେ ସଚିନ ପାଇଲଟଙ୍କ ପାଇଁ ବିଜେପି ଦୁଆର ଖୋଲା ଅଛି। ସେ ଯେତେବେଳେ ଚାହିଁବେ ବିଜେପିରେ ମିଶି ପାରିବେ ବୋଲି କହିଛନ୍ତି ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ।  ପାଇଲଟଙ୍କ ସମ୍ପର୍କରେ ସେ  କହିଛନ୍ତି, ସଚିନ ପାଇଲଟଙ୍କ ପାଇଁ ବିଜେପିର କବାଟ ବନ୍ଦ ହୋଇନାହିଁ । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ଗ୍ରହଣ କରିବ । ଯଦି ଏପରି ପରିସ୍ଥିତି ଉପୁଜେ ତେବେ ପାର୍ଟି ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ।
ଏହି ସମୟରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଠୋର କହିଛନ୍ତି ଯେ ବଲ ବର୍ତ୍ତମାନ ବାଚସ୍ପତିଙ୍କ କୋର୍ଟରେ ଅଛି । ତାଙ୍କ ସାମ୍ନାରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଛନ୍ତି । ଯେତେବେଳେ ବିଧାନସଭା ବାଚସ୍ପତି ଏହି ଇସ୍ତଫା ଉପରେ ନିଷ୍ପତ୍ତି ନେବେ, ସେତେବେଳେ ହିଁ ବିଜେପି ଅନ୍ୟ କୌଣସି ପଦକ୍ଷେପ ନେବ । ଆମେ ସମସ୍ତେ କଂଗ୍ରେସରେ କ୍ଷମତା ସଂଗ୍ରାମର ଖେଳ ଦେଖୁଛୁ । ସେ ପାଇଲଟଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ଗତ ଦେଢ଼ ବର୍ଷ ଧରି କୌଣସି ମିଥ୍ୟା ବୟନ ନ ଦେଇଥିବାରୁ ମୁଁ ତାଙ୍କୁ (ପାଇଲଟ) ପ୍ରଶଂସା କରିବି ।
କଂଗ୍ରେସ ସଭାପତି ରେସ୍‌ରୁ ଗେହଲଟ୍‌ ଆଉଟ୍‌
ମୁଖ୍ୟମନ୍ତ୍ରୀ ଥାଇ ବି କଂଗ୍ରେସ ସଭାପତି ପଦ ପାଇଁ ଲୋଭ କରି ବସିଥିବା ଅଶୋକ ଗେହଲଟ ଏବେ ନିଜେ ଏହି ରେସ୍‌ରୁ ଓହରି ଯାଇଛନ୍ତି। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ହାଇକମାଣ୍ଡ ଅସନ୍ତୋଷ ଥିଲେ।ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦଳ ନୂଆ ବିଳକ୍ପ ଖୋଜୁଛି। ସୂଚନାନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ରାଷ୍ଟ୍ରପତି ପଦ ଦୌଡ଼ରେ ନାହାଁନ୍ତି। ଦଳ ମଲ୍ଲିକାର୍ଜୁନ ଖାଡଗେ ଏବଂ ଦିଗବିଜୟ ସିଂହଙ୍କ ନାମ ଉପରେ ବିଚାର କରୁଛି।ବାସ୍ତବରେ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥାଆନ୍ତା। ଏହି ପଦ ପାଇଁ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ଥିଲେ ସଚିନ ପାଇଲଟ୍‌। କିନ୍ତୁ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ କୌଣସି ବି ପରିସ୍ଥିତିରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ରାଜି ନଥିଲେ। ଏଭଳି ପରିସ୍ଥିତିରେ ଦଳର ବହୁ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ।
ରବିବାର ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାର ଥିଲା। କିନ୍ତୁ ଗେହଲଟଙ୍କ ବଶ୍ୱସ୍ତ ଥିବା ଅନେକ ବିଧାୟକ ବୈଠକକୁ ଆସିନଥିଲେ। ସେମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବଙ୍ଗଳା ଠାରେ ଏକ ସଭା କରିଥିଲେ ଏବଂ ପରେ ବିଧାନସଭା ବାଚସ୍ପତି ଡକ୍ଟର ସିପି ଜୋଶୀଙ୍କୁ ଭେଟିବାକୁ ଯାଇଥିଲେ। ଅନ୍ୟପଟେ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେ ଏହି ସମସ୍ୟାର ସମାଧାନ ପାଇଁ ଗେହଲୋଟ୍ କ୍ୟାମ୍ପର ବିଧାୟକଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଧାୟକମାନେ କଥାବାର୍ତ୍ତା କରିବାକୁ ସଫା ସଫା ମନା କରିଦେଇଥିଲେ।କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଗୋଟିଏରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।
ରାଜସ୍ଥାନ ବିଧାନସଭାର ଗଣିତ
ରାଜସ୍ଥାନ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୦୦ । ମ୍ୟାଜିକ୍ ନମ୍ବର ହେଉଛି ୧୦୧ । କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୭୦ ବିଧାୟକ । ସେହିପରି ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ୦୮ ଜଣ ବିଧାୟକ ରହିଛନ୍ତି ।ସରକାରଙ୍କୁ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୨, ଭାରତୀୟ ଟ୍ରାଇବଲ ପାର୍ଟିର ୨, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।୧୦୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୮୦-୯୦ ଗେହଲୋଟ୍ କ୍ୟାମ୍ପ ସହ ରହିଥିବାବେଳେ ପ୍ରାୟ ୨୫ ଜଣ ପାଇଲଟ୍ ଗୋଷ୍ଠୀ ସହ ଅଛନ୍ତି । ବିରୋଧୀ ଦଳ ବିଷୟରେ କହିବାକୁ ଗଲେ ବିଜେପି ପାଖରେ ୭୧ ଜଣ ବିଧାୟକ ଓ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ପାଖରେ ୩ ଜଣ ବିଧାୟକ ଅଛନ୍ତି ।
ହାଇକମାଣ୍ଡଙ୍କୁ ନିଜ ଦବ୍‌ଦବା ସୂଚାଇବାକୁ ଯାଇ, ନିଜ ସରକାରକୁ ଭାଙ୍ଗି ଦେବେକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ?
ଜୟପୁର : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ର କରି ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ନାମାଙ୍କନ ଦାଖଲ କରିପାରନ୍ତି। ସେ ଅଧ୍ୟକ୍ଷ ଭାବେ ଏକ ପ୍ରକାରର ନିର୍ବାଚିତ ହେବାକୁ ଥିବାରୁ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ସଚିନ ପାଇଲଟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଗେହଲଟ ଓ ତାଙ୍କ ସହ ଥିବା ପ୍ରାୟ ୯୨ ଜଣ ବିଧାୟକ ବିରୋଧ କରିଛନ୍ତି।ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଗେହଲଟ ରାଜସ୍ଥାନରେ ନିଜ ସରକାରକୁ ଭାଙ୍ଗିବାକୁ ଯାଉଛନ୍ତି କି?
ଏପରି କହିବାର କାରଣ ହେଉଛି ଗେହଲଟ ସରକାରରେ ଜଣେ ମନ୍ତ୍ରୀ ତଥା ସିଏମଙ୍କ ନିକଟତର ପ୍ରତାପ ଖାଚରିଆବାସ ୯୨ ବିଧାୟକଙ୍କ ଇସ୍ତଫା କଥା କହିଛନ୍ତି । ସେ କହିଛନ୍ତି ଯେ, ହାଇକମାଣ୍ଡ ବିଧାୟକଙ୍କ ମତାମତ ବିନା ନିଜର ରାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଠିକ୍ ନୁହେଁ । ତାଙ୍କୁ ଏକ ଧାଡ଼ିରେ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ହାଇକମାଣ୍ଡ ଦ୍ୱାରା ନିଆଯିବ । ତେବେ ସରକାର ଭାଙ୍ଗି ଯିବ କି ବୋଲି ପଚରାଯିବାରୁ ସେ ଏହାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ସରକାର ଏହିପରି ଭାଙ୍ଗନ୍ତି ନାହିଁ ।
ଖାଚରିଆବାସଙ୍କ ଏହି ବୟାନରେ ଗେହଲଟ କ୍ୟାମ୍ପର ଗେମ୍ ପ୍ଲାନ୍ ଲୁଚି ରହିଛି । ପ୍ରକୃତରେ ଗେହଲଟ ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁନାହାଁନ୍ତି, ବରଂ ସେ କଂଗ୍ରେସ ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଯେ ରାଜସ୍ଥାନର ନିଷ୍ପତ୍ତି ତାଙ୍କ ସମ୍ମତି ଆଧାରରେ କରାଯାଉ । ସେ ଚାହୁଁଛନ୍ତି ଯେ ୨୦୨୦ରେ ବିଦ୍ରୋହୀ ମନୋଭାବ ପ୍ରଦର୍ଶନ କରିଥିବା ପାଇଲଟ ଓ ତାଙ୍କର ଘନିଷ୍ଠ ବିଧାୟକଙ୍କ ବ୍ୟତୀତ ଅନ୍ୟ କାହାକୁ କ୍ଷମତା ହସ୍ତାନ୍ତର କରାଯାଉ, ଯେଉଁଥିରେ ବାଚସ୍ପତି ସିପି ଯୋଶୀ ଆଗରେ ଅଛନ୍ତି । ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ସେମାନଙ୍କ ଇସ୍ତଫା ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି, କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେମାନଙ୍କର ସଦସ୍ୟତା ଶେଷ ହେବ ନାହିଁ । ବାଚସ୍ପତି ଏପର୍ଯ୍ୟନ୍ତ ଇସ୍ତଫା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।
ଗେହଲଟ କ୍ୟାମ୍ପର ମନୋଭାବ ମଧ୍ୟ ହାଇକମାଣ୍ଡକୁ ସିଧାସଳଖ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି । ପାଇଲଟଙ୍କ ନାମରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସହମତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପାଇଲଟଙ୍କୁ ଏହି ଉପାୟରେ ବିରୋଧ କରି ଏକ ପ୍ରକାର ହାଇକମାଣ୍ଡର ନିଷ୍ପତ୍ତିକୁ ବିରୋଧ କରାଯାଇଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗେହଲଟ କ୍ୟାମ୍ପ ଏହାର ନିଷ୍ପତ୍ତିରେ ପରିବର୍ତ୍ତନ ନକରେ, ତେବେ ହାଇକମାଣ୍ଡ ମଧ୍ୟ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରନ୍ତି, ଯାହା ଗେହଲଟ ପାଇଁ ବ୍ୟାକଫାୟାର ହୋଇପାରେ । ଗେହଲଟ ଅଧ୍ୟକ୍ଷ ହେବା ପୂର୍ବରୁ ହିଁ ଗାନ୍ଧୀ ପରିବାରର ପ୍ରଭୁତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି । ଏହା ତାଙ୍କ ବିରୁଦ୍ଧରେ ଯାଇପାରେ ।
ଗେହଲଟ ହୁଏତ ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁନାହାଁନ୍ତି ଓ ତାଙ୍କ ବିଧାୟକମାନେ ଚାପ ରାଜନୀତିରେ ଇସ୍ତଫା ଦେଇଛନ୍ତି, କିନ୍ତୁ ଏହି ଚାଲ୍ ମଧ୍ୟ ଓଲଟା ପଡ଼ିପାରେ । ପାଇଲଟ ଯେଉଁ ପ୍ରକାରର ଷ୍ଟାଣ୍ଡ ଓ ଖୋଲା ବିରୋଧ କରୁଛନ୍ତି, ଏହା ସମ୍ଭବ ଯେ ସଚିନଙ୍କ ‘ଧୈର୍ଯ୍ୟ’ ମଧ୍ୟ ଭାଙ୍ଗିପାରେ । ଯଦି ହାଇକମାଣ୍ଡ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଏ, ତେବେ ପାଇଲଟଙ୍କ କ୍ୟାମ୍ପ ମଧ୍ୟ ଆଗକୁ ମୋର୍ଚ୍ଚା ଖୋଲିପାରେ । ପାଇଲଟଙ୍କର ପାଖାପାଖି ୨୫ ଜଣ ବିଧାୟକ ଅଛନ୍ତି, ଯିଏ ତାଙ୍କ ନିର୍ଦ୍ଦେଶରେ ଦଳ ଛାଡି ପାରନ୍ତି । ଯଦିଓ ଏହା ଘଟେ, ତେବେ ସରକାର ବଞ୍ଚିବା କଷ୍ଟକର ହେବ ।
ଅନ୍ୟପଟେ ଗତକାଲି ମଧ୍ୟରାତିରେ ଅସନ୍ତୁଷ୍ଟ ବିଧାୟକମାନେ ରାଜସ୍ଥାନ ବାଚସ୍ପତିଙ୍କ ସହ ବୈଠକ କରିଛନ୍ତି । ଦଳର ସମସ୍ତ ବିଧାୟକଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରିବାକୁ ରାଜସ୍ଥାନରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ବୈଠକ ହୋଇପାରିନଥିଲା ।ଫଳରେ ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ୍ ଖଡଗେ ଓ ଅଜୟ ମାକେନ ଦିଲ୍ଲୀ ଫେରିଯିବେ । ଦିଲ୍ଲୀ ଯିବା ପୂର୍ବରୁ ଗେହଲଟଙ୍କୁ ଫୋନ୍ କରିଥିଲେ । ହେଲେ ଗେହଲଟ୍ କିଛି କରିପାରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି । ଏହାରି ଭିତରେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ଆଜି ଦିଲ୍ଲୀ ଯିବେ କେ.ସି ବେଣୁଗୋପାଳ । ସଂଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ରାଜସ୍ଥାନ ବିଧାନସଭାର ଗଣିତ
ରାଜସ୍ଥାନ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୦୦ । ମ୍ୟାଜିକ୍ ନମ୍ବର ହେଉଛି ୧୦୧ । କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୭୦ ବିଧାୟକ । ସେହିପରି ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ୦୮ ଜଣ ବିଧାୟକ ରହିଛନ୍ତି ।ସରକାରଙ୍କୁ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୨, ଭାରତୀୟ ଟ୍ରାଇବଲ ପାର୍ଟିର ୨, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।୧୦୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୮୦-୯୦ ଗେହଲୋଟ୍ କ୍ୟାମ୍ପ ସହ ରହିଥିବାବେଳେ ପ୍ରାୟ ୨୫ ଜଣ ପାଇଲଟ୍ ଗୋଷ୍ଠୀ ସହ ଅଛନ୍ତି । ବିରୋଧୀ ଦଳ ବିଷୟରେ କହିବାକୁ ଗଲେ ବିଜେପି ପାଖରେ ୭୧ ଜଣ ବିଧାୟକ ଓ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ପାଖରେ ୩ ଜଣ ବିଧାୟକ ଅଛନ୍ତି ।
ରାଜସ୍ଥାନ ରାଜନୀତିରେ କମ୍ପନ : ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରି ଗେହଲଟ କ୍ୟାମ୍ପର ୯୨ ବିଧାୟକଙ୍କ ଇସ୍ତଫା
ଜୟପୁର : ରାଜସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସରେ ଏକ ବଡ଼ ବିଭାଜନ ଦେଖିବାକୁ ମିଳୁଛି। କଂଗ୍ରେସ ହାଇକମାଣ୍ଡ ଉପରେ ଚାପ ପକାଇବା ପାଇଁ ଗେହଲଟ ସମର୍ଥକ ବିଧାୟକ ମାନେ ଇସ୍ତଫା ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକ ସମ୍ପର୍କରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହାପୂର୍ବରୁ ଏହି ବୈଠକ ୭ଟା ସମୟରେ ଅନୁଷ୍ଠିତ ହେବାର ଥିଲା, ତା’ପରେ ଏହାର ସମୟ ୭.୩୦କୁ ବୃଦ୍ଧି କରାଯାଇଥିଲା। ଏହି ବୈଠକରେ ଦଳର ଜାତୀୟ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦିତା କରିବାକୁ ଗେହଲଟ ଘୋଷଣା ହେବା ପରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ହେବାର ଥିଲା। କିନ୍ତୁ ବୈଠକ ପୂର୍ବରୁ ଅନେକ ବିଧାୟକ ଗେହଲଟଙ୍କ ଖାସ ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ବାସଭବନରେ ପହଞ୍ଚି ସଚିନ ପାଇଲଟଙ୍କ ବିରୋଧରେ ହରତାଳ ଆରମ୍ଭ କରିଥିଲେ।
ଗେହଲଟଙ୍କ ପରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସମ୍ଭାବିତ ନିଷ୍ପତ୍ତି ପରେ ବଡ଼ ବିରୋଧ ଆରମ୍ଭ ହୋଇଛି। ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ । ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେଇଥିବା ବିଧାୟକମାନେ କହିଛନ୍ତି ଯେ ଅଶୋକ ଗେହଲଟ ଏକାସାଂଗରେ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ଭାଳି ପାରିବେ । ଅଶୋକ ଗେହଲଟ ରାଜସ୍ଥାନରେ ବହୁ ଜନମଂଗଳକାରୀ ଯୋଜନା ପ୍ରଣୟଣ କରିଛନ୍ତି ।ଆଉ ଏହା ହେଲେ, ଦଳ ପୁଣି ଥରେ ରାଜସ୍ଥାନରେ କ୍ଷମତାକୁ ଫେରିବ । ଏଥିସହ ଆଜି ସନ୍ଧ୍ୟାରେ ବସିଥିବା ବିଧାୟକ ଦଳ ବୈଠକକୁ ରଦ୍ଧ କରି ଦିଆଯାଇଛି । ବୈଠକରେ ଯୋଗ ଦେବା ପାଇଁ ଯାଇଥିବା କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲିକାର୍ଜୁନ ଖଡଗେଙ୍କ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୋନିଆଙ୍କ ଫୋନରେ ହାତ ଟେକିଦେଲେ ଅଶୋକ ଗେହଲଟ
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଶୋକ ଗେହଲଟ ପ୍ରାର୍ଥୀ ହେବା ଚର୍ଚ୍ଚା ପରେ ଆରମ୍ଭ ହୋଇଥିବା ରାଜନୈତିକ ସଂକଟ ଏବେ ବଡ଼ ରୂପ ନେଇଛି। ବିବାଦ ବଢ଼ୁଥିବାବେଳେ ଅଶୋକ ଗେହଲଟଙ୍କ ଆଭିମୁଖ୍ୟରେ ଦଳର ଶୀର୍ଷ ନେତୃତ୍ୱ ବୁଦ୍ଧିଶୂନ୍ୟ କରିଦେଇଛି। ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କେସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରି ଜୟପୁରରେ କଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। କୁହାଯାଇଛି ଏହାର ଜବାବରେ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଥିଲେ ଏବଂ ତାଙ୍କ ନିୟନ୍ତ୍ରଣରେ କିଛି ନଥିବା କହିଥିଲେ । ସେ କହିଛନ୍ତି, ଏହା ବିଧାୟକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏଥିରେ କାହାରି ହାତ ନାହିଁ।
ସୂଚନାଯୋଗ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ହାଇକମାଣ୍ଡ ନିଷ୍ପତି ନେଇଥିଲେ । ହେଲେ, ୧୦୭ ଦଳୀୟ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ରିହଥିବାବେଳେ ସଚିନଙ୍କ ସପକ୍ଷରେ ମାତ୍ର ୧୫ ବିଧାୟକ ରହିଛନ୍ତି।