Sujata R Karthikeyan - The Sakala

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ ।

ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।

ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବଙ୍କ ସୂଚନା
ଭୁବନେଶ୍ୱର: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି- CMRF ଢାଞ୍ଚାରେ ଗଠନ ହେବ ଏହି ଫଣ୍ଡ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ। ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ। ସୁଜାତା ଆର୍ କାର୍ତ୍ତିକେୟନ, ମିଶନ ଶକ୍ତି ସଚିବ।

– ସେହିଭଳି SHG ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟ ସ୍ତରୀୟ SHG ଫେଡରେସନ ଗଠନ ହେବ। ରାଜ୍ୟ ସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍।

– ୮ ବର୍ଷରେ SHG ଙ୍କୁ ଋଣ ସହାୟତା ୧୯ ଗୁଣ ବୃଦ୍ଧି। SHG ଋଣ ସହାୟତା ୨୦୧୪-୧୫ର ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨ ୩ରେ ପହଞ୍ଚିଛି ୧୧ ହଜାର କୋଟି ଟଙ୍କାରେ।

– SGH ଙ୍କ ଦ୍ଵାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା। SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯%। ଏଥିଲାଗି କେନ୍ଦ୍ର ଠାରୁ ପ୍ରଶଂସା ପାଇଛି ଓଡ଼ିଶା।

– ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା। ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ।

ମିଶନ ଶକ୍ତି ବିଭାଗର ୪ ବଡ଼ ସଫଳତା

– ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ଓଡିଶା ଉପରେ ମାତ୍ର 6ଟି ରାଜ୍ୟ ରହିଛି।ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି।

– ମହିଳା ମାନଙ୍କ କାର୍ଯ୍ୟକ୍ରମ ;ବ୍ଲକ ରେ ମିଶନ ଶକ୍ତି କାଫେ, ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା, ମାଛ ଚାଷ, ହର୍ଟି କଲଚର।

– ମହିଳା ସଂଗଠନ ଗୁଡିକୁ ଶସକ୍ତ କରାଯାଉଛି।ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି।

– କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖଯୋଗ୍ୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨କୋଟି ମିଲ ପ୍ରସ୍ତୁତ କରିଥିଲେ, ୭୫ଲକ୍ଷ ମାସ୍କ ଦେଇଥିଲେ।

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ଓଡ଼ିଶା ଏସ୍‌ଏଚ୍‌ଜି ମା’ମାନଙ୍କ ହାତତିଆରି ସାମଗ୍ରୀ : ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ। ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ଅନୁଷ୍ଠିତ ମହିଳା ଉଦ୍ୟୋଗୀ ଅଧିବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଥିବା ମହିଳା ଉଦ୍ୟୋଗୀ ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ । ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମିଶନ ଶକ୍ତି ମା'ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ। ୫ବର୍ଷରେ ୫ ହଜାର କୋଟି ଟଙ୍କାର କାମ, ମା'ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

— I & PR Department, Odisha (@IPR_Odisha) December 3, 2022

ଅନ୍ୟପଟେ ମେକ୍‌ ଇନ୍ ଓଡିଶା କନକ୍ଲେଭର ମହିଳା ଉଦ୍ୟୋଗୀ ଅଧିବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୯ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/OHpfRe3VjO

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମୋର ଦୃଢ ବିଶ୍ବାସ, ମା’ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏସଏଚଜିମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ।

ସେହିପରି ପଞ୍ଚାୟତସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/U1rglr41kU

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସଏଚଜି ଲାଭ ପାଉଛନ୍ତି। ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Hon'ble Chief Minister Naveen Patnaik felicitated heads of the 3 best SHGs from across the state, based on their annual turnover and activities undertaken at #MIO2022 today. #JoinTheJuggernaut pic.twitter.com/42A6my1lQw

— Invest Odisha (@InvestInOdisha) December 3, 2022

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶଟିଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଓଡ଼ିଶାର ରୂପାନ୍ତରଣରେ ମା’ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ମିଶନ ଶକ୍ତି-ସ୍କେଲିଂ ଅପ୍ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ପୁରୀ ଗସ୍ଥରେ ଆସି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ
ପୁରୀରେ 5ଟି ସଚିବ । ଆଜି ସକାଳୁ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ଥରେ ଆସି ମହାପ୍ରଭୁଙ୍କୁ କରିଛନ୍ତି ଦର୍ଶନ । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ବେଢା ପରିକ୍ରମା,ବିମଳା ମନ୍ଦିର, ବଟ ଗଣେଶ, ବେଢା କାଳୀ, ସୂର୍ଯ୍ୟ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଦର୍ଶନ,ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ସହ ଶ୍ରୀମନ୍ଦିରର ଆଉ କଣ କଣ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ସେନେଇ ସେ ଅନୁଧ୍ୟାନ କରିଥିବା ସୂଚନା । ତାଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିବା ସୂଚନା ।

ଆର୍ଥିକ ଓ ସାମାଜିକ ସଶକ୍ତିକରଣ ସହ ମହିଳାମାନଙ୍କ ନେତୃତ୍ୱ ବିକାଶ କରିପାରିଛି ମିଶନ ଶକ୍ତି: ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଆଜି ଓ୍ବାର୍ଲ୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ଵାନ ସଂପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ଵ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି ।

ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର / ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ୟ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି । ନୂତନ ଓଡିଶା ଗଠନରେ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ଵ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ଵାସ୍ଥ୍ୟକର , ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ ଅଟେ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହା ଦ୍ଵାରା କୃଷି କ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତିକରଣ ହୋଇପାରିବ । ଅକ୍ଷୟ ଶକ୍ତିର ବ୍ୟବହାର , ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ସିଟିଟିସି , ସିପେଟ୍‌ , ଓର୍ମାସ୍ , ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ୍ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହି ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ , ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ଥିଲେ ।