Ankita Bhandari - The Sakala

ଖୋଲୁଛି ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟର ଗୁମର : ଅଙ୍କିତାଙ୍କ ପୂର୍ବରୁ ମଧ୍ୟ ନିଖୋଜ ହୋଇଥିଲେ ଆଉ ଜଣେ ଯୁବତୀ
ଋଷିକେଶ : ଉତ୍ତରାଖଣ୍ଡ ପୌଡୀ ଗଢ଼ୱାଲର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକୁ ନେଇ ଦେବଭୂମି ଜଳୁଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କେବଳ ଅଙ୍କିତା ନୁହେଁ ଏହା ପୂର୍ବରୁ ଏହି ରିସର୍ଟରେ ଅନ୍ୟ ଜଣେ ଯୁବତୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏହି  ରିସର୍ଟରେ ଝିଅମାନଙ୍କ ସହ ଖରାପ କାମ କରାଯାଉଥିବା ନେଇ ଚର୍ଚ୍ଚାକୁ ଆସିଥିଲା। ଅଙ୍କିତା ହତ୍ୟା ମାମଲା ପୂର୍ବରୁ ରିସର୍ଟରେ କାମ କରୁଥିବା ପ୍ରିୟଙ୍କା ନାମକ ଜଣେ ଝିଅ  ମଧ୍ୟ ନିଖୋଜ ହୋଇଯାଇଥିଲେ।

ଅନ୍ୟପଟେ ଅଙ୍କିତା ଭଣ୍ଡାରୀ ରିସେପ୍‌ସନିଷ୍ଟ୍‌ ଥିବା ରିସର୍ଟର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି ବୋଲି ଆଜି ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ର (ଏସ୍‌ଆଇଟି) ମୁଖ୍ୟ କହିଛନ୍ତି।ଗଣମାଧ୍ୟମକୁ ‘ଏସ୍‌ଆଇଟି’ର ମୁଖ୍ୟ ତଥା ‘ଡିଆଇଜି’ ପି.ଆର୍‌. ଦେବୀ କହିଛନ୍ତି ଯେ, ସେମାନେ ସମସ୍ତଙ୍କ ବୟାନ ରେକର୍ଡ କରୁଛନ୍ତି ଓ ରିସର୍ଟର ପୃଷ୍ଠଭୂମି ଉପରେ ପୂର୍ଣ୍ଣ ତଦନ୍ତ ଚଳାଇଛନ୍ତି। ଏ ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ, ସନ୍ଧ୍ୟାସୁଦ୍ଧା ମିଳିଯିବ ବୋଲି ଆଶା କରୁଛୁ।ଅଙ୍କିତାଙ୍କ ଶବ ହସ୍ତାନ୍ତର କରାଯାଇଥିଲେ ବି ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରା ନ ଯିବା ପର୍ୟ୍ୟନ୍ତ ଶବ ସଂସ୍କାର କରିବେ ନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ମାମଲା ଶୁଣାଣି କରାଯିବା ସହ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।

ବିଜେପିର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ଏହି ରିସର୍ଟକୁ କାଲି ଭଙ୍ଗା ଯାଇଥିଲା। ରିସର୍ଟ ଭଙ୍ଗାଯିବା ଘଟଣାରେ ସନ୍ଦେହ ପ୍ରକାଶ କରି ଅଙ୍କିତାଙ୍କ ବାପା କହିଛନ୍ତି, ହତ୍ୟାକାଣ୍ଡର ପ୍ରମାଣ ଥିବା ରିସର୍ଟକୁ କାହିଁକି ଭାଙ୍ଗି ଦିଆଗଲା? ତେବେ ପୁଲିସ କହିଛି ଯେ ଘଟଣାର ସଠିକ ତଦନ୍ତ ଚାଲିଛି। ଏସ୍‌ଆଇଟି ତଦନ୍ତ ରିପୋର୍ଟ ହସ୍ତାନ୍ତର କରିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଅଙ୍କିତାଙ୍କ ଶବ ସତ୍କାର ପାଇଁ ରାଜି ହେଲେ ପରିବାର ଲୋକେ

ହତ୍ୟାକାଣ୍ଡରେ ଶିକାର ହୋଇଥିବା ଅଙ୍କିତାର ଶବ ସତ୍କାର ପାଇଁ ଶେଷରେ ପରିବାର ଲୋକେ ରାଜି ହୋଇଛନ୍ତି। ତେବେ ପ୍ରଥମେ ରାସ୍ତାରୁ ଜନଗହଳିକୁ ହଟାଇବା ପାଇଁ ପରିବାର ଲୋକେ ପ୍ରଶାସନକୁ କହିଛନ୍ତି। ପୂର୍ବରୁ ଅଙ୍କିତାଙ୍କ ହତ୍ୟାର ତଦନ୍ତରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ପରିବାର ଲୋକେ। ଏଥିସହ ଝିଅର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇ ଥିଲେ । ସରକାର ତରବରିଆ ଭାବେ ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟକୁ ଭାଙ୍ଗି ଦେବା ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ। ରସର୍ଟ ଭାଙ୍ଗି ସରକାର ପ୍ରମାଣ ନଷ୍ଠ ଏବଂ ପରୋକ୍ଷରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ ଶବ ସଂସ୍କାର କରିବେ ନାହିଁ ବୋଲି ପରିବାର ଲୋକେ କହିଥିଲା।

ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ଶ୍ରୀନଗର ଓ କେଦେରନାଥ ଜାତୀୟ ରାଜପଥକୁ ଅବରୋଧ କରଥିଲେ। ହେଲେ ଅବରୋଧ ହଟାଇବା ପାଇଁ ଉଭୟ ପ୍ରଶାସନ ଓ ପରିବାର ଲୋକେ ଅନୁରୋଧ କରିଥିଲେ ମଧ୍ୟ ଲୋକେ ହଟି ନଥିଲେ। ଏ ସମ୍ପର୍କରେ ପୌରି ଜିଲ୍ଲା ମାଜିଷ୍ଟ୍ରେଟ ଡ.ବିଜୟ କହିଛନ୍ତି ଯେ, ଅଙ୍କିତାଙ୍କ ଶବ ପାଣିରୁ ଉଦ୍ଧାର ହେବା ପରେ ଋଷିକେଶରେ ଥିବା ଏମ୍ସରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ିବା ଯୋଗୁ ଅଙ୍କିତାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ଶରୀରରେ ମାଡ଼ ମରାଯିବା ଯୋଗୁ କ୍ଷତିଚିହ୍ନ ମଧ୍ୟ ରହିଛି। ବ୍ୟବଚ୍ଛେଦ ପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

୪ ଜଣିଆ ଡାକ୍ତର ଟିମ୍ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିଲା। ଆମେ ଅଙ୍କିତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ। ସେମାନେ ଶବ ସତ୍କାର ପାଇଁ ରାଜି ଥିବା କହିଛନ୍ତି। ବିରୋଧୀ ମଧ୍ୟ ତରବିଆର ଭାବେ ପୁଲକିତଙ୍କ ରିସର୍ଟ ଉପରେ ବୁଲଡୋଜର ଚାଲିବା ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ କରିବାକୁ ରିସର୍ଟକୁ ଭାଙ୍ଗି ଦିଆଯାଇଥିବା ଲୋକମାନେ ସନ୍ଦେହ କରୁଛନ୍ତି। ସରକାର ଏହା ଉପରେ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ମାମଲାକୁ ନେଇ ଗଭୀର ଶୋକପ୍ରକାଶ କରିଛନ୍ତି। ସେ ତଦନ୍ତ ଲାଗି ଡିଆଇଜି ପି ରେଣୁକା ଦେବୀଙ୍କ ନେତୃତ୍ବରେ ଏସଆଇଟି ଗଠନ କରିଛନ୍ତି।ପୁଲିସ ଏତଲା ଅନୁଯାୟୀ ଅଙ୍କିତା ଗତ ୧୭-୧୮ ତାରିଖରେ ନିଖୋଜ ହୋଇଥିଲେ। ଏହାପରେ ତାଙ୍କ ପିତା ରିସୋର୍ଟରେ ପହଞ୍ଚି ପଚରାଉଚୁରା କରିଥିଲେ। ଝିଅର ଖବର ନ ମିଳିବାରୁ ସେ ପ୍ରଥମେ ସ୍ଥାନୀୟ ପୁଲିସରେ ଅଭିଯୋଗ କରିଥିଲେ। ତେବେ ପୁଲିସ ଅଭିଯୋଗ ଗ୍ରହଣ ନ କରିବାରୁ ସେ ବିଧାନସଭା ବାଚସ୍ପତିଙ୍କୁ ଯୋଗାଯୋଗ କରିଥିଲେ। ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ପୁଲିସ ଏତଲା ରୁଜୁ କରିଥିଲା। ଅଙ୍କିତା ୧୭ ତାରିଖ ରାତି ପ୍ରାୟ ୮ଟା ସମୟରେ ପୁଲକିତ, ରିସୋର୍ଟ ମ୍ୟାନେଜର ସୌରଭ ଭାସ୍କର ଏବଂ ଅଙ୍କିତ ଓରଫ ପୁଲକିତ ଗୁପ୍ତାଙ୍କ ସହ ଋଷିକେଶ ଯାଇଥିଲେ। ଫେରୁଥିବା ସମୟରେ ଅଭିଯୁକ୍ତ ଚିଲା ରୋଡରେ ମଦ ପିଇଥିଲେ। ଏଠାରେ ଅଙ୍କିତାଙ୍କ ସହ ପୁଲକିତ ଝଗଡ଼ା କରିଥିଲେ। ପରେ ଅଙ୍କିତା ପୁଲକିତଙ୍କ ମୋବାଇଲକୁ କେନାଲକୁ ଫୋପାଡି ଦେଇଥିଲେ। ପୁଲକିତର ଧମକ ପରେ ଅଙ୍କିତା ରିସୋର୍ଟରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ଜଣାଇଦେବେ ବୋଲି କହିଥିଲେ। ପୁଲକିତ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଙ୍କିତାଙ୍କୁ କେନାଲକୁ ଠେଲି ଦେଇଥିଲା। କିଛି ସମୟ ପରେ ସେ ବୁଡି ଯାଇଥିଲେ।

ବିଜେପିର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ ଏବଂ ଅନ୍ୟ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ପୁଲକିତଙ୍କ ରିସୋର୍ଟରେ ଅଙ୍କିତା ଅଭ୍ୟର୍ଥନାକାରୀ ଭାବେ କାମ କରୁଥିଲେ। ତେବେ ଅଙ୍କିତାଙ୍କୁ ହୋଟେଲକୁ ଆସୁଥିବା ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପୁଲିକତ ବାଧ୍ୟ କରୁଥିଲେ। କିନ୍ତୁ ଅଙ୍କିତା ଅରାଜି ହେବାରୁ ତାଙ୍କୁ କେନାଲକୁ ଠେଲି ହତ୍ୟା କରିଥିଲେ। ଏହି ମାମଲାରେ ପୁଲକିତଙ୍କ ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ପୁଲିସ ଶୁକ୍ରବାର ରାତିରେ ପୁଲକିତଙ୍କ ରିସୋର୍ଟରେ ବୁଲଡୋଜର ଚଢ଼ାଇ ଭାଙ୍ଗିଦେଇଛି। ଶନିବାର ସକାଳେ ଲୋକେ ଏହି ରିସୋର୍ଟରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଏହି ଘଟଣା ପରେ ବିଜେପି ପୁଲକିତଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ତାଙ୍କ ଭାଇକୁ ଦଳରୁ ବାହାର କରିଦେଇଛି। ବିନୋଦ ଆର୍ଯ୍ୟ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ଥିଲେ ଏବଂ ଉତ୍ତରପ୍ରଦେଶର ସହ ପ୍ରଭାରୀ ଥିଲେ। ପୁଲକିତଙ୍କ ଭାଇ ଅଙ୍କିତ ଆର୍ଯ୍ୟ ଉତ୍ତରାଖଣ୍ଡ ଓବିସି କଲ୍ୟାଣ କମିଶନର ଉପାଧ୍ୟକ୍ଷ ଥିଲେ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିଲା।

ଗରିବ ହୋଇପାରେ କିନ୍ତୁ ୧୦,୦୦୦ ଟଙ୍କାରେ ବିକ୍ରି ହେବିନି

ଅନ୍ୟପଟେ ଏହି ମାମଲାରେ ଦିନିକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଅଙ୍କିତା ଭଣ୍ଡାରେ ମୃତ୍ୟୁ ପୂର୍ବରୁ ହ୍ୱାଟ୍ସଆପରେ ନିଜ ସାଙ୍ଗ ସହ କଥା ହୋଇଥିବା ଚ୍ୟାଟିଂ ଏବେ ପୋଲିସ ହାତରେ ଲାଗିଛି ।ହତ୍ୟା କରାଯିବାର କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡରସ୍ଥିତ ୱନନ୍ତରା ରିସର୍ଟର ୧୯ ବର୍ଷୀୟ ରିସେପ୍‌ସନିଷ୍ଟ୍‌ ଅଙ୍କିତା ଭଣ୍ଡାରୀ ବେଶ୍ୟାବୃତ୍ତି ଓ ହୋଟେଲ୍‌ ଅତିଥିମାନଙ୍କୁ ବିଶେଷ ସେବା ଯୋଗାଇ ଦେବା ପାଇଁ ଚାପ ପଡୁଥିବା କଥା ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ହ୍ୱାଟ୍ସଆପ୍ ଜରିଆରେ କହିଥିଲେ। ସେଭଳି ଗୋଟାଏ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତାରେ ଅଙ୍କିତା ଲେଖିଥିଲେ: ମୁଁ ଗରିବ ହୋଇପାରେ, କିନ୍ତୁ ୧୦,୦୦୦ ଟଙ୍କାରେ ବିକ୍ରି ହେବିନାହିଁ।

ହ୍ୱାଟ୍ସଆପ୍ ଚାଟ୍‌ରେ ଅଙ୍କିତା ଲେଖିଥିଲେ: ଆଜି ଅଙ୍କିତ ଆସି ମତେ କହିଲେ ଗୋଟାଏ କଥା କହିବି। ମୁଁ ଶୁଣିବି ବୋଲି କହି ‘ରିସେପ୍‌ସନ୍‌ ଡେସ୍କ୍‌’ର ଗୋଟିଏ ପଟକୁ ଚାଲିଗଲି। ସେଠାରେ ସେ ମୋତେ କହିଲେ, ‘ଏକ୍‌ଷ୍ଟ୍ରା ସର୍ଭିସ୍‌’ ଯୋଗାଇ ଦେଲେ ଜଣେ ମତେ ୧୦,୦୦୦ ଟଙ୍କା ଦେବେ। ମୁଁ ତାଙ୍କୁ ମୁହେଁ ମୁହେଁ କହିଲି ଯେ, ମୁଁ ଗରିବ ହୋଇପାରେ, କିନ୍ତୁ ୧୦,୦୦୦ ଟଙ୍କା ବିନିମୟରେ ମୁଁ ଆପଣଙ୍କ ରିସର୍ଟରେ ବିକ୍ରି ହେବିନାହିଁ। ତା’ପରେ ଅଙ୍କିତ ମତେ ବୁଝାଇକହିଲେ କି, ‘ଏକ୍‌ଷ୍ଟ୍ରା ସର୍ଭିସ୍‌’ ପାଇଁ ସେ ମତେ କହୁନାହାନ୍ତି। ତାଙ୍କ କହିବା ଉଦ୍ଦେଶ୍ୟ ହେଲା ଏଥିପାଇଁ ମୋ ଜାଣିବାରେ ଅନ୍ୟ କୌଣସି ଝିଅ ଇଚ୍ଛୁକ ଅଛନ୍ତି କି? କିନ୍ତୁ, ମୁଁ ଠିକ୍‌ ଜାଣିଥିଲି ସେ ମତେ ହିଁ ଉଦ୍ଦେଶ୍ୟ କରି ଏମିତି କହୁଥିଲେ।