HSRP - The Sakala

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ: ୫ ହଜାରରୁ ୧୦ ହଜାର ଟଙ୍କା ଜୋରିମାନା
ଭୁବନେଶ୍ୱର : ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ଆସିଛି ବଡ଼ ଖବର। ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଧରପଗଡ଼ ଅଭିଯାନ ଆରମ୍ଭ ହେବ । ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ । ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ପାଇଁ ଏଚ୍‌ଏସ୍‌ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଏସବୁ ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।

ରେଜିଷ୍ଟ୍ରେସନ୍‌ ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିଲେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏଚ୍‌ଏସ୍‌ଆରପି ଲଗାଇବା ଜରୁରୀ । ସେହିପରି ଶେଷ ସଂଖ୍ୟା ୯ ଓ ୦ ଥିଲେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା ପରେ ସବୁ ଗାଡ଼ିକୁ ଯାଞ୍ଚ କରାଯିବ ।

ରାଜ୍ୟ ପରିବହନ କମିଶନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ପରେ ୧ରୁ ୬ ସଂଖ୍ୟା ପର୍ଯ୍ୟନ୍ତ ଥିବା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ଲାଗିନଥିଲେ ଚାଲାଣ କଟିବ । ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ସଂଖ୍ୟା ଯୁକ୍ତ ନମ୍ବର ପ୍ଲେଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମୋଟର ଯାନ ଆଇନ୍‌ ୧୯୮୮ର ଧାରା ୧୯୨ ଅନୁସାରେ ଏଚ୍‌ଏସ୍‌ଆରପି ନଥିଲେ ୫୦୦୦ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ କହିଛନ୍ତି ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିକୃତ ଗାଡିରେ ଏଚ୍‌ଏସ୍‌ଆରପି ଲଗାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜାନୁଆରୀ ୯ ତାରିଖ ସୁଦ୍ଧା ରାଜ୍ୟରେ ୩୫,୫୬,୮୧୯ ଟି ଗାଡ଼ି ମାଲିକ ଏଚ୍‌ଏସ୍‌ଆରପି ପାଇଁ ବୁକିଂ କରିଛନ୍ତି । ସେଥି ମଧ୍ୟରୁ ୨୭,୨୪,୯୯୪ଟି ଗାଡ଼ିରେ ଏଚ୍‌ଏସ୍‌ଆରପି ଲାଗି ସାରିଛି । ତେଣୁ ଅବଶିଷ୍ଟ ଗାଡ଼ି ମାଲିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଚ୍‌ଏସ୍‌ଆରପି ପାଇଁ ଆବେଦନ କରନ୍ତୁ । ଯେଉଁ ଗାଡ଼ି ମାଲିକ ଅନ୍‌ଲାଇନ୍‌ ବ୍ୟବହାର ଜାଣି ନାହାନ୍ତି ଅବା ଇଣ୍ଟରନେଟ୍‌ ସୁବିଧା ନାହିଁ ସେମାନେ ମୋ ସେବା କେନ୍ଦ୍ର ଅବା ଆରଟିଓରେ ଏଚ୍‌ଏସ୍‌ଆରପି ପାଇଁ ଆବେଦନ କରିପାରିବେ । ବିଭିନ୍ନ ଗାଡ଼ି ନିର୍ମାତା ସେମାନଙ୍କ ପ୍ରାଧିକୃତ ବିକ୍ରେତାଙ୍କ ଜରିଆରେ ରାଜ୍ୟର ୮୮ଟି ସ୍ଥାନରେ ନମ୍ବର ପ୍ଳେଟ୍‌ ଲଗାଇବା ପାଇଁ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି । କିଛି ଆରଟିଓରେ ମଧ୍ୟ ଫିଟ୍‌ମେଣ୍ଟ ସେଣ୍ଟର ଖୋଲାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି ।

୨୦୧୯ ଏପ୍ରିଲ ୧ ପୂର୍ବରୁ କ୍ରୟ କରାଯାଇ ଥିବା ଟ୍ରେଲର୍‌ ଏବଂ ଅନ୍ୟ ଗାଡ଼ି ଯାହାର ଉତ୍ପାଦନ ବନ୍ଦ ହୋଇଯାଛି, ସେହି ଗାଡ଼ି ପଞ୍ଜିକୃତ ହୋଇଥିବା ଆରଟିଓରେ ଏଚ୍‌ଏସ୍‌ଆରପି ଲଗାଇବା ବ୍ୟବସ୍ଥା ହୋଇଛି । ଯଦି ଏଚ୍‌ଏସ୍‌ଆରପି ଖରାପ ହୋଇଯାଇ ଥିବା ଅବା ଭାଙ୍ଗିଯାଇ ଥିବ ତା ହେଲେ ପୁନର୍ବାର ଲଗାଇବା ପାଇଁ ଏସ୍‌ଓପି ଜାରି କରାଯାଇଛି ।

ନୂଆ ନମ୍ବର ପ୍ଲେଟକୁ ନେଇ ଅକଳରେ ଗାଡ଼ି ମାଲିକ : ବିଳମ୍ବରେ ମିଳୁଛି ତାରିଖ,ମାର୍ଚ୍ଚ ୩୧କୁ ଅବଧି ବୃଦ୍ଧି ପାଇଁ ଦାବି
ଭୁବନେଶ୍ୱର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍(ଏଚଏସଆରପି)କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି। ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍(ଏଚ୍‍ଏସ୍‍ଆର୍‍ପି)ଲଗାଇବାର ସମୟସୀମା ସେପ୍ଟେମ୍ୱର ୩୦ରେ ଶେଷ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ନମ୍ବର ପ୍ଲେଟ ନଲଗାଇଲେ ଗାଡ଼ି ମାଲିକଙ୍କୁ ୫୦୦୦ରୁ ୧୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିବାକୁ ପଡ଼ିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ତେବେ ନମ୍ବର ପ୍ଲେଟ୍‍ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ଏଥିରେ ବହୁ ଅସୁବିଧା ଦେଖାଦେଉଛି। ବିଶେଷକରି କାହାର ରେଜିଷ୍ଟ୍ରେସନ ହୋଇପାରୁନଥିବା ବେଳେ କାହାକୁ ବହୁ ବିଳମ୍ବର ତାରିଖ ମିଳୁଛି। ଯାହାଫଳରେ ସାଧାରଣ ଲୋକେ ନମ୍ବର ପ୍ଲେଟକୁ ନେଇ ଚିନ୍ତାରେ ଥିବାବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ବଡ଼ ଧରଣର ଅସନ୍ତୋଷ ଦେଖାଦେଲାଣି। ତେଣୁ ନମ୍ବର ପ୍ଲେଟ ଲଗାଇବାର ଅବଧିକୁ ଆଉ କିଛିଦିନ ଘୁଞ୍ଚାଇବା ସହ ରେଜିଷ୍ଟ୍ରେସନ ବ୍ୟବସ୍ଥା ସରଳୀକରଣ କରିବାକୁ ସାଧାରଣ ଲୋକଙ୍କ ସହ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏଚଆରପିସି ପାଇଁ ଅନଲାଇନରେ ଆବେଦନ କରିଥିବା ବହୁ ଗାଡ଼ି ମାଲିକଙ୍କୁ ନମ୍ବର ଲଗାଇବା ପାଇଁ ସେପ୍ଟେମ୍ବର ୩୦ ପରେ ତାରିଖ ମିଳିଛି। ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାର ଥିବାବେଳେ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ। ତେଣୁ ଯେଉଁ ଗାଡ଼ି ମାଲିକଙ୍କୁ ସେପ୍ଟେମ୍ବର ୩୦ ତାରିଖ ପରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ତାରିଖ ମିଳିଛି ସେମାନେ କଣ କରିବେ ସେନେଇ ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି। ଏନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସରକାରୀ ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଗ୍ରାମାଞ୍ଚଳରେ ଅନେକ ସ୍ଥାନରେ ଇଣ୍ଟରନେଟ୍‍ ନଥିବା ବେଳେ ସେଠାକାର ବହୁ ଗାଡ଼ି ମାଲିକ ସ୍ଲଟ୍‍ ବୁକିଂ କରିପାରୁନାହାନ୍ତି।

ସେହିପରି ସ୍ଲଟ ବୁକିଂ କରୁଥିବା ଲୋକ ନମ୍ବର ଲଗାଇବା ସ୍ଥାନରେ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡ଼ା ହେଉଛନ୍ତି। ଏସବୁ କାରଣ ଯୋଗୁଁ ଦଲାଲମାନଙ୍କର ପ୍ରାଦୁର୍ଭାବ ବଢ଼଼ୁଛି। ତେଣୁ ତଣୁ ଲୋକଙ୍କ ସ୍ୱାର୍ଥ ଓ ଦଶହରା ଏବଂ ଦୀପାବଳି ପରି ଗଣପର୍ବକୁ ଆଖି ଆଗରେ ରଖି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩୧ତାରିଖକୁ ଘୁଞ୍ଚାଇବାକୁ ସେ ଚିଠି ମାଧ୍ୟମରେ ଦାବି କରିଛନ୍ତି। ସମାନ ଦାବି କଂଗ୍ରେସ ପକ୍ଷରୁ ମଧ୍ୟ କରାଯାଇଛି। ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର କହିଛନ୍ତି ଯେ ଏଚଆରପିସି ପରି ବ୍ୟବସ୍ଥା ଲାଗୁ କରି ଲୋକଙ୍କ ଉପରେ ଅଯଥା ଭାର ଲଦି ଦିଆଯାଉଛି। ରେଜିଷ୍ଟ୍ରେସନ ଏବଂ ସ୍ଲଟ୍‍ ବୁକିଂରେ ଚରମ ଅବ୍ୟବସ୍ଥା ଲୋକଙ୍କ ପାଇଁ ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ସାଜିଛି। ଜୋରିମାନା ଭୟରେ ଗାଡ଼ିମାଲିକମାନେ ଏବେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ତେଣୁ ଏହାକୁ ଅନ୍ତତପକ୍ଷେ ଆଉ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ବ୍ୟବସ୍ଥାକୁ ସରଳ କରାଯାଉ ବୋଲି ସେ ଦାବି କରିଛନ୍ତି।