Chief Secretary odisha - The Sakala

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା, ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ
ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ସଚିବ ସ୍ତରୀୟ କମିଟିର ଫିଲଡ୍ ଭିଜିଟ । 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋର ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ବରିଷ୍ଠ ଅଧିକାରୀମାନେ ।

ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ୍ ସଦସ୍ୟ । ଦୈତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ହେବ, ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ। ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ୍ ସହ ଆଲୋଚନା କରାଯାଇଛି । ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ସାମିଲ ହୋଇଥିଲେ। ପରେ ଟିମ୍ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ । ମଧୁସୂଦନ ଦାସଙ୍କ ଜନ୍ମପୀଠରେ ମାଲ୍ୟାର୍ପଣ କରିବା ସହ ପୀଠ ସମ୍ପର୍କରେ ବୁଝିଲେ । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ ସଚିବଙ୍କ ସହ ଆଲୋଚନା କରିଥିଲେ । କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ: ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍
ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘକୁ ନିବେଦନ କରି କହିଛନ୍ତି ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ ।

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।

ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ପ୍ରଦୀପ ଜେନା
ଭୁବନେଶ୍ବର: ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ୧୯୮୯ ବ୍ୟାଚ IAS ଅଫିସର ଆଇଏଏସ ପ୍ରଦୀପ ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା ।

କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା । ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମକା ଥିଲା । ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ । ଓଡ଼ିଶା ଆର୍ଥିକ ଦୁର୍ବଳ ଥିବା ସମୟରେ ସେ ଉଲ୍ଲେଖନୀୟ କାମ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା ।

ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ରାଜ୍ୟ ଉପରେ ବାତ୍ୟା ବିପତ୍ତି ଥିବା ବେଳେ ସେ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇଥିଲେ । କୋଭିଡ ଲକଡାଉନ ବେଳେ ଟିମ୍ ସ୍ପିରିଟରେ କାମ କରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ପ୍ରଦୀପ ଜେନା । ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଜାତୀୟ ସ୍ତରରେ ରେକର୍ଡ କରିଥିଲେ । ୟୁଏନଡିପିର ସଦସ୍ୟ ଭାବେ ମଧ୍ୟ କାମ କରି ପ୍ରଶଂସା ସାଉଁଟିଛନ୍ତି ପ୍ରଦୀପ ।

ଓଡ଼ିଶା ସରକାରଙ୍କ ପୁର୍ନବାସ ଓ ଥଇଥାନ ନୀତି ବିକାଶ କରିବାରେ ପ୍ରଦୀପ ଜେନାଙ୍କର ପ୍ରମୁଖ ଭୂମିକା ଥିଲା । କିଛି ଦିନ ପାଇଁ ପଞ୍ଚାୟତି ବିଭାଗର ସଚିବ ମଧ୍ୟ ଥିଲେ । ୨୦୨୦ ଡିସେମ୍ବରରେ ସେ ଉନ୍ନୟନ୍ନ କମିଶନର ଭାବେ ନିଯୁକ୍ତି ପାଇଥିଲେ । ଗତକାଲି ସୁରେଶ ମହାପାତ୍ର ଅବସର ନେଇଥିଲେ । ପୂର୍ବରୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ିଥିଲା । ଅବସର ପରେ ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି । ଦାୟିତ୍ୱ ଗ୍ରହଣ ଦିନଠାରୁ ତାଙ୍କର କାର୍ଯ୍ୟକାଳ ଅବଧି ଆରମ୍ଭ ହେବ ।

ସେପଟେ ACS ଅନୁ ଗର୍ଗ ପରବର୍ତ୍ତୀ ଉନ୍ନୟନ କମିଶନର ହେବେ । ଜଳସମ୍ପଦ ବିଭାଗର ACS ଭାବେ ମଧ୍ୟ ଅନୁ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଦାୟୀ ମୁଖ୍ୟ ଶାସନ ସଚିବ ଓ ନବ ନିଯୁକ୍ତ ମୁଖ୍ୟ ଶାସନ ସଚିବ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକିଷ୍ଣ୍ଣନ, ଏବଂ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ବଞ୍ଚିବାର ରାହା ପାଇଲେ କର୍କଟପୀଡ଼ିତ ପଞ୍ଚାନନ; ଆରମ୍ଭ ହେଲା ମାଗଣା ଚିକିତ୍ସା, ମିଳିଲା ଆର୍ଥିକ ସହାୟତା
କେନ୍ଦ୍ରାପଡ଼ା: ଦୈନିକ ଖବରକାଗଜ ‘ସକାଳ’ ଗତ ୨୩ ତାରିଖରେ ‘ମରଣ ସହ ଲଢ଼େଇ କରୁଛନ୍ତି ପଞ୍ଚାନନ, ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଭିକ ମାଗୁଛନ୍ତି ପତ୍ନୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତୁରନ୍ତ ସହାୟତା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଦୁଇଘଣ୍ଟା ମଧ୍ୟରେ ଇନ୍ଦୁପୁର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ସ୍ୱତନ୍ତ୍ର ମେଡିକାଲ ଟିମ୍‍ ଡିହମୁଗବାଡ଼ି ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ଘରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ପଞ୍ଚାନନ ଶ୍ୱାସନଳୀ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ ସାର୍ବଜନୀନ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ କଟକସ୍ଥ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‍ପିଟାଲରେ ମାଗଣା ଚିକିତ୍ସା କରାଯାଇଛି। ରେଡିଓ ଥେରାପି ଓ କେମୋ ଥେରାପି ଚିକିତ୍ସା ଦିଆଯାଇଛି। ବର୍ତ୍ତମାନ ଟ୍ରାକିଓଷ୍ଟୋମି ଚିକିତ୍ସା ସହ ପଞ୍ଚାନନ ଘରେ ରହି ଔଷଧ ଖାଉଛନ୍ତି।

ତଦନ୍ତକାରୀ ଡାକ୍ତରୀ ଟିମ୍‍ ଜଣାଇଛନ୍ତି ଯେ, ବର୍ତ୍ତମାନ ପଞ୍ଚାନନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି। ଡାକ୍ତର ଦେଇଥିବା ତାରିଖ ଅନୁସାରେ ନିୟମିତ ଯାଞ୍ଚ କରିବା ପାଇଁ ତାଙ୍କୁ ତଦନ୍ତକାରୀ ଟିମ୍‍ ବୁଝାଇଥିଲେ। ଔଷଧ ସହ ଅନ୍ୟ କ’ଣ କରିବା ଦରକାର ତାହା ମଧ୍ୟ କୁହାଯାଇଛି। ଡାକ୍ତରୀ ଟିମ୍‍ ପଞ୍ଚାନନଙ୍କ ଘରେ ଥିଲାବେଳେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶମତେ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କ ଘରେ ପହଞ୍ଚି ଆର୍ଥିକ ସ୍ଥିତି ପରଖିଥିଲେ। ତାଙ୍କୁ ମାଗଣାରେ ୧୦ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ଭତ୍ତା ଯୋଜନା ପାଇଁ ତାଙ୍କଠାରୁ ଦରଖାସ୍ତ ସଂଗ୍ରହ କରାଯାଇଛି। ଖୁବ୍‍ଶୀଘ୍ର ପଞ୍ଚାନନଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏଥିସହ ଶ୍ରୀ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ପଞ୍ଚାନନଙ୍କ ହସ୍‍ପିଟାଲ ଯାତାୟାତ ଓ ମେଡିସିନ ଆଦି ଖର୍ଚ୍ଚ ନିମନ୍ତେ ୧୦ ହଜାର ଟଙ୍କାର ସହାୟତା ଦେଇଛନ୍ତି। ‘ସକାଳ’ ଖବରକାଗଜରେ ପ୍ରକାଶିତ ଖବର ଉପରେ ତତ୍‍କ୍ଷଣାତ ପଦକ୍ଷେପ ନେଇ ଗରିବ ପଞ୍ଚାନନଙ୍କୁ ସାହାଯ୍ୟ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଓ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଧନ୍ୟବାଦ ଜଣାଇବା ସହ ଏସବୁ ଯୋଜନା ପ୍ରଣୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗରିବ ପଞ୍ଚାନନଙ୍କ କଥା ଦୃଷ୍ଟିକୁ ଆଣିଥିବାରୁ ମୁଖ୍ୟ ଶାସନ ସଚିବ, ‘ସକାଳ’ର ସାମ୍ୱାଦିକ ଓ ସମ୍ପାଦନା ମଣ୍ଡଳୀଙ୍କୁ ସାଧୁବାଦ ଦିଆଯାଇଛି।