Ankita Bhandari Murder Case - The Sakala

ରିସୋର୍ଟ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ
ହରିଦ୍ବାର: ଯୁବତୀଙ୍କ ହତ୍ୟା ମାମଲାରେ ଉତ୍ତରାଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ (୩୫)ଙ୍କୁ ଗିରଫ କରାଯାଇଛି। ପାଉରି ଜିଲ୍ଲା ରିଷିକେଶ ସ୍ଥିତ ପୁଲକିତଙ୍କ ବନନ୍ତରା ରିସୋର୍ଟରେ ଏହି ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ଅଭ୍ୟର୍ଥନାକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ସୋମବାରଠାରୁ ନିଖୋଜ ଥିଲେ। ସୂଚନା ଅନୁଯାୟୀ ହୋଟେଲ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଯୁବତୀଙ୍କୁ ଗଙ୍ଗାନଦୀକୁ ଫୋପାଡି ଦେଇଥିଲେ। ପୁଲକିତଙ୍କ ସହ ଏହି ଜଘନ୍ୟ କାଣ୍ଡ କରିଥିବା ଅନ୍ୟ ଦୁଇ ଜଣ ମ୍ୟାନେଜର ସୌରଭ ଭାସ୍କର (୩୫) ଏବଂ କର୍ମଚାରୀ ଅଙ୍କିତ ଗୁପ୍ତା (୧୯)କୁ ମଧ୍ୟ ଗରିଫ କରାଯାଇଛି। ପୀଡିତା ନିଖୋଜ ହେବାର ଦିନକ ପୂର୍ବରୁ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ନିକଟକୁ ହ୍ବାଟସ୍‌ଆପ୍‌ ବାର୍ତ୍ତା ପଠାଇ ବିସ୍ମିତ କଲାଭଳି ଖୁଲାସା କରିଥିଲେ। ସେ କହିଥିଲେ ଯେ ହୋଟେଲ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କୁ ବାଧ୍ୟ କରାଯାଉଛି। ଏଣୁ ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଥରେ ରିସୋର୍ଟ ମାଲିକ ତାଙ୍କୁ ଏଥିପାଇଁ ଜୋରଜବରଦସ୍ତି କରିଥିଲେ। ସେ ଏହି କଥା ରିସୋର୍ଟ ଅନ୍ୟ କିଛି କର୍ମଚାରୀଙ୍କୁ ମଧ୍ୟ ଜଣାଇଥିଲେ। ପୁଲିସ ଅନୁଯାୟୀ ଯୁବତୀ ଅଗଷ୍ଟ ୨୮ରେ ରିସୋର୍ଟରେ ନିଯୁକ୍ତ ହୋଇଥିଲେ। ଯୁବତୀ ବାରମ୍ବାର ମନା କରିବା ସତ୍ତ୍ବେ ମୁଖ୍ୟ ଅଭିଯୁକ୍ତ ପୁଲକିତ ତାଙ୍କୁ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲେ।

ଯୁବତୀଙ୍କ ପିତା କହିଛନ୍ତି ଯେ ତାଙ୍କ ଝିଅ ଗତ ୧୮ ତାରିଖ ରାତିରେ ନିଖୋଜ ହୋଇଥିଲେ। କିନ୍ତୁ ତାଙ୍କୁ ଏହାର ୨୪ ଘଣ୍ଟା ପରେ ଜଣା ଯାଇଥିଲା। ସ୍ଥାନୀୟ ରେଭିନ୍ୟୁ ପୁଲିସ ପ୍ରଥମେ ତାଙ୍କ ଅଭିଯୋଗ ଗ୍ରହଣ କରି ନ ଥିଲା। ବିଧାନସଭା ବାଚସ୍ପତିଙ୍କ ହସ୍ତକ୍ଷେପ ଯୋଗୁଁ ପରେ ପୁଲିସ ଏତଲା ରୁଜୁ କରିଥିଲା। ପୌରି ଘରୱାଲର ଏସଏସପି ଯଶୋବନ୍ତ ସିଂହ କହିଛନ୍ତି ଯେ ୩ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛନ୍ତି। ପୁଲକିତଙ୍କ ସହ ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ହୋଟେଲରୁ ନେଇ ଚିଲା ବ୍ୟାରେଜରେ ପହଞ୍ଚି ଥିଲେ। ସେଠାରେ ତିନି ଅଭିଯୁକ୍ତ ମଦ ପିଇ ଯୁବତୀଙ୍କ ସହ ଝଗଡା କରିଥଇଲେ। ପରେ ସେମାନେ ଅଙ୍କିତାଙ୍କୁ ନଦୀକୁ ଫୋପାଡି ଦେଇଥିଲେ। କିଛି ସମୟ ପରେ ସେ ବୁଡ଼ି ଯାଇଥିଲେ। ଏବେ ଉକ୍ତ ନଦୀରେ ତଲାସୀ ଅଭିଯାନ ଜାରି ରହିଛି। ଏଏସ୍‌ପି ଶେଖର ସୁୟଲଙ୍କ ନେତୃତ୍ବରେ ୧୪ ଜଣିଆ ଟିମ୍‌ ଏହି ମାମଲାର ଯାଞ୍ଚ କରୁଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ରିସୋର୍ଟ ସାମ୍‌ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳାମାନେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କୁ ମାଡ଼ ମାରିଛନ୍ତି।