guidelines - The Sakala

ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ, ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ: ଆଇନ ମନ୍ତ୍ରୀ
ଭୁବନେଶ୍ୱର: ଲୋକସେବା ଭବନରେ ମାଳ ମାଳ ରିଲ୍ସ ନେଇ ଆଇନ୍ ମନ୍ତ୍ରୀଙ୍କ ଉଦବେଗ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ,  ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ। ଲୋକସେବା ଭବନରେ ରିଲ୍ସ କରିବା ଉପରେ ଗାଇଡ୍‌ଲାଇନ୍ ଆଣିବ ଗୃହ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସର କୌଣସି ଆବଶ୍ୟକତା ନାହିଁ। ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ତାଗିଦ୍ କରିବ। ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ। ଗୃହ ବିଭାଗ ଗାଇଡ୍ ଲାଇନ୍ ଆଣିବା ନେଇ ବିଚାର କରିବ। ଲୋକସେବା ଭବନରେ ରିଲ୍ସ ହେବା ମୋ ନଜରକୁ ଆସିନାହିଁ କିନ୍ତୁ ଆଶା କରିବି ଆଗକୁ ଏଭଳି ନହେଉ, ଏଥିପାଇଁ  ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ । ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ନୂଆ ବର୍ଷରେ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ୧୫ଟି ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି । ଏହି ଦିଶା ନିର୍ଦ୍ଦେଶରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ନଲେଜ୍ ଡ୍ରିଭେନ୍ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିଳ୍ପାୟନର ଦୃତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଆରୋପ କରାଯାଇଛି। ସେହିପରି ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

ଦୀପାବଳିରେ ବାଣଫୁଟା ମାର୍ଗଦର୍ଶିକା ଜାରି; ଜଗିବ କିଏ ? ମାପିବ କିଏ ?....
ଭୁବନେଶ୍ୱର: ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଯାଇ ପାରିବ, ତାହା ପୁଣି ସବୁଜ ବାଣ। ଏଥିପାଇଁ ପୁଣି ସର୍ତ୍ତ ରହିଛି ଯେ ଏହି ବାଣର ଶବ୍ଦ ୧୨୫ ଡେ଼ସିବେଲରୁ ଅଧିକ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନୁରୂପ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହା ସହ ଯେଉଁମାନେ ଏହି ନିୟମ ନ ମାନିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ଏହି ନିର୍ଦ୍ଦେଶକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଧାର୍ଯ୍ୟ ସମୟ ମଧ୍ୟରେ ବାଣ ଫୁଟାଯିବା ବେଳେ ଏହାର ଡେସିବେଲ କିଏ ମାପିବ ଏବଂ ୭ଟା ପୂର୍ବରୁ ଓ ୯ଟା ପରେ ବାଣଫୁଟାକୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି।

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁଜ ବାଣ ବ୍ୟତୀତ ଅନ୍ୟ ସବୁ ବାଣ ଉପରେ କଟକଣା ରହିଛି। ଯଦି କେହି ବାଣ ଫୁଟାଉଛନ୍ତି ତେବେ ୧୨୫ ଡେସିବେଲ ଅର୍ଥାତ୍‌ କମ୍‌ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇ ପାରିବେ ପୁଣି ପାର୍କ, ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଯାଇପାରିବ ନାହିଁ । ପୁନଶ୍ଚ ବାଣରେ ବୋରିଅମ ଓ ଅନ୍ୟ ନିଷିଦ୍ଧ ରାସାୟନିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁ ନିୟମ ପାଳନ ନ କଲେ ଓଡ଼ିଶା ବାଣ ଓ ଲାଉଡ୍‌ସ୍ପିକର ନିୟନ୍ତ୍ରଣ ଆଇନ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣୁ ଦୀପାବଳୀରେ ବାଣ ଫୁଟାଇବା ପରିବର୍ତ୍ତେ କେବଳ ଦୀପ ଜାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଅନୁରୋଧ କରିଛି।

ସାଧାରଣତଃ ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ଗତବର୍ଷ ଦୀପାବଳି ପୂର୍ବ ଦିନ ଏଠାରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆର୍‌) ୧୦୦ ଥିଲା ବେଳେ ଦୀପାବଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ ରୁ ୩୪୦ ଏକ୍ୟୁଆର୍‌ରେ ପହଞ୍ଚିଥିଲା।  ଦୀପାବଳିରେ ବାଣଫୁଟା ପରେ ପ୍ରଦୂଷଣକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ସାରା ଦେଶରେ କିପରି ପ୍ରଦୂଷଣକୁ ରୋକାଯାଇପାରିବ ସେନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାରକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍‌ ରହିଛି। ତେଣୁ ଦେଶର ବିଭିନ୍ନ ରାଜ୍ୟରେ ବାଣଫୁଟା ଉପରେ କଡ଼ାକଡ଼ି କଟକଣା ଲଗାଯାଇଛି। ଅନ୍ୟପକ୍ଷରେ  ବାଣ ଫୁଟାଇବା ସମୟରେ ପାଖରେ ପାଣି ବା ବାଲି ରଖିବାକୁ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ଧରି ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ନିଜକୁ ଦୂରରେ ରଖିବା ଓ ଫୁଟି ଯାଇଥିବା ବାଣକୁ ଆଉଥରେ ଫୁଟାଇବାକୁ ଚେଷ୍ଟା ନକରିବା, ବାଣ ଫୁଟାଇବା ସମୟରେ ଆଖିର ଯତ୍ନ ନେବାକୁ ସ୍ୱଚ୍ଛ ଚଷମା ବ୍ୟବହାର କରିବା ଆଦି ବିଷୟରେ ସତର୍କତା ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।