digital currency - The Sakala

ୟୁପିଆଇ ଜରିଆରେ ଡିଜିଟାଲ କରେନ୍ସି କାରବାର
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାକୁ ୟୁପିଆଇ ସହିତ ସଂଯୋଗ କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ମୁଦ୍ରା କାରବାର କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଇ-ରୁପି ବାଏ ଏସ୍ବିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏସ୍ବିଆଇ ପୂର୍ବରୁ ଦେଶର ୬ ଟି ବଡ ବ୍ୟାଙ୍କ ୟସ୍ ବ୍ୟାଙ୍କ, ଆକ୍ସିସ୍, ଏଚ୍‌ଡିଏଫ୍‌ସି, କାନାରା, କୋଟାକ୍ ମହିନ୍ଦ୍ରା ଏବଂ ବ୍ୟାଙ୍କ ଅଫ୍ ବରୋଦା ଏହି ସେବା କାର୍ଯ୍ୟକାରୀ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଇ-ରୁପୀ ବା ଡିଜିଟାଲ ମୁଦ୍ରା (ସିବିଡିସି) କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।

ଆଜି ଆସିବ ଭାରତର ପ୍ରଥମ ଡିଜିଟାଲ କରେନ୍ସି : ଏହି ୯ଟି ବ୍ୟାଙ୍କ କରିବେ ଡିଜିଟାଲ କରେନ୍ସିରେ ଅର୍ଥ ନେଣଦେଣ
ନୂଆଦିଲ୍ଲୀ : ଆଜିଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ନଭେମ୍ବର ପହିଲାଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ମଙ୍ଗଳବାର ଅର୍ଥାତ ଆଜିଠୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ବା ପାଇକାରୀ ସେଗମେଣ୍ଟରେ ଏହାର ପ୍ରଚଳନ କରାଯିବ।

ନିଷ୍ପତ୍ତି ଅନୁଯାୟୀ, ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ଅର୍ଥ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ ବୋଲି ଆର୍ବିଆଇ କହିଛି। ଆର୍ବିଆଇ କହିଛି ଯେ, ଡିଜିଟାଲ ରୂପୟାର ପ୍ରଥମ ପାଇଲଟ ପରୀକ୍ଷଣ ନଭେମ୍ବର ୧ରୁ ଆରମ୍ଭ କରାଯିବ। ଏହି ପରୀକ୍ଷଣ ସମୟରେ ସରକାରୀ ସିକ୍ୟୁରିଟିଜରେ ସେକେଣ୍ଡାରୀ ମାର୍କେଟ୍ ନେଣଦେଣ କରାଯିବ ବୋଲି ଆର୍‌ବିଆଇ କହିଛି।

ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ।ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ । ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ । ପ୍ରଥମ ପରୀକ୍ଷଣରୁ ମିଳିବାକୁ ଥିବା ଫଳାଫଳ ଆଧାରରେ ଆଗକୁ ଅନ୍ୟ ସମସ୍ତ ହୋଲ୍‌ସେଲ୍‌ ଟ୍ରାଞ୍ଜାକ୍‌ସନ ଏବଂ ସୀମା-ପାର ପେମେଣ୍ଟ କ୍ଷେତ୍ରରେ ମଧ୍ୟ ପାଇଲଟ୍‌ ପରୀକ୍ଷଣ ହେବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ବ୍ୟାଙ୍କ ଜାଲିଆତି ରୋକିବ ଡିଜିଟାଲ କରେନ୍ସି
ନୂଆଦିଲ୍ଲୀ : ଏବେ ବିଶ୍ବସ୍ତରରେ ଡିଜିଟାଲ କରେନ୍ସି ପାଇଁ ଚାହଦା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଯୋଜନା ଆରମ୍ଭ ହୋଇଥିଲା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସି ପ୍ରଚଳନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଇଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ଅଧୀନରେ ଡିଜିଟାଲ କରେନ୍ସି ଉପରେ କାର୍ଯ୍ୟ କରାଯାଉଛି। କିନ୍ତୁ କ୍ରିପ୍ଚୋ କରେନ୍ସି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସେ କହିଛନ୍ତି।

ଏଭଳି ମୁଦ୍ରା ବ୍ୟବସ୍ଥା ଦ୍ବାରା ଅନେକ କ୍ଷେତ୍ରରେ ବ୍ୟାଙ୍କ ଠକେଇ ରୋକାଯାଇପାରିବ। ଏହାସହିତ ଋଣ ଆଦାନ ପ୍ରଦାନ କ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ବଜାୟ ରଖାଯାଇପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଦିନକୁ ଦିନ ବ୍ୟାଙ୍କ ଠକେଇ ସଂଖ୍ୟା ଏବଂ ପରିମାଣ ଉଭୟ ବୃଦ୍ଧି ପାଉଥିବା ବେଳେ ଏହାକୁ ଚେକ୍‌ ଦେବାରେ ଡିଜିଟାଲ କରେନ୍ସି ବ୍ୟବସ୍ଥା ଅନେକ ଦିଗରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୯-୨୦ରେ ଭାରତରେ ବ୍ୟାଙ୍କିଙ୍ଗ ଠକେଇ ସଂଖ୍ୟା ୧୫୯ ରହିଥିଲା ବେଳେ ଏହାର ପୂର୍ବବର୍ଷ ତୁଳନାରେ ୨.୫ ଗୁଣ ଅଧିକ ରହିଥିଲା ବୋଲି କୁହାଯାଇଥିଲା।