president of Hockey India - The Sakala

ହକି ଇଣ୍ଡିଆ ସଭାପତି ହେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ
ଭୁବନେଶ୍ବର : ହକି ଇଣ୍ଡିଆର ସଭାପତି ହୋଇଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦିତାରେ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ନୋମିନେସନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ହକି ଇଣ୍ଡିଆର ସଭାପତିପାଇଁ ନାମାଙ୍କନ ଭରିଥିବା ମୋଟ୍‌ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଯାହା ଫଳରେ ଦିଲ୍ଲୀପ ତିର୍କୀ ପ୍ରଥମ ଓଡିଆ ଭାବେ ହକି ଇଣ୍ଡିଆ ସଭାପତି ଭାବେ ନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋବର ୧ତାରିଖରେ ହେବ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାର ଥିଲା। ଅକ୍ଟୋବର ୯ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।। ତେବେ  ହକି ଇଣ୍ଡିଆର ସଭାପତି ପଦ ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ମିଶାଇ ମୋଟ୍‌ ୩ ଜଣ ନାମାଙ୍କନ ଭରିଥିଲେ। ହେଲେ ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ତେବେ ହକି ଇଣ୍ଡିଆରର ସଭାପତି ଭାବେ ସେ ପ୍ରଥମ ଖେଳାଳି ଭାବେ ନିର୍ବାଚିତ ହୋଇଛନ୍ତି।

ଭାରତୀୟ ହକି’ରେ ଦିଲୀପ ତିର୍କୀ ଜଣେ ଜଣାଶୁଣା ଚେହରୋ। ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଗୁଡ଼ିଏ ଭଲ ରେକର୍ଡ ରହିଛି। ସେ ଭାରତୀୟ ହକିରେ ଜଣେ ବିଶ୍ବସ୍ତ ପ୍ରତିଭା। ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପ ତିର୍କୀ କେବଳ କ୍ରୀଡ଼ାରେ ଅଟକି ନାହାନ୍ତି। ସେ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି।

ଦିଲୀପ ତିର୍କୀ ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କୀ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହାପରେ୨୦୧୯ ମସିହାରେ ଗଠିତ “ଓଡ଼ିଶା ହକି ପ୍ରମୋଶନ କାଉନସିଲ”ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ । ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ହକିର ବିକାଶ ପାଇଁ ଓଡ଼ିଶା ସରକାର ବଡ଼ ସ୍ବପ୍ନ ଦେଖିଛନ୍ତି। ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶାର ପୁଅ ‘ହକି ଇଣ୍ଡିଆ’ର ସଭାପତି ହୋଇଥିବାରୁ ଏହି କ୍ରୀଡ଼ାର ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ଦିଲୀପ ତିର୍କୀ ଜଣେ ହକି ଖେଳାଳି ହୋଇଥିବାରୁ ହକିକୁ ଏକ ଶୀର୍ଷ ସ୍ତରକୁ ନେଇପାରିବେ ବୋଲି ମଧ୍ୟ ଆଶା କରାଯାଉଛି। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।