DL - The Sakala

କେନ୍ଦୁଝରରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ, ୬ଟି ପଦ୍ଧତିକୁ ଅତିକ୍ରମ କଲେ ମିଳିବ ଡିଏଲ୍
କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ଏଡିଟିଏସ୍‌) ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ ଜଣଙ୍କ ଏଡିଟିଏସ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଏହି ଏଡିଟିଏସ୍ ଟେଷ୍ଟିଂ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି । ଆଞ୍ଚଳିକ ପରିବହନ ବିଭାଗରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏଡିଟିଏସ୍ ଶୁଭାରମ୍ଭ କରାଯାଇଛି।

ଏହି ଏଡିଟିଏସ୍ ଟ୍ରାକ୍ ବ୍ୟବସ୍ଥାରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ଦଲାଲ ଓ ମଧ୍ୟସ୍ଥଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଡିଟିଏସ୍‌ରେ ସିସି କ୍ୟାମେରା ଓ ଭିଡିଓ ଆନାଲିଟିକ୍ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସ୍ୱଚ୍ଛତାର ସହ ଓ ନିର୍ଭୁଲ ଭାବେ କରାଯାଉଛି। ଡ୍ରାଇଭିଂ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ଯାହା ନିୟମ ରହିଛି ସେହି ନିୟମକୁ ପାଳନ କରି ୬ଟି ପଦ୍ଧତିକୁ ଅତିକ୍ରମ କରି ଗାଡି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ କରାଯାଇଥିଲା।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ୍ ଜରିଆରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଡିଟିଏସ୍ ଟେଷ୍ଟ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଟିଡିଏସ୍ ପରୀକ୍ଷା କରାଯାଇଛି। ଯାହାଫଳରେ ଦକ୍ଷତାସମ୍ପନ୍ନ ଚାଳକଙ୍କୁ ଗାଡିଚାଳନା ଲାଇସେନ୍ସ ଯୋଗାଇ ଦିଆଯିବ।

ଏ ସମ୍ପର୍କରେ କେନ୍ଦୁଝର ଆରଟିଓ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଏହି ଏଡିଟିଏସ୍ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଜରିଆରେ ହେଉଛି। ସେଠାରେ ମୋଟ ୨୬ ଟି କ୍ୟାମେରା ଲାଗିଛି। ୬ଟି ସୋପାନରେ ଏହି ଏଡିଟିଏସ୍ ଟେଷ୍ଟିଂ ହେବ। ସେଗୁଡିକ ହେଲା ଓଭରଟେକିଂ, ଜେବ୍ରା କ୍ରସିଂ,ଏସ୍ ଟ୍ରାକ,ପାରାଲାଲ ପାର୍କିଂ,ଗ୍ରାଡିଏଣ୍ଟ ଏବଂ ଏଇଟ୍ (୮) ଟ୍ରାକ୍ ଆଦି ସବୁ ସିଷ୍ଟମରେ ଭିଜୁଆଲ ଆନାଲାଇଜ୍ କରାଯାଇ ଡ୍ରାଇଭିଂ ଟେଷ୍ଟ ହେବ। ଏଥିପାଇଁ ଚାଳକଙ୍କୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ। ଯାହାକି ସିଷ୍ଟମ ଦ୍ୱାରା ପ୍ରଦର୍ଶିତ ହେବ। ଏଥିରେ ଗୋଟିଏ କେଉଁଥିରେ ବି ଫେଲ ହେଲେ ତାକୁ ଅକୃତକାର୍ଯ୍ୟ ଧରାଯିବ। ଚାଳକ ଜାଣିପାରିବ ସେ କେଉଁ ସୋପାନରେ ଫେଲ ହେଲେ । ସେଥିପାଇଁ ସେ ପ୍ରସ୍ତୁତ ହୋଇ ପୁନଃ ଏଡିଟିଏସ୍ ଟେଷ୍ଟିଂର ସମ୍ମୁଖୀନ ହେବ । ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ୱାରା ସିଷ୍ଟମରେ ହେଉଥିବାରୁ ଏଥିରେ କୌଣସି ମାନୁଆଲ ହସ୍ତକ୍ଷେପ ରହିବ ନାହିଁ କି ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ । ସବୁଠାରୁ ବଡ କଥା ହେଲା ଏହା ଦ୍ୱାରା ଉତ୍ତମ ଅଭିଜ୍ଞ ଚାଳକ ସୃଷ୍ଟି ହେବା ସହ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍‍ଲାଇନ୍‍ରୁ ଡାଉନ୍‍ଲୋଡ୍‍ କରି ହେଉନି ଡିଏଲ୍‍, ଆର୍‌ସି; ପୁଣି ପ୍ରଚଳନ ହେବ ପ୍ଲାଷ୍ଟିକ୍‍ କାର୍ଡ
ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ଡିଏଲ୍‍ ଏବଂ ଆରସି ସଫ୍ଟ କପି ଡାଉନ୍‍ଲୋଡ୍‍ ବ୍ୟବସ୍ଥା କରାଯାଇଛି। ହେଲେ ଅଧିକାଂଶ ଆବେଦନକାରୀ ଅନ୍‍ଲାଇନ୍‍ରୁ ପିଡିଏଫ୍‍ ଫାଇଲ୍‍ ଡାଉନଲୋଡ୍‍ କରିବାରେ ଅସମର୍ଥ ହେଉଛନ୍ତି। ବିଭାଗ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ନିୟମ ପରିବର୍ତ୍ତନ କରି ପୂର୍ବ ଭଳି ପ୍ଲାଷ୍ଟିକ୍‍ କାର୍ଡ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ହେବ। ଜନସାଧାରଣ ଆବେଦନ ସମୟରେ ପ୍ଲାଷ୍ଟିକ୍‍ କାର୍ଡରେ ଆରସି ଏବଂ ଡିଏଲ୍‍ ପାଇବା ପାଇଁ ଆବେଦନ କରିପାରିବେ। ପୂର୍ବପରି ଡାକ ଜରିଆରେ ଆବେଦନକାରୀଙ୍କ ନିକଟରେ କାର୍ଡ ପହଞ୍ଚିବ। ପ୍ଲାଷ୍ଟିକ୍‍ କାର୍ଡ ଏବଂ ଡାକ ଖର୍ଚ୍ଚ ବାବଦକୁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ।