Madras High Court - The Sakala

୧୫,୦୦୦ କୋଟିର ଛାଡ଼ପତ୍ର ମାମଲା! ଜୋହୋ ସିଇଓ ଶ୍ରୀଧର ଭେମ୍ବୁଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ପ୍ରମିଳା
ଜୋହୋ (Zoho) କର୍ପୋରେସନର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀଧର ଭେମ୍ବୁ ଏବଂ ତାଙ୍କ ପତ୍ନୀ ପ୍ରମିଳା ଶ୍ରୀନିବାସନଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ମାମଲା ବର୍ତ୍ତମାନ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏହା କୌଣସି ସାଧାରଣ ଛାଡପତ୍ର ମାମଲା ନୁହେଁ, ବରଂ ଏଥିରେ ପ୍ରାୟ ୧.୭ ବିଲିୟନ ଡଲାର ବା ୧୫,୦୦୦ କୋଟି ଟଙ୍କାର ବଣ୍ଡ୍ ଅର୍ଡର ସାମିଲ ରହିଛି, ଯାହା ଭାରତୀୟ ବ୍ୟବସାୟିକ ଜଗତରେ ଏକ ବିରଳ ଘଟଣା। ଦୀର୍ଘ ୩୦ ବର୍ଷର ବୈବାହିକ ଜୀବନ ପରେ ଉଭୟ ସମ୍ପତ୍ତି, ପୁଅର କଷ୍ଟଡି ଏବଂ ଜୋହୋର ଭବିଷ୍ୟତକୁ ନେଇ ଆଇନଗତ ଲଢେଇ କରୁଛନ୍ତି।

ମାଡ୍ରାସ ହାଇକୋର୍ଟରେ ପହଞ୍ଚିଲା ମାମଲା

ଏହି ମାମଲାରେ ଏକ ନୂତନ ମୋଡ଼ ଆସିଛି। ରିପୋର୍ଟ ଅନୁଯାୟୀ, ପ୍ରମିଳା ବର୍ତ୍ତମାନ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାଲିଫର୍ଣ୍ଣିଆରେ ଚାଲିଥିବା ଛାଡପତ୍ର ମାମଲା ପାଇଁ ତାମିଲନାଡୁରୁ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ସଂଗ୍ରହ କରିବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ବୁଧବାର ଦିନ ବିଚାରପତି ପି. ଧନପାଲଙ୍କ ସମ୍ମୁଖରେ ତାଙ୍କ ଓକିଲ କାଲିଫର୍ଣ୍ଣିଆ ସୁପିରିଅର କୋର୍ଟର 'ଲେଟର ଅଫ୍ ରୋଗେଟୋରୀ' (Letter of Rogatory) ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଅନ୍ତର୍ଜାତୀୟ ମାମଲାଗୁଡ଼ିକରେ ଆଇନଗତ ସହାୟତା ପାଇଁ ବ୍ୟବହୃତ ହୁଏ।

ପ୍ରେମରୁ ବିବାଦ: ଏକ ଲମ୍ବା ଯାତ୍ରା

୧୯୮୯ ମସିହାରେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ଶ୍ରୀଧର ଏବଂ ପ୍ରମିଳାଙ୍କ ସାକ୍ଷାତ ହୋଇଥିଲା। ଉଭୟ ୧୯୯୩ରେ ବିବାହ କରିଥିଲେ ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। କିନ୍ତୁ ୨୦୧୯-୨୦ରେ ଶ୍ରୀଧର ନିଜର ଚେର ସନ୍ଧାନରେ ତାମିଲନାଡୁର ଏକ ଗ୍ରାମକୁ ଚାଲି ଆସିଥିଲେ, ଯେତେବେଳେ କି ପ୍ରମିଳା ଏବଂ ତାଙ୍କର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପୁଅ ଆମେରିକାରେ ରହିଥିଲେ। ପ୍ରମିଳାଙ୍କ ଅଭିଯୋଗ ଅନୁଯାୟୀ, ନଭେମ୍ବର ୨୦୨୦ରେ ଶ୍ରୀଧର ହ୍ୱାଟ୍ସଆପ୍ ମାଧ୍ୟମରେ ଛାଡପତ୍ର କଥା ଜଣାଇଥିଲେ। କାଲିଫର୍ଣ୍ଣିଆ ନିୟମ ଅନୁସାରେ ବିବାହ ପରେ ଅର୍ଜିତ ସମସ୍ତ ସମ୍ପତ୍ତିରେ ସ୍ୱାମୀ-ସ୍ତ୍ରୀଙ୍କ ସମାନ ଅଧିକାର ଥାଏ, ତେଣୁ ଜୋହୋର ସେୟାର ଏବଂ ସମ୍ପତ୍ତି ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

ଗୁରୁତର ଅଭିଯୋଗ ଏବଂ ସଫେଇ

ପ୍ରମିଳା ଅଭିଯୋଗ କରିଛନ୍ତି ଯେ ଶ୍ରୀଧର ତାଙ୍କୁ ଏବଂ ପୁଅକୁ ପରିତ୍ୟାଗ କରିଛନ୍ତି ଏବଂ ତାଙ୍କ ଅଜାଣତରେ ସମ୍ପତ୍ତିକୁ ପରିବାରର ଅନ୍ୟ ସଦସ୍ୟଙ୍କ ନାମକୁ ହସ୍ତାନ୍ତର କରିଛନ୍ତି। ସେ ଦାବି କରିଛନ୍ତି ଯେ ଶ୍ରୀଧର ଗୁପ୍ତ ଭାବରେ ଆଇପି (IP) ବିକ୍ରି କରିଛନ୍ତି ଏବଂ ସେୟାରଗୁଡ଼ିକୁ ହେରଫେର କରିଛନ୍ତି। ଅନ୍ୟପକ୍ଷରେ, ଶ୍ରୀଧର ଭେମ୍ବୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ ଜୋହୋରେ ତାଙ୍କର ମାତ୍ର ୫% ଅଂଶଧନ ରହିଛି। ତାଙ୍କ ଓକିଲଙ୍କ କହିବା ଅନୁଯାୟୀ, ଶ୍ରୀଧର ନିଜ ଅଂଶଧନର ୫୦% ପ୍ରମିଳାଙ୍କୁ ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ପ୍ରମିଳା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଏହି ଘଟଣା ବର୍ତ୍ତମାନ ବିଲ୍ ଗେଟ୍ସ ଏବଂ ଜେଫ୍ ବେଜୋସ୍‌ଙ୍କ ଭଳି ହାଇ-ପ୍ରୋଫାଇଲ୍ ଛାଡପତ୍ର ମାମଲା ସହ ତୁଳନା କରାଯାଉଛି। କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଯାହା ହେଉନା କାହିଁକି, ଏହି ଘଟଣା ଭାରତୀୟ କର୍ପୋରେଟ୍ ଜଗତ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି।

ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ନିଷିଦ୍ଧ ହେଉ: ମାଡ୍ରାସ ହାଇକୋର୍ଟ
ଚେନ୍ନଇ: ସାମାଜିକ ଗଣମାଧ୍ୟମ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ୧୬ ବର୍ଷରୁ କମ୍‌‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମଗୁଡିକ ନିଷିଦ୍ଧ ହେବା ଉଚିତ। ଅଷ୍ଟ୍ରେଲିଆରେ ଏହି ନିୟମ ଲାଗୁ ହୋଇଛି। ଏବେ ଭାରତରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି। ଏ ସଂକ୍ରାନ୍ତରେ ଗୁରୁତର ସହ ବିଚାର କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ମଦୁରାଇ ହାଇକୋର୍ଟର ବିଚାରପତି ଜି ଜୟଚନ୍ଦ୍ରନ ଓ କେକେ ରାମକୃଷ୍ଣନଙ୍କ ବେଞ୍ଚ୍‌‌ ନାବାଳକମାନଙ୍କ ପାଇଁ ଅନଲାଇନ୍‌‌ରେ ପର୍ଣ୍ଣୋଗ୍ରାଫିକ୍‌‌ ବିଷୟବସ୍ତୁ ସହଜରେ ଉପଲବ୍ଧ ହେଉଥିବା ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି। ଆବେଦନକାରୀ ଏସ ବିଜୟକୁମାରଙ୍କ ଓକିଲ କେପିଏସ୍‌‌ ପାଲନେଭେଲ ରାଜନ ଅଷ୍ଟ୍ରେଲିଆରେ ଜାରି ହୋଇଥିବା ନିୟମର ଉଦାହରଣ ଦେଇଥିଲେ। ଇଣ୍ଟରନେଟ ସେବା ପ୍ରଦାନକାରୀ (ଆଇଏସ୍‌‌ପି)ଙ୍କ ଉପରେ କଡ଼ା ନିୟମ ଲାଗୁ କରିବାକୁ କୋର୍ଟ ସୁପାରିସ କରିଛନ୍ତି। ପିଲାମାନଙ୍କ ଅନ୍‌‌ଲାଇନ କାର୍ଯ୍ୟକଳାପ ଉପରେ ଅଭିଭାବକ ତଥା ପିତାମାତାଙ୍କ ନିୟନ୍ତ୍ରଣ ରହିବା ବାଧ୍ୟତାମୂଳକ ହେବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ମାମଲା ଏକ ପୁରୁଣା ଆବେଦନ ସହିତ ଜଡିତ। ଅନେକ ସମୟରେ ଛୋଟପିଲାଙ୍କୁ ଇଣ୍ଟରନେଟ୍‌‌ରେ ଅଶ୍ଳୀଳ କଣ୍ଟେଣ୍ଟ ସହଜରେ ମିଳିଯାଉଛି। ଏହାକୁ ରୋକିବା ପାଇଁ ଉଚିତ ବ୍ୟବସ୍ଥା ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆରେ ଡିସେମ୍ବର ୯ରୁ ୧୬ ବର୍ଷରୁ କମ୍‌‌ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏହି ନିୟମ ଲାଗୁ କରିଛି। ଏଥିପାଇଁ ଅଷ୍ଟ୍ରେଲିଆ ଗତବର୍ଷ ‘ଅନ୍‌‌ଲାଇନ୍‌‌ ସେଫ୍ଟି ଆମେଣ୍ଡମେଣ୍ଟ ବିଲ୍‌‌’ ଆଗତ କରିଥିଲା। ଏଥିରେ ୧୬ ବର୍ଷରୁ କମ୍‌‌ ପିଲା ଟିକ୍‌‌ଟକ, ଏକ୍ସ, ଫେସବୁକ, ଇନ୍‌‌ଷ୍ଟାଗ୍ରାମ, ସ୍ନାପଚାଟ, ୟୁଟ୍ୟୁବ ଭଳି ସାମାଜିକ ଗଣମାଧ୍ୟମଗୁଡିକଠାରୁ ଦୂରେଇ ରଖିବାର ବ୍ୟବସ୍ଥା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୯୬ ପ୍ରତିଶତ ୧୦ରୁ ୧୫ ବର୍ଷର ପିଲା ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛନ୍ତି। ଏ ପର୍ଯ୍ୟନ୍ତ ଭାରତରେ ସାମାଜିକ ଗଣମାଧ୍ୟମ ନେଇ କୌଣସି ଆଇନ୍‌‌ ଜାରି ହୋଇନାହିଁ।

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ : ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ
ଚେନ୍ନଇ : ବୈବାହିକ ବନ୍ଧନର ମହତ୍ତ୍ବକୁ ସମସ୍ତଙ୍କୁ ବୁଝିବାକୁ ହେବ। ବିବାହ କେବଳ ଶାରୀରିକ ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଏପରି କେହି ଭାବୁଛନ୍ତି ତାହା ଅନୁଚିତ୍‌। ସନ୍ତାନ ଜନ୍ମ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏକ ଭଲ ପରିବେଶରେ ଶିଶୁର ଲାଳପ ପାଳନ କରିବା ଉଚିତ। ଏହା ଦ୍ବାରା ଭଲ ସମାଜ ଗଠନ ହୋଇପାରିବ। ଦୁଇ ଶିଶୁଙ୍କ ହେପାଜତକୁ ନେଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣନ ରାମାସାମୀ ସେପ୍ଟେମ୍ବର ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ଦୁନିଆକୁ ଆସିଥିବା ଶିଶୁଙ୍କୁ ବିନା କୌଣସି ଭୁଲ୍‌ରେ ଦଣ୍ଡ ଦିଆଯାଉଛି। ଶିଶୁଙ୍କ ମଧ୍ୟ ମୌଳିକ ଅଧିକାର ରହିଛି। ସେମାନେ ଏକ ଭଲ ପରିବେଶରେ ମାତାପିତାଙ୍କ ସହ ରହିବା ଜରୁରୀ। କିନ୍ତୁ ଆପୋଷ ବିବାଦ ଯୋଗୁଁ ସେମାନେ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ଏହା ଶିଶୁ ଉତ୍ପୀଡନ ଶ୍ରେଣୀରେ ଆସୁଛି।

ସୂଚନା ଅନୁଯାୟୀ ପତି ଶିଶୁଙ୍କୁ ଭେଟିବାକୁ ଦେଉନାହାନ୍ତି ବୋଲି ଜଣେ ପତ୍ନୀ ଅଭିଯୋଗ କରିଥିଲେ। ଏପରି ଭାବରେ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଏଥିପାଇଁ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଶିଶୁଙ୍କ ଠାରୁ ଦୂରେଇ ରଖାଯାଉଥିବା ଅଭିଯୋଗ କରିଥିଲେ। ଏହାକୁ ଅମାନବିକ ଏବଂ ଶିଶୁଙ୍କ ପ୍ରତି ବିପଦ ବିବେଚନା କରି ଜଷ୍ଟିସ ରାମାସ୍ବାମୀ କହିଥିଲେ ଯେ ଜଣେ ଶିଶୁକୁ ଅଭିଭାବକଙ୍କ ବିରୋଧରେ ନେବା ନିଜ ବିରୋଧରେ ନେବା ସହ ସମାନ।  ପିତା ମାଆଙ୍କୁ ନେଇ ଶିଶୁଙ୍କ ମୁଣ୍ଡରେ ବିଷ ଭରି ଦେଇଥିବା ପ୍ରତୀତ ହେଉଛି। ଆଇନ ଅହଙ୍କାରକୁ ସନ୍ତୁଷ୍ଟ କରିପାରେ। କିନ୍ତୁ ଏହା କେବେ ବି ଶିଶୁଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। କାରଣ ଆଇନ ନିର୍ମାତା କେବଳ ଶିଶୁଙ୍କ କଲ୍ୟାଣ ପ୍ରତି ସଚେତନ ଥିଲେ। ସେମାନେ ତାହାର ମାନସିକ ସ୍ଥିତି ବିଷୟରେ ଭାବି ନ ଥିଲେ। ଶିଶୁଙ୍କୁ ଏପରି ସ୍ଥିତିର ସାମ୍‌ନା କରିବାକୁ ପଡ଼ିବ ବୋଲି ସେମାନେ ଆଶା କରି ନ ଥିଲେ।