NMA - The Sakala

ଐତିହ୍ୟ କରିଡରକୁ ସବୁଜ ସଙ୍କେତ : ଅଟକିବନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ : ମହତ୍ତ୍ୱାକାଂକ୍ଷୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପଥରୁ ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‍ଏମ୍‍ଏ) ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ବିଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ପ୍ରାଧିକରଣର ୩୬୧ତମ ବୈଠକରେ ସ୍ୱତନ୍ତ୍ର ଭାବରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଭୁବନେଶ୍ୱରର ଏକାମ୍ର ସଂରକ୍ଷଣ ଯୋଜନା, କୋଣାର୍କ ଐତିହ୍ୟାଞ୍ଚଳ ଉନ୍ନୟନ ନକ୍ସାକୁ ମଧ୍ୟ ଅନୁମୋଦନ ମିଳିଛି। ଫଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଏକାମ୍ର ବିକାଶ ସଂକ୍ରାନ୍ତ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ମୁଷ୍ଟିମେୟ ବ୍ୟକ୍ତି ଓ ନିର୍ଦ୍ଦିଷ୍ଟ ବିକାଶ ବିରୋଧୀ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। ୨୦୨୧ ସେପ୍ଟେମ୍ବର ୪ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ପ୍ରଦାନ କରାଯାଇଥିବା ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍‍ଓସି)କୁ ଏହି ବୈଠକରେ ଦୃଢ଼ୀକରଣ କରାଯାଇଛି।

ପୂର୍ବରୁ ଗତ ଜୁନ୍‍ ମାସରେ ସୁପ୍ରିମକୋର୍ଟ ପରିକ୍ରମା ପ୍ରକଳ୍ପ ବିରୋଧରେ ଆଗତ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ହେଉଥିବା କାର୍ଯ୍ୟ ‘ନିର୍ମାଣ’ ପର୍ଯ୍ୟାୟଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ପୁରୀର ବିକାଶ ଏବଂ ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ନୂଆ ପରିଚୟ ଦେବା ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଅର୍ଥ ବରାଦ କରାଯାଇଛି। ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ବହୁଟିକିଆ(ମଲ୍ଟି ଲେନିଂ) ରାସ୍ତା, ସେତୁ, ଅତ୍ୟାଧୁନିକ ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଏହା ସହିତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି।

ବିଶ୍ୱବାସୀଙ୍କ ନଜର ଟାଣିବା ଭଳି ବଡ଼ଦେଉଳର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ସହ ଭକ୍ତଙ୍କ ସୁବିଧାକୁ ପ୍ରାଥମିକତା ଦେଇ ନିର୍ମାଣ କରାଯାଉଛି ଐତିହ୍ୟ କରିଡର୍‍। ମାତ୍ର ଏହି ପ୍ରକଳ୍ପକୁ ଆରମ୍ଭରୁ ବିବାଦ ମଧ୍ୟକୁ କିଛି ବ୍ୟକ୍ତି ଓ ଗୋଷ୍ଠୀ ଟାଣିବାକୁ ଉଦ୍ୟମ କରିଛନ୍ତି। ପ୍ରକଳ୍ପ ବିରୋଧରେ ହାଇକୋର୍ଟ ଏବଂ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରକଳ୍ପ ବିରୋଧୀମାନେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପରି ମହତ ଉଦ୍ଦେଶ୍ୟ ନେଇ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ହୋଇଥିବାରୁ ବିରୋଧୀଙ୍କୁ ଝଟ୍‍କା ଲାଗିଛି। ଅଦାଲତରେ ମାମଲା ଖାରଜ ହୋଇଛି। ଏବେ ଏନ୍‍ଏମ୍‍ଏ ମଧ୍ୟ ପ୍ରକଳ୍ପ ବିରୋଧୀଙ୍କୁ ନିରାଶ କରିଛି। ମହାପ୍ରଭୁଙ୍କ କାମକୁ ରୋକିବାକୁ ବିରୋଧୀ ଅସଫଳ ହୋଇଛନ୍ତି। ‘ଆମ୍‍ସାର’ ଆକ୍ଟକୁ ଆୟୁଧ କରି ପ୍ରକଳ୍ପକୁ ବନ୍ଦ କରିବା ନିମନ୍ତେ ସମସ୍ତ ଷଡ଼ଯନ୍ତ୍ର ପଣ୍ଡ ହୋଇଛି।

ଏନ୍‍ଏମ୍‍ଏ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷ ଯାତ୍ରୀ ଓ ଶ୍ରଦ୍ଧାଳଙ୍କ ପାଇଁ ଶୌଚାଳୟ ନିର୍ମାଣକୁ ଅନୁମତି ଦେଇଛି। ସେହିପରି କ୍ଲକ ରୁମ୍‍, ମିନି କ୍ଲକରୁମ୍‍, ସେଲ୍‌ଫଟର ପାଭିଲିଅନ, ସେବାୟତଙ୍କ ଲାଗି ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ୍‍ ନିର୍ମାଣ ଲାଗି ପୂର୍ବରୁ ଯେଉଁ ଏନଓସି ପ୍ରଦାନ କରାଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବାକୁ ଏନଏମ୍‍ଏର ୩୬୧ତମ ଏନଓସି ବୈଠକରେ ଦୃଢ଼ୀଭୂତ ହୋଇଛି। ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ, କ୍ଲକରୁମ୍‍ ଆଦି ନିର୍ମାଣ ପାଇଁ ମଧ୍ୟ ଏନ୍‍ଏମ୍‍ଏ ଅନୁମତି ପ୍ରଦାନ କରିଛି। ପରିକ୍ରମା ମାର୍ଗ ମଧ୍ୟରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରିବାକୁ ନେଇ ଏଏସ୍‍ଆଇର ଆପତ୍ତି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା।

ଏଥିଲାଗି ଏନ୍‍ଏମ୍‍କୁ ଦିଆଯାଇଥିବା ସଂଶୋଧିତ ଡିପିଆରକୁ ମଧ୍ୟ ଏନ୍‍ଏମ୍‍ଏ ଗ୍ରହଣ କରିଛି। ମନ୍ଦିରଠାରୁ ୧୦୧.୫୦ ମିଟର ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ନେଇ ଏନଏମ୍‍ଏ ଅନୁମତି ଦେଇଛି। ଅଭ୍ୟର୍ଥନା କେନ୍ଦ୍ରର ଉଚ୍ଚତା ୭.୫ ମିଟର ଓ ପରିସୀମା ୧୩୫ ବର୍ଗମିଟର ରହିବ ବୋଲି କୁହାଯାଇଛି। ପୁନଶ୍ଚ ସୂଚନା କେନ୍ଦ୍ର, ଦାନ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର ଓ ଏଟିଏମ୍‍ ଆଦି ନିର୍ମାଣ ନିମନ୍ତେ ଆପତ୍ତିବିହୀନ ପ୍ରମାଣପତ୍ର ଏନ୍‍ଏମ୍‍ଏ ପ୍ରଦାନ କରିଛି ଏବଂ ଏସବୁର ସଂରକ୍ଷଣ, ସୁରକ୍ଷା ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଅଞ୍ଚଳରେ କରାଯିବା ଲାଗି ପରାମର୍ଶ ଦେଇଛି। ଏନ୍‍ଏମ୍‍ଏର ଏହି ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଆପାତତଃ ଶେଷ ହୋଇଛି। ପ୍ରକଳ୍ପ ବିରୋଧୀମାନଙ୍କୁ ଶକ୍ତା ଧକ୍କା ଲାଗିଛି। ଶ୍ରୀମନ୍ଦିରର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ କରାଯାଉଛି।

ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାମ। ଏହାକୁ ବିରୋଧ ନ କରି କିପରି କାମ ଶୀଘ୍ର ସରିବ ଏବଂ ଜନସାଧାରଣ ଏହାର ସୁବିଧା ପାଇବେ ସେ ଦିଗରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପ୍ରସ୍ତାବରେ ଏନ୍‍ଏମ୍‍ଏ ମୋହର -୧୪୩ ବର୍ଗମିଟରରେ ସର୍ବାଧିକ ୭.୫ ମିଟର ଉଚ୍ଚତାର ଦୁଇ ମହଲା ପୁରୀ,୨୦ା୯(ସମିସ): ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବାଁ ପ୍ରତିବନ୍ଧକ ଏବେ ଦୂର ହୋଇଛି। ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମ୍‍ଏ) ଏହି କୋଠା ନିର୍ମାଣକୁ ଅନୁମତି ଦେଇଛି। ଗୃହର ଉଚ୍ଚତା ୭.୫ ମିଟର ଓ ଆୟତନ ୧୪୩ ବର୍ଗମିଟର ମଧ୍ୟରେ ରଖିବାକୁ ଏନ୍‍ଏମ୍‍ଏ ପରାମର୍ଶ ଦେଇଛି। ପରିକ୍ରମା ପ୍ରକଳ୍ପ ସହ ମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ପାଇଁ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ।

ମନ୍ଦିର ଚତୁଃପାର୍ଶ୍ବ ନିୟନ୍ତ୍ରିତ ଅଞ୍ଚଳର ଉତ୍ତର-ପୂର୍ବଦ୍ୱାର କୋଣରେ ୧୩.୨୦୮ ମିଟର ଉଚ୍ଚତା ବିଶିଷ୍ଟ ତିନିମହଲାର କୋଠା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏନ୍‍ଏମ୍‍ଏ ଏ ସମ୍ପର୍କରେ ଆପତ୍ତି ଉଠାଇବା ସହ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ପରିକ୍ରମା ପ୍ରକଳ୍ପରେ ସାମିଲ ନ କରି ଭିନ୍ନ ଭାବରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲା। ଏଥିସହ ଏହି କୋଠା ନିୟନ୍ତ୍ରିତ (ରେଗୁଲେଟେଡ) ଅଞ୍ଚଳରେ କରିବା ଲାଗି ଅନୁମତି ମାଗିବା ପାଇଁ ଏନଏମ୍‍ଏ ପକ୍ଷରୁ କୁହାଯାଇଥିଲା। ଅଧିକ ଉଚ୍ଚର କୋଠା ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଲୁଚିଯିବା ସମ୍ଭାବନା ରହିଛି ବୋଲି ଏନ୍‍ଏମ୍‍ଏ କହିଥିଲା।

ଅନ୍ୟପକ୍ଷରେ ଗତ ୩ ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠାକୁ ଅନୁଧ୍ୟାନ କରିଥିଲେ ଏନଏମ୍‍ଏ ସଦସ୍ୟ ପ୍ରଫେସର ଡ. କୈଳାସ ରାଓ। ପୂର୍ବରୁ ଏଠାରେ କାର୍ଯ୍ୟାଳୟର ପୁରୁଣା କୋଠା ଥିଲା। ତାହାକୁ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ କରାଯାଉଥିବା ବେଳେ ବିବାଦ ଯୋଗୁ କାମ ବନ୍ଦ ରହିଛି ବୋଲି ଡ. ରାଓଙ୍କୁ ଅବଗତ କରାଯାଇଥିଲା। ଏବେ ଏନଏମଏର ଅନୁମତି ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ନିର୍ମାଣ ଲାଗି ଏକପ୍ରକାର ବାଟ ଫିଟିଥିବା କୁହାଯାଉଛି।