KRK - The Sakala

ରାଜପାଲ ଯାଦବଙ୍କୁ ସାହାଯ୍ୟର ହାତ ବଢାଇଲେ କେଆରକେ, ଦେବେ ୧୦ ଲକ୍ଷ ଟଙ୍କା
ମୁମ୍ବାଇ: ବଲିଉଡର ଜଣାଶୁଣା କମେଡିଆନ୍ ରାଜପାଲ ଯାଦବଙ୍କ ପାଇଁ ଆଗେଇ ଆସିଛନ୍ତି ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମାଲ ଆର୍ ଖାନ୍ ବା କେଆରକେ। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ରାଜପାଲ ଯାଦବଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ବିଭିନ୍ନ ସମୟରେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେଆରକେ ଏଥର ରାଜପାଲଙ୍କ ଅସୁବିଧା ସମୟରେ ତାଙ୍କ ସପକ୍ଷରେ ଠିଆ ହୋଇଛନ୍ତି।

୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ

କେଆରକେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସେ ରାଜପାଲ ଯାଦବଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସେ ରାଜପାଲଙ୍କ ପତ୍ନୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଚେକ୍ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ରାଜପାଲଙ୍କ ପରିବାର ଦିଲ୍ଲୀ ହାଇକୋର୍ଟରେ ହେବାକୁ ଥିବା ଜାମିନ ଶୁଣାଣିକୁ ଅପେକ୍ଷା କରିଛନ୍ତି।

I am committed to give ₹10 lakhs to #RajPalYadav. So I asked Bhabhi to send someone to collect ₹10 lakhs cheque from my office. But she is waiting for today’s bail hearing in Delhi High Court. Hope RajPal bhai will get the bail.👍

— KRK (@kamaalrkhan) February 12, 2026

ଜାମିନ ମିଳିବା ନେଇ ଆଶାବାଦୀ କେଆରକେ

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ରାଜପାଲଙ୍କ ପତ୍ନୀ ଆଜିର ଶୁଣାଣିକୁ ଅପେକ୍ଷା କରିଛନ୍ତି ଏବଂ କେଆରକେ ଆଶା ବ୍ୟକ୍ତ କରିଛନ୍ତି ଯେ ରାଜପାଲ ଭାଇଙ୍କୁ ଖୁବଶୀଘ୍ର ଜାମିନ ମିଳିଯିବ। ସୂଚନାଯୋଗ୍ୟ ଯେ, ରାଜପାଲ ଯାଦବ ପୂର୍ବରୁ ଋଣ ପରିଶୋଧ ଓ ଚେକ୍ ବାଉନ୍ସ ମାମଲାରେ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି କଠିନ ସମୟରେ କେଆରକେଙ୍କ ସହାୟତା ତାଙ୍କ ପାଇଁ ଆଶ୍ୱସ୍ତିକର ହୋଇପାରେ।

ରାଜପାଲ ଯାଦବଙ୍କ ପାଖରେ ଅଛି କି ୫୦ କୋଟିର ସମ୍ପତ୍ତି? କେଆରକେ କଲେ ବଡ଼ ଦାବି
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ବେଳେ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଅଭିନେତା ତଥା ସମାଲୋଚକ କମାଲ ଆର ଖାନ (କେଆରକେ) ସୋସିଆଲ ମିଡିଆରେ ଏକ ବଡ଼ ଦାବି କରିଛନ୍ତି। କେଆରକେ ଦାବି କରିଛନ୍ତି ଯେ ରାଜପାଲ ଯାଦବଙ୍କ ପାଖରେ ୫୦ କୋଟି ଟଙ୍କାର ସମ୍ପତ୍ତି ରହିଛି, କିନ୍ତୁ ସେ ଜାଣିଶୁଣି ଋଣ ପରିଶୋଧ କରିବାକୁ ଚାହୁଁନାହାନ୍ତି। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ ଋଣରେ ତାଙ୍କ ପତ୍ନୀଙ୍କ ସହଭାଗିତା ଥିବା ସତ୍ତ୍ୱେ ସେ କାହିଁକି ଜେଲ ଯାଇନାହାନ୍ତି?

The Case is against #RajpalYadav and his wife. So why his wife is not in jail? Because my friend has paid her share Rs 1.50cr! Even Rajpal has took loan from many Bollywood ppl and not returned. Rajpal was buying an apartment of my friend just few months ago. According to one of…

— KRK (@kamaalrkhan) February 12, 2026

ପତ୍ନୀ କାହିଁକି ଜେଲ୍‌ରେ ନାହାନ୍ତି?

କମାଲ ଆର ଖାନଙ୍କ ଦାବି ଅନୁଯାୟୀ, ତାଙ୍କର ଜଣେ ବନ୍ଧୁ ରାଜପାଲ ଯାଦବଙ୍କ ଭାଗର ୧.୫୦ କୋଟି ଟଙ୍କା ପୈଠ କରିଦେଇଛନ୍ତି, ତେଣୁ ତାଙ୍କ ପତ୍ନୀ ବର୍ତ୍ତମାନ ଜେଲରୁ ବାହାରେ ଅଛନ୍ତି। କେଆରକେ କହିଛନ୍ତି, "ରାଜପାଲ ଯାଦବ ବଲିଉଡର ଅନେକ ଲୋକଙ୍କଠାରୁ ଋଣ ନେଇଛନ୍ତି ଏବଂ ତାହା ଫେରସ୍ତ କରିନାହାନ୍ତି। କିଛି ମାସ ତଳେ ରାଜପାଲ ମୋର ଜଣେ ବନ୍ଧୁଙ୍କ ଆପାର୍ଟମେଣ୍ଟ କିଣିବାକୁ ଯାଉଥିଲେ। ଜଣେ ବନ୍ଧୁଙ୍କ ସୂଚନା ମୁତାବକ ରାଜପାଲଙ୍କ ପାଖରେ ୫୦ କୋଟିର ସମ୍ପତ୍ତି ଅଛି। ଏହାର ଅର୍ଥ ହେଉଛି ସେ ନିଜେ ଋଣ ଶୁଝିବାକୁ ଚାହୁଁନାହାନ୍ତି।"

Rajpal Yadav’s UP Property was Sealed by Bank in 2024, due to Non-payment of Loan of ₹11Crore. Central Bank disclosed that #RajpalYadav had secured a loan from Mumbai branch, on his property in his hometown, Shahjahanpur!

— KRK (@kamaalrkhan) February 12, 2026

କଣ ରହିଛି ପୂରା ଘଟଣା?

ସୂଚନାଯୋଗ୍ୟ ଯେ, ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବ ତିହାର ଜେଲରେ ଅଛନ୍ତି। ଏହି ମାମଲା ୨୦୧୦ ମସିହାର, ଯେତେବେଳେ ରାଜପାଲ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର 'ଅତା ପତା ଲାପତା' ପାଇଁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ ଋଣ ପରିଶୋଧ ହୋଇପାରି ନଥିଲା ଏବଂ ସୁଧ ବଢି ଏହା ପ୍ରାୟ ୯ କୋଟି ହୋଇଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ସୋନୁ ସୁଦଙ୍କ ଭଳି ଅନେକ କଳାକାର ରାଜପାଲଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

‘ବ୍ରହ୍ମାସ୍ତ୍ର’ର ଆୟକୁ ନେଇ ପ୍ରଶ୍ନ ଉଠାଇଲେ କେଆର୍‌କେ
କମଲ୍‌ ରସିଦ୍‌ ଖାନ୍‌ ଓରଫ୍‌ କେଆର୍‌କେ ବଲିଉଡ୍‌ର ଅନେକ ଫିଲ୍ମର ସମୀକ୍ଷା କରି ଚର୍ଚ୍ଚାରେ ରହିଛନ୍ତି । କେଆର୍‌କେ ତାଙ୍କ ଟ୍ବିଟ୍‌ ଜରିଆରେ ଅନେକ ସମୟରେ ଶାହାରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌, ଅମିତାଭ ବଚ୍ଚନ, ମିକା ସିଂହ ଭଳି ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏବେ କେଆର୍‌କେଙ୍କ ଟାର୍ଗେଟ୍‌ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରହିଛି। ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରୁଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାର ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ପ୍ରଶ୍ନ କରୁଥିବାର ଦେଖାଯାଉଛି। ସୋସାଲ ମିଡିଆରେ ଏବେ #ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍‌ େଟ୍ରଣ୍ଡ୍‌ ହେଉଛି। ଯଦି ଥିଏଟର୍‌ ଖାଲି ପଡୁଛି ‘ବ୍ରହ୍ମାସ୍ତ୍ର’ର ଆୟ କେମିତି ହେଉଛି ବୋଲି ଅନେକ ପ୍ରଶ୍ନ ଉଠାଉଛନ୍ତି। କଙ୍ଗନା ରାନାୱତ୍‌, ବିବେକ ଅଗ୍ନିହୋତ୍ରୀଙ୍କ ସହିତ ଅନେକ ବଲିଉଡ୍‌ ସେଲିବ୍ରିଟି ‘ବ୍ରହ୍ମାସ୍ତ୍ର’ର ଆୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଇତିମଧ୍ୟରେ କେଆର୍‌କେ ତାଙ୍କ ଟ୍ବିଟ୍‌ ଜରିଆରେ ‘ବ୍ରହ୍ମାସ୍ତ୍ର’କୁ ଟାର୍ଗେଟ୍‌ କରିଛନ୍ତି। ଟ୍ବିଟର୍‌ରେ କମାଲ୍‌ ଲେଖିଛନ୍ତି ଯେ- ‘ଥିଏଟର୍‌ ଖାଲି ପଡିଛି, ତଥାପି ‘ବ୍ରହ୍ମାସ୍ତ୍ର’ ବମ୍ପର୍‌ ବିଜିନେସ୍‌ କରୁଛି, ବୃହସ୍ପତି ଓ ମଙ୍ଗଳ ଗ୍ରହରୁ କ’ଣ ଏଲିଏନ୍‌ ପୃଥିବୀ ପୃଷ୍ଠକୁ ଆସି ଫିଲ୍ମ ଦେଖୁଛନ୍ତି। ଆଉ ଦୁର୍ଭାଗ୍ୟବଶତଃ ଲୋକେ ହଲ୍‌ରେ ବସିଥିବା ଏଲିଏନ୍‌ମାନଙ୍କୁ ଦେଖିପାରୁ ନାହାନ୍ତି।’ ଏହାପୂର୍ବରୁ ମଧ୍ୟ କେଆର୍‌କେ ଏହି ଫିଲ୍ମର ସମୀକ୍ଷାକୁ ନେଇ ଟ୍ବିଟ୍‌ କରିଥିଲେ। କେଆର୍‌କେ ଟ୍ବିଟ୍‌ କରିଥିଲେ ଯେ- ‘ମୁଁ ଏହି ଫିଲ୍ମର ସମୀକ୍ଷା କରିନାହିଁ। ତଥାପି ଲୋକେ ଫିଲ୍ମ ଦେଖିବାକୁ ଥିଏଟର୍‌ ଗଲେନାହିଁ। ଆଶା କରୁଛି କରନ୍‌ ଜୋହର୍‌ ଅନ୍ୟ ବଲିଉଡ୍‌ ସେଲିବ୍ରିଟିଙ୍କ ଭଳି ତାଙ୍କ ବିଫଳତା ପାଇଁ ମତେ ଦାୟୀ କରିବେ ନାହିଁ। ’ ଏଠାରେ ପ୍ରକାଶ ଥାଉ କି, ନିକଟରେ ସୋସାଲ ମିଡିଆରେ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଅୟାନ୍‌ ମୁଖାର୍ଜୀ ଏହା ସାରାବିଶ୍ବରେ ୩୬୦ କୋଟି ଟଙ୍କା ଆୟ କରିଛି ବୋଲି କହିଥିଲେ।