Parking Fee - The Sakala

ପୁରୀ ଭକ୍ତ ନିବାସରେ ପାର୍କିଂ ଫି ପ୍ରସଙ୍ଗ: ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡିର ଦାବି
ଭୁବନେଶ୍ୱର: ପୁରୀ ଭକ୍ତ ନିବାସରେ ପାର୍କିଂ ଫି’ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଲକ୍ଷଲକ୍ଷ ଭକ୍ତଙ୍କୁ ଲୁଟିବା ସହ ପବିତ୍ର ପୁରୀ ଓ ସମଗ୍ର ଓଡ଼ିଶାର ଭାବମୂର୍ତ୍ତି ମଳିନ ପାଇଁ ନିଆ ଯାଇଥିବା ନିଷ୍ପତ୍ତିକୁ ବିଜେଡି ଉପସଭାପତି ସଂଜୟ କୁମାର ଦାସବର୍ମା ଦୃଢ଼ ବିରୋଧ କରିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ନିବାସରେ ପାର୍କିଂ ପାଇଁ ୧୮ପ୍ରତିଶତ ଜିଏସଟି ସହ ୫୦୦ ଟଙ୍କା ଆଦାୟ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ବିଜେଡି କଡା ବିରୋଧ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସେ କହିଛନ୍ତି ଯେ ପ୍ରଥମତଃ ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। କଟା ଘା’ରେ ଚୂନ ସଦୃଶ  ଭକ୍ତ ନିବାସ ରହିବା ଦେୟ ମହଙ୍ଗା ପରେ ପୁଣି ପ୍ରଶାସନ ପକ୍ଷରୁ ଭକ୍ତନିବାସରେ ଗାଡ଼ି ପାର୍କିଂ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ସିଧାସଳଖ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଧର୍ମୀୟ ଭାବନାରୁ ପ୍ରଶାସନ ଆର୍ଥିକ ଫାଇଦା ନେବାକୁ ଚାହୁଛି। ନୂତନ ନିୟମ ଅନୁଯାୟୀ ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମଥର ପାଇଁ ଅତି ଉଚ୍ଚଦରରେ ପାର୍କିଂ ଫି’ ଆଦାୟ କରାଯିବା ନିଷ୍ପତ୍ତି ହୋଇଛି। ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ। ଏହି ୫୦୦ ଟଙ୍କା ମଧ୍ୟରେ ୧୮ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି। ପୁରୀରେ ଥିବା ନୀଳାଚଳ ଭକ୍ତନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ। ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଏପରି ନିଷ୍ପତ୍ତି ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନକୁ ପ୍ରଭାବିତ କରିବ। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ତେଣୁ, ପ୍ରଶାସନ ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍; ବନ୍ଦ ହେବ ହାତଲେଖା ରସିଦ୍‍ ବ୍ୟବସ୍ଥା, ଖୁବ୍‍ଶୀଘ୍ର ହେବ ଇ-ଟିକେଟିଂ ବ୍ୟବସ୍ଥା
ଭୁବନେଶ୍ୱର: ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି’ ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥାରେ ବିଏମ୍‍ସି ପାର୍କିଂସ୍ଥଳୀରେ ରସିଦ୍‍ ବହି ବଦଳରେ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ କରାଯିବ। ଏହାଦ୍ୱାରା ସହରରେ ଚାଲିଥିବା ବେଆଇନ୍‍ ପାର୍କିଂ ଫି’ ଆଦାୟରେ ରୋକ୍‍ ଲାଗିବ ବୋଲି ବିଏମ୍‍ସି ଆଶା ରଖିଛି।

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି। ଯାହାଫଳରେ ଲୋକମାନେ ଠକାମୀର ଶିକାର ହେଉଛନ୍ତି। ସହରରେ ବର୍ତ୍ତମାନ ଦୁଇ ଚକିଆ ଯାନ ରହଣିର ପ୍ରଥମ ଦୁଇ ଘଣ୍ଟା ପାଇଁ ୫ ଟଙ୍କା ରହିଥିବାବେଳେ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଦର ରହିଛି। ହେଲେ ଦୁଇ ଚକିଆ ଯାନ ପାଇଁ ଅନେକ ସ୍ଥାନରେ ୫ ଟଙ୍କା ବଦଳରେ ଜୋର୍‍ଜବରଦସ୍ତ ୨୦ ଟଙ୍କା ଆଦାୟ କରାଯାଉଛି। ଏହାସହିତ ବିଏମ୍‍ସିର ରହିଥିବା ପାର୍କିଂସ୍ଥଳୀ ବ୍ୟତୀତ ଅନ୍ୟ ସ୍ଥାନକୁ ବିଏମ୍‍ସି ପାର୍କିଂସ୍ଥଳୀ ଦର୍ଶାଇ ମଧ୍ୟ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଏହି ସବୁ ବ୍ୟବସ୍ଥାରେ ରୋକ୍‍ ଲଗାଇବା ପାଇଁ ବିଏମ୍‍ସି ଏବେ ଅଣ୍ଟା ଭିଡ଼ିଛି। ଇ-ଟିକେଟିଂ ବ୍ୟବସ୍ଥା ଲାଗୁ କରି ସବୁ ଟେଣ୍ଡରଧାରୀଙ୍କୁ ବଏମ୍‍ସି ଦେବ ବୋଲି ଜଣାପଡ଼ିଛି। ଏହି ମେସିନ୍‍ ପାଇବା ପରେ ଆଉ ସାଧାରଣ ରସିଦ୍‍ ନ ଦେଇ କେବଳ ମେସିନ୍‍ରୁ ହିଁ ପାର୍କିଂ ଟିକଟ୍‍ ଦିଆଯିବ ଓ ନିର୍ଦ୍ଦିଷ୍ଟ ଅର୍ଥ ନିଆଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ବେଆଇନ୍‍ ଭାବେ ଯେଉଁ ସ୍ଥାନରେ ପାର୍କିଂ ଫି’ ଆଦାୟ ହେଉଛି, ତାହା ବନ୍ଦ ହେବ। ବର୍ତ୍ତମାନ ସ୍ମାର୍ଟ ଜନପଥରେ ଏହି ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହୋଇଛି। ଏଠାରେ କେବଳ ପିଓଏସ୍‍ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ ହେଉଛି। ଏହା ସତ୍ତ୍ବେ କେତେକ ସ୍ଥାନରେ ବେଆଇନ୍‍ ଭାବେ ଜାଲ୍‍ ରସିଦ୍‍ରେ ଫି’ ଆଦାୟ ହେଉଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ବିଏମ୍‍ସିର କେତୋଟି ପାର୍କିଂସ୍ଥଳୀ ରହିଛି ଓ କେଉଁଠାରେ ବେଆଇନ୍‍ ପାର୍କିଂ ଫି’ ଆଦାୟ କରାଯାଉଛି, ସେନେଇ ବିଭାଗ କୌଣସି ସଚେତନତା କରୁନାହିଁ। ଯାହାଦ୍ୱାରା ବେଆଇନ୍‍ ଆଦାୟକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିଛି। ଗତ କିଛି ଦିନ ତଳେ ବିଏମ୍‍ସି ଅଞ୍ଚଳର ପାର୍କିଂସ୍ଥଳୀ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବିଏମ୍‍ସି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲା। ଏଥିରେ ହୋଇଥିବା ଆଲୋଚନା ଅନୁଯାୟୀ, ସବୁ ପାର୍କିଂସ୍ଥଳୀରେ ଏକ ସାଇନ୍‍ବୋର୍ଡ ଲଗାଇବା ବାଧ୍ୟତାମୂଳକ କରିବାକୁ ଯୋଜନା ହୋଇଥିଲା। ଏଥିରେ ଟେଣ୍ଡର ନମ୍ବର ସହିତ କେତେ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଛି ତାହା ଉଲ୍ଲେଖ କରାଯିବ। ସେହିପରି ପାର୍କିଂସ୍ଥଳୀଟି କେଉଁଠାରୁ କେତେବାଟ ପର୍ଯ୍ୟନ୍ତ ରହିଛି ତାହା ମଧ୍ୟ ଏଠାରେ ଦର୍ଶାଯିବ। ଯିଏ ପାର୍କିଂସ୍ଥଳୀକୁ ବିଏମ୍‍ସିଠାରୁ ଟେଣ୍ଡର ନେଇଥିବେ ଏଠାରେ ତାଙ୍କ ନାମ ଉଲ୍ଲେଖ ରହିବା ସହିତ ତାଙ୍କ ମୋବାଇଲ୍‍ ନମ୍ବର ଓ ବିଏମ୍‍ସି ଦ୍ୱାରା ଧାର୍ଯ୍ୟ ହୋଇଥିବା ପାର୍କିଂ ଫି’ ମଧ୍ୟ ଏଠାରେ ରହିବ।