India vs Australia T20 - The Sakala

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ T20 ଜିତି ସିରିଜ ହାତେଇଲା ଭାରତ, ୩-୧ରେ ଆଗୁଆ ଟିମ୍ ଇଣ୍ଡିଆ
ରାୟପୁର: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ବିଶ୍ବକପର ପ୍ରତିଶୋଧ ଟି-୨୦ ସିରିଜରେ । ଚତୁର୍ଥ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୧ରେ ଆଗୁଆ ରହିବା ସହ ସିରିଜ ହାତେଇଛି ଭାରତ । ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଅକ୍ଷର ପଟେଲ (୩/୧୬) ଓ ରବି ବିଷ୍ଣୋଇ (୧/୧୭)ଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌‌ରେ ଭାରତ ୨୦ ରନ୍‌‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ଆଉ ଗୋଟିଏ ମ୍ୟାଚ୍‌‌ ବାକିଥାଇ ଭାରତ ୩-୧ରେ ଆଗୁଆ ସିରିଜ୍‌‌ କବ୍‌‌ଜା କରିଛି। ସିରିଜ୍‌‌ର ୫ମ ତଥା ଶେଷ ମ୍ୟାଚ୍‌‌ ବେଙ୍ଗାଲୁରୁରେ ଡିସେମ୍ବର ୩ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌‌ରେ ୪ ଓଭର ବୋଲିଂ କରି ୧୬ ରନ୍‌‌ ବିନିମୟରେ ୩ଟି ୱିକେଟ ନେଇଥିବା ଭାରତର ବାମହାତୀ ସ୍ପିନର ଅକ୍ଷର ପଟେଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ସର୍ବାଧିକ ୧୩୬ଟି ମ୍ୟାଚ୍‌ ଜିତି ବିଶ୍ବ ରେକର୍ଡ କରିଛି ।

ରାୟପୁରର ସହୀଦ୍‌‌ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟରେ ୧୭୪ ରନ୍‌‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ସମାନ ସଂଖ୍ୟକ ଓଭର ଖେଳି ୭ ୱିକେଟରେ ୧୫୪ ରନ୍‌‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ମାଥ୍ୟୁ ୱେଡ୍‌‌ ସର୍ବାଧିକ ୩୬*, ଟ୍ରାଭିସ୍‌‌ ହେଡ୍‌‌ ୩୧, ମାଥ୍ୟୁ ସର୍ଟ ୨୨, ଟିମ୍‌‌ ଡେଭିଡ୍‌‌ ଓ ବେନ୍‌‌ ମ୍ୟାକଡର୍ମଟ ୧୯ ରନ୍‌‌ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅକ୍ଷରଙ୍କ ବ୍ୟତୀତ ଦୀପକ ଚହର ସବୁଠାରୁ ଅଧିକ ୪୪ ରନ୍‌‌ ଦେଇ ୨ଟି ୱିକେଟ ପାଇଥିଲେ। ଅଷ୍ଟ୍ରେଲିଆ ପାଳିରେ ଦୁଇ ସ୍ପିନର ଅକ୍ଷର ଓ ରବି ମିଳିତଭାବେ ୮ ଓଭର ବୋଲିଂ କରି ମାତ୍ର ୩୩ ରନ୍‌‌ ବ୍ୟୟ କରିବା ଫଳରେ ଏହି ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା। ରବି ଓ ଆଭେଷ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରୁ ପନ୍ତ ଆଉଟ୍ ଭୁବନେଶ୍ଵର ଇନ୍
ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ। ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଚୂଡାନ୍ତ ଏକାଦଶରେ ଭୁବନେଶ୍ଵର କୁମାରଙ୍କୁ ସାମିଲ୍ କରାଯାଇଛି।

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ ବରାବର ସ୍ଥିତିରେ ରହିଛି। ଫଳରେ ହାଇଦ୍ରାବାଦ ମ୍ୟାଚ୍‌ ଉଭୟ ଦଳ ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏଥିପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ହେଁ ଡେଥ୍‌ ଓଭର ବେଳକୁ ବୋଲରଙ୍କ ଉପରେ ଚାପ ବଢିଯାଉଥିବା ଦେଖାଯାଉଛି। ‌ଶେଷ ଆଡ଼କୁ ବୋଲରମାନେ ମାତ୍ରାଧିକ ରନ୍‌ ବ୍ୟୟ କରୁଥିବା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଡେଥ୍‌ ଓଭର ବିଶେଷଜ୍ଞ ଭାବେ କାହା ଉପରେ ଦୁଇ ଅଧିନାୟକ ନିର୍ଭର କରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ।

ନାଗପୁର ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ହେଲେ ତାଙ୍କର ଆବଶ୍ୟକତା ପଡ଼ିନଥିଲା। ତଥାପି ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଫେରିଥିଲେ ମଧ୍ୟ ଡେଥ୍‌ ଓଭର ସମସ୍ୟା ଟଳିନଥିଲା। ଘରୋଇ ଦଳ ପାଇଁ ହର୍ଷଲ ପଟେଲ ଶୃଙ୍ଖଳା ସାରା ସଂଘର୍ଷ କରୁଥିବା ଦେଖାଯାଉଛି। ଏପରିକି ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ଡେଥ୍‌ ଓଭରରେ ଏକ ସୁଯୋଗ ଦିଆଯାଇଥିଲେ ବି ତିନିଟି ଛକା ବ୍ୟୟ କରି ସେ ଅଧିନାୟକଙ୍କ ଆସ୍ଥାଭାଜନ ‌ହୋଇପାରିନାହାନ୍ତି। ଏଭଳି ଚାପ ସମୟରେ କାକର ଯୋଗୁଁ ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରମୁଖ ଅସ୍ତ୍ର ଧୀମା ବଲ୍‌ ଓ ୟର୍କର ମଧ୍ୟ କାମ ଦେଇନଥିଲା।

ସେହିପରି ପାୱାରପ୍ଲେରେ ଟାଇଗର ଓ ଡେଥ୍‍ ଓଭରରେ ଶୃଗାଳ ଭଳି ପ୍ରଦର୍ଶନ ଦେଉଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଦଳ ଚିନ୍ତିତ। ସେ ଭାରତୀୟ ମ୍ୟାନେଜମେଣ୍ଟର ମୁଖ୍ୟ ଅସ୍ତ୍ର। ଏଣୁ ତାଙ୍କୁ ଡେଥ୍‍ ଓଭରରେ ବୋଲିଂ ନ ଦେଇ ପୂର୍ବରୁ ଓଭର ସାରିବାକୁ ଅଧିନାୟକ ଚେଷ୍ଟା କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସବୁଠାରୁ ଉତ୍ସାହଜନକ କଥା ହେଲା ଆହତ ସମସ୍ୟା ପରେ ଯଶପ୍ରୀତ୍‍ ବୁମ୍‍ରା ଫର୍ମକୁ ଫେରିବା। ସେ ଦ୍ୱିତୀୟ ମ୍ୟାଚ୍‍ ରେ ଆହତ ହୋଇଥିବା କଥା ପ୍ରଦର୍ଶନରୁ ଜଣା ପଡ଼ି ନଥିଲା। ଏଣୁ ପୂରା ମ୍ୟାଚ୍‍ ଫିଟ୍‍ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ପରୀକ୍ଷା ଆବଶ୍ୟକ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କୌଣସି ମ୍ୟାଚ୍‍କୁ ସହଜ ଭାବେ ନିଏ ନାହିଁ। ଏଣୁ ଗତ ଦୁଇଟି ସିରିଜରେ ଅପରାଜେୟ ରହିଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‍ ପୂର୍ବରୁ ବିଜୟୀ ହୋଇ ଆତ୍ମବିଶ୍ୱାସ ଦୃଢ଼ କରିବ ବୋଲି ଆଶା କରିବା ସ୍ୱାଭାବିକ୍‍। କିନ୍ତୁ ଏହା ସତ୍ୟ ଯେ ଯେଉଁ ଦଳ ଟସ୍‍ ଜିତିବା କିମ୍ବା ରନ୍‍ ଚେଜ୍‍ କରିବ, ସେହି ଦଳ ନିଶ୍ଚିତଭାବେ ଏହି ମ୍ୟାଚ୍‍ ଜିତିବ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ : ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ଡାନିଏଲ୍‌ ସାମ୍ସ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ T-20 : ସିରିଜ୍ ହାତେଇବା ଲକ୍ଷ୍ୟରେ ଉଭୟ ଟିମ୍‌
ହାଇଦ୍ରାବାଦ୍‍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦। ୩ ମ୍ୟାଚ୍‍ ବିଶିଷ୍ଟର ତୃତୀୟ ତଥା ଶେଷ ମ୍ୟାଚ୍‍ ଆଜି ହାଇଦ୍ରାବାଦର ଉପ୍ପଲ ଷ୍ଟାଡିୟମ୍‍ ରେ ଖେଳାଯିବ। ଏହା ପୂର୍ବରୁ ଦୁଇଟି ମ୍ୟାଚ୍‍ ଶେଷ ହୋଇଥିଲାବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‍ ଜିତି ବରାବର ସ୍ଥିତିରେ ରହିଛନ୍ତି। ଏଠାରେ ଖେଳାଯିବାକୁ ଥିବା ମ୍ୟାଚ୍‍ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜ୍‍ କବ୍‍ଜା କରିବ। ଏହା ବ୍ୟତୀତ ବିଶ୍ୱକପ୍‍ ପୂର୍ବରୁ ଭାରତୀୟ ଦଳରେ ଥିବା ଅସାମନତାକୁ ଦୂର କରିବା ଲାଗି ଏହି ମ୍ୟାଚ୍‍ ମଧ୍ୟ ସୁଯୋଗ ଦେବ। ଏମାନଙ୍କ ମଧ୍ୟରେ ଫର୍ମରେ ନଥିବା ମୁଖ୍ୟ ସ୍ପିନର ଯୁଜବେନ୍ଦ୍ର ଚହଲ ଆହତ ସମସ୍ୟା ପରେ ଦଳକୁ ଫେରିଥିବାବେଳେ ଡେଥ୍‍ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ୬ ଓଭରରେ ୮୧ ରନ୍‍ ବ୍ୟୟ କରିଛନ୍ତି। ଚହଲ ଏସିଆ କପ୍‍ରୁ ବ୍ୟୟବହୁଳ ବୋଲର ଭାବେ ସାବ୍ୟସ୍ତ ହୋଇ ଆସୁଛନ୍ତି। ଏଣୁ ଭାରତୀୟ ଦୃଷ୍ଟି କୋଣରୁ ଦେଖିଲେ ଏହି ଦୁଇ ଖେଳାଳିଙ୍କ ଉପରେ ନଜର ରହିବ। ଏମାନଙ୍କ ସଫଳତା ବିନା ଭାରତ ଟି-୨୦ ବିଶ୍ୱକପ୍‍ ରେ କିଛି ଭଲ ପ୍ରଦର୍ଶନ କରିବା କଷ୍ଟକର।

ସେହିପରି ପାୱାରପ୍ଲେରେ ଟାଇଗର ଓ ଡେଥ୍‍ ଓଭରରେ ଶୃଗାଳ ଭଳି ପ୍ରଦର୍ଶନ ଦେଉଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଦଳ ଚିନ୍ତିତ। ସେ ଭାରତୀୟ ମ୍ୟାନେଜମେଣ୍ଟର ମୁଖ୍ୟ ଅସ୍ତ୍ର। ଏଣୁ ତାଙ୍କୁ ଡେଥ୍‍ ଓଭରରେ ବୋଲିଂ ନ ଦେଇ ପୂର୍ବରୁ ଓଭର ସାରିବାକୁ ଅଧିନାୟକ ଚେଷ୍ଟା କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସବୁଠାରୁ ଉତ୍ସାହଜନକ କଥା ହେଲା ଆହତ ସମସ୍ୟା ପରେ ଯଶପ୍ରୀତ୍‍ ବୁମ୍‍ରା ଫର୍ମକୁ ଫେରିବା। ସେ ଦ୍ୱିତୀୟ ମ୍ୟାଚ୍‍ ରେ ଆହତ ହୋଇଥିବା କଥା ପ୍ରଦର୍ଶନରୁ ଜଣା ପଡ଼ି ନଥିଲା। ଏଣୁ ପୂରା ମ୍ୟାଚ୍‍ ଫିଟ୍‍ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ପରୀକ୍ଷା ଆବଶ୍ୟକ। ଦ୍ୱିତୀୟ ମ୍ୟାଚ୍‍ ୮ ଓଭର ବିଶିଷ୍ଟ ହୋଇଥିବାରୁ ଭୁବନେଶ୍ୱରକୁ ବାଦ୍‍ ଦିଆଯାଇଥିଲା। ସେ ଶେଷ ମ୍ୟାଚ୍‍ ରେ ଦଳକୁ ଫେରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତାଙ୍କୁ ଯଦି ଚୂଡାନ୍ତ ଏକାଦଶରେ ସାମିଲ କରାଯାଏ, ତେବେ ଋଷଭ ପନ୍ତ୍‍ ବାଦ୍‍ ପଡ଼ିବେ। ଏହା ଫଳରେ ଅକ୍ଷର ପଟେଲଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ଆସିବେ। ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଲାଗି ଚଳିତ ସିରିଜ୍‍ ରେ ଶେଷ ସୁଯୋଗ ରହିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କୌଣସି ମ୍ୟାଚ୍‍କୁ ସହଜ ଭାବେ ନିଏ ନାହିଁ। ଏଣୁ ଗତ ଦୁଇଟି ସିରିଜରେ ଅପରାଜେୟ ରହିଥିବା ଡିଫେଣ୍ଡିଂ ଚାମ୍ପିଅନ୍‍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‍ ପୂର୍ବରୁ ବିଜୟୀ ହୋଇ ଆତ୍ମବିଶ୍ୱାସ ଦୃଢ଼ କରିବ ବୋଲି ଆଶା କରିବା ସ୍ୱାଭାବିକ୍‍। କିନ୍ତୁ ଏହା ସତ୍ୟ ଯେ ଯେଉଁ ଦଳ ଟସ୍‍ ଜିତିବା କିମ୍ବା ରନ୍‍ ଚେଜ୍‍ କରିବ, ସେହି ଦଳ ନିଶ୍ଚିତଭାବେ ଏହି ମ୍ୟାଚ୍‍ ଜିତିବ।

ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦: ଟିମ୍‌ ଇଣ୍ଡିଆ ପାଇଁ ‘କର ବା ମର’ ସ୍ଥିତି
ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍‍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ। ନାଗପୁର ପିଚ୍‍ ବ୍ୟାଟିଂ ଲାଗି ଖ୍ୟାତି ରହିଛି। ଭାରତ ଯଦି ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରେ ତେବେ ସିରିଜ୍‍ ହାରିବା ନିଶ୍ଚିତ ହୋଇଯିବ। ଏହାଛଡ଼ା ଭ୍ରମଣକାରୀ ଅଷ୍ଟ୍ରେଲିଆର ରେକର୍ଡ ଏଠାରେ ବେଶ ଉତ୍ସାହଜନକ ରହିଛି। ଏହି ଦଳ ମଧ୍ୟ ଗତ ଦୁଇଟି ଟୁର୍‍ ରେ ଭାରତ ନିକଟରୁ ଟି-୨୦ ସିରିଜ୍‍ ହାରିନାହିଁ। ଗୋଟିଏ ପଟେ ରେକର୍ଡ ଓ ଅନ୍ୟପଟେ ଦୃଢ଼ ଆତ୍ମବିଶ୍ୱାସ ଅଷ୍ଟ୍ରେଲିଆକୁ ଭଲ ପ୍ରଦର୍ଶନ ଦେବା ଲାଗି ବେଶ ସହାୟକ ହୋଇଛି।

ପ୍ରଥମ ମ୍ୟାଚ୍‍ର ପ୍ରଦର୍ଶନକୁ ଦେଖିଲେ ଭାରତୀୟ ଖେଳାଳିମାନେ ବ୍ୟାଟିଂକୁ ଛାଡିଦେଲେ ଅନ୍ୟ ଦୁଇଟି ବିଭାଗରେ ଫେଲ ମାରିଥିଲେ। ବ୍ୟାଟିଂରେ ମଧ୍ୟ ଦଳ ପାୱାର ପ୍ଲେ’ ମଧ୍ୟରେ ଦୁଇ ତାରକା ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଥିଲା। ଏମାନଙ୍କ ଉପସ୍ଥିତି ନିଶ୍ଚିତଭାବେ ରନ୍‍ ସଂଗ୍ରହ ହାରରେ ବଡ଼ ପରିବର୍ତ୍ତନ ଆଣିଥାନ୍ତା। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଯାଇଥିଲାବେଳେ ସେ ୩ଟି ୱିକେଟ ନେଇ ତାଙ୍କ ସାମିଲର ଯଥାର୍ଥତା ପ୍ରତିପାଦନ କରିଥିଲେ। ତାଙ୍କୁ ଛାଡିଦେଲେ ଅନ୍ୟ କୌଣସି ବୋଲରଙ୍କୁ ଅଷ୍ଟ୍ରେଲିଆ ବ୍ୟାଟର ଛାଡି ନଥିଲେ। ବିଶେଷ କରି ଭୁବନେଶ୍ୱର କୁମାରଙ୍କ ୧୯ତମ ଓଭର ବିଫଳତା ଭାରତକୁ ବେଶ ମହଙ୍ଗା ପଡ଼ିଛି। ସେ ଗତ ୩ଟି ମ୍ୟାଚ୍‍ରେ ଏହି ୧୯ତମ ଓଭରରରୁ ୪୯ ରନ୍‍ ଖର୍ଚ୍ଚ କରିସାରିଲେଣି। ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବ୍ୟାଟର ଏହି ରନ୍‍ ନେଇଛନ୍ତି। ଏହା ନିଃସନ୍ଦେହରେ ସେ ବ୍ରେକ୍‍ ଥ୍ରୁ ଦେବାରେ ସିଦ୍ଧହସ୍ତ। କିନ୍ତୁ ଏହି ମ୍ୟାଚ୍‍ ରେ ତାଙ୍କୁ ସଫଳତା ମିଳି ନଥିଲା। ଏହି ମ୍ୟାଚ୍‍ ରେ ସାଢେ ୩ଜଣ ପେସ୍‍ ବୋଲର ୧୪ ଓଭର ବୋଲିଂ ୧୫୦ ରନ୍‍ ଦେଇଥିଲେ। ଏହି ୩ଜଣଙ୍କଠାରୁ ଅଧିକ କିଛି ଆଶା କରିବା ଠିକ୍‍ ହେବ ନାହିଁ। କିନ୍ତୁ ମନେ ରଖିବା ଉଚିତ ଯେ ଭୁବନେଶ୍ୱରଙ୍କୁ ବାଦ୍‍ ଦେଲେ ଅନ୍ୟ ଦୁଇ ପେସ୍‍ ବୋଲର ହର୍ଶଲ ପଟେଲ ଓ ଉମେଶ ଯାଦବଙ୍କ ନିକଟରେ ମ୍ୟାଚ୍‍ ପ୍ରାକ୍ଟିସର ଅଭାବ ରହିଛି। ଏଣୁ ସେମାନେ ଯେ ନିୟମିତ ଖରାପ ପ୍ରଦର୍ଶନ କରିବେ, ତାହା କହିବା ଠିକ୍‍ ହେବ ନାହିଁ।

ଏହା ମଧ୍ୟରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି, ଯଶ୍‍ପ୍ରୀତ୍‍ ବୁମ୍‍ରା ଫିଟ୍‍ ହୋଇଛନ୍ତି ଓ ସେ ଖୁବ୍‍ ଶୀଘ୍ର ମ୍ୟାଚ୍‍ ଖେଳିବେ। ଏହାର ଅର୍ଥ ସେ ଏହି ମ୍ୟାଚ୍‍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲର ସ୍ଥିରତା ପ୍ରଦର୍ଶନ କରିବାରେ ଅସମର୍ଥ ହୋଇଛନ୍ତି। ଏଠାରେ ତ କେବଳ ସିରିଜ୍‍ ଜିତିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅକ୍ଟୋବର ୨୩ରେ ପାକିସ୍ତାନ ସହ ମୁକାବିଲାରୁ ଟି-୨୦ ବିଶ୍ୱକପ୍‍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ଆଉ ମାତ୍ର ୫ଟି ମ୍ୟାଚ୍‍ ଖେଳିବ। ଏହି ୫ଟି ମ୍ୟାଚ୍‍ ରେ ବୋଲିଂ ବାହିନୀକୁ କିପରି ସଜାଡିବ ତାହା କହିବା ମୁସ୍କିଲ। ସାଧାରଣତଃ ଏହି ମ୍ୟାଚ୍‍ ଗୁଡିକରେ ବିଶ୍ୱକପ୍‍ ଟିମ୍‍ରେ ସ୍ଥାନ ପାଇଥିବା ଖେଳାଳି ଖେଳିଥାନ୍ତି। ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ଅର୍ଶଦୀପ ସିଂଙ୍କ ଅନୁପସ୍ଥିତି ଦଳର ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି କରିବା ଯୁକ୍ତିଯୁକ୍ତ। ସ୍ପିନର ହୁଅନ୍ତୁ କିମ୍ବା ପେସ୍‍ ବୋଲରଙ୍କୁ ନେଇ ଟିମ୍‍ରେ ସନ୍ତୁଳନ ନଥିଲା ପରି ମନେ ହେଉଛି। ଏହାକୁ କିପରି ଓ କେବେ ସଜାଡିବାକୁ ହେବ ତାହା କେବଳ ଟିମ୍‍ ମ୍ୟାନେଜମେଣ୍ଟ କହିବ।

ଦୀର୍ଘଦିନ ଧରି ଆଇପିଏଲ୍‍ ଖେଳିବା ପରେ ଭାରତୀୟ ଫିଲ୍ଡରଙ୍କ ପ୍ରଦର୍ଶନରେ ଢ଼େର ଉନ୍ନତି ହୋଇଛି ବୋଲି ସମସ୍ତେ ଦାବି କରନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‍ରେ ୩ଟି କ୍ୟାଚ୍‍ ଡ୍ରପ୍‍ କରିବା, ବଲକୁ ଠିକ୍‍ ଭାବେ ସଂଗ୍ରହ କରି ନପାରିବା ଏହି ଦାବିକୁ କେବଳ ଉପହସିତ କରୁଛି। ରୋହିତ ଶର୍ମା ଯେଉଁ ଅଲ ଆଟାକ ନୀତି ଗ୍ରହଣ କରିବେ ବୋଲି କହିଥିଲେ ତାହା ଏହି ମ୍ୟାଚ୍‍ ପରେ ଧୂଳିସାତ୍‍ ହୋଇଯାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ସନ୍ତୁଳନ ରହିଛି ଓ ଏହା ବେଶ ଶକ୍ତିଶାଳୀ ମନେହେଉଛି। କିଛି ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳର ପ୍ରଦର୍ଶନରେ କିଛି ଫରକ ପଡ଼ିନାହିଁ। ଅଷ୍ଟ୍ରେଲିଆର ବିଜୟକୁ ରୋକିବା ଲାଗି ନାଗପୁର ପିଚ୍‍କୁ ସ୍ପିନରଙ୍କୁ ସୁହାଇଲା ଭଳି କରାଗଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଭାରତ ଭଳି ଅଷ୍ଟ୍ରେଲିଆର ପେସ୍‍ ବୋଲର ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିପାରି ନଥିଲେ। ଅବଶ୍ୟ ଏଠିକାର ପିଚ୍‍ରେ ସ୍ପିନରଙ୍କ ଭୂମିକା ଅଧିକ ରହିବ ବୋଲି ଆଶା କରାଯାଉଛି।

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍: ବିଶ୍ବକପ୍‌ ପୂର୍ବରୁ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ତିନି ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳ ଭାରତ ଗସ୍ତରେ ଆସିଛି। ସିରିଜର ପ୍ରଥମ ମ୍ୟାଚ୍‍ ଆଜି ମୋହାଲିରେ ଖେଳାଯିବ। ରୋହିତ୍‍ ଶର୍ମା ଭାରତର ଏବଂ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ ପ୍ରମୁଖ ଦଳ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । ଭାରତ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି । ଗତ କିଛି ଦିନ ହେବ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

ଭାରତ ଓ ଅଷ୍ଟ୍ରେଲିଆ ଦଳର ରେକର୍ଡ ଉପରେ ନଜର ପକାଇଲେ ଉଭୟ ଦଳ ଶେଷଥର ଲାଗି ଗତ ଡିସେମ୍ବରରେ ଟି-୨୦ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ୩ଟି ଟି-୨୦ ମ୍ୟାଚ୍‍ ଖେଳିଥିଲା ଭାରତ। ଯେଉଁଥିରେ ଭାରତୀୟ ଦଳ ୨-୧ରେ ସିରିଜ ବିଜୟୀ ହୋଇଥିଲା। ପ୍ରଥମ ଦୁଇ ମ୍ୟାଚକୁ ଭାରତ ଯଥାକ୍ରମେ ୧୧ ରନ ଓ ୬ ୱିକେଟ୍‍ରେ ଜିତି ଆଗୁଆ ୨-୦ରେ ସିରିଜ କବ୍‍ଜା କରିଥିଲା। ଏହାପରେ ଅନ୍ତିମ ମ୍ୟାଚକୁ ୬ ୱିକେଟ୍‍ରେ ଜିତି ଘରୋଇ ଅଷ୍ଟ୍ରେଲିଆ ଦଳ ସମ୍ମାନ ରଖିଥିଲା।

୨୩ରୁ ଭାରତ ଜିତିଛି ୧୩ ମ୍ୟାଚ୍‍

ଓଭରଅଲ୍‍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଯେଉଁଥିରେ ଭାରତ ୧୩ ମ୍ୟାଚ୍‍ ଜିତି ଅଗ୍ରଣୀ ରହିଛି। ଅଷ୍ଟ୍ରେଲିଆ ୯ ମ୍ୟାଚରେ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‍ର ବିନା ଫଳାଫଳରେ ଶେଷ ହୋଇଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଭାରତର ପଲା ଭାରି ରହିଛି। ଶେଷ ୫ ଟି-୨୦ ମ୍ୟାଚ୍‍ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଆଗରେ ରହିଛି। ଯେଉଁଥିରେ ଅଷ୍ଟ୍ରେଲିଆ ୩ ଓ ଭାରତ ୨ ମ୍ୟାଚ୍‍ ଜିତିଛି। ଭାରତ ମାଟିରେ ଉଭୟ ଦଳ ମଧ୍ୟରେ ୭ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୪ ମ୍ୟାଚ ଜିତିଥିବାବେଳେ ୩ଟିରେ ପରାଜୟର ସମ୍ମୁଖୀନ ହୋଇଛି। ପଞ୍ଜାବର ମୋହାଲି ଗ୍ରାଉଣ୍ଡରେ ଦୁଇ ଦଳ ଗୋଟିଏ ଥର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ଭାରତ ବାଜିମାତ୍‍ କରିନେଇଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ଜିତିଛି ୫

ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ୍‍ ୨୩ ଟି-୨୦ ମ୍ୟାଚରୁ ଭାରତ ୯ଥର ପ୍ରଥମେ ବ୍ୟାଟିଂ କରିଛି। ଏଥିରେ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୪ଟି ପରାସ୍ତ ହୋଇଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ରନ୍‍ ଚେଜିଂରେ କିନ୍ତୁ ଭାରତର ରେକର୍ଡ ଭଲ ରହିଛି। ୧୩ ମ୍ୟାଚରେ ଭାରତ ଟାର୍ଗେଟ୍‍ ପଶ୍ଚାତଧାବନ କରିଥିବାବେଳେ ୮ଟି ବିଜୟୀ ହୋଇଛି।

ବିରାଟ- ୭୧୮; ଫିଞ୍ଚ୍‍- ୪୪୦

ବ୍ୟକ୍ତିଗତ ରେକର୍ଡ ଉପରେ ନଜର ପକାଇଲେ ବ୍ୟାଟିଂରେ ବିରାଟ କୋହଲି ସର୍ବାଗ୍ରେ ରହିବେ। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ କୋହଲି ସର୍ବାଧିକ ୭୧୮ ରନ୍‍ ସଂଗ୍ରହ କରିଛନ୍ତି। ୫୯.୮୩ ଆଭରେଜରେ ସେ ରନ୍‍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନ ଫିଞ୍ଚଙ୍କ ନାମରେ ରହିଛି। ଫିଞ୍ଚ ଭାରତ ବିପକ୍ଷରେ ମୋଟ୍‍ ୪୪୦ ରନ୍‍ ସଂଗ୍ରହ କରିଛନ୍ତି। ବ୍ୟକ୍ତିଗତ ସର୍ବୋଚ୍ଚ ଇନିଂସ ଉପରେ ଦେଖିଲେ ସେନ୍‍ ୱାଟସନ ୧୨୪ ରନ ସହ ଶୀର୍ଷରେ ରହିଛନ୍ତି। ୨୦୧୬ରେ ସିଡ୍‍ନୀରେ ଖେଳାଯାଇଥିବା ଭାରତ ବିପକ୍ଷ ଟି-୨୦ରେ ୱାଟସନ ଏହି ମାରାଥନ ଶତକୀୟ ଇନିଂସ ଖେଳିଥିଲେ। ଏହାସତ୍ତ୍ବେ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୯୮ ରନର ବିଶାଳ ଲକ୍ଷ୍ୟକୁ ଭାରତ ଶେଷ ବଲରେ ୩ ୱିକେଟ୍‍ ହରାଇ ଚମତ୍କାର ବିଜୟ ଲାଭ କରିଥିଲା।

ବୋଲିଂରେ ବୁମ୍‍ରା ଆଗରେ

ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ ଯଶପ୍ରୀତ୍‍ ବୁମ୍‍ରା ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଛନ୍ତି। ବୁମ୍‍ରାଙ୍କ ନାମରେ ୧୫ ୱିକେଟ୍‍ ଲିପିବଦ୍ଧ ରହିଛି। ପ୍ରତିପକ୍ଷ ଅଷ୍ଟ୍ରେଲିଆ ପକ୍ଷରୁ ସେନ ୱାଟସନ ସର୍ବାଧିକ ୧୦ ୱିକେଟ୍‍ ସଫଳତା ପାଇଛନ୍ତି। ବ୍ୟକ୍ତିଗତ ବୋଲିଂ ଫିଗର ଉପରେ ନଜର ପକାଇଲେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୧୧ ରନରେ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ବେହେରନଡୋର୍ଫ ୨୧ ରନରେ ୪ଟି ଲେଖାଏ ୱିକେଟ୍‍ ନେଇଛନ୍ତି।