Onam Lottery - The Sakala

ରାତାରାତି କୋଟିପତି ବନିଗଲେ ଅଟୋ ଚାଳକ,ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା
ଥିରୁଅନନ୍ତପୁରମ : ଅଟୋଚାଳକଙ୍କ ଭାଗ୍ୟ ବଦଳାଇ ଦେଲା ଲେଟେରି ଟିକେଟ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କାରଣରୁ ପରିବାର ଛାଡି ମାଲେସିୟା ଯିବାକୁ ପ୍ରସ୍ତୁତ ହୋଉଥିଲେ। ଆଉ ଏଥିପାଇଁ ମଧ୍ୟ ଗୋଟିଏ ସଂସ୍ଥା ପାଖରୁ ୩ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ । ଯିବା ପୂର୍ବରୁ ପଡିଥିଲା ପ୍ରସିଦ୍ଧ ଓନାମ ପର୍ବ । ଏଥିପାଇଁ ଆରମ୍ଭ ହୋଇଯାଇଥିଲା ଓନାମ ଲଟେରି କିଣାବିକା । ଅନୁପ ମଧ୍ୟ ଭଗବତୀ ଏଜେନ୍ସି ଠାରୁ ଏକ ଓନାମ୍ ଲଟେରୀ କିଣିନେଇଥିଲେ । ଗୋଟିଏ ଦିନ ପରେ ବଦଳିଗଲା ଅନୁପଙ୍କ ଭାଗ୍ୟ । ଲକି ଡ୍ର ଲଟେରୀ ଉଠାଣରେ ଥିଲା ତାଙ୍କ ଲଟେରୀ ନମ୍ବର। ଆଉ ଏଥିରେ ସେ ଜିତିଛନ୍ତି ଏକାଥରକେ ୨୫ କୋଟି ଟଙ୍କା। ଯାହା ପରେ ଅଟୋ ଡ୍ରାଇଭର ଜଣଙ୍କ ରାତାରାତି ବନି ଯାଇଛନ୍ତି କୋଟିପତି।

କେରଳ ଥିରୁଅନନ୍ତପୁରମର ଶ୍ରୀବରହମରେ ରହୁଥିବା ଅନୁପ ଶନିବାର ରାତିରେ ଏହି ଲଟେରୀ କିଣିଥିଲେ, ଯାହାର ଫଳାଫଳ ରବିବାର ଘୋଷଣା କରାଯାଇଥିଲା । ଅନୁପଙ୍କ ନାଁରେ ୨୫ କୋଟି ଟଙ୍କା ଉଠିଛି । ତେବେ ଟ୍ୟାକ୍ସ କଟିବା ପରେ ଅନୁପଙ୍କୁ ୧୫.୭୫ କୋଟି ଟଙ୍କା ମିଳିବ ।

ଅନୁପ ଅଟୋ ଚଳାଇ ପରିବାର ଭରଣ ପୋଷଣ କରନ୍ତି । ହେଲେ ଅଟୋ ଚଲାଇବା ପୂର୍ବରୁ ସେ ଜଣେ ରୋଷେୟା ଭାବେ କାମ କରୁଥିଲେ । ଅଟୋରେ ପରିବାର ଚଳାଇବା କଷ୍ଟକର ହେବାରୁ ପୁଣିଥରେ ରୋଷେୟା ଭାବ କାମ ଆରମ୍ଭ କରିବାକୁ ମନ ବଳାଇଲେ। ଏଥିପାଇଁ ସେ ଘର ପରିବାର ଛାଡି ମାଲେସିୟା ଯିବାକୁ ପ୍ରସ୍ତୁତ ହୋଇଥିଲେ।ଏପରି କି ସେ ଲୋନ ପାଇଁ ଆବେଦନ କରିଥିଲେ। ଦିନକ ପୂର୍ବରୁ ସେ ଆବେଦନ କରିଥିବା ୩ ଲକ୍ଷ ଟଙ୍କାର ଲୋନକୁ ଅନୁମତି ମିଳିଥିଲା। ସେ ମାଲେସିୟା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି। ସେ କିଣିଥିବା ଲଟେରୀ ତାଙ୍କୁ ୨୫ କୋଟି ଟଙ୍କା ଜିତାଇ ଦେଇଛି।

ପ୍ରସିଦ୍ଧ ଓନାମ ପର୍ବ ପାଇଁ ଲଟେରି କିଣାବିକା । ଅନୁପ ମଧ୍ୟ ଭଗବତୀ ଏଜେନ୍ସି ଠାରୁ ଏକ ଓନାମ୍ ଲଟେରୀ କିଣିନେଇଥିଲେ ।ଗୋଟିଏ ଦିନ ପରେ ବଦଳିଗଲା ଅନୁପଙ୍କ ଭାଗ୍ୟ । ଲକି ଡ୍ର ଲଟେରୀ ଉଠାଣରେ ଥିଲା ତାଙ୍କ ଲଟେରୀ ନମ୍ବର । କେରଳ ମନ୍ତ୍ରୀ ଏନ୍ ବାଲଗୋପାଳ, ରାଜ୍ୟ ପରିବହନ ମନ୍ତ୍ରୀ ଏନଟି ରାଜା ଓ ବିଧାୟକଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ହୋଇଥିଲା, ଯେଉଁଥିରେ ଆସିଥିଲା ଅନୁପଙ୍କ ନାଁ । ପ୍ରଥମେ ଏହାକୁ ବିଶ୍ୱାସ କରିପାରୁନଥିଲେ ଅନୁପ । ହେଲେ ଏହି ଲଟେରୀ ଖଣ୍ଡକ ତାଙ୍କ ଜୀବନରେ ଖୁସିର ସମ୍ଭାର ଆଣିଦେଇଥିଲା । ଏହାକୁ ଭଗବାନଙ୍କ ଓନାମ ଆଶୀର୍ବାଦ ବୋଲି କହିଛନ୍ତି ଅନୁପ ଓ ତାଙ୍କ ପରିବାର ।

ଅନୁପ୍ ଯେଉଁ ଏଜେନ୍ସି ଠାରୁ ଲଟେରୀ ଟିକେଟ କିଣିଥିଲେ ସେଠାରେ ଥିବା ଗଣମାଧ୍ୟମର ପ୍ରତିନିଧିକୁ ସେ ଜଣାଇଥିଲେ ଯେ ଟି-୭୫୦୬୦୫ ତାଙ୍କର ପ୍ରଥମ ପସନ୍ଦ ନଥିଲା। ତେଣୁ, ସେ ଦ୍ୱିତୀୟ ଟିକେଟ୍ ନେଇଥିଲେ । ଲଟେରୀ ଜିତିବା ଦିନ ଗଣମାଧ୍ୟମରେ ଏହା ଜଣାପଡିବା ପରେ ସେ ତାଙ୍କ ପତ୍ନୀଙ୍କୁ ନମ୍ବର ମିଶାଇବାକୁ କହିଥିଲେ ଓ ତାଙ୍କ ପତ୍ନୀ ଏହା ତାଙ୍କର ଲଟେରୀ ନମ୍ବର ବୋଲି ନିଶ୍ଚିତ କରିଥିଲେ । ଏହାପରେ ଏଜେନ୍ସି ଠାରୁ ଅନୁପଙ୍କୁ ଫୋନ୍ କଲ ଆସିଥିଲା ।ଅନୁପ ଜିତିଥିବା ଲଟେରୀ ପରିମାଣ ଏବେଯାଏଁର ସବୁଠାରୁ ବଡ ଅଙ୍କ । ଅନୁପଙ୍କୁ ପ୍ରଥମ ପୁରସ୍କାର ଭାବେ ୨୫ କୋଟି ମିଳି ଥିବାବେଳେ ଦ୍ୱିତୀୟ ପୁରସ୍କାର ରାଶି ଥିଲା ୫ କୋଟି ଓ ତୃତୀୟ ପୁରସ୍କାର ରାଶି ୧୦ ବିଜେତାଙ୍କ ପାଇଁ କୋଟିଏ ଟଙ୍କାର । ତେବେ ୨୫ କୋଟିରୁ ଟ୍ୟାକ୍ସ ବାବଦରେ ଟଙ୍କା କଟିଯିବା ପରେ ଅନୁପଙ୍କୁ ମିଳିବ ୧୫ କୋଟି ୭୫ ଲକ୍ଷ ଟଙ୍କା ।

ମିଳିବାକୁ ଥିବା ୧୫ କୋଟି ଟଙ୍କାରେ ପ୍ରଥମେ ଅନୂପ ନିଜ ପରିବାର ଲୋକଙ୍କ ପାଇଁ ସୁନ୍ଦର ଘରଟିଏ ତିଆରି କରିବେ। ଏଥିସହ ଋଣ ପରିଶୋଧ, ସମ୍ପର୍କୀୟଙ୍କୁ ସହଯୋଗ ଓ ଚାରିଟି ଖୋଲିବେ। ଏହାବାଦରେ ସେ କେରଳର ହୋଟେଲ ବ୍ୟବସାୟରେ କିଛି ପୁଞ୍ଜି ନିବେଶ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ସବୁଠାରୁ କୌତହଳର ବିଷୟ ହେଉଛି ଯେ ଗତବର୍ଷ ଓନାମ ବମ୍ଫର ଲେଟରୀ ଟିକେଟରେ ମଧ୍ୟ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କା ଜିତିଥିଲେ। ଗତବର୍ଷ କୋଚି ନିକଟ ମାରାଡୁ ନିକଟରେ ରହୁଥିବା ଅଟୋ ଚାଳକ ଜୟପାଲନ ପିଆର କୋଟିପତି ହୋଇଥିଲେ। ଚଳିତ ବର୍ଷ ଅନୂପ ନାମକ ଅଟୋ ଚାଳକ ୨୫ କୋଟି ଟଙ୍କା ଜିତିଛନ୍ତି।