Malkangiri Airport - The Sakala

ମାର୍ଚ୍ଚ ଶେଷ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ଯାତ୍ରୀବାହୀ ବିମାନ: ଖୁବଶୀଘ୍ର ହେବ ଟେଷ୍ଟ ଲ୍ୟାଣ୍ଡିଂ, ସ୍ଥିତି ପରଖିଲା ବୈଷୟିକ ଟିମ୍
ଖୁବଶୀଘ୍ର ମାଲକାନଗିରି ବିମାନବନ୍ଦରରୁ ନିୟମିତ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ସବୁକିଛି ଠିକ୍ ରହିଲେ ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଏବଂ ଇଣ୍ଡିଆ ୱାନ୍ ଏୟାର (India One Air) କମ୍ପାନୀର ଏକ ବୈଷୟିକ ଦଳ ନିକଟରେ ବିମାନବନ୍ଦର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବୈଷୟିକ ଦଳର ସ୍ଥିତି ଅନୁଧ୍ୟାନ

ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା ଏବଂ ସୁରକ୍ଷା ଉପଦେଷ୍ଟା ମନୋଜ କୁମାର ଦାଶଙ୍କ ନେତୃତ୍ୱରେ ଏହି ଟିମ୍ ମାଲକାନଗିରି ବିମାନବନ୍ଦରର ବିଭିନ୍ନ ଭିତ୍ତିଭୂମିର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଏହି ପରିଦର୍ଶନ ସମୟରେ ଇଣ୍ଡିଆ ୱାନ୍ ଏୟାରର ପାଇଲଟ୍ ଏବଂ କ୍ୟାପଟେନମାନଙ୍କୁ ନେଇ ଗଠିତ ବୈଷୟିକ ଦଳ ରନୱେ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ସମୀକ୍ଷା କରିଥିଲେ। ବିମାନବନ୍ଦର ରନୱେକୁ ଗୃହପାଳିତ ପଶୁମାନଙ୍କ ପ୍ରବେଶ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଟିମ୍ ପକ୍ଷରୁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଖୁବଶୀଘ୍ର ହେବ ଟେଷ୍ଟ ଲ୍ୟାଣ୍ଡିଂ

ଆକଳନ କରାଯାଉଛି ଯେ, ବହୁ ପ୍ରତୀକ୍ଷିତ ଯାତ୍ରୀବାହୀ ବିମାନ ସେବା ମାର୍ଚ୍ଚ ଶେଷ ସୁଦ୍ଧା ଆରମ୍ଭ ହେବ। ଏହା ପୂର୍ବରୁ ଖୁବଶୀଘ୍ର ଇଣ୍ଡିଆ ୱାନ୍ ଏୟାରର ଏକ ଯାତ୍ରୀବାହୀ ବିମାନର ଟ୍ରାଏଲ୍ ରନ୍ ବା ଟେଷ୍ଟ ଲ୍ୟାଣ୍ଡିଂ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଠାରୁ ବିଧିବଦ୍ଧ ଅନୁମତି ମିଳିବା ପରେ ହିଁ ଯାତ୍ରୀମାନେ ଏହି ସେବାର ଲାଭ ଉଠାଇପାରିବେ ବୋଲି ସୂଚନା ମିଳିଛି।

ମାଲକାନଗିରି ବିମାନବନ୍ଦରର ରୂପରେଖ

ସୂଚନାଯୋଗ୍ୟ ଯେ, ମାଲକାନଗିରି ବିମାନବନ୍ଦରକୁ ଜାନୁଆରୀ ୨୦୨୪ରେ ଉଦ୍‌ଘାଟନ କରାଯାଇଥିଲା। ପ୍ରାୟ ୨୩୩ ଏକର ଜମିରେ ନିର୍ମିତ ଏହି ବିମାନବନ୍ଦରରେ ୧୬୨୦ ମିଟର ଲମ୍ବ ଏବଂ ୩୦ ମିଟର ଚଉଡ଼ା ବିଶିଷ୍ଟ ରନୱେ ରହିଛି। ଏହାର ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଗାମୀ ଦିନରେ ଏହି ରନୱେର ଦୈର୍ଘ୍ୟକୁ ୩୦୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଯୋଜନା ରହିଛି। ଏହି ବିମାନ ସେବା ଆରମ୍ଭ ହେଲେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଲୋକଙ୍କ ଗମନାଗମନ ସୁବିଧା ସହିତ ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶରେ ନୂତନ ଅଧ୍ୟାୟ ସୃଷ୍ଟି ହେବ।

୨୦୨୪ ସୁଦ୍ଧା ମାଲକାନଗିରିରୁ ଭୁବନେଶ୍ବରକୁ ଉଡିବ ବିମାନ, ଭିଡିଓ ସେୟାର କଲେ ଫାଇଭ ଟି ସଚିବ
ମାଲକାନଗିରି: ଲାଲ୍‌ କରିଡରରୁ ଆନ୍ତଃ-ରାଜ୍ୟ ବିମାନ ଉଡ଼ିବ । ଜୋରସୋରରେ ଚାଲିଛି କାମ । ଫାଇଭ ଟି ଇନିସିଏଟିଭ ଅଧିନରେ କାମ ଚାଲିଛି । ଏନେଇ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ୨୦୨୪ ସୁଦ୍ଧା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଖର୍ଚ୍ଚ ହେଉଛି ୫୫କୋଟି ଟଙ୍କା । ବିମାନବନ୍ଦର କାମ ମିଶନ ମୋଡରେ ସାରିବାକୁ ଚାଲିଛି କାମ ।

ବିମାନବନ୍ଦର ପାଇଁ ପ୍ରାୟ ୨୩୪ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ରାଜସ୍ବ ବିଭାଗ ହସ୍ତାନ୍ତର କରିଛି । ଜଙ୍ଗଲ ଜମିର କିସମ ପରିର୍ବତ୍ତନ ସହ ପୂର୍ତ୍ତ ବିଭାଗ ପକ୍ଷରୁ ପାଚେରି କାମ ସରିବା ଅବସ୍ଥାରେ । ଏଥିରେ ୧୬୨୦ ଲମ୍ବ ଓ ୩୦ ମିଟର ଚଉଡ଼ାର ରନଓ୍ବେ ରହିବ । ମାଲକାନଗିରିରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ସହ ଅନ୍ୟ ରାଜ୍ୟର ରାଜଧାନୀକୁ ବି ସଂଯୋଗ ହେବ ।

ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା କରୁଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ଠିକ୍ ସମୟରେ କାମ ସାରିବାକୁ ଗୁରୁତ୍ବ ଦିଆଯାଇଛି । ଭିତ୍ତିଭୂମି, ଲାଇସେନ୍ସ ଓ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇଛି  ।

ମାଲକାନଗିରି ବିମାନବନ୍ଦର ନିର୍ମାଣ ଶୀଘ୍ର ସମ୍ପାଦନ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ଜମି ଅଧିଗ୍ରହଣ ଶେଷ, ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର : ଦେଶ ତଥା ରାଜ୍ୟର ବିକାଶ ପାଇଁ ଗମନାଗମନ ପଥ ସୁଗମ ହେବା ଜରୁରୀ। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ହିଁ ବିକାଶ ପାଇଁ ପଥପ୍ରସ୍ତୁତ କରିଥାଏ। ଏହି ଉକ୍ତିକୁ ବାସ୍ତବ ରୂପ ଦେବା ଲକ୍ଷ୍ୟରେ ଅଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ଉପାନ୍ତ ଇଲାକାରେ ଥିବା ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏକଦା ମାଓବାଦୀଙ୍କ ଚରାଭୂଇଁ ପାଲଟି ଥିବା ମାଲକାନଗିରି ଏବେ ଆକାଶ ମାର୍ଗରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ କ୍ଷେତ୍ରକୁ ଏହା ତ୍ୱରାନ୍ୱିତ କରିବ।

୨୦୨୪ ପ୍ରଥମ ତ୍ରୟମାସିକ ସୁଦ୍ଧା ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିମାନବନ୍ଦର ନିର୍ମାଣ ପାଇଁ ୯୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ଏଥିପାଇଁ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦିତ ହୋଇଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଏଥିପାଇଁ ରାଜ୍ୟ ସରକାର ୨୯ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଏବେ ତାହା ୫୯ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‍ ବରିଷ୍ଠ ଅଧିକାରୀଙ୍କ ସହିତ ବିମାନବନ୍ଦର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଚଳିତ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଲକାନଗିରି ଗସ୍ତ କରି ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ରାଜ୍ୟ ମୁଖ୍ୟାଳୟ ଠାରୁ ସବୁଠାରୁ ଦୂରରେ ଥିବା ମାଲକାନଗିରି ସବୁଠାରୁ ନିକଟତମ ଜିଲ୍ଲା ମାନ୍ୟତା ପାଇବ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ କ୍ଷେତ୍ର ବେଶ୍‍ ସମୃଦ୍ଧ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଥିଲେ। ମାଲକାଗିରିରେ ‘୨-ବି’ ଶ୍ରେଣୀର ବିମାନବନ୍ଦର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରହିଛି।

ବିମାନବନ୍ଦର ନିର୍ମାଣ ପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଏବଂ ୩୩ ଏକର ଜଙ୍ଗଲ ଜମି ଆବଶ୍ୟକ ଥିଲା। ଏଏଆଇ ପକ୍ଷରୁ ଅବଷ୍ଟାକଲ୍‍ ଲିମିଟେସନ୍‍ ସର୍ଫେସ (ଓଏଲ୍‍ଏସ୍‍) ସର୍ଭେ ସମାପ୍ତ ହୋଇସାରିଛି। ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ୫୪ ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଇତିମଧ୍ୟରେ ଭିତ୍ତିଭୂମି ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିବା ଜଣାପଡ଼ିଛି।