VKPandian - The Sakala
୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଘର କର୍ମକର୍ତ୍ତା
ଭୁବନେଶ୍ବର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ସଂଘର କର୍ମକର୍ତ୍ତା । ଏଥିସହ ଭିକେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଛନ୍ତି । ପ୍ରାୟ ୨୦ରୁ ଅଧିକ ସଂଘର କର୍ମକର୍ତ୍ତା ସାକ୍ଷାତକରି ନୂଆ ଦାୟିତ୍ବ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ୫ଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଘ । ଏହା ସହ ଅନେକ ସମୟ ଧରି ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସହ ଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କସୁସ୍ଥ ଜୀବନ କାମନା କରିଛନ୍ତି।
ସବୁ ଗାଁର ବିକାଶ ହେବ, ଶୀଘ୍ର ହେବ, ଠିକ୍‌ ସମୟରେ ହେବ ଏବଂ ସ୍ବଚ୍ଛତାର ସହ ହେବ: ଭି.କେ ପାଣ୍ଡିଆନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର  ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୟଦେବ,   ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ।  ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ରେ ୧୯୦ଟି   ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା  ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର।  ଏଥିରେ ୮ଟି ବ୍ଲକ୍‌ର ୧୯୮ଟି   ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଆଜିର କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା।  5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ, ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ସରକାରୀ ହସ୍‌ପିଟାଲ ଯେପରି ବେସରକାରୀ ହସ୍‌ପିଟାଲ ଭଳି ଆଧୁନିକ ଚିକିତ୍ସା ଯୋଗାଇ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଆମ ହସ୍‌ପିଟାଲ ଯୋଜନା ଆରମ୍ଭ କରିଛନ୍ତି। ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି । ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଏଥିସହ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,  ସାଂସଦ ମାନସ ମଙ୍ଗରାଜ, ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ରଘୁନନ୍ଦନ ଦାସ, ବିଧାୟକ ବିଜୟ ଶଂକର ଦାସ, ବିଧାୟକ ସମ୍ବିତ ରାଉତରାୟଙ୍କ ସମେତ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।
ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ଏହା ସହିତ ବେଗୁନିଆ ହସ୍‌ପିଟାଲକୁ ଉପଖଣ୍ଡ ହସ୍‌ପିଟାଲ ଭାବେ ଉନ୍ନୀତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେହିପରି ବୋଲଗଡର ପରମାନନ୍ଦ ମହାବିଦ୍ୟାଳୟର ରୂପାନ୍ତର ପାଇଁ ୨.୨୫ କୋଟି ଟଙ୍କା ଓ ବେଗୁନିଆ କଲେଜ ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ସେହିପରି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏଥିରେ ବରମୁଣ୍ଡା ବସ୍‌ ଟର୍ମିନାଲ ସହିତ ବିଜେବି କଲେଜ, ରାଜଧାନୀ କଲେଜ ଓ କମଳାନେହେରୁ କଲେଜର ରୂପାନ୍ତର ପାଇଁ ୬.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୧ଟି ପ୍ରକଳ୍ପ ପାଇଁ ୧୬୮.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଶିଶୁଅନନ୍ତ ମହାବିଦ୍ୟାଳୟ, ପ୍ରତାପ ଶାସନ କଲେଜ, ବୁଦ୍ଧନାଥ ମନ୍ଦିର, କୁଆଖାଇ ଜଗନ୍ନାଥ ମନ୍ଦିର ଓ ଶିଶୁ ଅନନ୍ତ ପୀଠର ରୂପାନ୍ତର ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୮ଟି ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପାଇକ ଏକାଡେମୀ ତଥା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରାଣନାଥ କଲେଜ, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜ ଓ କାଇପଦର ଶ୍ରୀଜଗନ୍ନାଥ ମନ୍ଦିରର ରୂପାନ୍ତର ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ବିଜୁ ପଟ୍ଟନାୟକ କଲେଜ, ଜୟଦେବ କଲେଜ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ଶ୍ରୀ ଚଣ୍ଡେଶ୍ବର ଦେବ ମନ୍ଦିର, ଗୋଦାବରିଶ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଜଟଣୀ ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୮୧.୧୪ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଜଟଣୀ କଲେଜର ରୂପାନ୍ତର ଏବଂ ବିଭିନ୍ନ ବେସରକାରୀ ଗୃହନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହାସହିତ ଜଟଣୀ ଓ  ଖୋର୍ଦ୍ଧାର ଖାସମାହାଲ ଜମି ଗୁଡିକର ସମାଧାନ କରି ପଟ୍ଟା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ବେସରକାରୀ ଗୃହ ନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗୀକରଣ ଯୋଗୁ ଦେଢ ଲକ୍ଷ ଲୋକ ଉପକାର ପାଇବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।
ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ୧୫ଟି ଶିକ୍ଷାନୁଷ୍ଠାନ ପାଇଁ ୧୦ କୋଟି ଓ ୯୧ଟି ଧାର୍ମିକ ଅନୁଷ୍ଠାନ ରୂପାନ୍ତର ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ ସ୍ବାମୀ ବିବେକାନନ୍ଦ କଲେଜ, ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଓ ମାଛଗାଁ ମୁଖ୍ୟ କେନାଲ ଉପରେ Box Conduit ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୭ଟି ପ୍ରମୁଖ ପ୍ରକଳ୍ପ ପାଇଁ ୪୯.୬୨ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ଏରସମା କୁଞ୍ଜବିହାରୀ ମନ୍ଦିର, ବନ୍ଦର ପର୍ଯ୍ୟଟନ ପ୍ରକଳ୍ପ, ବାଲିକୁଦା ଡିଗ୍ରୀ କଲେଜ, ଶିଆଳୀ ବେଳାଭୂମୀର ଉନ୍ନତିକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୭୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ୧୧.୫୨ କୋଟି ଟଙ୍କା ମଂଜୁର କରାଯାଇଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୮ଟି ପ୍ରମୁଖ ପ୍ରକଳ୍ପ ପାଇଁ ୨୭.୪୫ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ପଞ୍ଚଶଖା ଧ୍ୟାନପୀଠ, ଶ୍ରୀ ଶ୍ରୀ ଗୋରଖନାଥ ମନ୍ଦିର, ଧଲତାନଗଡ  ଜୈବ ବିବିଧତା ପ୍ରକଳ୍ପ, ଆଦିକବି ସାରଳା ଦାସ ଡିଗ୍ରୀ କଲେଜ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୧୨୧ଟି ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ପାଇଁ ୧୩.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ପାରାଦୀପ ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪.୫୮ କୋଟି ଟଙ୍କା  ମଂଜୁର କରାଯାଇଛି । ଏଥିରେ କୁଜଙ୍ଗ ଡିଗ୍ରୀ କଲେଜ, ପାରାଦୀପ ଡିଗ୍ରୀ କଲେଜ, ତାଳଦଣ୍ଡା କେନାଲର ଉନ୍ନତିକରଣ ଆଦି ପ୍ରମୁଖ ପ୍ରକଳ୍ପ ରହିଛି । ସେହିପରି ୫୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।  ଏହିପରି ୩୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ସମୁଦାୟ ୧୬୧.୧୭ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଦ୍ବିତୀୟ ଦିନରେ ଅଗ୍ନି ସ୍ଥାପନ ସହ ଚାଲିଛି ଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ତା ପୂର୍ବରୁ ଆଜି ସନ୍ଧ୍ୟାରେ ଓ ଆସନ୍ତାକାଲି ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌। ପ୍ରଥମେ ଆସି ଲିଙ୍ଗରାଜ ମନ୍ଦିର କାନ୍ଥରେ କରାଯାଇଥିବା ଲାଇଟ୍ ବ୍ୟବସ୍ଥା ଦେଖିଥିଲେ। ସେଠାରୁ ଯଜ୍ଞ ସ୍ଥଳୀ ଯାଇ ପୂଜାର୍ଚ୍ଚନା କରିଥିଲେ। ଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ସେଠାରୁ ଯାଇ ହରପାର୍ବତୀଙ୍କ ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ୍‌। ସେଠାରେ ସେବାୟତଙ୍କ ସହ କଥାବାର୍ତ୍ତା ହୋଇ ଆଉ କଣ ବ୍ୟବସ୍ଥା କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।
ଆସନ୍ତାକାଲିର କାର୍ଯ୍ୟକ୍ରମରେ ଲୋକଙ୍କ ବସିବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଥିଲେ। ସେଠାରୁ ଭଜନ କାର୍ୟ୍ୟକ୍ରମ ଚାଲିଥିବା ସ୍ଥାନକୁ ଯାଇ ସଂକିର୍ତ୍ତନ କରୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଭଜନ ମଣ୍ଡପରେ ହୋଇଥିବା ବ୍ୟବସ୍ଥା ଦେଖିଥିଲେ। ସେଠାରୁ ମାର୍କେଟ କମ୍ପ୍ଲେକ୍ସ ଯାଇ ଲିଙ୍ଗରାଜଙ୍କର ହେଉଥିବା ଲାଇଟ୍ ଶୋ ଦେଖିଥିଲେ। ଶେଷରେ ଆସନ୍ତାକାଲି ପାଇଁ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଫେରିଯାଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍‌।
ବଡ଼ବିଲରୁ ଯୋଡ଼ା ଯିବା ବାଟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିଲେ ୫ଟି ସଚିବ
କେନ୍ଦୁଝର/ବଡ଼ବିଲ: ୫ଟି ସଚିବଙ୍କ କେନ୍ଦୁଝର ଗସ୍ଥ ଅବସରରେ ବଡବିଲରୁ ଯୋଡ଼ା ଆସିବା ବାଟରେ ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତିକୁ ଯାଇ ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଯୋଡ଼ା ଠାରେ ପହଁଚି ଶେଷ ପର୍ଯ୍ୟାୟରେ ଥିବା ଫ୍ଲାଏ ଓଭର ବ୍ରିଜ କାମର ସମୀକ୍ଷା କରି ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କ ସହିତ ବାର୍ତାଳାପ କାର୍ଯ୍ୟକ୍ରମ ଅଛି। ପରେ ସେଠାରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପ ହିଲଟପ ଡାକ ବଙ୍ଗଳାକୁ ଯାଇ ପ୍ରକଳ୍ପର ଅଗ୍ରଗତି ଏବଂ ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା କରିବାର ସ୍ଥିର ହୋଇଛି। ସେଠାରୁ ଆସି ଚିମିଳା ଠାରେ ପୂର୍ବରୁ ବଡ଼ବିଲରୁ ଫେରି ଅପେକ୍ଷା କରିଥିବା ହେଲିକପ୍ଟରରେ ରାଇସୁଆଁ ବିମାନଘାଟିରେ ଓହ୍ଲାଇ କାରରେ କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ପରେ ପୁଣି ସେଠାରୁଫେରି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାନୀୟ ଲୋକ, ବିଭିନ୍ନ ସଙ୍ଗଠନର ସଦସ୍ୟ ମାନଙ୍କ ସହିତ ବୈଠକ ଆଲୋଚନା କରିବାର ସ୍ଥିରୀକୃତ ହୋଇଛି। ସେଠାକାର କାର୍ଯ୍ୟକ୍ରମପରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟର ପ୍ରଥମ ମିଶନ ଶକ୍ତି ମିଲେଟ କାଫେକୁ ଯାଇ ପରିଚାଳନା ଦାୟିତ୍ବରେ ଥିବା ଏସ ଏଚ ଜି ସଦସ୍ୟା ମାନଙ୍କ ସହିତ ଆଲୋଚନା କରିବେ। ପୁଣି ସେଠାରୁ କେନ୍ଦୁଝର ଅଡ଼ିଟରୀଅମକୁ ଯାଇ ସେଠାରେ ଯୁକ୍ତ 2 ହାଇଅର ସେକଣ୍ଡାରୀ ସ୍କୁଲ ଓ ଯୁକ୍ତ3 ଡିଗ୍ରୀ କଲେଜ ଗୁଡିକର ଉନ୍ନୟନ ସମ୍ପର୍କରେ ଆଲୋଚନା କରିବେ । ଅଡ଼ିଟରିଅମ ନିକଟରେ ଥିବା ଆନ୍ତର୍ଜାତିୟ ସ୍ଥରର ହ୍ୟାଣ୍ଡଵଲ ଗ୍ରାଉଣ୍ଡ ଯାଇ ଖେଳାଳି ଓ ସ୍ଥାନୀୟଲୋକଙ୍କ ସହ ଆଲୋଚନା କରିବେ।
ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ୍‌, ପରିକ୍ରମା ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ
ଭୁବନେଶ୍ୱର: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ ବୁଲି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି 5T ସଚିବ । ପୁରୀ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ 5T ସଚିବଙ୍କୁ ସବିଶେଷ ବୁଝାଇଥିଲେ । ସେହିପରି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଶ୍ରୀସେତୁ ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ 5T ସଚିବ ।
ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଆରା ବ୍ୟକ୍ତିତ୍ୱ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟି ଆସିଛି। ବିଶେଷକରି ପ୍ରୃତିପ୍ରେମୀ ଭାବେ ନବୀନ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଚର୍ଚ୍ଚା ସାଉଁଟିଛି। ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ମଧ୍ୟ ଅଛନ୍ତି। ପୂର୍ଣ୍ଣିମା ଜହ୍ନର ଆଲୁଅ ତଳେ ନବୀନ ପ୍ରକୃତିକୁ ଏପରି ଉପଭୋଗ କରୁଥିବାର ଦୃଶ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ବେଶ୍‌‌ ପ୍ରଶଂସା କରିଛନ୍ତି।