Earthquake in Taiwan - The Sakala

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ: ରିକ୍ଟର ସ୍କେଲରେ ତ୍ରୀବ୍ରତା ୭.୪
ନୂଆଦିଲ୍ଳୀ: ବୁଧବାର ଦିନ ତାଇୱାନରେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇ ଜାପାନର ୟୋନାଗୁନି ଦ୍ୱୀପରେ ସୁନାମି ସୃଷ୍ଟି ହୋଇଛି। ତାଇୱାନରେ ଆଜି ସକାଳେ ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପରେ ସମଗ୍ର ଦ୍ୱୀପକୁ ଦୋହଲି ଯାଇଛି। ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଜାପାନ ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି ଯେ ଭୂମିକମ୍ପ ପରେ ୯.୮ ଫୁଟ ପର୍ଯ୍ୟନ୍ତ ସୁନାମି ଆସିବ । ପ୍ରାୟ ଅଧଘଣ୍ଟା ପରେ କୁହାଯାଇଛି ଯେ ସୁନାମିର ପ୍ରଥମ ଲହର ମିଆକୋ ଏବଂ ୟେୟାମା ଦ୍ୱୀପପୁଞ୍ଜ ଉପକୂଳ ଛୁଇଁସାରିଛି ।

୧୯୯୯ ମସିହାରେ ହୋଇଥିବା ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପଠାରୁ ବି ଏହା ଅଧିକ ଶକ୍ତିଶାଳୀ। ୨୫ ବର୍ଷ ଭିତରେ ତାଇୱାନ ଅନୁଭୂତ ହୋଇଥିବା ସବୁଠାରୁ ଅଧିକ ଶକ୍ତିଶାଳୀ ଭୂକମ୍ପ। ଏହି ଭୂକମ୍ପରେ ଘର, ଅଫିସ ଆଦି ଭୁୁଶୁଡ଼ି ପଡ଼ିବା ସହ ବହୁ କ୍ଷୟକ୍ଷତି ହୋଇଛି। ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଥିବା କୋଠାଗୁଡ଼ିକର ଭିତ୍ତିପ୍ରସ୍ତର ଭୂମିକମ୍ପରେ ଦୋହଲି ଯାଇଛି। ରାଜଧାନୀ ତାଇପେରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

୨୪ ଘଣ୍ଟା ମଧ୍ୟରେ ତାଇୱାନରେ ଦ୍ବିତୀୟ ଭୂକମ୍ପ ଝଟ୍‌କା, ସୁନାମି ଆସିବା ନେଇ ସତର୍କତା ଜାରି
ନୂଆଦିଲ୍ଲୀ : ଚୀନ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ତାଇୱାନ ପାଇଁ ଶନିବାର ଏବଂ ରବିବାର ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା।। ଶନିବାର ପରେ ରବିବାର ଅପରାହ୍ନରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିବା କୁହାଯାଉଛି। ଭୂକମ୍ପ ପରେ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଥିବା କଥା ତାଇୱାନ୍‌ର ପାଣିପାଗ ବ୍ୟୁରୋ କହିଛି। ଯାହା ତାଇୱାନରେ ଭୟର ବାତାବରଣ ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ ଥିଲା। ଏହାପୂର୍ବରୁ ଶନିବାର ଦିନ ତାଇୱାନରେ ୬.୪ ତୀବ୍ରତା ଏକ ଭୂକମ୍ପ ହୋଇଥିଲା।

ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍‌ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍‌ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଭୂମିକମ୍ପ ପ୍ରଭାବରେ ୟୁଲି ନଗରୀରେ ଅନ୍ୟୂନ ଗୋଟିଏ ଅଟ୍ଟାଳିକା ଭଙ୍ଗିପଡ଼ିଥିବା କଥା ତାଇୱାନ୍‌ର ଆଂଶିକ ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଭୂମିକମ୍ପର କମ୍ପନ ରାଜଧାନୀ ତାଇପେଇରେ ବି ଅନୁଭୂତ ହୋଇଥିଲା।

ଶନିବାର ରାତିରେ୬.୪ ତୀବ୍ରତାର ଭୂକମ୍ପ ହୋଇଥିଲା

ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳ ଅଞ୍ଚଳରେ ୬.୪  ତୀବ୍ରତାର ଏକ ଭୂକମ୍ପ ଘଟିଥିଲା। କିନ୍ତୁ ଏଥିରେ କୌଣସି ଜୀବନ ହାନି ହୋଇନାହିଁ।  ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଉତ୍ତର ଉପକୂଳବର୍ତ୍ତୀ ସହର ତାଇଟୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପ୍ରାୟ ୯.୩୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଅନ୍ୟପଟେ ଆଜି ଆଉ ଗୋଟେ ଭୂକମ୍ପର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। କାରଣ ଭୂକମ୍ପ ପରେ ଏଠାରେ ସୁନାମି ଭୟ ଲୋକମାନଙ୍କ ଘାରିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଧ୍ୟ ଏହା ନିଶ୍ଚିତ କରିଛି ଯେ ତାଇୱାନରେ ଏପରି ଭୂକମ୍ପରେ କ୍ଷୟକ୍ଷତିର ସମ୍ଭାବନା କମ୍ ରହିଛି। ଯଦିଓ ସାମାନ୍ୟ କ୍ଷତି ହୋଇପାରେ। ତାଇୱାନ ପାଇଁ ଭୂକମ୍ପ ଏକ ନୂଆ କଥା ନୁହେଁ। ଏଠାରେ ପ୍ରାୟତ ଭୂକମ୍ପ ହୁଏ । ବାସ୍ତବରେ, ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନ ମଧ୍ୟରେ ରହିଛି। ଏଣୁ ଏଠାରେ ପ୍ରାୟତ ଭୂକମ୍ପ ଅନୁଭୁତ ହୁଏ।