Sukesh Chandrasekhar - The Sakala

ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ
ବଲିଉଡର ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହୀ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ଠକେଇ ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ପଡକାଷ୍ଟ ସୋ'ରେ ଭାଗ ନେଇଥିବା ବେଳେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରାର ସେହି କଷ୍ଟଦାୟକ ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି ନୋରା।

କ୍ୟାରିଅର୍ ଉପରେ ପଡିଥିଲା ଖରାପ ପ୍ରଭାବ

ଏହି ମାମଲା ତାଙ୍କ ବ୍ୟକ୍ତିଗତ ଏବଂ ପେସାଦାର ଜୀବନ ଉପରେ କିପରି ପ୍ରଭାବ ପକାଇଥିଲା ସେ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ନୋରା କହିଛନ୍ତି ଯେ, ଏହି ଘଟଣା ଯୋଗୁଁ ତାଙ୍କୁ ମାନସିକ ଆଘାତ ଲାଗିବା ସହ ଅନେକ ବ୍ରାଣ୍ଡ୍ ଏବଂ କାମ ହରାଇବାକୁ ପଡିଥିଲା। ତାଙ୍କ କହିବା ଅନୁଯାୟୀ, ଦୁଇ ବର୍ଷ ଧରି ଚାଲିଥିବା ଏହି ବିବାଦ ସମୟରେ ସେ ନିଜକୁ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କରୁଥିଲେ ଏବଂ କେହି ବି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ।

ମିଥ୍ୟା ଗୁଜବକୁ ନେଇ କ୍ଷୋଭ

ଏହି ବିବାଦ ସମୟରେ ଲୋକଙ୍କ ଧାରଣା ତାଙ୍କୁ ସବୁଠାରୁ ଅଧିକ ବାଧିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେ ତାଙ୍କଠାରୁ ଟଙ୍କା ତଥା ଦାମୀ ଉପହାର ନେଇଥିଲେ ବୋଲି ଯେଉଁ ଗୁଜବ ପ୍ରଚାରିତ ହୋଇଥିଲା, ତାହା ତାଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ସେ କହିଛନ୍ତି ଯେ, ଅନ୍ୟ କଳାକାରମାନେ ସମାନ ପରିସ୍ଥିତିରେ ଥାଇ ମଧ୍ୟ ସହଜରେ ବର୍ତ୍ତି ଯାଇଥିଲେ, କିନ୍ତୁ ତାଙ୍କୁ ଏକ ମିଥ୍ୟା କାହାଣୀରେ ଫସାଇଦିଆଯାଇଥିଲା।

୨୦୦ କୋଟିର ମନି ଲଣ୍ଡରିଂ ମାମଲା

ସୂଚନାଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ଜେଲରେ ଥାଇ ମଧ୍ୟ ବଡ଼ ବଡ଼ ବ୍ୟବସାୟୀ ଏବଂ ସେମାନଙ୍କ ପରିବାରଠାରୁ ୨୦୦ କୋଟି ଟଙ୍କାର ଠକେଇ କରିଥିଲେ। ଏହି ମନି ଲଣ୍ଡରିଂ ମାମଲାରେ ଇଡି ନୋରା ଫତେହୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଭଳି ବଲିଉଡ ଅଭିନେତ୍ରୀଙ୍କୁ ଏକାଧିକ ଥର ପଚରାଉଚରା କରିଥିଲା। ତେବେ ନୋରା ସର୍ବଦା ନିଜକୁ ଏହି ମାମଲାରେ ଜଣେ ଷଡ଼ଯନ୍ତ୍ରକାରୀ ନୁହେଁ ବରଂ ଜଣେ 'ପୀଡ଼ିତା' ବୋଲି ଦାବି କରିଆସିଛନ୍ତି।

ସୁପ୍ରିମକୋର୍ଟ ବିଚାରପତିଙ୍କ ନକଲ କରି ଜାମିନ ମାଗିବା ପଡ଼ିଲା ମହଙ୍ଗା, ମହାଠକ ସୁକେଶ ଚନ୍ଦ୍ରଶେଖର ଦୋଷୀ ସାବ୍ୟସ୍ତ
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଆଉ ଏକ ମାମଲାର ରାୟ ପ୍ରକାଶ ପାଇଛି। ଜାମିନ ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପରିଚୟ ଦେଇ ତଳ କୋର୍ଟର ବିଚାରପତିଙ୍କୁ ଧମକାଇବା ମାମଲାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଏହି ଘଟଣାକୁ ସମାଲୋଚନା କରି କହିଛନ୍ତି ଯେ, ଅଭିଯୁକ୍ତ କେବଳ ନିଜ ସୀମା ପାର୍ କରିନାହାନ୍ତି, ବରଂ ବହୁ ଦୂରକୁ ଡେଇଁ ପଡ଼ିଛନ୍ତି।

କ’ଣ ଥିଲା ପୂରା ମାମଲା?

ଏହି ଘଟଣାଟି ୨୦୧୭ ମସିହା ଏପ୍ରିଲ ମାସର। ସେତେବେଳେ ସୁକେଶ ଚନ୍ଦ୍ରଶେଖର ଏକ ଦୁର୍ନୀତି ମାମଲାରେ ପୋଲିସ ହେପାଜତରେ ଥିଲେ। ଏହି ମାମଲାର ଶୁଣାଣି ସ୍ୱତନ୍ତ୍ର ବିଚାରପତି ପୁନମ ଚୌଧୁରୀ କରୁଥିଲେ। ଅଭିଯୋଗ ଅନୁଯାୟୀ, ସୁକେଶ ଜଣେ କନେଷ୍ଟବଳ ମନଜୀତଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ବିଚାରପତିଙ୍କ ସରକାରୀ ଲ୍ୟାଣ୍ଡଲାଇନ୍ ଏବଂ ବ୍ୟକ୍ତିଗତ ମୋବାଇଲ୍ ନମ୍ବରକୁ କଲ୍ କରିଥିଲେ। ପ୍ରଥମେ କଲ୍ କରିଥିବା ବ୍ୟକ୍ତି ନିଜକୁ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ବ୍ୟକ୍ତିଗତ ସଚିବ ଭାବରେ ପରିଚୟ ଦେଇଥିଲେ। ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ସୁପ୍ରିମକୋର୍ଟର ବିଚାରପତି କହି କଥା ହୋଇଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସୁପ୍ରିମକୋର୍ଟ କଲେଜିୟମ ତରଫରୁ କଲ୍ କରୁଥିବା କହି ସୁକେଶଙ୍କୁ ତୁରନ୍ତ ଅନ୍ତରୀଣ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କଥା ନମାନିଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଇଥିଲେ।

କୋର୍ଟଙ୍କ କଡ଼ା ଟିପ୍ପଣୀ ଏବଂ ରାୟ

ତିସ୍‌ ହଜାରୀ କୋର୍ଟର ମୁଖ୍ୟ ବିଚାରପତି ହର୍ଷିତା ମିଶ୍ର ଏହି ମାମଲାର ଶୁଣାଣି କରି ସୁକେଶ ଚନ୍ଦ୍ରଶେଖରଙ୍କୁ ଭାରତୀୟ ପିଙ୍ଗଳ ବିଧି (ଆଇପିସି)ର ଧାରା ୧୭୦ (ସରକାରୀ କର୍ମଚାରୀଙ୍କ ନକଲ କରିବା), ୧୮୯ (ସରକାରୀ କର୍ମଚାରୀଙ୍କୁ ଧମକ ଦେବା) ଏବଂ ୫୦୭ (ଅଜ୍ଞାତ ଯୋଗାଯୋଗ ମାଧ୍ୟମରେ ଅପରାଧିକ ଧମକ) ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ନିଜ ରାୟରେ କହିଛନ୍ତି ଯେ ଏହା ଏକ "ଅଜବ ନାଟକୀୟ ଘଟଣା", ଯେଉଁଥିରେ ଅଭିଯୁକ୍ତ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୁକେଶ

ଅନ୍ୟପକ୍ଷରେ ତଳ କୋର୍ଟଙ୍କ ଏହି ରାୟ ବିରୋଧରେ ସୁକେଶ ଏବେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଓକିଲ ଅନନ୍ତ ମଲ୍ଲିକ କହିଛନ୍ତି ଯେ, ସେମାନେ ନ୍ୟାୟପୂର୍ଣ୍ଣ ବିଚାର ପାଇନାହାନ୍ତି ଏବଂ ତାଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀଗୁଡ଼ିକୁ ହଟାଇବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ତେବେ ତଳ କୋର୍ଟ ଉକ୍ତ ଘଟଣାରେ କନେଷ୍ଟବଳ ମନଜୀତଙ୍କ ଭୂମିକାକୁ ନେଇ ପୁଣିଥରେ ତଦନ୍ତ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା: ଜ୍ୟାକଲିନଙ୍କ ସରକାରୀ ସାକ୍ଷୀ ହେବା ଆବେଦନକୁ ବିରୋଧ କଲା ଇଡି
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ (କଳାଧନ ବୈଧ) ମାମଲାରେ ବଡ଼ ଝଟକା ଲାଗିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ସରକାରୀ ସାକ୍ଷୀ (ଆପ୍ରୁଭର୍) ହେବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା ବିରୋଧ କରିଛି। ଇଡି ଦାବି କରିଛି ଯେ, ଅଭିନେତ୍ରୀ ଜଣକ ଏହି ମାମଲାରେ କେବଳ ଜଣେ ପୀଡ଼ିତା ନୁହଁନ୍ତି, ବରଂ ଜଣେ 'ସକ୍ରିୟ ଅଂଶଗ୍ରହଣକାରୀ' ଏବଂ ଅପରାଧରୁ ମିଳିଥିବା ଅର୍ଥର ବଡ଼ ଲାଭାର୍ଥୀ ଅଟନ୍ତି।

ଜାଣିଶୁଣି ଉପହାର ନେଇଥିଲେ ଜ୍ୟାକଲିନ୍

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ନିଜର ଜବାବ ଦାଖଲ କରି ଇଡି କହିଛି ଯେ, ସୁକେଶର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜାଣିବା ସତ୍ତ୍ୱେ ଜ୍ୟାକଲିନ୍ ତାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ମୁଖ୍ୟ ଅଭିଯୁକ୍ତ ସୁକେଶଙ୍କଠାରୁ ସେ ଜାଣିଶୁଣି ବହୁ ମୂଲ୍ୟବାନ ଉପହାର ଏବଂ ଆର୍ଥିକ ସୁବିଧା ଗ୍ରହଣ କରିଥିଲେ। ତେଣୁ ସେ ନିଜକୁ ଜଣେ 'ଅଜ୍ଞାତ ପୀଡ଼ିତା' ବୋଲି ଦାବି କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଇଡିର କହିବା ଅନୁଯାୟୀ, ଅଭିନେତ୍ରୀ ଜଣକ ମନି ଲଣ୍ଡରିଂ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ଏବଂ ଅପରାଧିକ ଅର୍ଥର ଉତ୍ସକୁ ଅଣଦେଖା କରିଥିଲେ।

ସରକାରୀ ସାକ୍ଷୀ କଲେ ନ୍ୟାୟ ପ୍ରକ୍ରିୟା ବାଧାପ୍ରାପ୍ତ ହେବ

ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ଏହି ଗମ୍ଭୀର ଅପରାଧରେ ଜ୍ୟାକଲିନଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କଲେ ତାହା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ଏବଂ ଅପରାଧର ଗମ୍ଭୀରତାକୁ ହ୍ରାସ କରିବ। ଏହା ସହିତ ତଦନ୍ତ ସମୟରେ ଅଭିନେତ୍ରୀ ଜଣକ ସମ୍ପୂର୍ଣ୍ଣ ସହଯୋଗ କରିନଥିଲେ ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ରେକର୍ଡ କରାଯାଇଥିବା ବୟାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।

ମେ' ୧୨ ରେ ପରବର୍ତ୍ତୀ ଶୁଣାଣି

ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ଦୌରା ଜଜ୍ ପ୍ରଶାନ୍ତ ଶର୍ମା ଏହି ମାମଲାର ଶୁଣାଣି କରି ଇଡିର ଆପତ୍ତି ଉପରେ ଜବାବ ରଖିବାକୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ' ୧୨ ତାରିଖରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ଗତ ମାସରେ ଜ୍ୟାକଲିନ୍ ଏହି ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସରକାରୀ ସାକ୍ଷୀ ହେବା ପାଇଁ କୋର୍ଟରେ ଆବେଦନ କରିଥିଲେ।

ମନି ଲଣ୍ଡରିଂ ମାମଲାର ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀ କୋର୍ଟରୁ ମିଳିଲା ଜାମିନ
ଏଆଇଏଡିଏମକେ (AIADMK) ଦଳର 'ଦୁଇ ପତ୍ର' ନିର୍ବାଚନୀ ଚିହ୍ନ ସହ ଜଡିତ ମନି ଲଣ୍ଡରିଂ (ଅର୍ଥ ହେରଫେର) ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଏହି ବହୁଚର୍ଚ୍ଚିତ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ମିଳିବା ସତ୍ତ୍ୱେ ସୁକେଶଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ, କାରଣ ତାଙ୍କ ନାମରେ ଅନ୍ୟ କେତେକ ଅପରାଧିକ ମାମଲା ବିଚାରାଧୀନ ରହିଛି।

କ'ଣ ଥିଲା ଏହି ମାମଲା?

ଏହି ମାମଲାଟି ୨୦୧୭ ମସିହାର। ଅଭିଯୋଗ ଅନୁଯାୟୀ, ଏଆଇଏଡିଏମକେ ନେତା ଟିଟିଭି ଦିନାକରନ ଏବଂ ଭି.କେ ଶଶିକଳା ଗୋଷ୍ଠୀ ପାଇଁ ଦଳର ଲୋକପ୍ରିୟ 'ଦୁଇ ପତ୍ର' ନିର୍ବାଚନୀ ଚିହ୍ନ ହାସଲ କରିବା ଉଦ୍ଦେଶ୍ୟରେ ସୁକେଶ ମଧ୍ୟସ୍ଥି ଭାବରେ କାମ କରିଥିଲେ। ଭାରତୀୟ ନିର୍ବାଚନ ଆୟୋଗ (ECI) ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ସେ ଏକ ବଡ଼ ଧରଣର ଯୋଜନା କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧.୩ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା।

ଜେଲରେ ରହିବେ ସୁକେଶ

ଦିଲ୍ଲୀ କୋର୍ଟ ଏହି ନିର୍ଦ୍ଦିଷ୍ଟ ଲାଞ୍ଚ ଏବଂ ମନି ଲଣ୍ଡରିଂ ମାମଲାରେ ସୁକେଶଙ୍କୁ ଜାମିନ ଦେଇଥିଲେ ମଧ୍ୟ ସେ ତୁରନ୍ତ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ୨୦୦ କୋଟି ଟଙ୍କାର ବଟି ଆଦାୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଠକେଇ ମାମଲା ରହିଛି। ଫୋର୍ଟିସ୍ ହେଲ୍ଥକେୟାରର ପୂର୍ବତନ ପ୍ରମୋଟରଙ୍କ ପତ୍ନୀ ଅଦିତି ସିଂହଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଠକିଥିବା ଅଭିଯୋଗରେ ସେ ବର୍ତ୍ତମାନ ଜେଲରେ ବନ୍ଦୀ ଅଛନ୍ତି।

ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌
ନୂଆଦିଲ୍ଲୀ: ଦୁଇ ଶହ କୋଟି ଟଙ୍କା ଠକେଇ ମାମଲାରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି। ଅଭିନେତା ଅକ୍ଷୟ କୁମାର ଏବଂ ସଲ୍‌ମାନ ଖାନ୍‌ ସୁକେଶଠାରୁ ଦୂରେଇ ରହିବା ପାଇଁ ଜ୍ୟାକଲିନ୍‌କୁ ପରାମର୍ଶ ଦେଇଥିଲେ। ତେବେ ସେ ତାଙ୍କ କଥା ଶୁଣି ନ ଥିଲେ। ସେ ସୁକେଶକୁ ବିବାହ କରିବାକୁ ଚାହୁଁଥିବା ଅକ୍ଷୟ-ସଲ୍‌ମାନଙ୍କୁ କହିଥିଲେ। ସୁକେଶକୁ ଜଣେ ବ୍ୟବସାୟୀ ଏବଂ ରାଜନେତା ଭାବେ ପରିଚୟ ଦେଇଥିଲେ। ଜାକ୍‌ଲିନ୍‌ ସୁକେଶଠାରୁ ମହଙ୍ଗା ଉପହାର ନେବାରେ ଲାଗିଥିଲେ। ଜ୍ୟାକଲିନ୍‌ଙ୍କୁ ଆକୃଷ୍ଟ କରିବା ଲାଗି ସେ ତାଙ୍କ ମ୍ୟାନେଜର ପ୍ରଶାନ୍ତଙ୍କୁ ଏକ ଡୁକାତି ବାଇକ ଉପହାର ଦେଇଥିଲା। ଏବେ ଏହାକୁ ଜବତ କରାଯାଇଛି।