VSSUT Burla - The Sakala

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା
ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ପ୍ରତିଷ୍ଠିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ ଛାତ୍ର ଅସନ୍ତୋଷ ଉଗ୍ର ରୂପ ନେଇଛି। ବିଭିନ୍ନ ସମସ୍ୟା ସମାଧାନ ଦାବିରେ ତାତିଲେ ଛାତ୍ରଛାତ୍ରୀ । ହଷ୍ଟେଲ ସମସ୍ୟା, ନିମ୍ନମାନର ଖାଦ୍ୟ, ୟୁନିଫର୍ମ ବାଧ୍ୟତାମୂଳକକୁ ବିରୋଧ କରି ଛାତ୍ରଛାତ୍ରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଶତାଧିକ ଛାତ୍ରଛାତ୍ରୀ ଏକଜୁଟ ହୋଇ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ହଷ୍ଟେଲ ମେସ୍‌ରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କେବଳ ଖାଦ୍ୟ ନୁହେଁ, ବରଂ ହଷ୍ଟେଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ବାରମ୍ବାର ଏହି ସମସ୍ୟା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନେ କ୍ଲାସ୍ ବର୍ଜନ କରିବା ସହ ହଷ୍ଟେଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ତୁରନ୍ତ ଖାଦ୍ୟର ମାନ ସୁଧାରିବା ସହିତ ହଷ୍ଟେଲ ପରିଚାଳନାରେ ସ୍ୱଚ୍ଛତା ଆଣିବା ସେମାନଙ୍କର ପ୍ରମୁଖ ଦାବି ହୋଇଛି। ପ୍ରଶାସନିକ ସ୍ତରରେ ଶୀଘ୍ର ହସ୍ତକ୍ଷେପ କରାଯାଇ ସମସ୍ୟାର ସମାଧାନ କରାଯିବାକୁ ସେମାନେ ଅପେକ୍ଷା କରିଛନ୍ତି। ଯଦି କର୍ତ୍ତୃପକ୍ଷ ଯଥାଶୀଘ୍ର ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣା: ପୁରୁଷ ବନ୍ଧୁଙ୍କୁ ଗିରଫ କଲା ବୁର୍ଲା ପୋଲିସ
ସମ୍ବଲପୁର: ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କୁ ଗିରଫ କଲା ବୁର୍ଲା ପୋଲିସ । ୨୦୨୩ ଫେବ୍ରୁଆରୀ ୨୮ରେ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ ଚିନ୍ମୟୀ । ହେଲେ ୨୦୨୩ ମାର୍ଚ୍ଚ ୧ରେ ପିସି ବ୍ରିଜ ତଳୁ ଚିନ୍ମୟୀଙ୍କ ମୃତଦେହ ମିଳିଥିଲା । ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ପୁରୁଷ ବନ୍ଧୁଙ୍କୁ ଗିରଫ ଦାବିରେ ହାଇକୋର୍ଟ ଯାଇଥିଲେ ପରିବାର । ୨ ସପ୍ତାହ ଭିତରେ ରିପୋର୍ଟ ପାଇଁ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ଗତ ୨ ଫେବୃଆରୀ ୨୦୨୩ ମସିହା ରାତି ପ୍ରାୟ ୮ଟାରୁ ୯ଟା ମଧ୍ଯରେ ଚିନ୍ମୟୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁର୍ଲା ପାୱାର ଚେନାଲ ବ୍ରିଜକୁ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ଚିନ୍ମୟୀ ପାଣିରେ ପଡି ଯାଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ମୃତ ଚିନ୍ମୟୀଙ୍କ ମା’ ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରି ସେତେବେଳେ ଚିନ୍ମୟୀ ପାଣିରେ ପଡି ମୃତ୍ୟୁ ହୋଇଥିବା କହିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ମୃତ ଚିନ୍ମୟୀଙ୍କ ମାଁ ହାଇକୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଥିଲେ ଓ ଏହି ମାମଲା କ୍ରାଇମବ୍ରାଞ୍ଚ କିମ୍ବା ଏସଆଇଟିକୁ ଦେବା ପାଇଁ କୁହାଯାଇଥିଲା । ଘଟଣାରେ ହାଇକୋର୍ଟ ସମ୍ବଲପୁର ଏସପିଙ୍କୁ ଦୁଇ ସପ୍ତାହ ମଧ୍ଯରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ
ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧୋଇବା ହେଲା କାଳ । ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ । ଛାତ୍ର ଜଣକ ସାଙ୍ଗମାନଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’ରେ ଗାଧୋଇବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ହେଲେ ପ୍ରିୟାଂଶୁ ପ୍ରକାଶ ବେହେରା । ସେ ସିଭିଲ ଇଂଜିନିୟରିଙ୍ଗର ପ୍ରଥମ ବର୍ଷ ଛାତ୍ର । ଛାତ୍ର ଜଣକ ଆଜି କିଛି ସହପାଠିଙ୍କ ସହ ‘ଅଠର ହଜାର’ କେନାଲକୁ ଗାଧେଇବାକୁ ଯାଇଥିଲେ । ଛାତ୍ର ଜଣକଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ସୂଚନା ମିଳିଛି ।

ବୁର୍ଲା ଭିସୁଟ୍‍ ରୂପାନ୍ତରିକରଣ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ :୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି, ଗଠନ କରାଯିବ ୨୭ଟି ସେଣ୍ଟର ଅଫ ଏକ୍‌ସେଲେନ୍‌ସ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ Multi-Disciplinary Engineering & Research University ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ IIT ଓ NIT ପରି ସଂସ୍ଥା ମାନଙ୍କ ସହିତ ସମକକ୍ଷ ହେବ। ଏଥିରେ School of Engineering, Skill Development Centre, School of Medical Technology ଓ School of Basic Science ପରି ୭ଟି ସ୍କୁଲ ରହିବ।

ମାଷ୍ଟରପ୍ଲାନ ଅନୁଯାୟୀ ଏହି ଅନୁଷ୍ଠାନରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରୀ, ପ୍ରଫେସର ମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ। ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରୀ ସୁବିଧା ଉପଲବ୍‌ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନ ମାନଙ୍କର ସହଭାଗୀତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ଏବଂ ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତିକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ।

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍‌ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା କରାଯିବ। ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସର ମାନଙ୍କ ସହିତ ଅଲୋଚନା କରିଥିଲେ । ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଆଲୋଚନା ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ।