Duplicate Medicine - The Sakala

କଟକରୁ ପୁଣି ଜବତ ହେଲା ନକଲି ମେଡିସିନ୍, ମାଲିକ ଗିରଫ
କଟକ: ନକଲି ଟେଲ୍‌‌ମା-୪୦ ମେଡିସିନ୍‌‌ ଚଢ଼ଉ ପରେ ସହରରେ ପୁଣି ନକଲି ଔଷଧ ସୋମବାର ଜବତ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ଥାନା ପୁଲିସ ଚୌଧୁରୀବଜାର ସ୍ଥିତ ଏକ ଔଷଧ ଗୋଦାମରେ ଚଢ଼ଉ କରିଥିଲା। ଉକ୍ତ ଗୋଦାମରୁ ଲକ୍ଷାଧିକ ଟଙ୍କାର ଏକ ନାମୀ କମ୍ପାନୀର ନକଲି ଆଣ୍ଟିବାୟୋଟିକ୍‌‌(ଓ-ଟୁ) ବଟିକା ଜବତ କରାଯାଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡ୍ରଗ୍ସ କଣ୍ଟ୍ରୋଲର ଓ ପୁରୀଘାଟ ପୁଲିସ ନକଲି ଔଷଧ କାରବାରକୁ ନେଇ ତଦନ୍ତ ଜାରି ରଖିଥିଲା। ଏହା ଭିତରେ ଚୌଧୁରୀବଜାର ଟାଉନ୍‌‌ହଲ୍‌‌ ରୋଡ୍‌‌ ନିକଟସ୍ଥ ‘ଶ୍ରୀ ଡିଷ୍ଟ୍ରିବ୍ୟୁଟର’ ନାମକ ସଂସ୍ଥାରେ ନକଲି ଆଣ୍ଟିବାୟୋଟିକ୍‌‌ ଓ ଝାଡ଼ା ବଟିକା ବିକ୍ରି ହେଉଥିବା ନେଇ ସୂଚନା ମିଳିଥିଲା। ଏହି ଅନୁସାରେ ସୋମବାର ଡ୍ରଗ୍ସ ଏନ୍‌‌ଫୋର୍ସମେଣ୍ଟ ସ୍କ୍ୱାଡ୍‌‌ର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍‌‌ଟିଏଫ୍‌‌) ଓ ପୁରୀଘାଟ ପୁଲିସ ମିଳିତ ଭାବେ ଉକ୍ତ ଗୋଦାମରେ ଚଢ଼ଉ କରିଥିଲେ। ଯାଞ୍ଚ ସମୟରେ ଗୋଦାମରୁ ମେଡ୍‌‌-ଲେ ଫାର୍ମା କମ୍ପାନୀର ଦୁଇ ପ୍ରକାର ଔଷଧ ଯଥା ‘ଓଫ୍ଲୋକ୍ସିନ’ ଓ ‘ଅର୍‌‌ନିଡାଜୋଲ’ ନାମକ ବଟିକା ମିଳିଥିଲା। ଅଧିକ ଯାଞ୍ଚ ପରେ ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ମେଡ୍‌‌-ଲେ କମ୍ପାନୀକୁ ଯୋଗାଯୋଗ କରାଯାଇଥିଲା। ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଆଧାରରେ ଉକ୍ତ ଔଷଧଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ଉକ୍ତ ଗୋଦାମରୁ ପ୍ରାୟ ୪ ପେଟି ନକଲି ଔଷଧ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ଏହାସହ ଉକ୍ତ ଔଷଧ କାରବାର ସମ୍ପର୍କିତ ବହୁ କାଗଜପତ୍ର ମଧ୍ୟ ଗୋଦାମରୁ ଜବତ ହୋଇଛି। ଏହି ଘଟଣାରେ ଗୋଦାମ ମାଲିକ ବିଜୟ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରି ଜେରା କରୁଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ଔଷଧ ସବୁ ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶ ଓ ଦିଲ୍ଲୀରୁ ବିଜୟଙ୍କ ଗୋଦାମକୁ ଆସୁଥିଲା। ପରେ ବିଜୟ ଉକ୍ତ ଔଷଧଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯୋଗାଣ କରୁଥିଲେ। ତେବେ ନକଲି ଔଷଧ କାରବାରକୁ ନେଇ ଲଗାତାର ଗିରଫଦାରୀ ସତ୍ତ୍ବେ ପୁଣି ନକଲି ଔଷଧ ଜବତ ହେବା ଘଟଣାକୁ ନେଇ ସନ୍ଦେହ ବଢ଼଼଼଼ିଛି। ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ଇନ୍ସପେକ୍ଟର ତୁଷାରକାନ୍ତ ପାଣିଗ୍ରାହୀ, ହରିପ୍ରିୟ ମଲ୍ଲିକ ଓ ପୁରୀଘାଟ ଥାନା ଅଧିକାରୀ ଯତୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌‌ ସାମିଲ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଚାଲିଥିବା ଜଣାପଡ଼ିଛି। ତେଣୁ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ମିଳିପାରିନାହିଁ। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ଟେଲ୍‌‌ମା କମ୍ପାନୀର ନକଲି ରକ୍ତଚାପ ଔଷଧ ବିକ୍ରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ଏତଲା କ୍ରମେ ପୁରୀଘାଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟ କ୍ରମେ ପୁଲିସ କଟକ ଓ ବିହାରର ଗୟା ଜିଲ୍ଲାରୁ ୭ ଜଣ ଔଷଧ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରିଥିଲା।

ନକଲି ଔଷଧ କାରବାର: ରାଜଧାନୀର ବିଭିନ୍ନ ମେଡିସିନ୍ ହୋଲସେଲ ଦୋକାନରେ ଚଢାଉ କରୁଛି ୫ଜଣିଆ ଡ୍ରଗ ସ୍କ୍ବାଡ୍
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ନକଲି ଔଷଧ କାରବାର । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ୫ ଜଣିଆ ଡ୍ରଗ ସ୍କ୍ବାଡ୍ ଟିମ୍ ଅଶୋକ ନଗର ସମେତ ଭୁବନେଶ୍ବରର ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।

କେବଳ କଟକ, ଭୁବନେଶ୍ବର ନୁହେଁ ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।

ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରେଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।

ଜନ ଔଷଧି କେନ୍ଦ୍ରରେ ନକଲି ଔଷଧ କାରବାର ! ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ନକଲି ଥିବା ଅଭିଯୋଗ
ଖୋର୍ଦ୍ଧା: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ। ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି। ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର କୋଡ଼ ଆଦୌ ସ୍କାନ ହେଉନାହିଁ। ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ନିର୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂଲ୍ୟାବକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି।

ଜନ ଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେକେ ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି। ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଘଟଣାର କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ସଭାପତି ପ୍ରଗତି ମହାନ୍ତି ଦାବି କରିଛନ୍ତି। ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ସୁବୋଧ ନାୟକ।

ନକଲି ଔଷଧ କାରବାର ମାମଲାରେ ଗିରଫ ୨ ଅଭିଯୁକ୍ତଙ୍କୁ ପୁରୀଘାଟ ଥାନା ପୋଲିସର ପଚରାଉଚରା
କଟକ: କଟକରେ ନକଲି ଔଷଧ କାରବାର ଘଟଣାରେ ବିହାରରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣି ଟ୍ରାଂଜିଟ୍ ରିମାଣ୍ଡରେ ଆଜି ପଚରାଉଚରା କରିଛି ପୁରୀଘାଟ ଥାନା ପୋଲିସ । ଓଡ଼ିଶାକୁ ଆସୁଥିବା ନକଲି ମେଡିସିନ୍ ଘଟଣାରେ ଏମାନଙ୍କ ସଂପୃକ୍ତି ରହିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ନକଲି ଔଷଧ ଯୋଗାଇ ଦେଉଥିବା ଦୁଇ ବ୍ୟବସାୟୀଙ୍କୁ ବିହାରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାସହ ନକଲି ଔଷଧର ଉତ୍ପାଦନ କେଉଁଠି ହେଉଛି ତାହାକୁ ନେଇ ତଦନ୍ତ ଜାରି ରହିଛି । ନକଲି ଔଷଧ ମାମଲାରେ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗସ୍ କମ୍ପାନିରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ ।

ସୂଚନା ଅନୁଯାୟୀ, ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କ ନିକଟରୁ ୫୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଘଟଣାରେ ବିହାର ଯାଇଥିବା ୪ ଜଣିଆ ଟିମ୍ ଶନିବାର ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲା। ଗୟା ପୁଲିସର ଏକ ଟିମ୍ ଏବେ ପୁରୀଘାଟ ଥାନା ପୋଲିସ ସହିତ ମିଶି ଏହି ତଦନ୍ତ କରୁଛି। ବାଲାଜୀ ଡ୍ରଗସ୍ କମ୍ପାନିର କାଗଜପତ୍ର ପୁଲିସ ଯାଞ୍ଚ କରୁଛି। ଏହି କମ୍ପାନିକୁ ଡ୍ରଗସ୍ ପକ୍ଷରୁ କୌଣସି ଲାଇସେନ୍ସ ମିଳିଛି କି ନାହିଁ ଏବଂ କଟକରେ କେବଳ ରାହୁଲ ଓ ସଞ୍ଜୟକୁ ଏମାନେ ନକଲି ଔଷଧ ଚାଲାଣ କରୁଥିଲେ ନା ଅନ୍ୟ କେଉଁମାନଙ୍କୁ ଚାଲାଣ କରୁଥିଲେ, ସେ ନେଇ କାଗଜପତ୍ର ପୋଲିସ ଯାଞ୍ଚ କରୁଛି।

ଔଷଧ କାରବାର ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜାରି କଲେ ସ୍ବତନ୍ତ୍ର ଗାଇଡଲାଇନ
ଭୁବନେଶ୍ବର: ନକଲି ଔଷଧ କାରବାର ଧରାପଡ଼ିବା ପରେ ଶକ୍ତ ହେଲା ଭୁବନେଶ୍ବର ଡ୍ରଗ୍ସ କଣ୍ଟ୍ରୋଲର, ଜାରି କଲେ ସ୍ବତନ୍ତ୍ର ଗାଇଡଲାଇନ । ଭୁବନେଶ୍ବରର ସମସ୍ତ ଔଷଧ ବିକ୍ରେତା, ବିତରକ, ସିଆଣ୍ଡଏଫ ଏବଂ ଷ୍ଟକିଷ୍ଟଙ୍କ ପାଇଁ ଜାରି ହୋଇଛି ନୋଟିସ। ବଜାରରେ ବିକ୍ରି କରୁଥିବା ସମସ୍ତ ଔଷଧ କମ୍ପାନୀ ନିଜର ବିସ୍ତୃତ ଦସ୍ତାବିଜ ଦାଖଲ କରିବେ।

ଅନ୍ୟରାଜ୍ୟରୁ ଔଷଧ କିଣି ବିକ୍ରି କରୁଥିବା ଦୋକାନୀ ଔଷଧ ସମ୍ପର୍କରେ ସତ୍ୟପାଠ ଦାଖଲ କରିବେ। ଖୁଚୁରା ଦୋକାନୀ ବାହାର ରାଜ୍ୟରୁ ଔଷଧ କିଣିପାରିବେ ନାହିଁ। ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ୱାରା ଚିହ୍ନଟ ଦାଗୀଙ୍କୁ ଚାକିରିରେ ନରଖିବାକୁ ବିତରକ, ସିଆଣ୍ଡଏଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନକଲି ଔଷଧ ସମ୍ପର୍କରେ ମାର୍କେଟିଂ ଏକଜିକ୍ୟୁଟିଭ ସତର୍କ ରହିବେ। ବିନା ଅନୁମତିରେ କେହି ଅନଲାଇନ ଔଷଧ ବ୍ୟବସାୟ କରିପାରିବେ ନାହିଁ। କୌଣସି ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।