OTET Exam - The Sakala

ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ OTET ବାଧ୍ୟତାମୂଳକ ନୁହେଁ: ହାଇକୋର୍ଟ
କଟକ: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଟିଇଟି କେବଳ ଦରମା ବୃଦ୍ଧି ପାଇଁ ଆବଶ୍ୟକ।

ଜଣେ ଗଣଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ଚାକିରିକୁ ରାଜ୍ୟ ସରକାର ଓଟିଇଟି ଯୋଗ୍ୟତା ନ ଥିବା ଦର୍ଶାଇ ନିୟମିତ କରିବାକୁ ମନା କରିଦେଇଥିଲେ। ଏହା ବିରୁଦ୍ଧରେ ସନ୍ଧ୍ୟାରାଣୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଆବେଦନକାରିଣୀଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ଦର୍ଶାଇଛନ୍ତି ଯେ, ନିଯୁକ୍ତି ନିୟମିତ ପାଇଁ ଓଟିଇଟି ବାଧ୍ୟତାମୂଳକ ନୁହେଁ। ଅଧିକାରୀମାନଙ୍କ ତ୍ରୁଟି ଯୋଗୁଁ ଆବେଦନକାରିଣୀଙ୍କୁ ୮ ବର୍ଷର ସେବା ସୁବିଧା ନ ଦେବା ଅସାମ୍ବିଧାନିକ। ଜିଲାପାଳଙ୍କ ଯାଞ୍ଚ ରିପୋର୍ଟକୁ ଅଣଦେଖା କରିବା ଭୁଲ ଥିଲା। ଏଥିସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରିଣୀଙ୍କୁ ୨୦୦୮ ମସିହା ଫେବ୍ରୁଆରୀ ୨ ତାରିଖରୁ ନିୟମିତ ବୋଲି ଧରାଯାଉ ଏବଂ ସମସ୍ତ ଆର୍ଥିକ ଲାଭ ତିନି ମାସ ମଧ୍ୟରେ ପ୍ରଦାନ କରାଯାଉ।

ଡିସେମ୍ବର ୧୭ରେ ଓଟିଇଟି: ଆଜିଠୁ ଅନଲାଇନ ଆବେଦନ ଆରମ୍ଭ, ୨୫ତାରିଖ ଯାଏଁ କରିପାରିବେ ପରୀକ୍ଷାର୍ଥୀ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୫ ପରୀକ୍ଷା ଆସନ୍ତା ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଥମ ସିଟିଂରେ ପେପର୍‌-୧ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା ଦିନ୨ଟାରୁ ଅପରାହ୍‌ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିଠାରୁ ଏଥିପାଇଁ ଅନଲାଇନ ଆବେଦନ ପାଇଁ ଲିଙ୍କ୍‌ ବୋର୍ଡ ୱେବସାଇଟ୍‌ରେ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ରହିବ। ତେବେ ଫି’ ଦେୟ ଓ ଫର୍ମ ଦାଖଲ ଆସନ୍ତା ନଭେମ୍ବର ୨୬ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ କରାଯାଇପାରିବ। ସେହିଭଳି ଆସନ୍ତା ଡିସେମ୍ବର ୧୦ରୁ ଆଡମିଟ କାର୍ଡ ପ୍ରଦାନ କରାଯିବ।

ପ୍ରକାଶଥାଉକି, ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌  ଯୋଗୁଁ ଗତ ଜୁଲାଇ ୨୦ରେ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରେ ତରବରିଆ ଭାବେ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରାଯାଇ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବୋର୍ଡର ପ୍ରାକ୍ତନ ଉପସଭାପତି ନୀହାର ମହାନ୍ତି ଓ ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣାଙ୍କ ସମେତ ମୋଟ ୮ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ଅଗଷ୍ଟ ୩୧ରେ ହେବ ସ୍ବତନ୍ତ୍ର OTET ପରୀକ୍ଷା
କଟକ: ଅଗଷ୍ଟ ୩୧ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ପାଇଁ ବାତିଲ ହୋଇଥିଲା ଓଟିଇଟି ପରୀକ୍ଷା ।

ଓଟିଇଟି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୨୪ରୁ ଆବେଦନ, ଅଗଷ୍ଟ ୯ରେ ପରୀକ୍ଷା
ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।

ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଜୁଲାଇ ୫ ତାରିଖ ମଧ୍ୟରାତ୍ରି ଯାଏଁ ଆବେଦନ କରିପାରିବେ। ଆବଶ୍ୟକ ଫି’ ଜୁଲାଇ ୬ ତାରିଖ ରାତି ୧୧.୪୫ ସୁଦ୍ଧା ଦାଖଲ କରିବାକୁ ହେବ। ଅଗଷ୍ଟ ୨ରେ ପରୀକ୍ଷାର୍ଥୀମାନଙ୍କୁ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ପ୍ରଦାନ କରାଯିବ। ଅଗଷ୍ଟ ୯ ତାରିଖ ସକାଳ ୯ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ଣ ୨ଟାରୁ ସାଢ଼େ ୪ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। କୌଣସି ପରିସ୍ଥିତିରେ ମଧ୍ୟ ଆବେଦନର ଅନ୍ତିମ ତାରିଖ ଘୁଞ୍ଚାଯିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଆବେଦନକାରୀମାନେ ଅନ୍‌ଲାଇନ୍‌ ଫର୍ମ ପୂରଣ ବେଳେ ସଚେତନ ହୋଇ ଫର୍ମ ପୂରଣ କରିବେ। ଅନ୍ୟଥା ପରବର୍ତ୍ତୀ ସମୟରେ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଓଟିଇଟି ପରୀକ୍ଷା ପୂର୍ବରୁ ପରିଚାଳନା ବିଭ୍ରାଟ! ପେପର-୧ ପରୀକ୍ଷା କେନ୍ଦ୍ର କେନ୍ଦ୍ରାପଡ଼ା ଓ ପେପର-୨ ପରୀକ୍ଷା କେନ୍ଦ୍ର ଅନୁଗୁଳରେ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଅନୁଷ୍ଠିତ ହେବ। ହେଲେ ପରୀକ୍ଷା ପୂର୍ବରୁ ଦେଖାଦେଇଛି ପରିଚାଳନା ବିଭ୍ରାଟ। ଓଟିଇଟିର ପେପର-୧ (ପ୍ରଥମ ପତ୍ର) ପରୀକ୍ଷା ଏବଂ ପେପର-୨(ଦ୍ୱିତୀୟ ପତ୍ର) ପରୀକ୍ଷା ଗୋଟିଏ ଦିନରେ ହେଉଥିବାବେଳେ ପରୀକ୍ଷାର୍ଥୀଙ୍କର ଭିନ୍ନଭିନ୍ନ ପରୀକ୍ଷା କେନ୍ଦ୍ର ରହିଛି। କିଛି ପରୀକ୍ଷାର୍ଥୀଙ୍କର କେନ୍ଦ୍ରାପଡ଼ାରେ ପେପର-୧ ପରୀକ୍ଷା କେନ୍ଦ୍ର ଓ ପେପର-୨ ପରୀକ୍ଷା କେନ୍ଦ୍ର ଅନୁଗୁଳରେ ହୋଇଛି। ପ୍ରଥମ ପତ୍ର ପରୀକ୍ଷା ଶେଷ ହେବାର ୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ଆରମ୍ଭ ହେବ। ଏଭଳି ସ୍ଥିତିରେ ଜଣେ ପରୀକ୍ଷାର୍ଥୀ ପ୍ରଥମ ପେପର ପରୀକ୍ଷା ଦେବା ପରେ କିଭଳି ନିର୍ଦ୍ଧାରିତ ସମୟରେ ଦୂର ବାଟକୁ ଯାଇ ଦ୍ୱିତୀୟ ପେପରରେ ପରୀକ୍ଷା ଦେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପରୀକ୍ଷାର୍ଥୀ ଦ୍ୱିତୀୟ ପତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି।

ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ସମସ୍ୟା ଜଣାଇବା ନିମନ୍ତେ ହେଲ୍ପଲାଇନ୍‌‌ ନମ୍ବର ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଜାରି କରାଯାଇଛି। କିନ୍ତୁ ଏହି ନମ୍ବରକୁ ଯୋଗାଯୋଗ କଲେ ମଧ୍ୟ କେହି ଫୋନ୍‌‌ ଉଠାଉ ନ ଥିବା ପରୀକ୍ଷାର୍ଥୀଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ବୋର୍ଡ ଦ୍ୱାରା କୌଣସି ତ୍ରୁଟି ହୋଇନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପତ୍ରରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ଫର୍ମପୂରଣ କରିବା ସମୟରେ ଗୋଟିଏ ପଞ୍ଜୀକରଣ ନମ୍ବରକୁ ଉଭୟ ପତ୍ର ପରୀକ୍ଷା ପାଇଁ ଦାଖଲ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ବହୁ ପରୀକ୍ଷାର୍ଥୀ ପ୍ରଥମ ପତ୍ରର ପଞ୍ଜୀକରଣ ନମ୍ବର ଦେଇଥିବାବେଳେ ସେହି ପଞ୍ଜୀକରଣ ନମ୍ବରକୁ ଦ୍ୱିତୀୟ ପତ୍ର ପରୀକ୍ଷାର ଫର୍ମପୂରଣବେଳେ ଦେଇନାହାନ୍ତି। ଯେଉଁଥିପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ସେମାନଙ୍କର ରହିଛି। ଯେଉଁମାନେ ସଠିକ୍‌‌ ଭାବେ ନିୟମାବଳୀ ଅନୁସାରେ ଫର୍ମପୂରଣ କରିଛନ୍ତି, ସେମାନଙ୍କର ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଏହି ଅସୁବିଧା ପରୀକ୍ଷାର୍ଥୀଙ୍କ ଦ୍ୱାରା ହୋଇଥିବାବେଳେ କିପରି ଦୂର କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧ ତାରିଖରେ ଓଟିଇଟି (ଦ୍ୱିତୀୟ) ପରୀକ୍ଷା ବୋର୍ଡ ଦ୍ୱାରା କରାଯିବ। ପୂର୍ବାହ୍ଣ ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ଚାଲିବ। ଏଥିନିମନ୍ତେ ଗତ ୨୩ ତାରିଖଠାରୁ ଅନ୍‌‌ଲାଇନ୍‌‌ରେ ଆଡ୍‌‌ମିଟ୍‌‌ କାର୍ଡ ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଡ୍‌‌ମିଟ୍‌‌ କାର୍ଡ ପାଇବା ପରେ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ଦିନରେ ପରୀକ୍ଷା ଥିବାବେଳେ ବହୁ ଦୂରତ୍ୱ ବ୍ୟବଧାନରେ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ପଡ଼ିଥିବାରୁ ପରୀକ୍ଷାର୍ଥୀମାନେ ଏହାର ପ୍ରତିବାଦ କରିଛନ୍ତି। ଏନେଇ କିଛି ପରୀକ୍ଷାର୍ଥୀ ମୁଖ୍ୟମନ୍ତ୍ରୀ, ‘୫-ଟି’ ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟ୍‌‌ କରି ଅଭିଯୋଗ କରିଛନ୍ତି। ଏପରିକି ଶନିବାର ବହୁ ପରୀକ୍ଷାର୍ଥୀ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆସି କର୍ତ୍ତୃପକ୍ଷଙ୍କୁ ଭେଟିଥିବା ସୂଚନା ମିଳିଛି।

OTET-୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ ଆସନ୍ତା ୧୦ ତାରିଖ ସକାଳ ୧୦ ଟାରୁ ୧୯ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ। www.bseodisha.ac.in ୱେବସାଇଟରେ ଏଥିପାଇଁ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

ପ୍ରଶ୍ନପତ୍ର ଲିକ୍ ଘଟଣା; ମାଲକାନଗିରି ଜିଲ୍ଲାର ୩ଟି କେନ୍ଦ୍ରରେ ବାତିଲ ହେଲା ଓଟିଇଟି ପରୀକ୍ଷା, ନୂଆ ପରୀକ୍ଷା ତାରିଖ ହେବ ଘୋଷଣା
ମାଲକାନଗିରି: ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ଏହି ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଏହି ପରୀକ୍ଷା ଦେବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଏହାର ପୁନଃ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିନିମନ୍ତେ ଗତ ୨୯ ତାରିଖରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁନର୍ବାର ପରୀକ୍ଷା ଦେବା ସହ ଉକ୍ତ ଦିନ ଯେଉଁମାନେ ପରୀକ୍ଷା ନ ଦେଇ ଅନୁପସ୍ଥିତ ଥିଲେ, ସେମାନେ ପରୀକ୍ଷା ଦେଇପାରିବେ ନାହିଁ। କପି କରୁଥିବା ୯ ଜଣ ଶିକ୍ଷକଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ, ତାହା ଅତିଶୀଘ୍ର ଜଣାଇ ଦିଆଯିବ ଏବଂ ପରୀକ୍ଷା ତାରିଖ ଘୋଷଣାର ଏକ ସପ୍ତାହ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ୱେବସାଇଟରୁ ନିଜ ନିଜର ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ତରଫରୁ ନୋଟିସ ଜାରି କରାଯାଇଛି।

ପ୍ରକାଶଥାଉ କି, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଓଟିଇଟି ପରୀକ୍ଷା ନିମନ୍ତେ ଗତ ୨୭ ତାରିଖ ଦିନ ପ୍ରଶ୍ନପତ୍ର ଆସିଥିଲା ବେଳେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତ୍ତର ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା। ତେବେ ଏହି ପ୍ରଶ୍ନପତ୍ର ପାଇବା ପାଇଁ କେତେକ ଅସାଧୁ ପରୀକ୍ଷାର୍ଥୀ ୫ ହଜାର ଟଙ୍କା ଦେଇ ପ୍ରଶ୍ନପତ୍ର ହାତେଇଥିବା ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହ ଏହି ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର, ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଥିଲା।