Suryakiran Air Show - The Sakala

ଭୁବନେଶ୍ୱର ପରେ ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ, ଫୁଲ ଡ୍ରେସ ରିହର୍ସଲ ଦେଖିଲେ ଶହସ୍ରାଧିକ ଲୋକେ
ପୁରୀ: ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀ ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ  । ଆସନ୍ତାକାଲି ପୁରୀରେ ଶୋ’ ହେବାକୁ ଥିବାବେଳେ ଆଜି ଫୁଲ ଡ୍ରେସ ରିହର୍ସାଲ କରିଛି ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ପାଗ ଖରାପ ହେବାର ସମ୍ଭାବନା ରହିଥିବାରୁ ଆଜି ଶୋ’ରେ ଯୋଗଦେବାକୁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ରାଜଭବନ ପାର୍ଶ୍ବ ବ୍ଲୁ ଫ୍ଲାଗ ବିଚରେ ଶେଷ ହୋଇଛି ଚିତ୍ତାକର୍ଷକ ଏୟାର ଶୋ’ ।

ପ୍ରଥମ ଥର ପାଇଁ ପୁରୀରେ ସୂର୍ଯ୍ୟକିରଣ ଶୋ ଆୟୋଜିତ ହେଉଛି । ପୂର୍ବରୁ ଗ୍ରାଉଣ୍ଡ ଚେକିଂ କରାଯିବା ପରେ ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା । କାଲି ପାଗ ଖରାପ ରହିବା ଆଶଙ୍କା ଥିବାରୁ ସୂର୍ଯ୍ୟକିରଣ ଶୋ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଆଜି ରିହର୍ସାଲରେ ହଜାର ହଜାର ଲୋକେ ଏୟାର ଶୋ’ କୁ ଦେଖିଥିଲେ  ।

ଗତକାଲି ଭୁବନେଶ୍ୱରରେ ଦିନ ୧୦ଟାରୁ ୧୧ ଟା ମଧ୍ୟରେ ସୂର୍ଯ୍ୟକିରଣ ଏୟାର ସୋ ଦେଖାଇଥିଲା ଭାରତୀୟ ବାୟୁସେନା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଶୋ’ ଦେଖିବାକୁ ବଳ ଭିଡ ଜମିଥିଲା । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିଥିଲା ।

ରାଜଧାନୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର; କୂଆଖାଇ ପଠାରେ ସୂର୍ଯ୍ୟକିରଣ ସୋ ଦେଖି ତାଜୁବ ଓଡ଼ିଶାବାସୀ
ଭୁବନେଶ୍ୱର: ଆକାଶରେ ଗର୍ଜିଲା ବାୟୁସେନାର ୯ ଲଢୁଆ ହକ୍ ବିମାନ । ରାଜଧାନୀବାସୀ ଦେଖିଲେ ବାୟୁବୀରଙ୍କ ଦମ୍ । ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌। ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ଲଢୁଆ ବିମାନ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ ।

ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଟିମ୍‌ର ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।

ପୂର୍ବରୁ ଏହି ଶୋ’ ଟିଭି ମାଧ୍ୟମରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ନିଜ ଅଞ୍ଚଳରେ ଏଭଳି ଶୋ’ ଦେଖିବାର ସୁଯୋଗ ପାଇଥିବାରୁ ରାଜଧାନୀ ତଥା ରାଜଧାନୀ ଉପକଣ୍ଠବାସୀ ଅଭିଭୂତ ହୋଇଯାଇଛନ୍ତି । ଏହି ଏୟାର ଶୋ’ କାର୍ଯ୍ୟକ୍ରମ ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା । କୁଆଖାଇ ନଦୀ ପଠାର ଦୁଇ ପାର୍ଶରେ କାର ପାର୍କିଙ୍ଗ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଥିଲା ।

ଆଜି ରାଜଧାନୀରେ ହେବ ‘ସୂର୍ଯ୍ୟକିରଣ ଏୟାର ଶୋ’; ଦୁଃସାହସିକ ଜଲୱା ଦେଖାଇବ ଭାରତୀୟ ବାୟୂସେନା
ନନ୍ଦନକାନନ/ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହେବ କଳାକୌଶଳ । ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ରହିବେ । ଏକା ସାଥିରେ ଉଡ଼ିବ ୯ଟି ବିମାନ ।

‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ହେବାକୁ ଥିବା ବାୟୂସେନାର ‘ସୂର୍ଯ୍ୟକିରଣ ଏୟାର ଶୋ’ ପାଇଁ ଗତକାଲି ଫୁଲ୍‍ ଡ୍ରେସ୍‍ ରିହର୍ସାଲ ଶେଷ ହୋଇଥିଲା । ଏଥିପାଇଁ ଗୁରୁବାର କୂଆଖାଇ ନଦୀପଠା ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଭାରତୀୟ ବାୟୂସେନା ପକ୍ଷରୁ ଫୁଲ୍‍ ଡ୍ରେସ୍‍ ରିହର୍ସାଲ କରାଯାଇଥିଲା। ଏହି ରିହର୍ସାଲ ଦେଖିବାକୁ ସକାଳ ୧୦ଟାରୁ ପ୍ରବଳ ଜନଗହଳି ହୋଇଥିଲା। ଏଥିରେ ଭାରତୀୟ ବାୟୂସେନାର ୯ଟି ହକ୍‍ ବିମାନ ଆକାଶମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଥିଲେ। ଆଜି ସକାଳ ୧୦ଟା ୧୬ ମିନିଟ୍‍ରେ ଏହି ଶୋ’ ଅନୁଷ୍ଠିତ ହେବ। ଆଜି ହେବାକୁ ଥିବା ଏୟାର ଶୋ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ।

ପୂର୍ବରୁ ଏହି ଶୋ’ ଟିଭି ମାଧ୍ୟମରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ନିଜ ଅଞ୍ଚଳରେ ଏଭଳି ଶୋ’ ଦେଖିବାର ସୁଯୋଗ ପାଇଥିବାରୁ ରାଜଧାନୀ ତଥା ରାଜଧାନୀ ଉପକଣ୍ଠବାସୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିବାକୁ ମଳିଛି। ଏହି ଏୟାର ଶୋ’ କାର୍ଯ୍ୟକ୍ରମ ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ କମିସନରେଟ୍‍ ପୁଲିସ ପକ୍ଷରୁ ୨୦ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯିବ। ୧୦୦ ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଟ୍ରାଫିକ୍‍ ସମସ୍ୟା ନ ଉପୁଜିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଯେଉଁମାନେ ଏହି କାର୍ଯ୍ୟକ୍ରମସ୍ଥଳକୁ ଯିବେ ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି।

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ବିମାନ ଶୋ’ ହେବା ସ୍ଥାନରେ ସାଧାରଣ ଲୋକଙ୍କ ସମେତ ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାସହ ସମସ୍ତ ଟ୍ରାଫିକ୍‍ ଛକରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ରୁଟ୍‍ ସମ୍ପର୍କରେ ସୂଚନା ଦେବେ। ଲୋକମାନେ ଯେଭଳି ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ଏବଂ କେଉଁ କେଉଁ ସ୍ଥାନରେ ରୋଡ୍‍ ଡାଇଭର୍ସନ୍‍ କରାଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ। ଏହାସହ ସାଧାରଣ ଲୋକମାନେ କିଭଳି ଭିଡ଼ରେ ନ ଫସିବେ ଏବଂ ରାସ୍ତା ଉପରେ ପାର୍କିଂ ନ କରିବାକୁ ପୁଲିସ କର୍ମଚାରୀମାନେ ବାଇକ୍‍ ଯୋଗେ ବୁଲି ତଦାରଖ କରିବେ। ଏହାସହିତ ଦର୍ଶକମାନେ ନଦୀରେ ପଡ଼ି କାହାର କ୍ଷତି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଓଡ୍ରାଫ୍‍ ଟିମ୍‍ ନିୟୋଜିତ କରାଯିବା ସହିତ ସ୍ପେସିଆଲ ଟେକ୍‍ନିକାଲ ୟୁନିଟ୍‍ର ଏକ ଟିମ୍‍ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୪୫ ସେକ୍ସନ୍‍ ଫୋର୍ସ, ୩ ଜଣ ଆଡିସ୍‍ନାଲ ଡିସିପି, ୯ ଜଣ ଡିସିପି, ୨୧ ଜଣ ଇନ୍ସପେକ୍ଟର, ସୁବେଦାର, ୫୦ ପାଖାପାଖି ସବ୍‍ଇନ୍ସପେକ୍ଟର, ଏଏସ୍‍ଆଇ, ୧୦୦ ହୋମ୍‍ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏହି ଶୋ’କୁ ପ୍ରାୟ ୫୦ ହଜାର ଲୋକ ଦେଖିବାର ବ୍ୟବସ୍ଥା କରାଯାଇଥିବାବେଳେ ୧୨ ଶହ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା କରାଯାଇଛି।