SCO conference - The Sakala

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ସମରକାଣ୍ଡରେ ପହଞ୍ଚି ଏସସିଓ ସମ୍ମିଳନୀରେ ଯୋଗଦେବେ। ଏଥି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟାରେ ଉଜବେକିସ୍ତାନ ଅଭିମୁଖ୍ୟ ଯାତ୍ରା କରିଛନ୍ତି। ଆଜି ସେଠାରେ ପହଞ୍ଚିବା ପରେ ମୋଦୀ ଉଜବେକିସ୍ତାନର ସମରକନ୍ଦରେ ଏସ୍‌ସିଓର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ ଯୋଗଦେବେ।

ଆଜି ଓ ଆସନ୍ତାକାଲି ସମରକନ୍ଦରେ ଏସ୍‌ସିଓ ଶିଖର ବୈଠକ ଅନୁଷ୍ଠିତ ହେବ। କରୋନା ମହାମାରୀ ପରେ ଏସ୍‌ସିଓର ପ୍ରଥମ ପ୍ରତ୍ୟକ୍ଷ ଶିଖର ସମ୍ମିଳନୀ ସମରକନ୍ଦରେ ଅନୁଷ୍ଠିତ ହେଉଛି।ଶେଷଥର ପାଇଁ ୨୦୧୯ ଜୁନ୍‌ରେ କିରଗିଜ୍‌ସ୍ତାନ୍‌ର ବିସ୍‌ଖେକ୍‌ରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।  ତେବେ ଉଜବେକିସ୍ତାନ ସମରକନ୍ଦ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମୋଦୀ ତାଙ୍କ ଗସ୍ତ ସମୟରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ କୌଣସି  ବୈଠକ କରିବେ ନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ନିଶ୍ଚିତ ବୈଠକ କରିବେ ବୋଲି ଜଣାପଡିଛି।

ରୁଷ ରାଷ୍ଟ୍ରପତି ପୁଟିନ ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶୁକ୍ରବାର ହେବ ବୋଲି ମସ୍କୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସିଆ ପ୍ୟାସିଫିକ ରିଜନରେ ରଣନୀତିକ ସ୍ଥିରତା, ଜାତିସଂଘ, ଜି୨୦ ଓ ଏସସିଓ ଭଳି ବଡ଼ବଡ଼ ମଲ୍ଟିଲାଟେରାଲ ଫର୍ମାଟରେ ପରସ୍ପର ସହଯୋଗ ଉପରେ ଉଭୟ ଦେଶର ନେତା ଆଲୋଚନା କରିବେ। ରୁଷ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏସ୍‌ସିଓ ବୈଠକ ବେଳେ ଉଜବେକିସ୍ତାନ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ୨୦୦୧ ଜୁନ୍‌ ମାସରେ ଗଠନ ହୋଇଥିବା ଏସ୍‌ସିଓରେ ଚାଇନା, ଭାରତ, କାଜାଖସ୍ତାନ୍‌, କିର୍‌ଗିଜ୍‌ସ୍ତାନ୍‌, ରୁଷ୍, ପାକିସ୍ତାନ, ତାଜିକିସ୍ତାନ ଓ ଉଜ୍‌ବେକ୍‌ସ୍ତାନ ଭଳି ୮ଟି ଦେଶ ରହିଛନ୍ତି। ଏହାବାଦ ଆଫଗାନିସ୍ତାନ, ବେଲାରୁଷ୍‌, ଇରାନ୍‌ ଓ ମଙ୍ଗୋଲିଆ ‘ଅବ୍‌ଜରର୍ଭର୍‌ ଷ୍ଟେଟ୍’ ଭାବେ ଏସସିଓରେ ରହିଛନ୍ତି। ଆର୍ମେନିଆ, ଆଜେର୍‌ବୈଜାନ୍‌, କାମ୍ବୋଡିଆ, ନେପାଳ, ଶ୍ରୀଲଙ୍କା ଓ ତୁର୍କୀ ହେଉଛନ୍ତି ‘ଡାଇଲଗ୍‌ ପାର୍ଟନର୍‌’।

ଉଜବେକିସ୍ତାନ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଉଜବେକିସ୍ତାନ ରାଷ୍ଟ୍ରପତି ମହାମହିମ ଶ୍ରୀ ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ମୁଁ ସମରକନ୍ଦ ଗସ୍ତ କରିବି । ଏସସିଓ ଶିଖର ସମ୍ମିଳନୀରେ ସାମୟିକ, କ୍ଷେତ୍ରୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ, ଏସସିଓ ସମ୍ପ୍ରସାରଣ ଓ ସଂଗଠନ ମଧ୍ୟରେ ବହୁମୁଖୀ ଓ ପାରସ୍ପରିକ ଲାଭଜନକ ସହଯୋଗ ଆହୁରି ଗଭୀର କରିବା ପାଇଁ ବିଚାର ଆଦାନ ପ୍ରଦାନ ପାଇଁ ଆଶାବାଦୀ । ଉଜବେକ ଅଧ୍ୟକ୍ଷତାରେ ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ଓ ପର୍ୟ୍ୟଟନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସମ୍ପର୍କରେ ବହୁ ନିଷ୍ପତ୍ତି ନିଆ ଯାଇପାରେ ।

ସମରକନ୍ଦ ଠାରେ ରାଷ୍ଟ୍ରପତି ମୀର୍ଜିୟୋୟେଭଙ୍କୁ ସାକ୍ଷାତ କରିବାକୁ ଆଗ୍ରହର ସହ ଅପେକ୍ଷା କରିଛି । ୨୦୧୮ରେ ତାଙ୍କ ଭାରତ ଗସ୍ତ ସ୍ମରଣୀୟ ଥିଲା । ସେ ୨୦୧୯ରେ ଭାଇବ୍ରାଣ୍ଚ ଗୁଜୁରାଟ ସମିଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ଏହି ସମ୍ମିଳନୀରେ ଭାଗ ନେଉଥିବା ଆଉ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବି ।