Roger Federer - The Sakala

ଟେନିସ୍‌କୁ ଅଲବିଦା କହିଲେ ଫେଡେରର, କ୍ରିକେଟରୁ ଅବସର ନେଲେ ଝୁଲନ, କାନ୍ଦିକାନ୍ଦି ବିଦାୟ ଦେଲେ ସାଥି ଖେଳାଳି
ନୂଆଦିଲ୍ଲୀ : ଗତକାଲି ଏବଂ ଆଜି କ୍ରୀଡ଼ା ଜଗତରେ ଦୁଇଟି ଦୃଶ୍ୟ ବେଶ ଭାଇରାଲ ହେଉଛି। ଯେତେବେଳେ ଜଣେ ସାଥି ଖେଳାଳି ଅବସର ନିଅନ୍ତି ସେତେବେଳେ ତାଙ୍କ ସାଥି ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦୀମାନେ ମଧ୍ୟ କିପରି ଭାବୁକ ହୋଇଯାଆନ୍ତି ତାହା ଦେଖିବାକୁ ମିଳିଛି। ଯାହା କ୍ରୀଡାର ସୌନ୍ଦର୍ଯ୍ୟତାକୁ ପ୍ରକାଶ କରୁଛି। ଖେଳରେ ନିଜ ନିଜ ଭିତରେ ବିଜୟ ପାଇଁ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ଜଣେ ଅବସର ନେଲା ବେଳେ ଅନ୍ୟ ଜଣେ କିପରି ଭାବବ୍ୱିହଳ ହୋଇ କାନ୍ଦିପକାଇଛନ୍ତି ତାହା ଦେଖିବାକୁ ମିଳିଛି।

ଟେନିସ କୋର୍ଟରୁ ଅବସର ନେଲେ ଫେଡେରର

କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ବନ୍ଦ୍ବୀ ଭାବେ ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କ ସହ ଖେଳିଆସିଥିବା ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ ଶେଷରେ ଗତକାଲି  ଟେନିସ କୋର୍ଟରୁ ବିଦାୟ ନେଇଛନ୍ତି । ଶୁକ୍ରବାର ଦିନ ଲାଭେର କପରେ ସେ ତାଙ୍କ ସାଥୀ ରାଫେଲ ନାଦାଲଙ୍କ ସହ ଏକ ଡବଲ୍ସ ମ୍ୟାଚରେ ପରାସ୍ତ ହୋଇଥିଲେ ଏବଂ ଏହା ସହିତ ତାଙ୍କର ଚମତ୍କାର କ୍ୟାରିୟର ମଧ୍ୟ ସମାପ୍ତ ହୋଇଯାଇଛି । ଏହି ଶେଷ ମ୍ୟାଚ୍ ପରେ ରୋଜର ଫେଡେରର କାନ୍ଦି ପକାଇଥିଲେଫେଡେରରଙ୍କ ସହ ତାଙ୍କ ସାଥି ଖେଳାଳି ରାଫେଲ ନାଦାଲ ମଧ୍ୟ କାନ୍ଦିପକାଇଥିଲେ । ରୋଜର ଫେଡେରର ହେଉଛନ୍ତି ତୃତୀୟ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିଥିବା ଟେନିସ ଖେଳାଳି । ଗତ ସପ୍ତାହରେ ସେ ଟେନିସରୁ ଅବସର ଘୋଷଣା କରିଥିଲେ। ସେ ଲାଭେର କପରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବାକୁ ଘୋଷଣା କରିଥିଲେ। ସେ ଲାଭେର କପରେ ୟୁରୋପ ଟିମ ପକ୍ଷରୁ ଖେଳିଥିବାବେଳେ ତାଙ୍କ ସାଥୀ ଥିଲେ ସ୍ପେନର ରାଫେଲ ନାଡାଲ। ଏହି ଯୋଡି ପ୍ରଥମ ସେଟରେ ଫ୍ରାନ୍ସିସ୍ ଟିଫୋ-ଜ୍ୟାକ୍ ସାକଙ୍କୁ ପରାସ୍ତ କରିଥିଲେ ।

ଅନେକ ମ୍ୟାଚ୍‌ରେ ଫେଡେରର ଓ ନାଡାଲଙ୍କ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିଥିଲେ। ଦୁଇ ଜଣ ପରସ୍ପରର ଚୀର ପ୍ରତିଦ୍ୱନ୍ଦ୍ୱୀ। ତଥାପି ଫେଡରରଙ୍କ ପାଇଁ ଥିବା ନାଡାଲଙ୍କ ସମ୍ମାନ ପୂରା ବିଶ୍ୱ ଦେଖିଛି। ଲାଭେର କପ୍‌ରେ ନିଜର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍‌ ଖେଳୁଥିବା ଫେଡେରରଙ୍କ ପତ୍ନୀ ମିରକା, ୪ ପିଲା ଓ ବାପା ମା’ ମଧ୍ୟ ଉପସ୍ଥିତ ରହିଥିଲେ। ୨୦ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କୁ ବିଦାୟ ଜଣାଇବା ବେଳେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା। ସେହିପରି ସାଥୀ ଖେଳାଳିମାନେ ମ୍ୟାଚ୍ ପରେ ଫେଡେରରଙ୍କୁ କାନ୍ଦରେ ଉଠାଇଥିଲେ।

It was a magical evening yesterday. Thank you again to all the players and fans who were here to share this moment with me. It means the world ❤️😊🙏🏼 pic.twitter.com/IKFb6jEeXJ

— Roger Federer (@rogerfederer) September 24, 2022

ଗତକାଲି ମ୍ୟାଚ୍ ସରିବା ପରେ ୪୧ ବର୍ଷୀୟ ଫେଡେରର ବହୁତ ଭାବ ବିହ୍ଵଳ ହୋଇ ପଡିଥିଲେ। ଦର୍ଶକଙ୍କୁ ଅଭିବାଦନ କରିବା ସମୟରେ ସେ କାନ୍ଦି ଉଠିଥିଲେ। ଏହି ସମୟରେ ପ୍ରାୟ ଦୁଇ ଦଶନ୍ଧି ଧରି ତାଙ୍କୁ ଟକ୍କର ଦେଇ ଆସିଥିବା ରାଫେଲ ନାଡାଲ ମଧ୍ୟ ନିଜ ଆଖିର ଲୁହକୁ ଅଟକାଇ ପାରିନଥିଲେ। ନାଦାଲ-ଫେଡେରରଙ୍କ ଭାବୁକ ଫଟୋ ସେୟାର କରି ବିରାଟ କୋହଲି ଏକ ସୁନ୍ଦର ପୋଷ୍ଟ କରିଛନ୍ତି। କୋହଲି ଟୁଇଟ୍ କରି ଲେଖିଛନ୍ତି, କେହି କଣ ଚିନ୍ତା କରିଥିଲେ କି ଦୁଇ ମହାନ ପ୍ରତିଦ୍ଵନ୍ଦ୍ଵୀ ପରସ୍ପର ପାଇଁ ଏମିତି ଦୁଃଖ ଅନୁଭବ କରିବେ। ଏହା ହିଁ ଖେଳର ସୁନ୍ଦରତା। ଏହା ମୋ ପାଇଁ କ୍ରୀଡା ଜଗତ ସହ ଜଡିତ ସବୁଠୁ ସୁନ୍ଦର ଛବି ଏବଂ ଦୃଶ୍ୟ। ଯେତେବେଳେ ଆପଣଙ୍କ ସାଥୀ ଆପଣଙ୍କ ପାଇଁ ଲୁହ ଗଡାଉଛି, ତେବେ ଏହା ଜଣାପଡେ ଯେ, ଈଶ୍ଵର ଆପଣଙ୍କୁ କେତେ ପ୍ରତିଭା ଏବଂ ଦକ୍ଷତା ଦେଇଛନ୍ତି, ଯାହାକୁ ଆପଣ ଆହୁରି ଉନ୍ନତ କରି ପାରିଛନ୍ତି। ଏହା ଦୁଇ ଖେଳାଳିଙ୍କ ପାଇଁ ସମ୍ମାନ ବ୍ୟତୀତ ଆଉ କିଛି ନୁହେଁ।

@rogerfederer @RafaelNadal

— Virat Kohli (@imVkohli) September 24, 2022

ଫେଡେରର ୨୦ଥର ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଛନ୍ତି। ସେ ୬ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ୍ସ, ଗୋଟିଏ ଥର ଫ୍ରେଞ୍ଚ ଓପନ ଟ୍ରଫି, ୮ଥର ୱିମ୍ବେଲଡନ ଟ୍ରଫି ଓ କ୍ରମାଗତ ୫ଥର ଆମେରିକା ଓପନ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ନିଜର ଏଟିପି ଟୁର କ୍ୟାରିୟରରେ ସେ ୧୨୫୧ ଥର ଜିତିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ତାଙ୍କ ଉପରେ ୧୨୭୪ ଏଟିପି ବିଜୟ ସହ ଜିମ୍ମି କୋନର୍ସ ରହିଛନ୍ତି। ଫେଡେରର ୧୦୩ ଟୁର ଲେଭଲ ଟ୍ରଫି ଅର୍ଥାତ ଏଟିପି ଟାଇଟଲ ଜିତିଛନ୍ତି। ୧୯୯୮ରେ ନିଜର ପ୍ରଥମ ଏଟିପି ଟୁର ମ୍ୟାଚ୍‌ ଖେଳିଥିବା ଫେଡେରର ୩୧୦ ସପ୍ତାହ ଧରି ବିଶ୍ୱର ୧ନଂ ଟେନିସ ଖେଳାଳି ହୋଇ ରହିଥିଲେ। ଏହା ମଧ୍ୟରେ ରେକର୍ଡ କ୍ରମାଗତ ୨୩୭ ସପ୍ତାହ ରହିଛି। ମାତ୍ର ୨୧ ବର୍ଷ ବୟସରେ ଫେଡରର ୨୦୦୩ ୱିମ୍ବେଲଡନରେ ନିଜର ପ୍ରଥମ ବଡ଼ ଟ୍ରଫି ଜିତିଥିଲେ। ୨୦୦୩ରୁ ୨୦୦୯ ମଧ୍ୟରେ ସେ ୨୮ଟି ଟୁର୍ଣ୍ଣାମେଣ୍ଟରୁ ୨୧ଟିରେ ଫାଇନାଲ ମ୍ୟାଚ୍ ଖେଳିଥିଲେ।

ଝୁଲନ ଗୋସ୍ୱାମୀଙ୍କ ଅବସର

ଆଜି ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି । ଏହି ମ୍ୟାଚ ଭାରତୀୟ ମହିଳା ବୋଲର ଝୁଲନ ଗୋସ୍ୱାମୀଙ୍କ ପାଇଁ ଖାସ ରହିଛି । କାରଣ ସେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । ଆଜି ଟିମ ଇଣ୍ଡିଆ ଚାହିଁବ ବିଜୟୀ ହୋଇ ଝୁଲନଙ୍କୁ ତାଙ୍କ ଶେଷ ମ୍ୟାଚରେ ଉପହାର ଦେବାକୁ । ଏହି ସିରିଜରେ ଭାରତ ୨-ରେ ଆଗୁଆ ରହିଛି ।

Smiles, tears & hugs! 😊 🥹 🤗

An emotional huddle talk as @JhulanG10 set to play her final international game!

Go well, legend! 👏 👏

Follow the match ▶️ https://t.co/RwUqefET7e #TeamIndia | #ENGvIND pic.twitter.com/DzDdYzseh4

— BCCI Women (@BCCIWomen) September 24, 2022

ମ୍ୟାଚ ଆରମ୍ଭ ହେବା ପୂର୍ବ ଟିମ ତରଫରୁ ଝୁଲଙ୍କୁ ସ୍ମୃତି ଚିହ୍ମ ଉପହାର ଦିଆଯାଇଥିଲା । ଏହି ସମୟ ଝୁଲନ ଆଉ ପୂରା ଟିମ ପାଇଁ ଖାସ ଥିଲା । କ୍ୟାପଟେନ ହରମନପ୍ରିତ ସିଂ ଝୁଲନଙ୍କୁ ଧରି ଭାବୁକ ହୋଇଯାଇଥିଲେ । ଆଉ କାନ୍ଦି ପକାଇଥିଲେ ମଧ୍ୟ, ଯାହାର ଭିଡିଓ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି ।

For over 20 years Jhulan Goswami has run in, hit a length and blazed a trail.

She has bowled nearly 10,000 balls in ODI cricket, and she may just have inspired as many young girls to try cricket.

Thanks @JhulanG10, you’re an inspiration. pic.twitter.com/EMeCtAA5Wa

— England Cricket (@englandcricket) September 24, 2022

ଅନ୍ୟପଟେ ଇଂଲଣ୍ଡ ଦଳ ମଧ୍ୟ ଝୁଲନଙ୍କୁ ସମ୍ମାନ ଜଣାଇବା ସହ ଆଜି ସେ ବ୍ୟାଟିଂ କରିବାକୁ ଆସିବା ସମୟରେ ସମସ୍ତ ଖେଳାଳି ତାଙ୍କୁ କରତାଳି ମାରି ସ୍ବାଗତ କରିବା ସହ ଅଭିବାଦନ ଜଣାଇଥିଲେ। ୧୯ ବର୍ଷ ବୟସରେ ୨୦୦୨ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ଝୁଲନ । ସେ ଭାରତ ପାଇଁ ୧୨ ଟେଷ୍ଟ, ୨୦୪ ଦିନିକିଆ, ୬୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାସହ ସେ ଟେଷ୍ଟରେ ୪୪, ଦିନିକିଆରେ ୨୫୪ ଓ ଟି-୨୦ରେ ୫୬ଟି ୱିକେଟ ନେଇଛନ୍ତି । ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଥିବା ସେ ପ୍ରଥମ ମହିଳା ଖେଳାଳି ।

ଟେନିସ୍‌ ଜଗତକୁ ବଡ଼ ଝଟକା, ହଠାତ ଅବସର ଘୋଷଣା କଲେ ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ରୋଜର ଫେଡେରର୍‌
ନୂଆଦିଲ୍ଲୀ : ବିଶ୍ବ ଟେନିସ୍‌ ଜଗତକୁ ଲାଗିଛି ବଡ଼ ଝଟକା। ବିଶ୍ବର ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ରୋଜର ଫେଡେରର୍‌ ଆଜି ହଠାତ ଅବସର ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ପରେ ସେ ଟେନିସ୍ ପାଇଁ ସବୁଦିନ ପାଇଁ ବିଦାୟ ନେବେ । ଗୁରୁବାର ଦିନ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହା ଘୋଷଣା କରିଛନ୍ତି। ଫେଡେରର୍‌ ହେଉଛନ୍ତି ବିଶ୍ୱର ତୃତୀୟ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜେତା । ସେ ତାଙ୍କ କ୍ୟାରିୟରରେ ମୋଟ ୨୦ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ଏଥିମଧ୍ୟରେ ୬ ଟି ଅଷ୍ଟ୍ରେଲିୟ ଓପନ୍, ଗୋଟିଏ ଫ୍ରେଞ୍ଚ ଓପନ୍, ଆଠଟି ୱିମ୍ବଲଡନ୍ ଏବଂ ପାଞ୍ଚଟି ୟୁଏସ୍ ଓପନ୍ ଟାଇଟଲ୍ ଅନ୍ତର୍ଭୁକ୍ତ ।

To my tennis family and beyond,

With Love,
Roger pic.twitter.com/1UISwK1NIN

— Roger Federer (@rogerfederer) September 15, 2022

ରୋଜର ଫେଡେରର୍‌ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ନୋଟ୍‌ରେ ଲେଖିଛନ୍ତି ‘ଟେନିସ୍‌ ମୋତେ ବର୍ଷ ବର୍ଷ ଧରି ଦେଇଥିବା ସମସ୍ତ ଉପହାର ମଧ୍ୟରେ ସବୁଠୁ ବଡ଼ ହେଉଛି ଏହି ରାସ୍ତାରେ ମୁଁ ସାକ୍ଷାତ କରିଥିବା ସମସ୍ତ ବ୍ୟକ୍ତି। ମୋର ବନ୍ଧୁ, ମୋର ପ୍ରତିଯୋଗୀ ଏବଂ ସମସ୍ତ ପ୍ରଶଂସକ ଯେଉଁମାନେ ଖେଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନେ ହିଁ ମୋ ଉପହାର। ଆଜି ମୁଁ ତୁମ ମାନଙ୍କ ସହିତ ଏହି ଖବର ସେୟାର କରୁଛି।’

ଏଥି ସହିତ ବିଶ୍ବର ତୃତୀୟ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜେତା ଓ ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ରୋଜର ଫେଡେରର୍‌ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ତାଙ୍କର ଶେଷ ଏଟିପି ଟୁର୍ନାମେଣ୍ଟ ହେବ । ୨୩  ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ଲାଭର କପ୍ ଖେଳାଯିବ ।  ଫେଡେରର ଗତ ତିନି ବର୍ଷ ଧରି ଟେନିସ୍ କୋର୍ଟରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରୁଛନ୍ତି। ଆଣ୍ଠୁ ଅସ୍ତ୍ରୋପଚାର ହେତୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇପାରି ନାହାଁନ୍ତି। ଫେଡେରର ମଧ୍ୟ ତାଙ୍କ ସଂଗ୍ରାମର କାହାଣୀକୁ ନୋଟରେ କହିଛନ୍ତି।

❤️ pic.twitter.com/YxtVWrlXIF

— Roger Federer (@rogerfederer) September 15, 2022

ସେ ଲେଖିଛନ୍ତି- ମୋର ବୟସ ୪୧ ବର୍ଷ । ୨୪ ବର୍ଷ ଧରି କ୍ୟାରିଅରରେ ମୁଁ ୧୫୦୦ ରୁ ଅଧିକ ମ୍ୟାଚ୍ ଖେଳିଛି । ପୂର୍ବାପେକ୍ଷା ଟେନିସ୍ ମୋତେ ଅଧିକ ଉଦାର ବ୍ୟବହାର କରିଛି ଏବଂ ବର୍ତ୍ତମାନ ମୋର ପ୍ରତିଯୋଗିତାମୂଳକ କ୍ୟାରିୟର ଶେଷ କରିବାର ସମୟ ଆସିଛି। ଆସନ୍ତା ସପ୍ତାହରେ ଲଣ୍ଡନରେ ଲାଭର କପ୍ ମୋର ଶେଷ ଏଟିପି ଇଭେଣ୍ଟ ହେବ ।