Singer Daler Mehndi - The Sakala

ମାନବ ଚାଲାଣ ମାମଲାରେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ମିଳିଲା ଜାମିନ
ଚଣ୍ଡିଗଡ: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ବଡ ଅଶ୍ଵସ୍ତି । ୨୦୦୩ ବେଆଇନ୍‌ ମାନବ ଚାଲାଣ ମାମଲାରେ ଜାମିନ ପାଇଛନ୍ତି ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ଜୁଲାଇ ୧୪ରେ ୨୦୦୩ରେ କରିଥିବା ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ପଞ୍ଜାବ ପୁଲିସ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଦଲେର ମେହେନ୍ଦି ଏବଂ ତାଙ୍କ ଭାଇ ଶମଶେର ସିଂହଙ୍କ ବିରୋଧରେ ମାନବ ଚାଲାଣର ଅଭିଯୋଗ ହୋଇଥିଲା। ଦଲେର ମେହେନ୍ଦି ଏବଂ ତାଙ୍କ ଭାଇ ଓ ଆଉ କିଛି ବ୍ୟକ୍ତି ମିଶି ନିଜ ଗ୍ରୁପର ସଦସ୍ୟ ଭାବେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା। ମୁଖ୍ୟ ଅଭିଯୋଗକାରୀ ବକ୍ସିସ ସିଂହ ଅଭିଯୋଗ କରିଥିଲେ ଯେ, ତାଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମାତ୍ର ଡିଲ୍ ୧୨ ଲକ୍ଷ ଟଙ୍କାରେ ଚୂଡାନ୍ତ ହୋଇଥିଲା ଏବଂ ଟଙ୍କା ମଧ୍ୟ ଦିଆଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ।

ମାମଲା ପଞ୍ଜିକରଣ ପରେ ଉଭୟ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହାର ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ସମୟରେ କଣ୍ଠଶିଳ୍ପୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ ।

ଏହି ନିଷ୍ପତ୍ତି ବିରୋଧରେ ଦଲେର ପଟିଆଲାର ଅତିରିକ୍ତ ସେସନ ଜଜଙ୍କ ସମ୍ମୁଖରେ ଆବେଦନ କରିଥିଲେ। ଚାରି ବର୍ଷର ଲମ୍ବା ଶୁଣାଣି ପରେ କୋର୍ଟ ୨୦୨୨  ଜୁଲାଇ ୧୪ରେ ଦଲେର ମେହେନ୍ଦିଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତର ସଜାକୁ କାଏମ ରଖିଥିଲେ। ଆବେଦନ ଖାରଜ ହେବା ପରେ ଦଲେର ମେହେନ୍ଦି ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଆଉ ଏବେ ହାଇକୋର୍ଟ ତାଙ୍କ ସଜାକୁ ବାତିଲ୍ କରିଛନ୍ତି।