Ukraine Returned - The Sakala

ହତାଶ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ, ଭାରତରେ ମିଳିବନି ଆଡମିଶନ : ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ଏବେ ଘୋର ଅନ୍ଧକାର ମୟ ହୋଇଯାଇଛି। କାରଣ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଯେ ଏ ନେଇ ଜାତୀୟ ମେଡିକାଲ କମିସନ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ଏହା ସମ୍ଭବ ନୁହେଁ । ଏହି ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖା ଅନୁମତି ଦେବା ଦ୍ବାରା ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ ।

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ସେମାନଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ପଢିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଥିଲେ। ସୁପ୍ରିମକୋର୍ଟରେ ଏନେଇ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ଫେରନ୍ତା ଛାତ୍ର-ଛାତ୍ରୀଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ଆଡମିଶନର ସୁଯୋଗ ଦିଆଯାଇ ପାରିବ ନାହିଁ। ଛାତ୍ରମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ଵ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରି ପାରିବେ ବୋଲି ସରକାର କହିଛନ୍ତି।

ସରକାର ଆହୁରି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଖରାପ ମାର୍କ କିମ୍ବା ଶସ୍ତା ଫି କାରଣରୁ ଛାତ୍ର-ଛାତ୍ରୀମାନେ ୟୁକ୍ରେନରେ ମେଡିକାଲ କଲେଜର ଚୟନ କରିଥିଲେ। ଯଦି ନିଟ୍ ପରୀକ୍ଷାରେ କମ ସ୍କୋର କରିଥିବା ଛାତ୍ର-ଛାତ୍ରୀଙ୍କୁ ଭାରତରେ ବିଶ୍ଵ ବିଦ୍ୟାଳୟଗୁଡିକରେ ସିଟ୍ ଦିଆଯାଏ ତେବେ ପୂର୍ବରୁ ପଢୁଥିବା ଛାତ୍ର-ଛାତ୍ରୀମାନେ ଆପତ୍ତି କରି ପାରନ୍ତି। କମ୍ ନିଟ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର- ଛାତ୍ରୀଙ୍କୁ ଭାରତୀୟ କଲେଜଗୁଡିକରେ ନାମ ଲେଖା ପାଇଁ ସୁଯୋଗ ଦେବା ଦେଶର ଡାକ୍ତରୀ ଶିକ୍ଷା ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ସରକାର କହିଛନ୍ତି।

କୋର୍ଟରେ ଦେଇଥିବା ନିଜର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, କମନ୍ ନିଟ୍ ପରୀକ୍ଷା ୨୦୧୮ରୁ ଆୟୋଜିତ କରାଯାଉଛି। ଏଥିରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ଛାତ୍ର-ଛାତ୍ରୀ ଭାରତୀୟ ମେଡିକାଲ୍ କଲେଜଗୁଡିକରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ହେଲେ ଅନେକ ଛାତ୍ର ଛାତ୍ରୀ ନିଟ୍ ପରୀକ୍ଷାରେ ଖରାପ ସ୍କୋର କିମ୍ବା ଶସ୍ତା ଫି କାରଣରୁ ୟୁକ୍ରେନର ବିଶ୍ଵ ବିଦ୍ୟାଳୟର ଚୟନ କରିଥିଲେ। ଏବେ ସେମାନଙ୍କୁ ଭାରତୀୟ ବିଶ୍ଵ ବିଦ୍ୟାଳୟରେ ସିଟ୍ ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଦ୍ବାରା ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଛନ୍ତି । ଗତ ଜୁଲାଇ ମାସରେ ସଂସଦରେ କେନ୍ଦ୍ର ସରକାର କହିଥିଲେ ଯେ ଭାରତୀୟ ମେଡିକାଲ କାଉନସିଲ ଆଇନ ଓ ଜାତୀୟ ମେଡିକାଲ କମିସନ ଆଇନ ଅନୁସାରେ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇପାରିବ ନାହିଁ ।