amla - The Sakala
୫୦ ବର୍ଷରେ ବି ୨୫ ପରି ଦିଶୁଛନ୍ତି ଚିତ୍ରାଙ୍ଗଦା, ସୁନ୍ଦରତା ପାଇଁ ସକାଳେ ପିଅନ୍ତି ଏହି ‘ମ୍ୟାଜିକ୍ ଜୁସ୍’
ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ନିଜର ଚମତ୍କାର ଅଭିନୟ ସହିତ ନିଜ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ବର୍ତ୍ତମାନ ତାଙ୍କ ବୟସ ପାଖାପାଖି ୫୦ ଛୁଇଁଥିଲେ ମଧ୍ୟ ତାଙ୍କ ତ୍ୱଚାରେ ବୟସର ଛାପ ଦେଖିବାକୁ ମିଳେ ନାହିଁ। ନିକଟରେ ଅଭିନେତ୍ରୀ ନିଜର ଏହି ‘ଏଜଲେସ୍ ବ୍ୟୁଟି’ ବା ଚିର ସବୁଜ ସୌନ୍ଦର୍ଯ୍ୟର ରହସ୍ୟ ଖୁଲାସା କରିଛନ୍ତି।
ସକାଳର ଆରମ୍ଭ କରନ୍ତି ଏହି ବିଶେଷ ପାନୀୟରୁ
ଚିତ୍ରାଙ୍ଗଦାଙ୍କ କହିବା ଅନୁଯାୟୀ, ସେ ଗତ ଅଢେଇ ବର୍ଷ ହେବ ଏକ ନିର୍ଦ୍ଦିଷ୍ଟ ରୁଟିନ୍ ଅନୁସରଣ କରୁଛନ୍ତି। ସେ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ବିଶେଷ ପ୍ରକାରର ଜୁସ୍ ପିଅନ୍ତି। ଏହି ଜୁସ୍‌ରେ ଅଧା କଲରା (Karela), ଗୋଟିଏ ବିଟ୍‌ରୁଟ୍ (Beetroot) ଏବଂ ୫ଟି ଅଁଳା (Amla) ବ୍ୟବହାର କରାଯାଇଥାଏ। ଏହି ତିନୋଟି ଜିନିଷର ମିଶ୍ରଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଶରୀରକୁ କରେ ଡିଟକ୍ସ
ଏହି ଜୁସ୍ କେବଳ ତ୍ୱଚା ପାଇଁ ନୁହେଁ, ବରଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ। ଚିତ୍ରାଙ୍ଗଦା କୁହନ୍ତି ଯେ ଏହି ପାନୀୟ ଶରୀରରୁ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ବାହାର କରିବାରେ ସାହାଯ୍ୟ କରେ। କଲରା ରକ୍ତକୁ ବିଶୋଧନ କରୁଥିବାବେଳେ ଅଁଳାରେ ଥିବା ଭିଟାମିନ୍ ସି ଏବଂ ବିଟ୍‌ରୁଟ୍‌ର ଆଇରନ୍ ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ। ଏହା ବ୍ୟତୀତ ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ।
ସତର୍କତା ଓ ପରାମର୍ଶ
ଅଭିନେତ୍ରୀ ଏହି ଜୁସ୍ ପିଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଯଦି ଆପଣ ପ୍ରଥମ ଥର ପାଇଁ ଏହାକୁ ଆରମ୍ଭ କରୁଛନ୍ତି, ତେବେ ଏହା ପିଇବାର ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ଯିବା ଭଲ। କାରଣ ଏହା ଶରୀରକୁ ସଫା କରୁଥିବାରୁ ଆପଣଙ୍କୁ ତୁରନ୍ତ ୱାଶରୁମ୍ ଯିବାକୁ ପଡିପାରେ। ତେବେ ନିୟମିତ ଅଭ୍ୟାସ ଦ୍ୱାରା ଶରୀର ଏହା ସହିତ ଖାପ ଖୁଆଇ ନିଏ ଏବଂ ଆପଣ ଏକ ସୁସ୍ଥ ତଥା କୁଞ୍ଚନମୁକ୍ତ ତ୍ୱଚା ପାଇପାରିବେ।
ଅଁଳା ଖାଇଲେ କେବଳ ପାଚନତନ୍ତ୍ର ମଜଭୁତ୍‌ ହୁଏ ନାହିଁ, ଆଣ୍ଠୁଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ। ଏପରିକି ସକାଳୁ ଖାଲି ପେଟରେ ଅଁଳା ଖାଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।
-ଅଁଳାରୁ ପ୍ରଚୁର ମାତ୍ରାରେ ଫାଇବର୍‌ ମିଳିଥାଏ, ଏହାକୁ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ବିଶେଷକରି କୋଷ୍ଠକାଠିନ୍ୟ ଏବଂ ଅମ୍ଳଦୋଷ ସମସ୍ୟା ରହେ ନାହିଁ।
-ଭିଟାମିନ୍‌-ସି’ରେ ଭରପୂର ଅଁଳାକୁ ଖାଲି ପେଟରେ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ।
-ଏହା ଶରୀରକୁ ଜୀବାଣୁ ସହିତ ଲଢ଼ିବାକୁ ଶକ୍ତି ପ୍ରଦାନ କରେ।
-ସେହିପରି କ୍ୟାଲସିୟମ ଓ ପଟାସିୟମ ଏଥିରେ ଥିବାରୁ ଆଣ୍ଠୁଗଣ୍ଠି ମଜଭୁତ୍ ହୋଇଥାଏ।
-ତ୍ବଚା ଏବଂ କେଶ ପାଇଁ ଏହା ଉପକାରୀ। ଖାଲି ପେଟରେ ଅଁଳା ଖାଇବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ତେବେ ଯେଉଁମାନଙ୍କର ଖାଲିପେଟରେ ଅଁଳା ଖାଇଲେ କିଛି ଶାରୀରିକ ସମସ୍ୟା ଉପୁଜେ ସେମାନେ ଡାକ୍ତରଙ୍କ ପରାମର୍ଶ କରି ଖାଇପାରିବେ।