Odisha Investors Meet mumbai - The Sakala

ସଫଳ ହୋଇଛି ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ସମ୍ମିଳନୀ : ରାଜ୍ୟରେ ୧୦ ଲକ୍ଷ କୋଟିର ନିବେଶ ସମ୍ଭାବନା
ଭୁବନେଶ୍ୱର : ଶିଳ୍ପାନୁକୁଳ ବାତାବରଣ ସହ ଉତ୍କୃଷ୍ଟ ଶିଳ୍ପନୀତି ରାଜ୍ୟ ପାଇଁ ବିରାଟ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି କରିଛି। ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ରାଜ୍ୟକୁ ଆମନ୍ତ୍ରଣ ଦେବା ସହ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ର ଆୟୋଜନ ଏବଂ ରାଜ୍ୟକୁ ଶିଳ୍ପସମୃଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳପ୍ରଦ ହେବାକୁ ଯାଉଛି। ଷ୍ଟାର୍ଟ ଅପ୍‍ ଠାରୁ ଆରମ୍ଭ କରି ଆଇଟି,ଷ୍ଟିଲ. ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପ୍ଲାଷ୍ଟିକ୍‍ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ସ୍ଥିର ଶାସନ ଓ ଊର୍ଦ୍ଧ୍ବମୁଖୀ ଅର୍ଥନୀତି ରାଜ୍ୟରେ ବିରାଟ ପୁଞ୍ଜିନିବେଶର ଆଶା ବଢ଼ାଇଛି।

ରାଜ୍ୟରେ ଶିଳ୍ପ ଅଗ୍ରଗତି ସମ୍ପର୍କରେ ମତ ରଖି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ୨୦୧୦ ପରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହୋଇଛି। ୨୦୧୬ ଏବଂ ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ ବିଭିନ୍ନ କ୍ଷେତ୍ରରେ ନିବେଶର ବାଟ ଫିଟାଇଥିଲା। ବର୍ତ୍ତମାନ ସେହିସବୁ କ୍ଷେତ୍ର ସହ ଶକ୍ତି କ୍ଷେତ୍ର ମଧ୍ୟ ଯୋଡ଼ି ହୋଇଛି। ନୂଆଦିଲ୍ଲୀ ଓ ଦୁବାଇ ପରେ ମୁମ୍ବାଇ ନିବେଶକ ସମ୍ମିଳନୀ ମଧ୍ୟ ସଫଳ ହୋଇଛି। ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ ୨୦୨୨ ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏ ଚାଲିବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କନ୍‍କ୍ଲେଭକୁ ଆହୁରି ୪୫ ଦିନ ରହିଛି; ମାତ୍ର ମୁମ୍ବାଇ ସମ୍ମିଳନୀରେ ଆଶାତୀତ ଭାବେ ୪୫୬ ପ୍ରମୁଖ ନିବେଶକ ଯୋଗଦେଇ ସକାରାତ୍ମକ ବିଚାର ରଖିବା ରାଜ୍ୟରେ ଏକ ବିଶାଳ ପୁଞ୍ଜିନିବେଶର ସମ୍ଭାବନାକୁ ବଢ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରୁ ପ୍ରାୟ ୨୧,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ନିଶ୍ଚିତ ହୋଇସାରିଛି। ଦୁଇଦିନ ତଳେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ସାମଗ୍ରିକ ଭାବେରାଜ୍ୟରେ ନୂତନ ଭାବେ ୨୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ସୂଚନା ଦେଇସାରିଛନ୍ତି। ତେଣୁ କନ୍‍କ୍ଲେଭରେ ଆଶା କରାଯାଉଥିବା ପୁଞ୍ଜିର ଏକ-ପଞ୍ଚମାଂଶ ପ୍ରାୟ ସୁନିଶ୍ଚିତ ହୋଇଯାଇଛି। ତେଣୁ କନ୍‍କ୍ଲେଭର ପୁଞ୍ଜିନିବେଶ ଗତ ୨୦୧୬ ଏବଂ ୨୦୧୮ରେ ରେକର୍ଡ ଭାଙ୍ଗିବ ବୋଲି ରାଜ୍ୟ ପ୍ରଶାସନ ଦୃଢ଼ ନିଶ୍ଚିତ।

ଚଳିତ ମାସ ଶେଷ ଆଡ଼କୁ ବେଙ୍ଗାଲୁରୁରେ ମଧ୍ୟ ନିବେଶକ ସମ୍ମିଳନୀ ହେବାକୁ ଯାଉଛି ବୋଲି ମନ୍ତ୍ରୀ ପ୍ରତାପଦେବ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, କୃଷିଭିତ୍ତିକ ରାଜ୍ୟ ଓଡ଼ିଶାକୁ ଅଗ୍ରଣୀ ଅର୍ଥନୀତିରେ ପରିଣତ କରିବା ଉପରେ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି। ଫଳସ୍ୱରୂପ ଇସ୍ପାତ, ଆଇଟି, ପର୍ଯ୍ୟଟନ, ପୋଷାକ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି, ମେଟାଲ ଏବଂ ମେଟାଲ ଡାଉନ୍‍ଷ୍ଟ୍ରିମ୍‍ ପ୍ରକଳ୍ପ ନିବେଶ ବୃଦ୍ଧି ପାଇଛି। ଚଳିତ କନକ୍ଲେଭ ପରେ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକାଶଛୁଆଁ ହେବାକୁ ଯାଉଛି। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜିନେସ୍‍ ମାନ୍ୟତାରେ ଓଡ଼ିଶା ଦେଶର ଅନ୍ୟତମ ଶୀର୍ଷ ରାଜ୍ୟର ମାନ୍ୟତା ପାଇଛି। କେନ୍ଦ୍ର ସରକାର ଓଡ଼ିଶାକୁ ଆଚିଭର୍ସ ବର୍ଗରେ ସ୍ଥାନିତ କରିବା ପୁଞ୍ଜିପତିକୁ ଆକର୍ଷିତ କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଭରପୂର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବସମ୍ବଳ ସହ ସଫଳ ଶିଳ୍ପନୀତି ରାଜ୍ୟରେ ଏକ ନିଆରା ବାତାବରଣ ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି।

ସେହିପରି କୋଭିଡ ପୂର୍ବରୁ, କୋଭିଡର ଶୀର୍ଷ ସଂକ୍ରମଣ ଏବଂ ପରେ ବିଶ୍ୱ ଏବଂ ଜାତୀୟ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଥିଲା। ଏହି ସମୟରେ ମଧ୍ୟ ରାଜ୍ୟକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଥିଲା। ୨୦୨୦ର ଯଥେଷ୍ଟ ପୂର୍ବରୁ ଅର୍ଥନୀତିରେ ସ୍ଥିରତା ରହିଛି। ଯାହା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଳବତ୍ତର ରହିବ ବୋଲି ଅର୍ଥଶାସ୍ତ୍ରୀମାନେ ମତ ରଖିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ଉଭୟ ଟିକସ ଏବଂ ଅଣଟିକସ ବାବଦକୁ ଆୟ ୧୫.୫୫% ବୃଦ୍ଧି ପାଇଛି। ସାମଗ୍ରିକ ଭାବେ ଚଳିତ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ଶେଷ ଯାଏ ଅର୍ଥନୀତିର ଅଭିବୃଦ୍ଧି ଉତ୍ତମ ରହିଛି। ଗତବର୍ଷ ସମାନ ସମୟରେ ୩୧,୫୪୮.୪୯ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୩୬,୪୫୪.୮୯ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ୧୭,୭୨୨.୨୨ କୋଟି ଟଙ୍କା ଆୟ କରିଥିବା ବେଳେ ଅଣ-ଟିକସ ରାଜସ୍ୱରୁ ୧୮୭୩୨.୬୭ କୋଟି ଟଙ୍କା ଆଦାୟ କରିଛନ୍ତି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହର ହାର ୨୦.୩୦% ରହିଛି। ବାଣିଜ୍ୟିକ କର ବାବଦରେ ୧୧୭୯୯ କୋଟି ଟଙ୍କା, ଅବକାରୀ ୨୪୫୪.୫୭ କୋଟି ଟଙ୍କା, ଶକ୍ତି କ୍ଷେତ୍ରରୁ ୧୪୭୬.୦୬ କୋଟି, ୭୯୦.୨୨ କୋଟି ମୋଟର ଯାନ, ଭୂ-ରାଜସ୍ୱ ବାବଦରୁ ୨୪୪.୨୩ କୋଟି, ଷ୍ଟାମ୍ପ ଡ୍ୟୁଟି ବାବଦରୁ ୮୩୪.୭୮ କୋଟି ଏବଂ ପେଶାଗତ ଟିକସ ବାବଦରୁ ୧୨୩.୩୪ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ମୁମ୍ବଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆଜି ନିବେଶକଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦେଶର ବାଣିଜ୍ୟିକ ରାଜଧାନୀରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ, ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ସେହିପରି ଗୁରୁବାର ଦିନ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଓପନିଂ ବେଲ୍‍ ବଜାଇବେ। ଏହା ପରେ ସେ ଶିଳ୍ପ ଉଦ୍ୟୋଗ ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋ’ରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ସମ୍ମେଳନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବଇରେ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ତାହା ଉପରେ ଶ୍ରୀ ମହାପାତ୍ର ଉଦ୍ୟୋଗପତିମାନଙ୍କୁ ଅବଗତ କରାଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କିପରି ବହୁବିଧ କ୍ଷେତ୍ରରେ ଭରପୂର ସୁଯୋଗ ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଶ୍ରୀ ମହାପାତ୍ର ସେମାନଙ୍କୁ ସୂଚନା ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି, ଜମି ବ୍ୟାଙ୍କ, ଗୁଣାତ୍ମକ ବିଦ୍ୟୁତ ଯୋଗାଣ, କ୍ଷେତ୍ର ଉପଯୋଗୀ ଶିଳ୍ପ ଜୋନ୍‍ ଏବଂ ସହଜରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।