Invest Odisha - The Sakala

ରାଜ୍ୟରେ ୨୩ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ: ଗଞ୍ଜାମରେ ପ୍ରତିଷ୍ଠା ହେବ ୩୦୦ କୋଟିର ଡ୍ରୋନ୍ ନିର୍ମାଣ କାରଖାନା
ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ବଡ଼ ଧରଣର ଅଗ୍ରଗତି ପରିଲକ୍ଷିତ ହୋଇଛି। ମଙ୍ଗଳବାର ଦିନ ରାଜ୍ୟ ସରକାର ୨୩ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୪,୧୧୧.୮୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୯,୯୨୪ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।

ଡ୍ରୋନ୍ ନିର୍ମାଣର ହବ୍ ପାଲଟିବ ଗଞ୍ଜାମ

ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲା ପାଇଁ ଏକ ବଡ଼ ଖବର ରହିଛି। ଇନଭେଣ୍ଟଗ୍ରୀଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (Inventgrid India Pvt Ltd) ଗଞ୍ଜାମରେ ଏକ ଅତ୍ୟାଧୁନିକ ମଲ୍ଟି-ଡ୍ରୋନ୍ ନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ। ଏଥିପାଇଁ କମ୍ପାନୀ ୩୦୦ କୋଟି ଟଙ୍କା ବିନିଯୋଗ କରିବ। ଏହି ଏକକ ପ୍ରକଳ୍ପ ଦ୍ୱାରା ପ୍ରାୟ ୧,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବାର ଲକ୍ଷ୍ୟ ରଖାଯାଇଛି। ଏହା ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍ ଉତ୍ପାଦନ କ୍ଷେତ୍ରକୁ ଆହୁରି ମଜବୁତ କରିବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ୧୪୪ତମ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୧ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ

ଅନୁମୋଦିତ ହୋଇଥିବା ଅନ୍ୟ ବଡ଼ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳ ଉପକରଣ, ଜାହାଜ ନିର୍ମାଣ ଏବଂ ପର୍ଯ୍ୟଟନ କ୍ଷେତ୍ର ଅନ୍ତର୍ଭୁକ୍ତ:

* ରେଳ ଉପକରଣ: ନିଫା ଲିମିଟେଡ୍ (Nipha Limited) ଖୋର୍ଦ୍ଧାରେ ୩୮୪ କୋଟି ଟଙ୍କା ବିନିଯୋଗରେ ଏକ ରେଳ ଉପକରଣ ନିର୍ମାଣ ୟୁନିଟ୍ ସ୍ଥାପନ କରିବ, ଯେଉଁଥିରେ ୩୧୦ ଜଣଙ୍କୁ ନିଯୁକ୍ତି ମିଳିବ।

* ଜାହାଜ ନିର୍ମାଣ: ନର୍ଦ୍ଦର୍ଣ୍ଣ ଏକ୍ସପ୍ରେସ୍ ଇନଫ୍ରାଡେଭେଲପର୍ସ (Northern Express Infradevelopers) ଭଦ୍ରକରେ ୩୩୯.୪୦ କୋଟି ଟଙ୍କା ବ୍ୟୟରେ ଏକ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ପ୍ରତିଷ୍ଠା କରିବ।

* ବସ୍ତ୍ର ଶିଳ୍ପ: ଜେ.ଜି. ହୋସିୟାରୀ (JG Hosiery) ଖୋର୍ଦ୍ଧାରେ ୧୦୦ କୋଟି ଟଙ୍କା ବିନିଯୋଗ କରି ଏକ ପୋଷାକ ନିର୍ମାଣ ୟୁନିଟ୍ ଆରମ୍ଭ କରିବ, ଯାହା ସର୍ବାଧିକ ୨,୩୫୦ ନିଯୁକ୍ତି ସୃଷ୍ଟି କରିବ।

ଏହାବ୍ୟତୀତ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପୁରୀ, ଖୋର୍ଦ୍ଧା ଓ ସମ୍ବଲପୁରରେ ବିଳାସପୂର୍ଣ୍ଣ ହୋଟେଲ ପ୍ରକଳ୍ପଗୁଡ଼ିକୁ ମଧ୍ୟ ମଞ୍ଜୁରୀ ମିଳିଛି।

ଜାପାନରୁ ଆସିବ ବଡ଼ ନିବେଶ : ଆସନ୍ତାକାଲି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ, ବିଦେଶକୁ ଯାଇ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେଉଛନ୍ତି। ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହ୍ୱାନ ଦେଉଛନ୍ତି। ବିଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ଯୋଗୁ ଓଡ଼ିଶା ଏବେ ପୁଞ୍ଜି ନିବେଶକମାନଙ୍କ ପସନ୍ଦ ପାଲଟିଛି। ଏହି କ୍ରମରେ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖରୁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।  ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ପ୍ରସ୍ତୁତି ଚାଲିଛି। ଜାପାନର ପୁଞ୍ଜି ନିବେଶକମାନେ କିପରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେ ନେଇ ଉଦ୍ୟମ ହେବ ବୋଲି ଜାପାନରେ ରହୁଥିବା ପୁରୀର ଶିଳ୍ପଦ୍ୟୋଗୀ ତଥା ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ୍‌‌ ସେଣ୍ଟର ସଭାପତି କୁନା ଦାଶ ସୂଚନା ଦେଇଛନ୍ତି।

ଏହି ସପ୍ତାହବ୍ୟାପୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ଭାରତ ଓ ଜାପାନ ସମ୍ପର୍କ ସେତୁର ମାର୍ଗଦର୍ଶକ କୁନା ଦାଶ କହିଛନ୍ତି, ସେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଜାପାନରେ ରହିଆସୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାପାନ ଆସିବା ନିଶ୍ଚିତ ଏକ ବଡ଼ ଖୁସି କଥା। ଜାପାନରେ ଟେକ୍ନୋଲୋଜି ବହୁ ଅଗ୍ରଗତି କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ହେଲେ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଭାରତ ବର୍ଷର ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି। ବିଦେଶୀ କମ୍ପାନୀ ଓଡ଼ିଶାରେ ହେବା ଦ୍ୱାରା ଆମ ରାଜ୍ୟର ବିକାଶ ଆହୁରି ଆଗେଇବ। ନିଶ୍ଚିତ ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀ ଦାଶ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଜାପାନର ଶିକ୍ଷା, ସଂସ୍କୃତିର ଭାବ ବିନିମୟ କରି ଆସୁଛନ୍ତି। ଶ୍ରୀ ଦାଶ କୁହନ୍ତି, ଜାପାନିଜମାନେ ଓଡ଼ିଶାକୁ ବେଶ୍‌‌ ପସନ୍ଦ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଜାପାନ ଯିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ ହେବ।

ମୁମ୍ବଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆଜି ନିବେଶକଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦେଶର ବାଣିଜ୍ୟିକ ରାଜଧାନୀରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ, ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ସେହିପରି ଗୁରୁବାର ଦିନ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଓପନିଂ ବେଲ୍‍ ବଜାଇବେ। ଏହା ପରେ ସେ ଶିଳ୍ପ ଉଦ୍ୟୋଗ ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋ’ରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ସମ୍ମେଳନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବଇରେ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ତାହା ଉପରେ ଶ୍ରୀ ମହାପାତ୍ର ଉଦ୍ୟୋଗପତିମାନଙ୍କୁ ଅବଗତ କରାଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କିପରି ବହୁବିଧ କ୍ଷେତ୍ରରେ ଭରପୂର ସୁଯୋଗ ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଶ୍ରୀ ମହାପାତ୍ର ସେମାନଙ୍କୁ ସୂଚନା ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି, ଜମି ବ୍ୟାଙ୍କ, ଗୁଣାତ୍ମକ ବିଦ୍ୟୁତ ଯୋଗାଣ, କ୍ଷେତ୍ର ଉପଯୋଗୀ ଶିଳ୍ପ ଜୋନ୍‍ ଏବଂ ସହଜରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।